ନୂଆଦିଲ୍ଲୀ: ସଂସଦରେ ଅନ୍ତରୀଣ ବଜେଟ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ବଜେଟରେ କ୍ଷେତ୍ରକୁ ଗୁରୁତ୍ବ ଦିଆଯାଇଛି । ଦେଶରେ ସବକା ସାଥ, ସବକା ବିକାଶ ଓ ସବକା ପ୍ରୟାସ ଜାରି ରହିଥିବା କହିଛନ୍ତି ଅର୍ଥମନ୍ତ୍ରୀ । ଦେଶର ଏକ କୋଟି ପରିବାରକୁ ପ୍ରତି ମାସରେ ମିଳିବ 300 ୟୁନିଟ ମାଗଣା ବିଦ୍ୟୁତ । ରୁଫ ଟପ ସୋଲାରାଇଜେସନ୍ ଦ୍ବାରା ପ୍ରତି ମାସରେ ଲୋକଙ୍କୁ ସୁବିଧା ଯୋଗାଇ ଦିଆଯିବ ବୋଲି ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ । ଏହି ଯୋଜନା ଅଯୋଧ୍ୟା ରାମ ମନ୍ଦିର ପ୍ରତିଷ୍ଠା ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କରିଥିବା ସଂକଳ୍ପକୁ ଅନୁସରଣ କରୁଛି ବୋଲି କହିଥିଲେ ନିର୍ମଳା ।
ଏହା ମଧ୍ୟ ପଢନ୍ତୁ- ଉଡ଼ାଣ ଯୋଜନାକୁ ଗୁରୁତ୍ୱ; ବର୍ଷକରେ ନିର୍ମାଣ ହେବ 71 ନୂଆ ବିମାନ ବନ୍ଦର
25 କୋଟି ଲୋକଙ୍କୁ ଗରିବୀରୁ ମୁକ୍ତିି: ଅର୍ଥମନ୍ତ୍ରୀ ଆହୁରି ମଧ୍ୟ କହିଥିଲେ ଯେ, 2047 ସୁଦ୍ଧା ବିକଶିତ ଭାରତ ଆମର ମୂଳ ଲକ୍ଷ୍ୟ । ମହିଳା, ଯୁବ, ଗରିବ ଏବଂ ଅନ୍ନଦାତାଙ୍କ ଉନ୍ନତିକୁ ଗୁରୁତ୍ୱ ଦେଉଛନ୍ତି ସରକାର । 10 ବର୍ଷ ମଧ୍ୟରେ 25 କୋଟି ଲୋକଙ୍କୁ ଗରିବୀରୁ ମୁକ୍ତି ଦିଆଯାଇଛି ।
ପିଏମ୍ କୃଷକ ସମ୍ମାନ ନିଧି ଯୋଜନାରେ 11.8 କୋଟି ଚାଷୀ ଲାଭବାନ: ପିଏମ୍ କୃଷକ ସମ୍ମାନ ନିଧି ଯୋଜନାରେ ଚାଷୀ ଲାଭବାନ ହେଉଛନ୍ତି । ପ୍ରାୟ 11.8 କୋଟି ଚାଷୀ ଲାଭ ପାଇଥିବା କହିଥିଲେ ନିର୍ମଳା ।
ଏହା ମଧ୍ୟ ପଢନ୍ତୁ- ବିଶ୍ୱଶକ୍ତି ଭାବେ ଭାରତ ଉଭା ହୋଇଛି, 2047 ସୁଦ୍ଧା ହେବ ବିକଶିତ ରାଷ୍ଟ୍ର: ସୀତାରମଣ
ଜାତୀୟ ଶିକ୍ଷା ନୀତି ଉପରେ ଗୁରୁତ୍ବ: ଜାତୀୟ ଶିକ୍ଷା ନୀତି ଜରିଆରେ ଦେଶରେ 7ଟି ଆଇଆଇଟି, 16ଟି ଟ୍ରିପଲ ଆଇଟି ଓ 7ଟି ଆଇଆଇଏମ୍ ପ୍ରତିଷ୍ଠା କରାଯାଇଛି । ସେହିପରି 13ଟି ଏମ୍ସ ଓ 390 ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କରାଯାଇଛି ବୋଲି ବଜେଟ ଉପସ୍ଥାପନ ସମୟରେ କହିଥିଲେ ଅର୍ଥମନ୍ତ୍ରୀ ।
ଦେଶର ଜିଡିପିକୁ ଗୁରୁତ୍ବ ଦିଆଯାଉଛି: ଦେଶର ଜିଡିପିକୁ ସରକାର ଗୁରୁତ୍ବ ଦେଉଥିବା କହିଲେ ଅର୍ଥମନ୍ତ୍ରୀ । GDP-ଗଭର୍ଣ୍ଣାନ୍ସ, ଡେଭଲପମେଣ୍ଟ, ପି- ପର୍ଫର୍ମାନ୍ ଉପରେ ଗୁରୁତ୍ବ ଦିଆଯାଉଛି ।
ଏହା ମଧ୍ୟ ପଢନ୍ତୁ-ଗରୀବଙ୍କ ପାଇଁ ବଡ଼ ଘୋଷଣା; ୫ ବର୍ଷରେ ନିର୍ମାଣ ହେବ ଆଉ ୨ କୋଟି ପକ୍କା ଘର
2024ରେ ବିତ୍ତୀୟ ନିଅଣ୍ଟ ଜିଡିପିର 5.8%: 2024ରେ ବିତ୍ତୀୟ ନିଅଣ୍ଟ ଜିଡିପିର 5.8% । 2025ରେ ବିତ୍ତୀୟ ନିଅଣ୍ଟ 5.1% । 2026ରେ ବିତ୍ତୀୟ ନିଅଣ୍ଟ 4.5% ତଳେ ରଖିବାକୁ ଲକ୍ଷ୍ୟ ରଖିଛନ୍ତି ଅର୍ଥମନ୍ତ୍ରୀ ।