ETV Bharat / bharat

ଆଉ ନାହାନ୍ତି ପ୍ରସିଦ୍ଧ ୟୁଟ୍ୟବର ‘ଆଙ୍ଗ୍ରୀ ରାଣ୍ଟମ୍ୟାନ’, 27 ବର୍ଷରେ ଦୁନିଆକୁ କହିଲେ ଅଲବିଦା - Angry Rantman Passes Away

author img

By ETV Bharat Odisha Team

Published : Apr 17, 2024, 6:27 PM IST

Abhradeep Saha Passes Away: ପ୍ରସିଦ୍ଧ ୟୁଟ୍ୟବର ଅଭ୍ରଦୀପ ଶାହା ଓରଫ ଆଙ୍ଗ୍ରୀ ରାଣ୍ଟମ୍ୟାନଙ୍କ ପରଲୋକ । ୨୭ ବର୍ଷ ବୟସରେ ଆଖି ବୁଜିଛନ୍ତି ୟୁଟ୍ୟୁବର । ତାଙ୍କ ମୃତ୍ୟୁରେ ଶୋକବ୍ୟକ୍ତ କଲେ ଫ୍ୟାନ୍ସ ।

ପ୍ରସିଦ୍ଧ ୟୁଟ୍ୟବର ଅଭ୍ରଦୀପ ଶାହାଙ୍କ ପରଲୋକ, ଶୋକବ୍ୟକ୍ତ କଲେ ଫ୍ୟାନ୍ସ

ହାଇଦ୍ରାବାଦ: ଲୋକପ୍ରିୟ ୟୁଟ୍ୟୁବର୍ ଏବଂ ସୋସିଆଲ୍ ମିଡିଆର ଜଣାଶୁଣା ଚେହେରା ଅଭ୍ରଦୀପ ଶାହା ଓରଫ ଆଙ୍ଗ୍ରୀ ରାଣ୍ଟମ୍ୟାନଙ୍କ ଦେହାନ୍ତ ହୋଇଛି । ୧୬ ଏପ୍ରିଲ ରାତିରେ ଏହି ୟୁଟ୍ୟୁବଙ୍କର ମୃତ୍ୟୁ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୨୭ ବର୍ଷ ହୋଇଛି । ୟୁଟ୍ୟୁବରଙ୍କ ହଠାତ୍ ଦେହାନ୍ତ ଖବର ପରିବାର ଏବଂ ଫ୍ୟାନ୍ସ ସମସ୍ତଙ୍କୁ ଚକିତ କରିଛି । ସୋସିଆଲ ମିଡିଆରେ ୟୁଟ୍ୟୁବରଙ୍କ ପ୍ରଶଂସକଙ୍କ ମଧ୍ୟରେ ଶୋକର ଲହରୀ ଖେଳିଯାଇଛି ଏବଂ ତାଙ୍କ ଦେହାନ୍ତରେ ସେମାନେ ଦୁଃଖ ପ୍ରକାଶ କରିଛନ୍ତି ।

ଖବର ଅନୁଯାୟୀ, ଗତ ମାସରେ ଏକ ବଡ ଅପରେସନ୍ ହେତୁ ୟୁଟ୍ୟୁବରକୁ ଡାକ୍ତରଖାନାରେ ଭର୍ତ୍ତି କରିବାକୁ ପଡିଥିଲା । ୟୁଟ୍ୟୁବର୍ ଏକ ସୋସିଆଲ ମିଡିଆ ପୋଷ୍ଟରେ ଏହି ସୂଚନା ଦେଇଥିଲେ । ଏଥିସହ ଗତ ତିନି ଦିନ ତଳେ ୟୁଟ୍ୟୁବର୍ ନିଜ ସ୍ୱାସ୍ଥ୍ୟବସ୍ଥା ବିଷୟରେ କହିଥିଲେ । ସେ କହିଥିଲେ ଯେ ତାଙ୍କର ଅବସ୍ଥା ଗୁରୁତର ଅଛି, ଦୟାକରି ତାଙ୍କ ସୁସ୍ଥତା ପାଇଁ ପ୍ରାର୍ଥନା କରନ୍ତୁ, ଆପଣଙ୍କର ପ୍ରିୟ ଅଭ୍ରଦୀପ ଶାହା । କୁହାଯାଉଛି ଯେ ଅସ୍ତ୍ରୋପଚାର ପରେ ସେ ଭେଣ୍ଟିଲେଟରରେ ଥିଲେ ଏବଂ ୧୬ ଏପ୍ରିଲ ରାତିରେ ୟୁଟ୍ୟୁବରଙ୍କ ଆଖି ବୁଜିଥିବା କୁହାଯାଉଛି । ତେବେ ମୃତ୍ୟୁର ସଠିକ କାରଣ ଜଣାପଡିନାହିଁ ।

କହିରଖୁଛୁ କି, ଅଭ୍ରଦୀପ ଏଙ୍ଗ୍ରୀ ରାଣ୍ଟମ୍ୟାନ୍ ଭାବରେ ମଧ୍ୟ ଜଣାଶୁଣା । ୧୮ ଅଗଷ୍ଟ ୨୦୧୭ରେ ଅଭ୍ରଦୀପ ତାଙ୍କର ୟୁଟ୍ୟୁବ୍ ଆକାଉଣ୍ଟ୍ ଖୋଲିିଥିଲେ । ଅଭ୍ରଦୀପ ବ୍ୟଙ୍ଗାତ୍ମକ ଶୈଳୀରେ ତାଙ୍କ ପ୍ରଶଂସକଙ୍କୁ ହସାଉଥିଲେ । ଫଳରେ ଅଭ୍ରଦୀପ ଶାହା ଫ୍ୟାନ୍ସ ବେଶ ପସନ୍ଦ ହୋଇଥିଲେ । ୟୁଟ୍ୟୁବ୍ ସହ ସେ ଇନଷ୍ଟାଗ୍ରାମରେ ମଧ୍ୟ ବହୁତ ପ୍ରସିଦ୍ଧ ଥିଲେ । ଅଭ୍ରଦୀପ ଶାହାଙ୍କ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ପ୍ରାୟ 1 ଲକ୍ଷ 20 ହଜାର ଫୋଲର୍ସ ରହିଛନ୍ତି । ସେ ନିଜ ସୋସିଆଲ ମିଡିଆରେ ଅନେକ ଭିଡିଓ ସେୟାର କରି ଫ୍ୟାନ୍ସଙ୍କୁ ମନୋରଞ୍ଜନ କରାଉଥିଲେ ।

ଏହା ମଧ୍ୟ ପଢନ୍ତୁ: ରିଲ୍ସରେ ସାଉଁଟିଥିଲେ ପ୍ରଶଂସା, ଚରମ ନିଷ୍ପତ୍ତି ନେଲେ ୟୁଟ୍ୟୁବର ପ୍ରେମୀ ଯୁଗଳ

ତେବେ ତାଙ୍କ ହଠାତ ମୃତ୍ୟୁରେ ଫ୍ୟାନ୍ସ ଭାଙ୍ଗିପଡିଥିବା ବେଳେ ଶୋକ ପ୍ରକାଶ କରିଛନ୍ତି । ୟୁଟ୍ୟୁବରଙ୍କ ପ୍ରଶଂସକମାନେ ତାଙ୍କ ଫଟୋ ଏବଂ ରିଲ୍ସ ସୋସିଆଲ୍ ମିଡିଆରେ ସେୟାର କରି ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ଅନେକ ଫ୍ୟାନ୍ସ ତାଙ୍କୁ ହରାଇ ଭାଙ୍ଗିପଡିଥିବା ବେଲେ ତୁମେ ସବୁବେଲେ ମନେ ପଡିବ ବୋଲି କହିଛନ୍ତି ।

ଏହା ମଧ୍ୟ ପଢନ୍ତୁ: ହୃଦଘାତରେ ଆଖିବୁଜିଲେ କନ୍ନଡ ଅଭିନେତା-ନିର୍ମାତା ଦ୍ୱାରକିସ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.