ETV Bharat / bharat

ନିର୍ବାଚନ ଆଚରଣ ବିଧି କଣ ? କଣ ରହିଛି ନିୟମ ଓ ସର୍ତ୍ତ

author img

By ETV Bharat Odisha Team

Published : Mar 16, 2024, 11:47 AM IST

Updated : Mar 16, 2024, 12:12 PM IST

Model Code of Conduct: ନିର୍ବାଚନ ତାରିଖ ଘୋଷଣା ହେବା ପରେ ସାରା ଦେଶରେ ଆଜିଠୁ ଲାଗୁ ହେବ ନିର୍ବାଚନ ଆଚରଣ ବିଧି । ଜାଣନ୍ତୁ ଏହା କଣ । କେଉଁ କେଉଁ ନିୟମ ସବୁ ପାଳନ କରିବାକୁ ପଡିଥାଏ । ଆପଣ ମନରେ ଆସୁଥିବା ସମସ୍ତ ପ୍ରଶ୍ନର ଉତ୍ତର ସରଳରେ ସଂକ୍ଷେପରେ ଦିଆଯାଇଛି । ପଢନ୍ତୁ ସମ୍ପୂର୍ଣ୍ଣ ଖବର ।

Model Code of Conduct
Model Code of Conduct

ନୂଆଦିଲ୍ଲୀ: ଆଉ କିଛି ଘଣ୍ଟାର ଅପେକ୍ଷା । ବାଜିବ ନିର୍ବାଚନ ବିଗୁଲ । ଲୋକସଭା ସହ 4 ରାଜ୍ୟର ବିଧାନସଭା ନିର୍ବାଚନ ନେଇ ଘୋଷଣା ହେବ ତାରିଖ । ନିର୍ବାଚନ ତାରିଖ ଘୋଷଣା ହେବା ପରେ ସାରା ଦେଶରେ ଲାଗୁ ହେବ ଆଦର୍ଶ ଆଚରଣ ବିଧି । ନିର୍ବାଚନ ଆଚରଣ ବିଧି କଣ ? ଆଚରଣ ବିଧି ସମ୍ପର୍କରେ ଜାଣିବା ପାଇଁ ଅନେକଙ୍କ ମନରେ ଜିଜ୍ଞାସା ରହିଥାଏ । ଆପଣଙ୍କ ମନରେ ବି ଏମିତି କିଛି ପ୍ରଶ୍ନ ଯଦି ଆସୁଥାଏ । ନିମ୍ନରେ ଦିଆଯାଇଛି ସଂକ୍ଷେପରେ ।

ଆଦର୍ଶ ଆଚରଣ ବିଧି କଣ ?

ନିର୍ବାଚନକୁ ସ୍ବଚ୍ଛ ଭାବେ ଓ ସୁଚାରୁ ରୂପେ କରିବା ପାଇଁ ନିର୍ବାଚନ ଆୟୋଗ କିଛି ନିୟମ କରିଥାଏ । ଯାହାର ପାଳନ ଉଭୟ ପ୍ରାର୍ଥୀ ଓ ଦଳକୁ କରିବାକୁ ପଡିଥାଏ । ଏହାକୁ କୁହାଯାଏ ଆଦର୍ଶ ଆଚରଣ ବିଧି । ଲୋକସଭା ଓ ବିଧାନସଭା ନିର୍ବାଚନ ସମୟରେ ପ୍ରାର୍ଥୀ, ନେତା, ଦଳ ଓ ସରକାରଙ୍କୁ ନିର୍ବାଚନ ଆୟୋଗଙ୍କ ନିୟମକୁ ଅନୁପାଳନ କରିବାକୁ ପଡିଥାଏ ।

କେବେଠୁ ଲାଗୁ ହୁଏ ଆଦର୍ଶ ଆଚରଣ ବିଧି ?

ନିର୍ବାଚନ ତାରିଖ ଘୋଷଣା ପରଠୁ ତୁରନ୍ତ ଲାଗୁ ହୋଇଥାଏ । ଯେଉଁ ସମୟରେ ନିର୍ବାଚନ ଆୟୋଗ ତାରିଖ ଘୋଷଣା କରିଥାଏ । ସେହି ସମୟରୁ ହିଁ ଲାଗୁ ହୋଇଥାଏ ନିୟମ । ନିର୍ବାଚନ ସମସ୍ତ ପକ୍ରିୟା ଶେଷ ହେବା ପର୍ଯ୍ୟନ୍ତ ଏହା ଲାଗୁ ହୋଇଥାଏ ।

ଆଦର୍ଶ ଆଚରଣ ବିଧି ଲାଗୁ ସମୟରେ କର୍ମଚାରୀଙ୍କ ବଦଳି କରାଯାଇପାରେ କି ?

ଏ ପ୍ରଶ୍ନ ଆପଣଙ୍କ ମନରେ ଆସିବା ସ୍ବାଭାବିକ । ଏହାର ଉତ୍ତର ନା । ଆଦର୍ଶ ଆଚରଣ ବିଧି ଲାଗୁ ହେବା କର୍ମଚାରୀଙ୍କୁ ବଦଳି କରାଯାଇନପାରେ । କିନ୍ତୁ ଜରୁରୀ ପରିସ୍ଥିତିକୁ ଦୃଷ୍ଟିରେ ରଖି ବଦଳି କରାଯାଇପାରେ । ଏଥିପାଇଁ ନିର୍ବାଚନ ଆୟୋଗଙ୍କ ଅନୁମତି ନେବାକୁ ପଡିଥାଏ ।

ପ୍ରଚାର ସମୟରେ କେଉଁ କେଉଁ ଦିଗକୁ ଧ୍ୟାନ ଦିଆଯାଏ ?

ନିର୍ବାଚନୀ ପ୍ରଚାର ସମୟରେ ନେତା ହୁଅନ୍ତୁ କି ପ୍ରାର୍ଥୀ ସମାଜରେ ଘୃଣା ଭାବ ସୃଷ୍ଟି କରୁଥିବା କାର୍ଯ୍ୟ କରିପାରିବେ ନାହିଁ । କୌଣସି ଜାତି,ସମୁଦାୟ ମଧ୍ୟରେ ଘୃଣା ଭାବ ସୃଷ୍ଟି କରିପାରିବେ ନାହିଁ । କୌଣସି ଭାଷାର ଅପମାନ କିମ୍ବା କୌଣସି ଦଳ ଉପରେ ମିଥ୍ୟା ଆରୋପ ଲଗାଇ ପାରିବେ ନାହିଁ ।

କେଉଁଠି ଲାଗୁ ହୋଇଥାଏ ଆଦର୍ଶ ଆଚରଣ ବିଧି ?

ଏବେ ଦେଶରେ ଲୋକସଭା ନିର୍ବାଚନ ଅନୁଷ୍ଠିତ ହେଉଥିବାରୁ ସାରା ଦେଶରେ ଲାଗୁ ହେବ ଆଚରଣ ବିଧି । ଯେଉଁ ଯେଉଁ ରାଜ୍ୟରେ ନିର୍ବାଚନ ଅନୁଷ୍ଠିତ ହେବାକୁ ଥାଏ ସେହି ରାଜ୍ୟରେ ହିଁ କେବଳ ଲାଗୁ ହୋଇଥାଏ ଆଚରଣ ବିଧି ।

କେଉଁ ଆଇନ ବଳରେ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଥାଏ ?

ଉତ୍ତର ନା । କୌଣସି ଆଇନ ବଳରେ ନୁହେଁ ରାଜନୈତିକ ଦଳର ସହମତି ଭିତ୍ତିରେ ପ୍ରସ୍ତୁତ କରାଯାଇଛି ।

ପ୍ରଥମେ କେଉଁଠି ଲାଗୁ ହୋଇଥିଲା ଆଦର୍ଶ ଆଚରଣ ବିଧି ?

ପ୍ରଥମେ କେରଳରେ 1960 ମସିହାରେ ଏହା ଲାଗୁ ହୋଇଥିଲା ।

ସାରା ଦେଶରେ କେବେ ଲାଗୁ ହେଲା ?

1962 ପ୍ରଥମ ଥର ଲୋକସଭା ନିର୍ବାଚନରେ ସାରା ଦେଶରେ ଲାଗୁ ହୋଇଥିଲା ।

ଧର୍ମକୁ ନେଇ ଭୋଟ ମାଗି ପାରିବେ କି ନେତା ?

ଧର୍ମକୁ ନେଇ ପ୍ରଚାର କରିପାରିବେ ନାହିଁ ନେତା । ଜାତି ବା ସମ୍ପ୍ରଦାୟକୁ ନେଇ ରାଜନୀତିକରଣ କରାଯାଇପାରିବ ନାହିଁ । ଏହାକୁ ନେଇ ଭୋଟ ମାଗି ପାରିବେ ନାହିଁ ନେତା ।

ପ୍ରାର୍ଥୀ ମତଦାନ ଦିନ ଭୋଟ ପାଇଁ ଅପିଲ୍‌ କରିପାରିବେ କି ?

ହଁ ପ୍ରାର୍ଥୀ ଘରକୁ ଘର ଯାଇ ଭୋଟ ମାଗି ପାରିବେ । କିନ୍ତୁ ମତଦାନ କେନ୍ଦ୍ରର 100 ମିଟର ଭିତରେ ଭୋଟ ମାଗି ପାରିବେ ନାହିଁ ।

ଏହି ସମୟରେ ସରକାର ବିଭିନ୍ନ ଯୋଜନା ଘୋଷଣା କରିପାରିବେ କି ?

ଉତ୍ତର ନା । ଏହି ସମୟରେ ସରକାର କୌଣସି ଲୋଭନୀୟ ଘୋଷଣା କରିପାରିବେ ନାହିଁ ।

ଆଦର୍ଶ ଆଚରଣ ବିଧି ପାଳନ ନକଲେ କଣ ହେବ ?

ନିର୍ବାଚନ ଆୟୋଗ ଦ୍ବାରା ନିୟମ ସବୁ ପାଳନ କରିବା ଅନିବାର୍ଯ୍ୟ । ନଚେତ୍‌ ନିର୍ବାଚନ ଆୟୋଗ ଏଥିପାଇଁ କାର୍ଯ୍ୟାନୁଷ୍ଠାନ ନେଇପାରନ୍ତି ।

ପ୍ରଚାର ପାଇଁ ନେତା ମାନେ ସରକାରୀ ଗାଡି ବ୍ୟବହାର କରିପାରିବେ କି ?

ନା, ଆଦର୍ଶ ଆଚରଣ ବିଧି ଲାଗୁ ହେବା ପରେ କୌଣସି ନେତା ବା ମନ୍ତ୍ରୀ ସରକାରୀ ଗାଡିକୁ ପ୍ରଚାର ପାଇଁ ବ୍ୟବହାର କରିପାରିବେ ନାହିଁ ।

ନିର୍ବାଚନ ସମ୍ପର୍କିତ ଖବର ନିମ୍ନରେ ପଢନ୍ତୁ:

ଆଜି ବାଜିବ ନିର୍ବାଚନ ବିଗୁଲ

ଚର୍ଚ୍ଚାରେ ତଳସରା ନିର୍ବାଚନ ମଣ୍ଡଳୀ: କେଉଁ ଦଳରୁ କିଏ ପ୍ରାର୍ଥୀ, ରିପିଟ୍ ନା ନୂଆ ମୁହଁ !

ରେଢାଖୋଲ ବିଧାନସଭା ଆସନ; ଏଥର ସ୍ଥାନୀୟ ନେତାଙ୍କୁ ପ୍ରାର୍ଥୀ କରିବେ କି ଦଳ ?

Last Updated : Mar 16, 2024, 12:12 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.