ନୂଆଦିଲ୍ଲୀ: ଲୋକସଭାରେ ଆଗତ ହେଲା ବହୁଚର୍ଚ୍ଚିତ ‘ଓ୍ବାକଫ୍ (ସଂଶୋଧନ) ଅଧିନିୟମ-2024 । ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ କିରଣ ରିଜଜୁ ଏହି ବିଧେୟକକୁ ଆଗତ କରିବା ପରେ ଚର୍ଚ୍ଚା ଜାରି ରହିଛି । ବିରୋଧୀ ଦଳମାନେ ଏହାକୁ ସିଧା ବିରୋଧ କରିଛନ୍ତି । ଏହା ଭାରତୀୟ ସମ୍ବିଧାନ ଉପରେ ଆକ୍ରମଣ ବୋଲି କହିଛି ମୁଖ୍ୟ ବିରୋଧୀ ଦଳ କଂଗ୍ରେସ । ଦଳର ବରିଷ୍ଠ ନେତା କେ.ସି ବେଣୁଗୋପାଲ ଏହି ଚର୍ଚ୍ଚାରେ ଅଂଶଗ୍ରହଣ କରି ଏହାକୁ ସିଧା ସମ୍ବିଧାନ ବିରୋଧୀ ବୋଲି ଦର୍ଶାଇଛନ୍ତି । ଏହି ସଂଶୋଧନ ଅନୁସାରେ, ଓ୍ବାକଅଫ ବୋର୍ଡରେ ମହିଳା ଓ ଅଣମୁସଲିମ ସଦସ୍ୟଙ୍କୁ ସ୍ଥାନ ଦେବା ପାଇଁ ପ୍ରାବଧାନ ରହିଛି । ତେଣୁ ଏହା ଭାରତୀୟ ସମ୍ବିଧାନ ବିରୋଧୀ ବୋଲି କହିଛନ୍ତି ବେଣୁଗୋପାଲ ।
#WATCH | Congress MP KC Venugopal opposes Waqf (Amendment) Bill, 2024 in Lok Sabha
— ANI (@ANI) August 8, 2024
He says, " this bill is a fundamental attack on the constitution…through this bill, they are putting a provision that non-muslims also be members of the waqf governing council. it is a direct… pic.twitter.com/ISzfV2PB6Y
- ସଂଶୋଧିତ ଅଧିନିୟମରେ କଣ ରହିଛି ବ୍ୟବସ୍ଥା:-
ଓ୍ବାକଫ ଅଧିନିୟମ (1995-Waqf Act)ର ଧାରା-44ରେ ସଂଶୋଧନ କରିବା ପାଇଁ ଏହି ବିଲ୍ ଆଣିଛି କେନ୍ଦ୍ର । ସଂଶୋଧନ ନିୟମାବଳି ଅନୁସାରେ, କେନ୍ଦ୍ରୀୟ ଓ୍ବାକଫ କାଉନସିଲ ଓ ରାଜ୍ୟ ଓ୍ବାକଫ ବୋର୍ଡରେ ଅତିକମରେ ଦୁଇଜଣ ଲେଖାଏଁ ମହିଳା ସଦସ୍ୟା ରହିବେ । ଏହା ବ୍ୟତୀତ ବୋର୍ଡ ଗ୍ରହଣ କରୁଥିବା ଅର୍ଥରାଶି ମଧ୍ୟ ମହିଳା, ବିଧବା ଓ ବିବାହ ବିଚ୍ଛେଦ ହୋଇଥିବା ମହିଳା, ଅନାଥ ଶିଶୁଙ୍କ ପାଇଁ ଖର୍ଚ୍ଚ ହେବ । ଏହି ଖର୍ଚ୍ଚ ଖସଡା ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ପ୍ରସ୍ତୁତ ହେବ । ଏହି ସଂଶୋଧନରେ ଅନ୍ୟ ଏକ ବଡ ଦିଗ ହେଉଛି ଏହି ବୋର୍ଡରେ ଅଣମୁସଲିମ ସଦସ୍ୟ ମଧ୍ୟ ରହିପାରିବେ । ସେମାନେ କେନ୍ଦ୍ର ସରକାର ଦ୍ବାରା ମନୋନୀତ ହେବେ ।
#WATCH | Union Minister of Minority Affairs Kiren Rijiju moves Waqf (Amendment) Bill, 2024 in Lok Sabha pic.twitter.com/g65rf2tDow
— ANI (@ANI) August 8, 2024
- କେଉଁ ତର୍କ ସହ ବିରୋଧ କଲେ ବିରୋଧୀ:-
କଂଗ୍ରେସ ପରେ ଦ୍ବିତୀୟ ବୃହତ୍ତମ ବିରୋଧୀ ଦଳ ସମାଜବାଦୀ ପାର୍ଟି ମଧ୍ୟ ଏହି ବିଲର ତୀବ୍ର ଆଲୋଚନା କରିଛି । ଦଳ ସୁପ୍ରିମୋ ତଥା ସାଂସଦ ଅଖିଳେଶ ଯାଦବ, ଚର୍ଚ୍ଚାରେ ବିବୃତ୍ତି ରଖି କହିଛନ୍ତି, ଏହି ବିଲ୍ ସୁଚିନ୍ତିତ ରାଜନୈତିକ ଅଭିସନ୍ଧି ସହ ପ୍ରସ୍ତୁତ କରାଯାଉଛି । ବୋର୍ଡରେ ନିର୍ବାଚନ ପ୍ରକ୍ରିୟା ରହିଛି । ତଥାପି ଏହା ମଧ୍ୟକୁ ସଦସ୍ୟ ମନୋନୀତ କରାଯିବାର ଅର୍ଥ ଓ ଆବଶ୍ୟକତା କ’ଣ । ଏହା ଏକ ଧର୍ମଗତ ସଂସ୍ଥା । ଏଥିରେ ଅନ୍ୟ ସମ୍ପ୍ରଦାୟର ସଦସ୍ୟଙ୍କୁ ଚୟନ କରିବା ପଛରେ ତର୍କ କଣ ବୋଲି ଅଖିଳେଶ ପ୍ରଶ୍ନ କରିଛନ୍ତି ।
Opposing the Waqf (Amendment) Bill, 2024 in Lok Sabha, DMK MP Kanimozhi says, " it is a direct violation of article 30 which deals with minorities to administer their institutions. this bill targets a particular religious group..." pic.twitter.com/A2FxE2eADv
— ANI (@ANI) August 8, 2024
AIMIM ସାଂସଦ ଅସଦୁଦ୍ଦିନ ଓଓ୍ବେସୀ ଏହାକୁ ସାମ୍ପ୍ରଦାୟିକ ଭେଦଭାବକାରୀ ଓ ସମ୍ବିଧାନର ମୌଳିକ ଢାଞ୍ଚା ଉପରେ ଆକ୍ରମଣ ସହ ଏହା ନ୍ୟାୟିକ ସ୍ବାଧୀନତା ବିରୋଧୀ ବୋଲି କହିଛନ୍ତି । ଏନସିପି ସାଂସଦ ସୁପ୍ରିୟା ସୁଲେ ଏହି ବିଲକୁ ଆଗତ କରିବା ପୂର୍ବରୁ ସଂସଦୀୟ ଷ୍ଟାଣ୍ଡିଂ କମିଟିକୁ ପଠାଯିବାର ଆବଶ୍ୟକତା ଥିଲା ବୋଲି କହିଛନ୍ତି । ଏହି ବିଲ୍ ହଠାତ ଆଗତ କରିବାର କ’ଣ ଆବଶ୍ୟକତା ଥିଲା ବୋଲି ସୁପ୍ରିୟା ସରକାରଙ୍କୁ ପ୍ରଶ୍ନ କରିଛନ୍ତି ।
- ୱାକଫ ବୋର୍ଡ କ’ଣ
ୱାକଫ ବୋର୍ଡ ହେଉଛି ଇସଲାମ ସମ୍ପ୍ରଦାୟର ଏକ ଆଇନଗତ ସଂସ୍ଥା, ଯାହାକି ୱାକଫ ସମ୍ପତ୍ତି ପରିଚାଳନା ପାଇଁ ମନୋନୀତ ସଦସ୍ୟଙ୍କୁ ନେଇ ଗଠିତ ହୋଇଛି । 1964 ମସିହାରେ ପ୍ରତିଷ୍ଠା ହୋଇଥିବା କେନ୍ଦ୍ରୀୟ ୱାକଫ ପରିଷଦ (CWC) ସମଗ୍ର ଭାରତରେ ଏହି ସଂସ୍ଥାର ସର୍ବୋଚ୍ଚ ଅନୁଷ୍ଠାନ । କେନ୍ଦ୍ରୀୟ ପରିଷଦ ରାଜ୍ୟସ୍ତରୀୟ ୱାକଫ୍ ବୋର୍ଡ ଗୁଡିକର କାର୍ଯ୍ୟପ୍ରଣାଳୀ ତଦାରଖ କରେ ଏବଂ ଆବଶ୍ୟକ କ୍ଷେତ୍ରରେ ପରାମର୍ଶ ମଧ୍ୟ ଦେଇଥାଏ । ଏଥିରେ ସଦସ୍ୟମାନେ କେବଳ ମୁସଲିମ ସମ୍ପ୍ରଦାୟରୁ ନିର୍ବାଚିତ ହୁଅନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ