ETV Bharat / bharat

୧୯୭୫ ଏମରଜେନ୍ସି: କିଏ ଓ କାହିଁକି ଜାରି କରିଥିଲେ ଜରୁରୀକାଳୀନ ସ୍ଥିତି ? ସ୍ବାଧୀନ ଦେଶରେ ସ୍ବାଧୀନତାରୁ ବଞ୍ଚିତ ହୋଇଥିଲେ ଦେଶବାସୀ - 50TH ANNIVERSARY OF EMERGENCY

1975 Emergency in India by Indira Gandhi: ଜରୁରୀ ସ୍ଥିତିକୁ ପୂରିଲା 49 ବର୍ଷ । ପୂରା ଦେଶକୁ ଦୋହଲାଇ ଦେଇଥିଲା ଏହି ନିଷ୍ପତ୍ତି । ଇତିହାସ ପୃଷ୍ଠାରେ ବିବାଦୀୟ ହୋଇଥିଲେ ତତକାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ । ଜେଲ କୋଠରୀରେ ନଜର ଆସିଥିଲେ ତମାମ ବିରୋଧୀ ନେତା । ସ୍ବାଧୀନତା ପରେ ମଧ୍ୟ ୧୯୭୫ରୁ ୧୯୭୭ 2 ବର୍ଷ ଧରି ମୌଳିକ ଅଧିକାର ହରାଇଥିଲେ ଦେଶବାସୀ । କେମିତି ଥିଲା ଜରୁରୀକାଳୀନ ପରିସ୍ଥିତି, ଆସନ୍ତୁ ଜାଣିବା,

ଏମରଜେନ୍ସିକୁ 49 ବର୍ଷ ପୂର୍ତ୍ତି: ସ୍ବାଧୀନତା ପରେ ମଧ୍ୟ ମୌଳିକ ଅଧିକାର ହରାଇଥିଲେ ଦେଶବାସୀ
ଏମରଜେନ୍ସିକୁ 49 ବର୍ଷ ପୂର୍ତ୍ତି: ସ୍ବାଧୀନତା ପରେ ମଧ୍ୟ ମୌଳିକ ଅଧିକାର ହରାଇଥିଲେ ଦେଶବାସୀ (ETV Bharat Odisha)
author img

By ETV Bharat Odisha Team

Published : Jun 25, 2024, 12:55 PM IST

ନୂଆଦିଲ୍ଲୀ: ସମୟ ଥିଲା 1975 ମସିହା ଆଜିର ଦିନ (ଜୁନ 25 ତାରିଖ) । ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ‘ଅଲ ଇଣ୍ଡିଆ ରେଡିଓ’ରେ ଦେଶବାସୀଙ୍କୁ ସମ୍ବୋଧିତ କରିଥିଲେ । ହେଲେ ଏହି ସମ୍ବୋଧନ ପୂର୍ବପରି ସାଧାରଣ ସମ୍ବୋଧନ ନଥିଲା ବରଂ ସମଗ୍ର ଦେଶକୁ ଏହି ଘୋଷଣାର ସ୍ତବ୍ଦ କରିଦେଇଥିଲା । ସାରା ଦେଶରେ ଜରୁରୀ ସ୍ଥିତି ଜାରି କରାଯାଉଥିବା ଘୋଷଣା କରିଥିଲେ ଇନ୍ଦିରା । ଦେଶରେ ଆଭ୍ୟନ୍ତରୀଣ ଅସ୍ଥିରତା କାରଣରୁ ରାଷ୍ଟ୍ରପତି ଫକୁରୁଦ୍ଦିନ ଅଲ୍ଲୀ ଅହମ୍ମଦ ଏହାକୁ ଜାରି କରିଥିବା ଇନ୍ଦିରା ଦେଶକୁ ଅବଗତ କରିଥିଲେ । ଇନ୍ଦିରାଙ୍କ ଏହି ଘୋଷଣା ପରେ ସାରା ଦେଶର ସାମାଜିକ, ରାଜନୈତିକ ସ୍ଥିତି ବଦଳିଯାଇଥିଲା ।

ଦେଶବାସୀଙ୍କୁ ସମ୍ବିଧାନ ପ୍ରଦତ୍ତ ମୌଳିକ ଅଧିକାର ଛଡ଼ାଇ ନେଇଥିଲା ଏହି ଘୋଷଣା । ସରକାର ବିରୋଧୀ ଯେକୌଣସି କାର୍ଯ୍ୟକଳାପକୁ ବ୍ୟାନ କରାଯାଇ ଥିଲା । ମୁକ୍ତ ଅଭିବ୍ୟକ୍ତିର ଅଧିକାର ସମେତ ସମସ୍ତ ମୌଳିକ ଅଧିକାରରୁ ବଞ୍ଚିତ ହୋଇଥିଲେ ଦେଶବାସୀ । ଗଣମାଧ୍ୟମ ମଧ୍ୟ ସ୍ବାଧୀନତା ହରାଇଥିଲା । ଅନେକ ମୁଦ୍ରିତ ଗଣମାଧ୍ୟମ କାର୍ଯ୍ୟାଳୟକୁ ବିଦ୍ୟୁତ ଯୋଗାଣ ବନ୍ଦ କରାଯାଇଥିଲା । ସାରା ଦେଶରେ ଦେଖିବାକୁ ମିଳିଥିଲା ଅଦ୍ଭୁତପୂର୍ବ ଗିରଫଦାରୀ । ଦେଶ ତମାମ ବିରୋଧୀଙ୍କୁ ଗିରଫ କରି ଜେଲକୁ ପଠାଯାଇଥିଲା । ଜୟପ୍ରକାଶ ନାରାୟଣ, ରାଜ ନାରାୟଣ, ମୋର୍ରାଜୀ ଦେଶାଇ, ରାମ ମନୋହର ଲୋହିଆଙ୍କ ପରି ଶୀର୍ଷ ନେତା ଜେଲ କୋଠରୀରେ ବନ୍ଦ ହୋଇଯାଇଥିଲେ । 2ବର୍ଷ ପର୍ଯ୍ୟନ୍ତ ଦେଶରେ ଜାରି ରହିଥିଲା ଏହି ଜରୁରୀ ସ୍ଥିତି । ଲୋକତନ୍ତ୍ରର ଇତିହାସରେ ବିବାଦୀୟ ହୋଇପଡିଥିଲେ ସେତେବେଳର ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ । ସ୍ବାଧୀନ ଭାରତର ସେହି କଳା ଦିନକୁ ଆଜି 49ବର୍ଷ ପୂରିଛି ।

କାହିଁକି ଜନ୍ମ ନେଲା ଜରୁରୀ ସ୍ଥିତିର ଆବଶ୍ୟକତା:-

1966ରେ ପ୍ରଥମ ଥର ଭାରତର ପ୍ରଧାନମନ୍ତ୍ରୀ ଭାବେ ନିର୍ବାଚିତ ହୋଇଥିଲେ ଇନ୍ଦିରା ଗାନ୍ଧୀ । 1969ରେ ଇନ୍ଦିରା ଦଳ ବିରୋଧୀ କାର୍ଯ୍ୟକଳାପ ଅଭିଯୋଗରେ ଦଳରୁ ବହିଷ୍କୃତ ହୋଇଥିଲେ । ମାତ୍ର ତାଙ୍କ ସହ କଂଗ୍ରେସ ମଧ୍ୟ ଦୁଇ ଭାଗରେ ବିଭକ୍ତ ହୋଇଥିଲା । ଇନ୍ଦିରାଙ୍କ ସମର୍ଥିତ ଗୋଷ୍ଠୀ କଂଗ୍ରେସ (ଆର) ଭାବରେ ନାମିତ ହେଲା । ଏହି ଗୋଷ୍ଠୀ ହିଁ 1971 ସାଧାରଣ ନିର୍ବାଚନରେ ବିଜୟ ଲାଭ କରି କେନ୍ଦ୍ରରେ ସରକାର ଗଠନ କଲା । ଇନ୍ଦିରା ଗାନ୍ଧୀ ଉତ୍ତର ପ୍ରଦେଶର ରାଏ-ବରେଲୀରୁ ନିଜ ପ୍ରତିଦ୍ବନ୍ଦ୍ବୀ ‘ସଂଯୁକ୍ତ ଦେଶ ପାର୍ଟି’ ପ୍ରାର୍ଥୀ ରାଜ ନାୟରାୟଣଙ୍କଠାରୁ ବିଜୟୀ ହୋଇଥିଲେ ।

କାର୍ଯ୍ୟାଳୟରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ
କାର୍ଯ୍ୟାଳୟରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ (ETV Bharat Odisha)

ଆହ୍ଲାବାଦ ହାଇକୋର୍ଟରୁ ଇନ୍ଦିରାଙ୍କୁ ଲାଗିଥିଲା ଝଟକା:-

ଇନ୍ଦିରା ନିର୍ବାଚନରେ ସରକାରୀ କଳ ଓ ଅର୍ଥ ଓ କ୍ଷମତାର ଦୂରୁପଯୋଗ କରିଥିବା ନେଇ ରାଜ ନାରାୟଣ ଆହ୍ଲାବାଦ ହାଇକୋର୍ଟର ଦ୍ବାରସ୍ଥ ହୋଇଥିଲେ । ଯାହା ଇନ୍ଦିରାଙ୍କ ପାଇଁ ପରବର୍ତ୍ତୀ ସମୟରେ ମହଙ୍ଗା ସାବ୍ୟସ୍ତ ହୋଇଥିଲା । ଆହ୍ଲାବାଦ ହାଇକୋର୍ଟ ଇନ୍ଦିରାଙ୍କ ନିର୍ବାଚନ ବିଜୟକୁ ଅସିଦ୍ଧ ଘୋଷଣା କରିବା 6 ବର୍ଷ ନିର୍ବାଚନ ଲଢିବା ଉପରେ ମଧ୍ୟ କଟକଣା ଜାରି କରିଥିଲେ । ଇନ୍ଦିରା କୌଣସି ନିର୍ବାଚିତ ପଦବୀରେ ରହିପାରିବେନି ବୋଲି କୋର୍ଟଙ୍କ ରାୟ ପୂରା ଦେଶରେ ଚର୍ଚ୍ଚା ସୃଷ୍ଟି କରିଥିଲା । ଏହାକୁ ଗ୍ରହଣ କରିବା ପାଇଁ ଇନ୍ଦିରା କିମ୍ବା ତାଙ୍କ ନେତୃତ୍ବାଧୀନ କଂଗ୍ରେସ ଆଦୌ ପ୍ରସ୍ତୁତ ନଥିଲେ ।

ଏମରଜେନ୍ସିକୁ 49 ବର୍ଷ ପୂର୍ତ୍ତି: ସ୍ବାଧୀନତା ପରେ ମଧ୍ୟ ମୌଳିକ ଅଧିକାର ହରାଇଥିଲେ ଦେଶବାସୀ
ଏମରଜେନ୍ସିକୁ 49 ବର୍ଷ ପୂର୍ତ୍ତି: ସ୍ବାଧୀନତା ପରେ ମଧ୍ୟ ମୌଳିକ ଅଧିକାର ହରାଇଥିଲେ ଦେଶବାସୀ (ETV Bharat Odisha)

ଜେ.ପି ଓ ସମ୍ପୂର୍ଣ୍ଣ କ୍ରାନ୍ତି ଆନ୍ଦୋଳନ:

ଇନ୍ଦିରାଙ୍କ ଶାସନରେ ଦେଶର ବିଭିନ୍ନ କର୍ମଚାରୀ ବର୍ଗ ଆନ୍ଦୋଳନକୁ ଓହ୍ଲାଇଥିଲେ । ବିଭିନ୍ନ ଦାବି ନେଇ ସେମାନେ ଦିଲ୍ଲୀ, ପାଟନା ଆଦି ସ୍ଥାନରେ ଆନ୍ଦୋଳନ କେନ୍ଦ୍ର ସରକାର କରୁଥିଲେ । ବିହାରରେ ତତ୍କାଳୀନ କଂଗ୍ରେସ ନେତୃତ୍ବାଧୀନ ପ୍ରାଦେଶିକ ସରକାରକୁ ଭଙ୍ଗ କରିବା ପାଇଁ ଆନ୍ଦୋଳନ ମୁଣ୍ଡ ଟେକୁଥାଏ । ବିଶେଷ ଭାବେ ଛାତ୍ର ଆନ୍ଦୋଳନ ବିହାରରେ ବ୍ୟାପକ ହେବାରେ ଲାଗିଥିଲା । 1974 ମାର୍ଚ୍ଚ 18 ତାରିଖରେ ଏହି ଆନ୍ଦୋଳନର ନେତୃତ୍ବ ନେଇଥିଲେ ବିଶିଷ୍ଟ ସମାଜବାଦୀ ନେତା ଜୟ ପ୍ରକାଶ ନାରାୟଣ (ଜେପି) । ବିହାରରୁ ଆରମ୍ଭ ହୋଇଥିବା ଏହି ଆନ୍ଦୋଳନ ପରବର୍ତ୍ତୀ ସମୟରେ ଦିଲ୍ଲୀର କଂଗ୍ରେସ ସରକାର ଗାଦିକୁ ମଧ୍ୟ ଦୋହଲାଇବା ଆରମ୍ଭ କରିଥିଲା । ଜେ.ପି ସମଗ୍ର ଦେଶରେ ‘ସମ୍ପୂର୍ଣ୍ଣ କ୍ରାନ୍ତି’ ଆନ୍ଦୋଳନ ଡାକରା ଦେଇଥିଲେ । ଏହା ଥିଲା ସ୍ବାଧୀନ ଭାରତର ସର୍ବବୃହତ୍ତ ଆନ୍ଦୋଳନ । ଯାହା ସିଧାସଳଖ ଇନ୍ଦିରାଙ୍କ ନେତୃତ୍ବ ପ୍ରତି ବିପଦ ସୃଷ୍ଟି କରିଥିଲା । ଗୋଟିଏ ପରେ ଆହ୍ଲାବାଦ ହାଇକୋର୍ଟଙ୍କ ଆଦେଶ ଓ ଜେପିଙ୍କ ବ୍ୟାପକ ଆନ୍ଦୋଳନ କାରଣରୁ ଇନ୍ଦିରା ଭାରତୀୟ ସମ୍ବିଧାନର ଧାରା-352 ର ବ୍ୟବହାର କରିବାକୁ ଏକମାତ୍ର ବିକଳ୍ପ ଭାବେ ଚିନ୍ତା କଲେ ।

ଆନ୍ଦୋଳନକୁ ସମ୍ବୋଧିତ କରୁଛନ୍ତି ଜୟ ପ୍ରକାଶ ନାରାୟଣ
ଆନ୍ଦୋଳନକୁ ସମ୍ବୋଧିତ କରୁଛନ୍ତି ଜୟ ପ୍ରକାଶ ନାରାୟଣ (ETV Bharat Odisha)

ଏମରଜେନ୍ସି ପାଇଁ 1977 ରେ ପରାଜିତ ହୋଇଥିଲେ ଇନ୍ଦିରା

1975 ଜୁନ 25 ମଧ୍ୟରାତ୍ରିରୁ ଦେଶବ୍ୟାପୀ ଜରୁରୀ କାଳୀନ ସ୍ଥିତି ଘୋଷଣା କରିଥିଲେ ଇନ୍ଦିରା ଗାନ୍ଧୀ । ଏହା ଫଳରେ କେନ୍ଦ୍ର ସରକାର ଅଖଣ୍ଡ କ୍ଷମତାର ଅଧିକାରୀ ହେବା ପ୍ରାଦେଶିକ ସ୍ତରରେ ନିର୍ବାଚିତ ସରକାରଙ୍କର କ୍ଷମତା ଅତ୍ୟନ୍ତ ସଙ୍କୁଚିତ ହୋଇପଡିଥିଲା । ପ୍ରାଦେଶିକ ସରକାରମାନେ କେନ୍ଦ୍ର ସରକାର ନିୟନ୍ତ୍ରଣାଧୀନ ହୋଇଥିଲେ । ନାଗରିକଙ୍କ ମୌଳିକ ଅଧିକାର ମଧ୍ୟ ଶେଷ ହୋଇଯାଇଥିଲା । ଏହି ସ୍ଥିତି ପ୍ରାୟ 2ବର୍ଷ ଧରି ବଳବତ୍ତର ରହିଥିଲା । 1977ରେ ଜରୁରୀ ସ୍ଥିତି ପ୍ରତ୍ୟାହାର ହେବା ସହ ଦେଶରେ ସାଧାରଣ ନିର୍ବାଚନ ମଧ୍ୟ ହୋଇଥିଲା । ଏଥିରେ ଇନ୍ଦିରା ଓ କଂଗ୍ରେସ ପ୍ରଥମ ଥର ପାଇଁ ପରାଜିତ ହୋଇଥିଲା । ମୋରାର୍ଜୀ ଦେଶାଇ ଦେଶର ପ୍ରଥମ ଅଣକଂଗ୍ରେସ ପ୍ରଧାନମନ୍ତ୍ରୀ ହୋଇଥିଲେ । ଜନତା ଦଳ ପ୍ରଥମ ଅଣକଂଗ୍ରେସ ସରକାର ଗଠନ କରିଥିଲା ।

ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଉଛନ୍ତି ମୋରାର୍ଜୀ ଦେଶାଇ
ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଉଛନ୍ତି ମୋରାର୍ଜୀ ଦେଶାଇ (ETV Bharat Odisha)

ଏମରଜେନ୍ସି ଭାରତୀୟ ଇତିହାସରେ ଏକ କଳା ଫର୍ଦ୍ଦ: ମୋଦି :-

ଗତକାଲି(ସୋମବାର) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସଂସଦ ଅଧିବେଶର ଉଦଘାଟନୀ କାର୍ଯ୍ୟ ଦିବସରେ ଅଂଶଗ୍ରହଣ କରିବା ପୂର୍ବର ଗଣମାଧ୍ୟମ ସମ୍ବୋଧନରେ ଏହି ଜରୁରୀ କାଳୀନ ଘୋଷଣା କଥା ଉଠାଇ କଂଗ୍ରେସକୁ ଟାର୍ଗେଟ କରିଥିଲେେ । ଦେଶର ଗଣତନ୍ତ୍ରରେ ଏହି ଜରୁରୀ ସ୍ଥିତି ଘୋଷଣା ଏକ କଳା ଫର୍ଦ୍ଦ ବୋଲି କହିଥିଲେ । ଯେଉଁମାନେ ଭାରତର ଗଣତାନ୍ତ୍ରିକ ପରମ୍ପରାରେ ବିଶ୍ବାସ ରଖନ୍ତି, ସେମାନଙ୍କ ଏହି ଦିନ ଅଭୁଲା । ଦେଶର ଇତିହାସରେ ଏକ କଳାଫର୍ଦ୍ଦ ବୋଲି କହିଥିଲେ ମୋଦି । ବିଜେପି ମଧ୍ୟ ଏହି ପ୍ରସଙ୍ଗରେ ବହୁବାର କଂଗ୍ରେସକୁ ଟାର୍ଗେଟ କରିଆସିଛି । ଏହି ପୂରା ପ୍ରସଙ୍ଗ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କୁ ବିବାଦ ମଧ୍ୟକୁ ଠେଲିଦେଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.