ETV Bharat / entertainment

ନୀତିନ ଗଡକରୀଙ୍କ ପ୍ରଶଂସାରେ କୁଇନ, କହିଲେ '୬ବର୍ଷ ପରେ ପାଇଲି ନେପୋଟିଜିମର ଉତ୍ତର' - କଙ୍ଗନା ରାଣାୱତ

Kangana Ranaut On Nepotism: କେନ୍ଦ୍ର ମନ୍ତ୍ରୀ ନୀତିନ ଗଡକରୀଙ୍କ ନିକଟରେ ଏକ ସାକ୍ଷାତକାରରେ ନିଜର ଜୀବନ ଯାତ୍ରା ଏବଂ ପରିବାରବାଦ ନେଇ ପ୍ରତିକ୍ରିୟା ଦେଇଥିଲେ । ଯାହାକୁ କଙ୍ଗନା ରାଣାୱତ ପସନ୍ଦ କରିବା ସହ ୬ ବର୍ଷ ପରେ ପରିବାରବାଦ ନେଇ ଉପଯୁକ୍ତ ଉତ୍ତର ପାଇଥିବା ସେ କହିଛନ୍ତି । ଅଧିକ ପଢନ୍ତୁ,

ନୀତିନ ଗଡକରୀଙ୍କ ପ୍ରଶଂସାରେ କୁଇନ, କହିଲେ- '୬ବର୍ଷ ପରେ ନେପୋଟିଜିମ ନେଇ ପାଇଲି ଉପଯୁକ୍ତ ଉତ୍ତର'

author img

By ETV Bharat Odisha Team

Published : Mar 1, 2024, 1:48 PM IST

ହାଇଦ୍ରାବାଦ: କେନ୍ଦ୍ର ସଡକ ଏବଂ ପରିବହନ ମନ୍ତ୍ରୀ ନୀତିନ ଗଡକରୀଙ୍କ ପ୍ରଶଂସାରେ ବଲିଉଡ କୁଇନ କଙ୍ଗନା ରାଣାୱତ । ବର୍ତ୍ତମାନ କୁଇନ ପରିବାରବାଦ ନେଇ ଉପଯୁକ୍ତ ଉତ୍ତର ପାଇଥିବା କହିଛନ୍ତି । ସୂଚନା ଥାଉ କି, ୨୦୧୭ ରେ କଫି ୱିଥ କରଣର ଏକ ଏପିସୋଡ ପରେ ଏହି ବିତର୍କ ଆରମ୍ଭ ହୋଇଥିଲା, ଯେଉଁଠାରେ କଙ୍ଗନା କରଣ ଜୋହରଙ୍କୁ ଫିଲ୍ମ ଇଣ୍ଡଷ୍ଟ୍ରିରେ ପରିବାରବାଦକୁ ପ୍ରୋତ୍ସାହିତ କରୁଥିବା ଅଭିଯୋଗ କରିଥିଲେ । ୨୦୨୦ରେ ସୁଶାନ୍ତ ସିଂ ରାଜପୁତଙ୍କ ଦେହାନ୍ତ ପରେ ଏହି ଆଲୋଚନା ଜୋର ଧରିଥିଲା । ଏଥିସହ କଙ୍ଗନା ବାରମ୍ୱାର ମଧ୍ୟ ଏନେଇ ବଲିଉଡ ଷ୍ଟାରଙ୍କୁ କଟାକ୍ଷ କରିଛନ୍ତି । ତେବେ ବର୍ତ୍ତମାନ ୬ ବର୍ଷ ପରେ ପରିବାରବାଦ ନେଇ ଉପଯୁକ୍ତ ଉତ୍ତର ପାଇଥିବା ସେ କହିଛନ୍ତି ।

କଙ୍ଗନା ନିଜ ଇନଷ୍ଟାଗ୍ରାମ ଷ୍ଟୋରିରେ କେନ୍ଦ୍ର ମନ୍ତ୍ରୀ ନୀତିନ ଗଡକରୀଙ୍କ ଏକ ଭିଡିଓ ସେୟାର କରି ପରିବାରବାଦ ଉପରେ ନିଜର ମତ ରଖିଛନ୍ତି । ଭିଡିଓ ସେୟାର କରି କଙ୍ଗନା ଲେଖିଛନ୍ତି, "ମୁଁ ନେପୋଟିଜିମ୍ ନାମକ ସବୁଠାରୁ ବଡ ବିତର୍କକୁ ସାମ୍ନାକୁ ଆଣିବାର ୬ ବର୍ଷ ବିତିଗଲାଣି । ଏ ବିଷୟରେ ଅନେକ ଲୋକଙ୍କୁ ପଚରାଯାଇଥିଲା । ହେଲେ ପ୍ରଥମ ଥର ପାଇଁ ମୁଁ ଏହି ପ୍ରଶ୍ନର ସନ୍ତୋଷଜନକ ଉତ୍ତର ପାଇଲି ।'' ଏଥିସହ ନୀତିନଙ୍କ ଏହି କତା ତାଙ୍କୁ ବେଶ ପ୍ରଭାବିତ କରିଥିବା ମଧ୍ୟ ସେ କହିଛନ୍ତି ।

କଙ୍ଗନା ସେୟାର କରିଥିବା ଭିଡିଓରେ ନୀତିନ ଏକ ସାକ୍ଷାତକାରରେ ନିଜର ଯାତ୍ରା ବିଷୟରେ ବର୍ଣ୍ଣନା କରିଛନ୍ତି । ଯେଉଁଥିରେ ସେ କହିଛନ୍ତି ଯେ ସେ ପାର୍ଟି ପୋଷ୍ଟର ଲଗାଇ ତୃଣମୂଳ ସ୍ତରରେ ଆରମ୍ଭ କରିଥିଲେ ଏବଂ କଠିନ ପରିଶ୍ରମ ଦ୍ୱାରା ଆଜି ଏହି ସଫଳତା ହାସଲ କରିଛନ୍ତି । ସେ ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ ଯଦି ତାଙ୍କ ପରିବାରର କୌଣସି ସଦସ୍ୟ ରାଜନୀତିରେ ପ୍ରବେଶ କରିବାକୁ ଚାହାନ୍ତି, ତେବେ ସେମାନେ ତାଙ୍କ ପଦବୀର ଦୁରୂପଯୋଗ ନକରି କିମ୍ବା ଶୀର୍ଷ ପଦବୀ ନ ଖୋଜି ଆରମ୍ଭରୁ ଆରମ୍ଭ କରିବେ । ସେ ଆହୁରି ମଧ୍ୟ କହିଛନ୍ତି ଯେ, ତାଙ୍କ ପରିବାର ହୁଏତ ତାଙ୍କ ସମ୍ପତ୍ତିର ଉତ୍ତରାଧିକାରୀ ହୋଇପାରନ୍ତି, କିନ୍ତୁ ତାଙ୍କର ରାଜନୈତିକ ଉତ୍ତରାଧିକାରୀ ସମ୍ପର୍କୀୟ ନୁହଁ କେବଳ ତାଙ୍କ ଦଳର ସହକର୍ମୀ ହିଁ ଅଟନ୍ତି ।

ଏହା ମଧ୍ୟ ପଢନ୍ତୁ: ଲୋକସଭା ନିର୍ବାଚନ ଲଢିବେ କୁଇନ, କହିଲେ- 'ଏହା ହେଉଛି ଠିକ୍ ସମୟ'

କଙ୍ଗନାଙ୍କ ୱାର୍କଫ୍ରଣ୍ଟ କଥା କହିବାକୁ ଗଲେ, ତାଙ୍କୁ ଶେଷ ଚଳଚ୍ଚିତ୍ର 'ତେଜସ୍'ରେ ଦେଖିବାକୁ ମିଳିଥିଲା । ବର୍ତ୍ତମାନ ଅଭିନେତ୍ରୀଙ୍କୁ ଆଗାମୀ ଫିଲ୍ମ 'ଏମରଜେନ୍ସି' ରେ ଦେଖିବାକୁ ମିଳିବ, ଯାହାର ସେ ନିର୍ଦ୍ଦେଶନା ମଧ୍ୟ ଦେଇଛନ୍ତି । ଏହି ଫିଲ୍ମରେ କଙ୍ଗନା ପୂର୍ବତନ ଭାରତୀୟ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଭୂମିକାରେ ନଜର ଆସିବେ । ଏହି ଚଳଚ୍ଚିତ୍ରରେ ଅନୁପମ ଖେର ଏବଂ ଦିବଙ୍ଗତ ଅଭିନେତା ସତୀଶ କୌଶିକ ମଧ୍ୟ ଅଭିନୟ କରିଛନ୍ତି । ଏହି ଫିଲ୍ମ ଚଳିତ ବର୍ଷ ଜୁନ ୧୪ରେ ରିଲିଜ ହେବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.