ETV Bharat / business

ସେୟାର ବଜାରରେ ଝଡ଼, ନିବେଶକଙ୍କ ବୁଡ଼ିଗଲା ୧୫ ଲକ୍ଷ କୋଟି - Share Market Highlights

author img

By ETV Bharat Odisha Team

Published : Aug 5, 2024, 6:43 PM IST

Share Market Crash: ଆମେରିକା ବଜାରରେ ଆର୍ଥିକ ମାନ୍ଦାବସ୍ଥାର ସିଧା ପ୍ରଭାବ ଭାରତୀୟ ସେୟାର ବଜାର ଉପରେ ପଡ଼ିଛି । ସପ୍ତାହର ପ୍ରଥମ ଦିନ ସେୟାର ବଜାର ବ୍ୟାପକ ହ୍ରାସ ସହିତ ନିବେଶକଙ୍କ ବଡ଼ କ୍ଷତି ହୋଇଛି । ଅଧିକ ପଢ଼ନ୍ତୁ

Share Market Crash Today
Share Market Crash Today (ETV Bharat Odisha)

ମୁମ୍ବାଇ: ଭାରତୀୟ ଷ୍ଟକ୍‌‌ ମାର୍କେଟରେ ନିବେଶକଙ୍କୁ ଶକ୍ତ ଧକ୍କା । ନିବେଶକଙ୍କ ବୁଡିଗଲା ପାଖାପାଖି ୧୫.୫ ଲକ୍ଷ କୋଟି ଟଙ୍କା । ଆମେରିକା ବଜାରରେ ଆର୍ଥିକ ମାନ୍ଦାବସ୍ଥାର ସିଧା ପ୍ରଭାବ ଆଜି ଭାରତୀୟ ସେୟାର ବଜାର ଉପରେ ପଡ଼ିଛି । ମାର୍କଟ ଖୋଲିବା ଆରମ୍ଭରୁ ହିଁ ଉଭୟ ସେନସେକ୍ସ ଓ ନିଫ୍ଟିରେ ବ୍ୟାପକ ହ୍ରାସ ଦଖିବାକୁ ମିଳିଥିଲା । ଫଳରେ ନିବେଶକଙ୍କ କୋଟି କୋଟି ଟଙ୍କା କ୍ଷତି ସହିବାକୁ ପଡ଼ିଛି । ବଜାର ଖୋଲିବା ସହିତ ସେୟାର ବଜାର ତାସ ଘର ଭଳି ଭୁଶୁଡ଼ି ପଡିଥିଲା । ସେହିପରି ବଜାର ବନ୍ଦ ବେଳକୁ ବିରାଟ କ୍ଷତି ଦେଖିବାକୁ ମିଳିଛି ।

ସେୟାର ବଜାରରେ ଝଡ଼:

ବାଣିଜ୍ୟ ସପ୍ତାହର ପ୍ରଥମ ଦିନ (ସୋମବାର) ସେୟାର ବଜାରରେ ବଡ଼ ହ୍ରାସ ଘଟିଛି । ୩୦ ସେୟାର ଆଧାରିତ ବମ୍ବେ ଷ୍ଟକ ଏକ୍ସଚେଞ୍ଜ (ବିଏସଇ) ସୂଚକାଙ୍କ ସେନସେକ୍ସରେ ୨୨୨୨.୫୫ ପଏଣ୍ଟ ଅର୍ଥାତ ୨.୭୪ ପ୍ରତିଶତ ହ୍ରାସ ହୋଇ ୭୮୭୫୯.୪୦ରେ କାରବାର ବନ୍ଦ ହୋଇଛି । ସେପଟେ ୫୦ ସେୟାର ଆଧାରିତ ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜ ସୂଚକାଙ୍କ ନିଫ୍ଟରେ ମଧ୍ୟ ବଡ଼ ଧରଣର ହ୍ରାସ ଘଟିଛି । ନିଫ୍ଟରେ ୬୬୭.୭୫ ପଏଣ୍ଟ ଅର୍ଥାତ ୨.୭୦ ପ୍ରତିଶତ ହ୍ରାସ ହୋଇ ୨୪୦୫୫.୬୦ରେ କାରବାର ଶେଷ କରିଛି ।

ବୁଡ଼ିଗଲା ୧୫ ଲକ୍ଷ କୋଟି:

ଅଗଷ୍ଟ ୫ ତାରିଖ (ସୋମବାର) ବିଏସଇରେ ଲାଟେଷ୍ଟ କମ୍ପାନୀ ଗୁଡ଼ିକର ମୋଟ ମାର୍କେଟ କ୍ୟାପିଟାଲାଇଜେସନ ହ୍ରାସ ପାଇ ୪୪୧.୬୬ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି । ଯାହା ଗତ ବାଣିଜ୍ୟ ସପ୍ତାହ ଶେଷ ଦିନ (ଅଗଷ୍ଟ ୨ ତାରିଖ ଶୁକ୍ରବାର) ୪୫୭.୧୬ ଲକ୍ଷ କୋଟି ଟଙ୍କା ଥିଲା । ଏଭଳି ସ୍ଥିତିରେ ବାଣିଜ୍ୟ ସପ୍ତାହର ପ୍ରଥମ ଦିନରେ ହିଁ ବିଏସଇରେ ଲାଟେଷ୍ଟ କମ୍ପାନୀ ଗୁଡ଼ିକର ମାର୍କେଟ କ୍ୟାପ୍‌ ପାଖାପାଖି ୧୫.୫ ଲକ୍ଷ କୋଟି ଟଙ୍କା ହ୍ରାସ ହୋଇଛି । ଅର୍ଥାତ ନିବେଶକମାନଙ୍କୁ ୧୫.୫ ଲକ୍ଷ କୋଟି ଟଙ୍କାର କ୍ଷତି ସହିବାକୁ ପଡ଼ିଛି ।

ଆରମ୍ଭରୁ ଲାଗିଥିଲା ଝଟକା:

ଆଜି ସେୟାର ବଜାର ଗତ କାରବାର ଦିନ ତୁଳନାରେ ହ୍ରାସରେ ଖୋଲିଥିଲା । ବିଏସଇ ସେନସେକ୍ସ ୧୩୧୦.୪୭ ପଏଣ୍ଟ ଅର୍ଥାତ ୧.୬୨ ପ୍ରତିଶତ ହ୍ରାସ ହୋଇ ୭୯୬୭୧.୪୮ ରେ କାରବାର ଆରମ୍ଭ କରିଥିଲା । ସେହିପରି ନିଫ୍ଟି ୪୦୪.୪୦ ପଏଣ୍ଟ ଅର୍ଥାତ ୧.୬୪ ପ୍ରତିଶତ ହ୍ରାସ ହୋଇ ୨୪,୩୧୩.୩୦ରେ କାରବାର ଆରମ୍ଭ କରିଥିଲା । ବଜାର ଖୋଲିବା ଆରମ୍ଭରୁ ହିଁ ୨୩୬୮ ସେୟାରରେ ବଡ଼ ହ୍ରାସ ଦେଖାଦେଇଥିଲା । ସେହିପରି ୪୪୨ ସେୟାରରେ ବୃଦ୍ଧିରେ କାରବାର ଆରମ୍ଭ ହୋଇଥିଲା ।

ଏହା ମଧ୍ୟ ପଢ଼ନ୍ତୁ...ସଞ୍ଚୟ ନା ନିବେଶ ? କ'ଣ କଲେ ପାଇବେ ଧନୀ ହେବାର ସୌଭାଗ୍ୟ ଜାଣନ୍ତୁ - Saving Vs Investing

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.