ETV Bharat / bharat

ପ୍ରତିଶୋଧ ନେଉଛି ନାଗୁଣୀ; ଗୋଡେଇ ଗୋଡେଇ କାମୁଡୁଛି, ୪୦ ଦିନରେ ୭ ଥର କାମୁଡ଼ିଲାଣି - Youth Gets Bitten By Snake

author img

By ETV Bharat Odisha Team

Published : Jul 13, 2024, 5:46 PM IST

Youth Bitten By Snake: ଯୁବକଙ୍କ ଠାରୁ ପ୍ରତିଶୋଧ ନେଉଛି ନାଗୁଣୀ । ଯେଉଁଠିକି ବି ଗଲେ ଯୁବକଙ୍କ ପିଛା କରି ତାଙ୍କୁ କାମୁଡୁଛି । ଏମିତି ୪୦ ଦିନରେ ୭ ଥର ତାଙ୍କୁ ସାପ କାମୁଡି ସାରିଲାଣି । ଆଉ ୯ମ ଥର କାମୁଡିଲେ ଘଟିବ ଏମିତି ।

Youth Bitten By Snake
Youth Bitten By Snake (ETV Bharat Odisha)

ଲକ୍ଷ୍ନୌ: ସାପ ପ୍ରତିଶୋଧ ନିଏ । ଆମେ ପ୍ରାୟତଃ ସିନେମା କିମ୍ବା ସିରିଏଲ୍‌ରେ ଏଭଳି କାହାଣୀ ଦେଖିଛନ୍ତି । ଯଦି ନାଗକୁ କେହି ହତ୍ୟା କରେ ଏହାର ପ୍ରତିଶୋଧ ନେବାକୁ ନାଗୁଣୀ ଆସିଥାଏ । ଏଭଳି କାହାଣୀ ଦେଖିବା ପରେ ଆମ ମନକୁ ପ୍ରଶ୍ନ ଆସିଥାଏ, ସତରେ କ'ଣ ନାଗୁଣୀ ପ୍ରତିଶୋଧ ନେଇଥାଏ । ଆଜି ଆମେ ଆପଣଙ୍କୁ ଏକ ସତ ଘଟଣା ବିଷୟରେ ଜଣାଇବୁ ଯେଉଁଠି ଜଣେ ଯୁବକର ପିଛା ଛାଡୁନି ସାପ । ଯୁବକ ଜଣକ ଯେଉଁଠିକି ଗଲେ ବି ସାପ ତାଙ୍କ ପଛେ ପଛେ ଚାଲିଯାଉଛି । ଖାଲି ଏତିକି ନୁହେଁ ମାତ୍ର ୪୦ ଦିନରେ ସାପଟି ଯୁବକଙ୍କୁ ୭ ଥର କାମୁଡ଼ି ସାରିଲାଣି । ସବୁଠାରୁ ଆଶ୍ଚର୍ଯ୍ୟର କଥା ଯେ, ନାଗୁଣୀ ସ୍ବପ୍ନରେ ଯୁବକଙ୍କୁ କହିଛି ଯେ, ତାଙ୍କୁ ୯ ଥର କାମୁଡ଼ିବ । ୯ମ ଥର ତାଙ୍କୁ କେହି ବଞ୍ଚାଇ ପାରିବେ ନାହିଁ ।

ତେବେ ଉତ୍ତରପ୍ରଦେଶ ଫତେପୁର ଜିଲ୍ଲା ମଲମ୍ବା ଥାନା ଅନ୍ତର୍ଗତ ସୌରା ଗାଁର ଯୁବକ ହେଉଛନ୍ତି ବିକାସ ଦ୍ବିବେଦି । ଏହି ଯୁବକଙ୍କ ସହ ଗତ କିଛିଦିନ ଧରି ଅଜବ ଗଜବ ଘଟଣା ଘଟୁଛି । ବିକାସଙ୍କୁ ମାତ୍ର ୩୪ ଦିନ ମଧ୍ୟରେ ଏକ ନାଗୁଣୀ ୬ଥର କାମୁଡି ସାରିଲାଣି । ଗତ ଶୁକ୍ରବାର ପୁଣି ଥରେ ତାଙ୍କୁ ସପ୍ତମ ଥର ପାଇଁ କାମୁଡିଥିବା ବେଳେ ଯୁବକ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ତେବେ ବିକାସଙ୍କୁ ଯେତେବେଳେ ବି ସାପ କାମୁଡୁଛି ତାଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଉଛି । ଆଉ ହସ୍ପିଟାଲରେ ତାଙ୍କ ଚିକିତ୍ସା ପରେ ସେ ସୁସ୍ଥ ହୋଇ ଘରକୁ ଆସୁଛନ୍ତି ।

ତେବେ ସାପ କାମୁଡିବାକୁ ନେଇ ଯୁବକ ଜଣଙ୍କ କିଛି ଚମକାଇ ଦେବା ଭଳି କଥା କହିଛନ୍ତି । ଯୁବକଙ୍କ କହିବା ଅନୁସାରେ, ନାଗୁଣୀ ତାଙ୍କ ସ୍ୱପ୍ନରେ ବି ଆସିଥିଲା । ଯେତେବେଳେ ନାଗୁଣୀ ତାଙ୍କୁ ୬ଷ୍ଠ ଥର ପାଇଁ କାମୁଡ଼ିଥିଲା ସେତେବେଳେ ସେ ଏକ ସ୍ବପ୍ନ ବିଷୟରେ ସମସ୍ତଙ୍କୁ କହିଥିଲେ । ସ୍ବପ୍ନରେ ସେ ସେହି ସାପକୁ ଦେଖିଛନ୍ତି ଯେଉଁ ସାପ ତାଙ୍କୁ ବାରମ୍ବାର କାମୁଡୁଛି । ସ୍ବପ୍ନରେ ସାପ କହିଛି ଯେ, ୮ମ ଥର କେମିତି କ'ଣ କରି ସେ ବଞ୍ଚିଯାଇପାରନ୍ତି, ହେଲେ ନବମ ଥର ତାଙ୍କୁ କାମୁଡିଲେେ ନା ଚିକିତ୍ସା ନା ତନ୍ତ୍ରମନ୍ତ୍ର କିଛି ବି କାମ ଦେବନି । ତାଙ୍କୁ କେହି ବଞ୍ଚାଇ ପାରିବେନାହିଁ ।

ଏହା ମଧ୍ୟ ପଢ଼ନ୍ତୁ...କେମିତି ଉଡନ୍ତି 'ତକ୍ଷକ ନାଗ' ? କ'ଣ ରହିଛି ଏହି ସାପଙ୍କ ରହସ୍ୟ ଜାଣନ୍ତୁ.. - FLYING TAKSHAK SNAKE

ତେବେ ଆହୁରି ଏକ ଆଶ୍ଚର୍ଯ୍ୟ କଥା ହେଉଛି ସାପଟି ଯୁବକଙ୍କୁ କେବଳ ଶନିବାର କିମ୍ବା ରବିବାର ଦିନ ହିଁ କାମୁଡୁଛି । ସାପ କାମୁଡିବା ପୂର୍ବରୁ ଏ ବିଷୟରେ ଯୁବକଙ୍କୁ ଆଭାଷ ମିଳିଯାଉଛି ଯେ ସାପ ପୁଣିଥରେ ତାଙ୍କୁ କାମୁଡ଼ିବ । ଏହା ସତ୍ତ୍ବେ ମଧ୍ୟ ଯୁବକ ସାପ ଚୋଟରୁ ନିଜକୁ ରକ୍ଷା କରି ପାରୁ ନାହାନ୍ତି । ବିକାଶଙ୍କୁ ବାରମ୍ବାର ଏଭଳି ସାପ କାମୁଡିବା ପରେ ବିକାଶ ନିଜ ଘର ବଦଳାଇ ସମ୍ପର୍କୀୟଙ୍କ ଘରକୁ ଚାଲିଯାଇଥିଲେ । ହେଲେ ସାପ ତାଙ୍କ ପିଛା ଛାଡୁନି । ବିକାଶ ଯେଉଁଠିକି ବି ଯାଉଛନ୍ତି ସାପ ସେଠି ପହଞ୍ଚି ତାଙ୍କୁ କାମୁଡୁଛି । ଏଭଳି ସାପ ତାଙ୍କୁ ୭ ଥର କାମୁଡି ସାରିଲାଣି । ସେପଟେ ବିକାଶଙ୍କ ଚିକିତ୍ସା କରୁଥିବା ଡାକ୍ତର ମଧ୍ୟ ଏଭଳି ଘଟଣାକୁ ନେଇ ଆଶ୍ଚର୍ଯ୍ୟ ହୋଇଛନ୍ତି । ବିକାଶଙ୍କ ପରିବାର ଲୋକ ପୁଅର ଏଭଳି ଅବସ୍ଥା ଦେଖି ଚିନ୍ତାରେ ପଡ଼ିଯାଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.