ETV Bharat / business

ଶସ୍ତା ହେଲା ସୁନା-ରୁପା: ଦୋକାନରେ ଖଚାଖଚ୍‌ ଭିଡ, କେଉଁ ସହରରେ କେତେ ରହିଛି ଦର ? ଜାଣନ୍ତୁ - Gold Price Fall

author img

By ETV Bharat Odisha Team

Published : Jul 24, 2024, 7:02 PM IST

Updated : Jul 24, 2024, 8:08 PM IST

Gold And Silver Prices Fall: ସୁନା ଓ ରୂପାରେ ପୂର୍ବରୁ ଲାଗୁ ଥିବା କଷ୍ଟମ ଡ୍ୟୁଟି କମ୍ କରି ଏବେ ୬ ପ୍ରତିଶତ ହୋଇଛି । ଫଳରେ ସୁନା ଶସ୍ତା ହୋଇଛି । ଏବେ ସୁନା କିଣିବାକୁ ଦୋକାନରେ ପ୍ରବଳ ଭିଡ଼ । କାହିଁକି କମିଲା ଦର ? କେଉଁ ସହରରେ କେତେ ରହିଛି ଦର ? ଜାଣନ୍ତୁ

Gold And Silver Prices Falls
Gold And Silver Prices Falls (ETV Bharat Odisha)

ଭୁବନେଶ୍ବର: ବଜେଟ-୨୦୨୪ରେ ବଡ଼ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ସୁନା-ରୂପା ଶସ୍ତା ହେବ ବୋଲି ବଜେଟରେ ଘୋଷଣା କରାଯାଇଛି । ତେବେ ଘୋଷଣା ପରେ ଅଚାନକ ସୁନା ଦାମରେ ବଡ ହ୍ରାସ ଦେଖିବାକୁ ମିଳିଛି । ଯାହା ବିଶେଷ କରି ମହିଳାମାନଙ୍କ ପାଇଁ ଖୁସି ଆଣିଦେଇଛି । ଏନେଇ ରାଜ୍ୟର ବିଭିନ୍ନ ଜୁଏଲାରୀ ଦୋକାନରେ ସୁନା କିଣିବା ପାଇଁ ଗ୍ରାହକଙ୍କ ଖଚାଖଚ୍‌ ଭିଡ଼ ଦେଖିବାକୁ ମିଳିଛି ।

ଶସ୍ତା ହେଲା ସୁନା ଦର । ଆଜିର ସୁନା ଦର ଭରି ପିଛା ୬୮ ହଜାରରୁ ଖସି ୬୪ ହଜାର ହୋଇଯାଇଥିବା ବେଳେ ସୁନା ଦୋକାନରେ ଲାଗିଛି ଗ୍ରାହକଙ୍କ ଭିଡ । ସୁନା ଦର କମିଥିବା ବେଳେ ଆଗକୁ ଆସୁଥିବା ଉତ୍ସବକୁ ନେଇ ରାଜଧାନୀବାସୀ ସୁନା କିଣିବା ପାଇଁ ଦୋକାନରେ ଭିଡ ଲଗାଇଛନ୍ତି । ସୁନା ଦର ହ୍ରାସକୁ ନେଇ ରାଜଧାନୀର ବିଭିନ୍ନ ସୁନା ଦୋକାନରେ ବି ଭିଡ ଲାଗିଛି । ବିଶେଷ କରି ସୁନାର କମିଥିବା ଦାମକୁ ନେଇ ଲୋକେ ବେଶ ପ୍ରଭାବିତ ହୋଇ ଆବଶ୍ୟକ ମୁତାବକ ସୁନା କିଣୁଥିବା ଦେଖିବାକୁ ମିଳିଛି । ଏନେଇ ଭୁବନେଶ୍ୱରର ଏକ ଜୁଏଲାରୀ ସପ୍‌ରେ ଲୋକମାନେ ସେମାନଙ୍କ ମନ ପସନ୍ଦର ମୁଦି, ହାର, କାନଫୁଲ ଓ ଚେନ ଆଦି ଭଳିକି ଭଳି ଅଳଙ୍କାର କିଣୁଥିବା ଦେଖିବାକୁ ମିଳିଛି ।

Gold And Silver Prices Fall
Gold And Silver Prices Fall (ETV Bharat Odisha)

ସୁନା ଶସ୍ତା, ଗ୍ରାହକ ଖୁସ୍‌:

ସୁନା ଦର ହ୍ରାସ ବିଶେଷ କରି ମହିଳାଙ୍କ ପାଇଁ ଖୁସି ଆଣିଦେଇଛି । କାରଣ ଆଗକୁ ପାର୍ବଣ ଋତୁ ଆସୁଥିବା ବେଳେ ଏବେଠାରୁ ସୁନା କିଣା ଆରମ୍ଭ ହୋଇଗଲାଣି । ଏବେ ସୁନା ଦର କମିବା ମହିଳାମାନାଙ୍କ ପାଇଁ 'ସୋନେ ପେ ସୁହାଗା' ହୋଇଛି । ପୂର୍ବରୁ ସୁନାର ମାହାଙ୍ଗା ରେଟ୍‌କୁ ନେଇ ଗ୍ରାହକ ଚିନ୍ତିତ ଥିବା ବେଳେ ବର୍ତ୍ତମାନ ସୁନା ଦର ହ୍ରାସ ହେବା ଗ୍ରାହକଙ୍କ ପାଇଁ ଖୁସି ଆଣିଦେଇଛି । ଆଗକୁ ଦଶହରା ଓ କାଳୀପୂଜା ଭଳି ବଡ ପର୍ବ ଆସୁଥିବା ବେଳେ ସୁନା ଦର ହ୍ରାସ ସମସ୍ତଙ୍କୁ ସୁହାଇବା ବୋଲି ଗ୍ରାହକମାନେ କହିଛନ୍ତି ।

କ'ଣ କହୁଛନ୍ତି ଜୁଏଲାରୀ ସପ୍‌ ମ୍ୟାନେଜର:

ଅନ୍ୟପଟେ ଏକ ଜୁଏଲାରୀ ସପ୍‌ ମ୍ୟାନେଜର କହିଛନ୍ତି ଯେ, ସୁନା, ରୂପା ଓ ପ୍ଳାଟିନମ ଉପରେ କଷ୍ଟମଡ୍ୟୁଟି କମିଛି । କେନ୍ଦ୍ର ବଜେଟରେ ୬ ପ୍ରତିଶତ କଷ୍ଟମ ଡ୍ୟୁଟି କମିଥିବା ବେଳେ ଏହା ସବୁ ଦୋକାନୀଙ୍କ ପାଇଁ ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ । ଗତକାଲି ଠାରୁ ଏହି ଦାମ ଲାଗୁ ହୋଇଛି । ହଠାତ ସୁନା ଦର ହ୍ରାସ ଗ୍ରାହକ ପାଇଁ ଖୁସି ଆଣିଛି । ଗତ ୨ରୁ ୩ ମାସ ଭିତରେ ୨୨ କ୍ୟାରେଟ ସୁନା ଭରି ପିଛା ୬୭ରୁ ୬୮ ଓ ୨୪ କ୍ୟାରେଟ ସୁନା ଭରି ପିଛା ୭୨ ହଜାର ଛୁଇଁଥିବା ବେଳେ ଏହି ଦାମ ଗ୍ରହକଙ୍କ ଉପରେ ପ୍ରଭାବ ପକାଇଥିଲା । ଏବେ ୩ ମାସ ପରେ ଦର କମିଥିବା ବେଳେ ନିଶ୍ଚୟ ଗ୍ରାହକ ଖୁସି ହୋଇ ଭଲ ଜିନିଷ କିଣିବେ । ଏହାସହ ବ୍ୟବସାୟ ମଧ୍ୟ ଭଲ ହେବ ।

ରାଜ୍ୟରେ ସୁନା ଦର:

24 ଜୁଲାଇ 2024ରେ ଭୁବନେଶ୍ବରରେ 10 ଗ୍ରାମ ପିଛା 24 କ୍ୟାରେଟ୍ ସୁନା ମୂଲ୍ୟ 70,860 ଟଙ୍କା ରହିଛି । ସେହିପରି ୧୦ ଗ୍ରାମ ପିଛା 22 କ୍ୟାରେଟ୍ ସୁନା ମୂଲ୍ୟ 64,950 ଟଙ୍କା ରହିଛି । ୧୦ ଗ୍ରାମ ପିଛା 18 କ୍ୟାରେଟ୍ ସୁନା ମୂଲ୍ୟ 53,140 ଟଙ୍କା ରହିଛି । ବ୍ରହ୍ମପୁର ଓ କଟକରେ ମଧ୍ୟ ସମାନ ଦର ରହିଛି ।

ଏହା ମଧ୍ୟ ପଢ଼ନ୍ତୁ...କେନ୍ଦ୍ର ବଜେଟରେ ମହିଳାଙ୍କୁ ଖୁସି ଦେଲେ ନିର୍ମଳା: ଶସ୍ତା ହେବ ଏସବୁ ସାମଗ୍ରୀ, କିଛି ପଦାର୍ଥ ଉପରେ ମହଙ୍ଗା ମାଡ଼ - Union Budget 2024

କାହିଁକି କମିଲା ସୁନା ଦର ?

ଗତକାଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ ଭାଷଣରେ ସୁନା ରୂପା ସମେତ ଅନ୍ୟ ମେଟାଲ୍ସରେ କଷ୍ଟମ ଡ୍ୟୁଟି ହ୍ରାସ କରିବାକୁ ଘୋଷଣା କରିଛନ୍ତି । ସୁନା ଓ ରୂପାରେ ପୂର୍ବରୁ ଲାଗୁ ଥିବା କଷ୍ଟମ ଡ୍ୟୁଟି କମ୍ କରି ଏବେ ୬ ପ୍ରତିଶତ ହୋଇଛି । ଏହି ନିଷ୍ପତ୍ତିର ପ୍ରଭାବ ସୁନା ଦାମରେ ଦେଖିବାକୁ ମିଳିଛି । ଫଳରେ ସୁନା ଦାମ୍ ପାଖାପାଖି ୪ ହଜାର ଟଙ୍କା ଶସ୍ତା ହୋଇଯାଇଛି । ରୂପା ଦାମରେ ମଧ୍ୟ ଏହାର ପ୍ରଭାବ ପଡିଛି । ସେହିପରି ପ୍ଲାଣ୍ଟିନମ୍ ଉପରୁ 6.4 ପ୍ରତିଶତ କଷ୍ଟମ ଡ୍ୟୁଟି କମିଛି । ଗତକାଲି (ମଙ୍ଗଳବାର) ସୁନା ଦର ପ୍ରତି ୧୦ ଗ୍ରାମ ୭୨,୮୫୦ ଟଙ୍କା ଥିଲା । କିନ୍ତୁ ବଜେଟ ଭାଷଣ ପରେ ପ୍ରତି ୧୦ ଗ୍ରାମକୁ ଦାମ୍ ୬୮,୫୦୦ ଟଙ୍କା ଖସିଆସିଥିଲା ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Jul 24, 2024, 8:08 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.