ETV Bharat / bharat

ସୁସ୍ଥ ଅଛନ୍ତି ବିରାଟଙ୍କ ମାଆ; ସୋସିଆଲ ମିଡିଆରେ ହେଉଥିବା ଚର୍ଚ୍ଚାକୁ ଖଣ୍ଡନ କଲେ ବିକାଶ କୋହଲି

rumours over Virat Kohli mother's health: ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି ବିରାଟ କୋହଲିଙ୍କ ମାଆ । ସେ ଅସୁସ୍ଥ ଥିବା କାରଣରୁ କୋହଲି ପ୍ରଥମ ଦୁଇଟି ଟେଷ୍ଟ ମ୍ୟାଚ୍‌ ଖେଳିବେନି ବୋଲି ସୋସିଆଲ ମିଡିଆରେ ହୋଇଥିଲା ଚର୍ଚ୍ଚା । ଏହାକୁ ମିଛ ବୋଲି ସ୍ପଷ୍ଟ କରିଛନ୍ତି ବିରାଟଙ୍କ ଭାଇ ବିକାଶ କୋହଲି । ଅଧିକ ପଢ଼ନ୍ତୁ

ସୁସ୍ଥ ଅଛନ୍ତି ବିରାଟଙ୍କ ମାଆ
ସୁସ୍ଥ ଅଛନ୍ତି ବିରାଟଙ୍କ ମାଆ
author img

By ETV Bharat Odisha Team

Published : Jan 31, 2024, 7:31 PM IST

ନୂଆଦିଲ୍ଲୀ: ଇଂଲଣ୍ଡ ବିପକ୍ଷରେ ୫ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ ଆରମ୍ଭ ହୋଇଯାଇଛି । ହାଇଦ୍ରାବାଦର ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମରେ ଖେଳା ଯାଇଥିବା ପ୍ରଥମ ଟେଷ୍ଟରେ ଭାରତ ହାରିଯାଇଥିଲା । ଏହି ମ୍ୟାଚ୍‌ରେ ଷ୍ଟାର ବ୍ୟାଟର ବିରାଟ କୋହଲିଙ୍କୁ ଦଳ ଓ ପ୍ରଶଂସକ ଖୁବ ମିସ୍‌ କରିଥିଲେ । କାରଣ ବ୍ୟକ୍ତିଗତ କାରଣ ଦର୍ଶାଇ କୋହଲି ପ୍ରଥମ ଦୁଇଟି ମ୍ୟାଚ୍‌ରୁ ଓହରି ଯାଇଛନ୍ତି । ଏପଟେ ବିରାଟଙ୍କ ମାଆ ଅସୁସ୍ଥ ଥିବାରୁ ସେ ମ୍ୟାଚ୍‌ରୁ ଦୂରେଇ ଯାଇଥିବା ଚର୍ଚ୍ଚା ଆରମ୍ଭ ହୋଇଥିଲା । ଯାହାକୁ ଆଜି ଖଣ୍ଡନ କରିଛନ୍ତି ବିରାଟଙ୍କ ଭାଇ ବିକାଶ କୋହଲି ।

ବିରାଟ କୋହଲିଙ୍କ ଭାଇ ବିକାଶ କୋହଲି ବୁଧବାର ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରି ତାଙ୍କ ମାଆ ଅସୁସ୍ଥ ଥିବା ଖବରକୁ ମିଥ୍ୟା ବୋଲି କହିଛନ୍ତି । ସେ ଇନ୍‌ଷ୍ଟାଗ୍ରାମରେ ଏକ ପୋଷ୍ଟରେ ଲେଖିଛନ୍ତି, "ମୁଁ ଗତ କିଛିଦିନ ହେବ ସାମାଜିକ ଗଣମାଧ୍ୟମରେ ମୋ ମାଆଙ୍କ ଅସୁସ୍ଥତା ନେଇ ଅନେକ ଖବର ଚର୍ଚ୍ଚା ହେଉଥିବା ଦେଖୁଛି । ମାଆଙ୍କ ଅସୁସ୍ଥତା ନେଇ ହେଉଥିବା ସମସ୍ତ ଚର୍ଚ୍ଚା ମିଛ । ମୁଁ ଆପଣଙ୍କୁ ସ୍ପଷ୍ଟ କରିଦେବାକୁ ଚାହେଁ, ମୋ ମାଆ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି । ମାଆଙ୍କ ଅସୁସ୍ଥତା ସମ୍ପର୍କିତ ସମସ୍ତ ଖବର ମିଛ । ମୁଁ ଅନରୋଧ କରୁଛି, ସମ୍ପୂର୍ଣ୍ଣ ସତ ନଜାଣି କୌଣସି ଖବର ପ୍ରସାରଣ କରନ୍ତୁ ନାହିଁ ।

ଏହା ମଧ୍ୟ ପଢ଼ନ୍ତୁ...ଆଇସିସି ଟେଷ୍ଟ ମାନ୍ୟତା: ମ୍ୟାଚ୍‌ ନଖେଳି ଚମକିଲେ କୋହଲି, ଲମ୍ବ ଡିଆଁ ମାରିଲେ ଓଲି ପୋପ୍‌

ହାଇଦ୍ରାବାଦରେ ଖେଳା ଯାଇଥିବା ଇଂଲଣ୍ଡ ବିପକ୍ଷ ପ୍ରଥମ ମ୍ୟାଚ୍‌ର ଦ୍ବିତୀୟ ଇନିଂସ୍‌ରେ ଭାରତକୁ ବିଜୟ ପାଇଁ କେବଳ ୨୩୧ ରନ ଆବଶ୍ୟକ ଥିଲା । ହେଲେ ଏହା ହାସଲ କରିବାରେ ସକ୍ଷମ ହୋଇନଥିଲା ଟିମ୍‌ ଇଣ୍ଡିଆ । ଯେଉଁଥି ପାଇଁ ଷ୍ଟାର ବ୍ୟାଟର ବିରାଟ କୋହଲିଙ୍କ ଅନୁପସ୍ଥିତିକୁ ସମସ୍ତେ ଅନୁଭବ କରିଥିଲେ । ଏପରିକି ଇଂଲଣ୍ଡର ଏକାଧିକ କ୍ରିକେଟର ମଧ୍ୟ ବିରାଟ ଥିଲେ ଫଳାଫଳ ଭିନ୍ନ ହୋଇଥାଆନ୍ତା ବୋଲି ଅନୁମାନ କରିଛନ୍ତି । ଏପଟେ ବିରାଟ କୋହଲି ଦ୍ବିତୀୟ ମ୍ୟାଚ୍‌ ମଧ୍ୟ ଖେଳିବେ ନାହିଁ । ପ୍ରଥମ ମ୍ୟାଚ୍‌ରେ କୋହଲିଙ୍କୁ ପ୍ରଶଂସକମାନେ ମଧ୍ୟ ବହୁତ ମିସ୍‌ କରୁଥିବା ଦେଖିବାକୁ ମିଳିଥିଲା । ହଜାର ହଜାର ପ୍ରଶଂସକ କୋହଲିଙ୍କ ନାଁ ଥିବା ଜର୍ସି ପିନ୍ଧି ଖେଳ ଦେଖୁଥିଲେ ।

ଏହା ମଧ୍ୟ ପଢ଼ନ୍ତୁ...ଭାରତ-ଇଂଲଣ୍ଡ ଟେଷ୍ଟ ମ୍ୟାଚ: ଆଚରଣ ସଂହିତା ଉଲ୍ଲଂଘନ କଲେ ବୁମରା

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.