ETV Bharat / bharat

ଋଷିକେଶରୁ ହିମାଚଳ ରହିବା ଖାଇବା ଫ୍ରି, କମ୍ ବଜେଟରେ ବୁଲିବାର ମଜା ନିଅନ୍ତୁ - Free Stay And Fooding

Free Stay And Fooding: କମ୍ ବଜେଟରେ ଋଷିକେଶ ଓ ହିମାଚଳ ପ୍ରଦେଶ ଭଳି ସ୍ଥାନକୁ ଟ୍ରିପ୍ ପାଇଁ ପ୍ଲାନିଂ କରୁଛନ୍ତି କି? କେଉଁଠି ଫ୍ରିରେ ମିଳିବ ରହିବା ଓ ଖାଇବା ସୁବିଧା, ଜାଣନ୍ତୁ ।

author img

By ETV Bharat Odisha Team

Published : Jul 10, 2024, 9:13 PM IST

Free Stay And Fooding
Free Stay And Fooding (ETV Bharat Odisha)

ହାଇଦ୍ରାବାଦ: ସମସ୍ତେ ନୂଆ ନୂଆ ସ୍ଥାନ ବୁଲିବାକୁ ପସନ୍ଦ କରିଥାନ୍ତି । ହେଲେ ଯଦି ଆମେ ବାହାର ରାଜ୍ୟର କେଉଁ ସ୍ଥାନକୁ ପ୍ରଥମ ଥର ଯାଉଛୁ, ସେହି ସ୍ଥାନ ବିଷୟରେ ସମ୍ପୂର୍ଣ୍ଣ ତଥ୍ୟ ଜାଣି ରଖିବା ଉଚିତ । ବିଭିନ୍ନ ରାଜ୍ୟର ଚାଲିଚଳଣୀ ଓ ଖାଦ୍ୟପେୟ ଭିନ୍ନ ଭିନ୍ନ ରହିଥାଏ । କେଉଁଠି କେଉଁ ପ୍ରକାର ଖାଦ୍ୟ ମିଳିବ ସେ ବିଷୟରେ ମଧ୍ୟ ଜ୍ଞାନ ରହିବା ଉଚିତ । ଏହାସହ ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି 'ବଜେଟ୍' । ଅର୍ଥାତ୍ ନିର୍ଦ୍ଦିଷ୍ଟ ସ୍ଥାନକୁ ଯିବାକୁ ହେଲେ କେଉଁ ମାଧ୍ୟମରେ ଓ କେତେ ବଜେଟରେ ରହିବା ଖାଇବା ଆଦି ସୁବିଧାରେ ମିଳିପାରିବ ସେ ବିଷୟରେ ଏକ ସମ୍ୟକ ଧାରଣା ରହିବା ନିହାତି ଦରକାର । ନଚେତ ପର୍ଯ୍ୟଟକଙ୍କୁ ଅଧିକ ଖର୍ଚ୍ଚାନ୍ତ ହେବାକୁ ପଡିଥାଏ ।

କ'ଣ ଆପଣ ଜାଣନ୍ତି କି, ଦେଶରେ ଏମିତି କିଛି ଜାଗା ଅଛି, ଯେଉଁଠି ରହିବାରୁ ଆରମ୍ଭ କରି ଖାଦ୍ୟପେୟ ପାଇଁ ଆପଣଙ୍କୁ ଆଦୌ ଖର୍ଚ୍ଚାନ୍ତ ହେବାକୁ ପଡିବ ନାହିଁ । ଆମେ ଆପଣଙ୍କୁ ଏମିତି କିଛି ସ୍ଥାନ ବିଷୟରେ ଜଣାଇବାକୁ ଯାଉଛୁ, ଯାହା ଜାଣିବା ପରେ ଆପଣ ମଧ୍ୟ ସେଠାକୁ ନିଜର ଛୁଟି କଟାଇବାକୁ ଯିବା ପାଇଁ ପ୍ଲାନିଂ କରିପାରିବେ । ପରିବାର ସହ ଯାତ୍ରା କରନ୍ତୁ କିମ୍ବା ଏକୁଟିଆ(Solo Travel) କରନ୍ତୁ, ଏମିତି କିଛି ଆଶ୍ରମ ରହିଛି ଯେଉଁଠାରେ ଆପଣ ଆରାମରେ ରାତ୍ରିଯାପନ କରିପାରିବେ । ଆସନ୍ତୁ ଜାଣିବା କେଉଁଠି କେଉଁଠି ରହିଛି ଏହି ଆଶ୍ରମ ।

ରାମନାଶ୍ରମମ: ଯଦି ଆପଣ ଆଧ୍ୟାତ୍ମିକ ଟ୍ରିପରେ ତାମିଲନାଡୁ ଯାତ୍ରା କରୁଛନ୍ତି, ତେବେ ସେଠାରେ ଏମିତି ଏକ ସ୍ଥାନ ରହିଛି ଯେଉଁଠି ଆପଣ ଦେୟମୁକ୍ତ ରାତ୍ରିଯାପନ କରିପାରିବେ । ତିରୁୱନ୍ନାମଲ୍ଲାଇ ଏକ ପାହାଡି ଇଲାକା ହୋଇଥିବାବେଳେ ଏଠାକୁ ପର୍ଯ୍ୟଟକଙ୍କ ସୁଅ ଛୁଟୁଥାଏ । ଏଠାକୁ ଆସିଲେ ଆପଣ ବିନା ଖର୍ଚ୍ଚରେ ରାମନାଶ୍ରମମରେ ରହିବା ଓ ଖାଇବା ପାଇପାରିବେ । ଏଥିପାଇଁ ଆପଣଙ୍କୁ ପୂର୍ବରୁ ଅନୁମତି ନେବାକୁ ପଡ଼ିବ ।

ଋଷିକେଶ: ଯଦି ଆପଣ ହରିଦ୍ବାର ବା ଋଷିକେଶ ଟ୍ରିପ୍ ପାଇଁ ପ୍ଲାନିଂ କରୁଛନ୍ତି ତେବେ 'ପରମାର୍ଥ ନିକେତନ' ରେ ରହିପାରିବେ । ଯେଉଁଠି ଆପଣଙ୍କୁ କୌଣସି ଦେୟ ଦେବାକୁ ପଡିବ ନାହିଁ । ଏଠାରେ ଆପଣ ପ୍ରକୃତିର ମନୋରମ ଦୃଶ୍ୟ ଉପଭୋଗ କରିବାର ମଧ୍ୟ ଲାଭ ଉଠାଇପାରିବେ ।

ଭାରତ ହେରିଟେଜ ସର୍ଭିସେସ: ଋଷିକେଶରେ ରହିଛି ଭାରତ ହେରିଟେଜ ସର୍ଭିସେସ । ଏଠାରେ ସଂସ୍ଥା ପକ୍ଷରୁ ଲୋକଙ୍କୁ ଫ୍ରି ସୁବିଧା ଉପଲବ୍ଧ । ଏଠାରେ ବିନା କୌଣସି ଖର୍ଚ୍ଚରେ ଆପଣ ରହଣୀ ଓ ଖାଦ୍ୟପେୟ ପାଇବା ସହ ମନ୍ଦିର ଦର୍ଶନ ଓ ଗଙ୍ଗା କୂଳରେ ସମୟ ଅତିବାହିତ କରିପାରିବେ ।

ହିମାଚଳରେ ଦେୟମୁକ୍ତ ରହଣୀ ସ୍ଥାନ: ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର ହିମାଚଳ ପ୍ରଦେଶର ପାହାଡି ଇଲାକା ଅନେକଙ୍କ ଡେଷ୍ଟିନେସନ କହିଲେ ଭୁଲ ହେବ ନାହିଁ । ଯେକେହିବି ଏଠାକୁ ଯିବାକୁ ମନ ବଳାଇଥାନ୍ତି । ଏଠାରେ ଥିବା ଗୁରୁଦ୍ବାରରେ ମଣିକରଣ ସାହେବରେ ଆପଣ ରହିପାରିବେ । ଏଠାରେ ଦେୟମୁକ୍ତ ଖାଦ୍ୟପେୟର ମଧ୍ୟ ବ୍ୟବସ୍ଥା ରହିଛି ।

ଏହା ବି ପଢନ୍ତୁ...ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ଉଟି ପାଇଁ ଇ-ପାସ ବାଧ୍ୟତାମୂଳକ, ଏହି ଦିନଠୁ ନିୟମ ଲାଗୁ - E Pass for Ooty and Kodaikanal

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.