ETV Bharat / business

ବାଇଜୁସରୁ ଅର୍ଜୁନ ମୋହନଙ୍କ ଇସ୍ତଫା, ପ୍ରତିଷ୍ଠାତା ସମ୍ଭାଳିବେ କାର୍ଯ୍ୟଭାର - Byjus CEO Arjun Mohan Resigns

author img

By ETV Bharat Odisha Team

Published : Apr 15, 2024, 5:05 PM IST

Byju's founder Raveendran: ଦାୟିତ୍ବ ମିଳିବାର 7 ମାସ ପରେ ସିଇଓ ପଦରୁ ଇସ୍ତଫା ଦେଲେ ଅର୍ଜୁନ ମୋହନ । ଅଧିକ ପଢନ୍ତୁ

Byjus CEO Arjun Mohan Resigns
Byjus CEO Arjun Mohan Resigns

ନୂଆଦିଲ୍ଲୀ: ବାଇଜୁ ବ୍ରାଣ୍ଡର ସିଇଓ ଅର୍ଜୁନ ମୋହନ ଇସ୍ତଫା ଦେଇଛନ୍ତି । ଏନେଇ କମ୍ପାନୀ ପକ୍ଷରୁ ସୂଚନା ଦିଆଯାଉଛି । ଅର୍ଜୁନଙ୍କୁ ସାତ ମାସ ପୂର୍ବରୁ ହିଁ ସିଇଓ ଦାୟିତ୍ବ ସମ୍ଭାଳିଥିଲେ । ତେବେ ଅର୍ଜୁନଙ୍କ ଇସ୍ତଫା ପରେ ଏଡଟେକ କମ୍ପାନୀ ଥିଙ୍କ ଆଣ୍ଡ ଲିୟନର ପ୍ରତିଷ୍ଠାତା ବାଇଜୁ ରବିନ୍ଦ୍ରନ କାର୍ଯ୍ୟଭାର ସମ୍ଭାଳିବେ । ପୁଣି ରବିନ୍ଦ୍ରମଙ୍କ ହାତକୁ ଯିବ କମ୍ପାନୀ । 4 ବର୍ଷ ପରେ ସେ ଏହି ପଦକୁ ଫେରିବେ । କମ୍ପାନୀର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଅର୍ଜୁନ ମୋହନଙ୍କ ଇସ୍ତଫା ପରେ ବାଇଜୁ ରବିନ୍ଦ୍ରନ କହିଛନ୍ତି, "ଚ୍ୟାଲେଞ୍ଜ ସମୟରେ ମୋହନ କମ୍ପାନୀକୁ ଆଗକୁ ନେଇଥିଲେ । ଆମେ ତାଙ୍କ ପାଇଁ କୃତଜ୍ଞ । ଭବିଷ୍ୟତରେ ମଧ୍ୟ ତାଙ୍କଠାରୁ ପରାମର୍ଶ ନେବା ଜାରି ରହିବ ।"

ସଙ୍କଟର ସମ୍ମୁଖୀନ ହେଉଥିବା କମ୍ପାନୀ ବାଇଜୁସ ଗତବର୍ଷ ସେପ୍ଟେମ୍ବର ମାସରେ ମୋହନଙ୍କୁ ବାଇଜୁସ ଇଣ୍ଡିଆର ସିଇଓ ଭାବେ ପଦନ୍ନୋତି ଦେଇଥିଲା । କମ୍ପାନୀ ପକ୍ଷରୁ ସୋମବାର ଦିନ ଏକ ବୟାନରେ କହିଛନ୍ତି, ମୋହନ ବର୍ତ୍ତମାନ ବାହ୍ୟ ପରାମର୍ଶଦାତା ଭାବରେ କାର୍ଯ୍ୟ କରିବେ । ବାଇଜୁସ କିଛି ସମୟ ଧରି ବିବାଦରେ ଛନ୍ଦି ହୋଇଛି । କମ୍ପାନୀର ପ୍ରତିଷ୍ଠାତା ଏବଂ ସେୟାର ହୋଲଡରଙ୍କ ମଧ୍ୟରେ ବିବାଦ ଜାରି ରହିଛି । ଏକ ମିଡିଆ ରିପୋର୍ଟ ଅନୁସାରେ, ଆକାଶ ଇନଷ୍ଟିଚ୍ୟୁଟର ଦାୟିତ୍ବ ଅର୍ଜୁନ ମୋହନଙ୍କୁ ମିଳିବା ନେଇ ସେ ଆଶା ପ୍ରକଟ କରିଥିଲେ । ନିକଟରେ କମ୍ପାନୀ ଏହି ଦାୟିତ୍ବ ପିଅରସନ ଇଣ୍ଡିଆର ପୂର୍ବତନ ଏମଡି ଦୀପକ ମେହରୋତ୍ରାଙ୍କୁ ଦେଇଥିଲା । ଅର୍ଜୁନ ମୋହନଙ୍କୁ ଏକ ଆଶ୍ଚର୍ଯ୍ୟ କରିଥିଲା । ତେଣୁ ସେ ଇସ୍ତଫା ଦେଇଥିବା ଗଣମାଧ୍ୟମରେ ଚର୍ଚ୍ଚା ହେଉଛି ।

ଏହା ମଧ୍ୟ ପଢନ୍ତୁ: Byju's Layoffs: ଦ୍ବିତୀୟ ପର୍ଯ୍ୟାୟରେ ୨୫୦୦ କର୍ମଚାରୀଙ୍କୁ ଛଟେଇ, ସାମିଲ ଅଛନ୍ତି IIT ଛାତ୍ର

ଅନେକ ସମସ୍ୟାର ସାମ୍ନା କରିଛି ବାଇଜୁସ: ଦେଶରେ କୋରୋନା ମହାମାରୀ ଆସିବା ପରେ ଅନେକ କମ୍ପାନୀର ଅର୍ଥନୈତିକ ସ୍ଥିତି ଦୁର୍ବଳ ହୋଇଥିଲା । ବାଇଜୁସ ବର୍ତ୍ତମାନ ଅନେକ ସମସ୍ୟା ଦେଇ ଗତି କରୁଛି । କମ୍ପାନୀ କର୍ମଚାରୀମାନଙ୍କୁ ଦରମା ଦେବାରେ ସକ୍ଷମ ହେଉ ନାହିଁ । ବେଙ୍ଗାଲୁରୁ ବ୍ୟତୀତ ଅନେକ ସ୍ଥାନରେ କାର୍ଯ୍ୟାଳୟ ବନ୍ଦ କରି ଦେଇଛି । ଅନେକ କର୍ମଚାରୀଙ୍କୁ ଛଟେଇ ମଧ୍ୟ କରିଛି କମ୍ପାନୀ । ଏହା ବ୍ୟତୀତ କମ୍ପାନୀ ଅନେକ ପ୍ରସଙ୍ଗରେ ଛନ୍ଦି ହୋଇଛି । 2ଟି ପର୍ଯ୍ୟାୟରେ ପ୍ରାୟ 3ହଜାରରୁ ଅଧିକ କର୍ମଚାରୀଙ୍କୁ ଛଟେଇ କରିଛି କମ୍ପାନୀ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.