ETV Bharat / bharat

ଆହୁରି ବଢିଲା ସସପେନ୍ସ, ଅଚାନକ ପଦ ଛାଡିଲେ UPSC ଅଧ୍ୟକ୍ଷ ମନୋଜ ସୋନି - UPSC Chairperson Manoj Soni resigns

author img

By ETV Bharat Odisha Team

Published : Jul 20, 2024, 12:33 PM IST

UPSC Chairperson Manoj Soni resigns: ପୂଜା ଖେଡକର ଚୟନ ମାମଲାରେ ଜାରି ରହିଛି ତଦନ୍ତ । ହଠାତ ପଦ ଛାଡିଲେ ‘ୟୁପିଏସସି’ ଅଧ୍ୟକ୍ଷ ମନୋଜ ସୋନି । ଆହୁରି 5 ବର୍ଷ ଥିଲା କାର୍ଯ୍ୟକାଳ । ଅଧିକ ପଢନ୍ତୁ

ବଢିଲା ସସପେନ୍ସ , ପଦ ଛାଡିଲେ UPSC ଅଧ୍ୟକ୍ଷ ମନୋଜ ସୋନି
ବଢିଲା ସସପେନ୍ସ , ପଦ ଛାଡିଲେ UPSC ଅଧ୍ୟକ୍ଷ ମନୋଜ ସୋନି (ETV Bharat Odisha)

ହାଇଦ୍ରାବାଦ: ଟ୍ରେନି ଆଇଏଏସ ପୂଜା ଖେଡକରଙ୍କ ଚୟନ ଅନିୟମିତତା ସହ ସଂଘ ଲୋକସେବା ଆୟୋଗ (UPSC) ବିବାଦ ଘରରେ ଥିବା ବେଳେ ହଠାତ ପଦ ଛାଡିଛନ୍ତି ଏହି ସର୍ବୋଚ୍ଚ ପରୀକ୍ଷା ଆୟୋଗର ଅଧ୍ୟକ୍ଷ । ‘ୟୁପିଏସି’ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଛନ୍ତି ମନୋଜ ସୋନି । ବର୍ଷେ କି ଦୁଇ ବର୍ଷ ନୁହେଁ, ବରଂ କାର୍ଯ୍ୟକାଳ ଶେଷ ହେବାର ଦୀର୍ଘ 5ବର୍ଷ ପୂର୍ବରୁ ମନୋଜ ଆୟୋଗର ମୁଖ୍ୟ ପଦରୁ ଇସ୍ତଫା ଦେଇଛନ୍ତି । ତେବେ ଇସ୍ତଫା ପାଇଁ ସେ ବ୍ୟକ୍ତିଗତ କାରଣ ଦର୍ଶାଇଛନ୍ତି । ଏହି ଇସ୍ତଫାର, ଜାରି ରହିଥିବା ବିବାଦ ସହ କୌଣସି ସମ୍ପର୍କ ନଥିବା ତାଙ୍କ ନିକଟତମ ସୂତ୍ରରୁ ସୂଚନା ମିଳିଛି ।

ଗତବର୍ଷ (2023) ମେ’ 16 ତାରିଖରେ ସଂଘ ଲୋକସେବା ଆୟୋଗର ଅଧ୍ୟକ୍ଷ ଭାବେ ନିଯୁକ୍ତ ହୋଇଥିଲେ । ତାଙ୍କର କାର୍ଯ୍ୟକାଳ 2029 ମସିହା ମେ’ 15 ତାରିଖ ଯାଏ ଥିଲା । ସ୍ବାଭାବିକ କାର୍ଯ୍ୟକାଳ ଶେଷ ହେବାର ଦୀର୍ଘ 5ବର୍ଷ ପୂର୍ବରୁ ମନୋଜ ଆଜି ଇସ୍ତଫା ଦେଇଛନ୍ତି । ତାଙ୍କ ଇସ୍ତଫା ଗ୍ରହଣ କରାଯାଇଥିବା ସମ୍ପର୍କରେ କୌଣସି ସ୍ପଷ୍ଟୀକରଣ ସାମ୍ନାକୁ ଆସିନି । ବୃତ୍ତିଗତ ଭାବେ ଜଣେ ଶିକ୍ଷାବିତ ଥିବା ମନୋଜ ‘ୟୁପିଏସସି’ର ଅଧ୍ୟକ୍ଷ ଭାବେ ନିଯୁକ୍ତ ହେବା ପୂର୍ବରୁ ସେ ଆୟୋଗର ସଦସ୍ୟ ରହିଥିଲେ । ଏହା ପୂର୍ବରୁ ଏକାଧିକ ବିଶ୍ବବିଦ୍ୟାଳୟରେ କୁଳପତି ଭାବେ ମଧ୍ୟ ଦାୟିତ୍ବ ତୁଲାଇଥିଲେ । 2005 ରେ ସେ ବରୋଦାର ମହାରାଜ ଶାଓଜୀରାଓ ବିଶ୍ବବିଦ୍ୟାଳୟର କୁଳପତି ଭାବେ ଦାୟିତ୍ବ ନେଇ ଦେଶର ସର୍ବକନିଷ୍ଠ କୁଳପତି ହୋଇଥିଲେ ।

ମହାରାଷ୍ଟ୍ରର ଟ୍ରେନି ‘ଆଇଏଏସ’ ଅଧିକାରୀ ପୂଜା ଖେଡକାରଙ୍କ ମାମଲାରେ ‘ୟୁପିଏସସି’ ବିବାଦ ଘେରରେ ରହିଛି । ଏହାରି ମଧ୍ୟରେ ପୂଜାଙ୍କ ବିରୋଧରେ ଅପରାଧିକ ମାମଲା ମଧ୍ୟ ଦାଏର ହୋଇସାରିଛି । ତାଙ୍କୁ ପ୍ରୋବେସନାରୀ ଅଧିକାରୀ ଭାବେ ମିଳିଥିବା ପୋଷ୍ଟିଂରୁ ମଧ୍ୟ ଅନ୍ୟତ୍ର ବଦଳି କରାଯାଇଛି । ପୂଜା ନିଜ ଆୟ ପ୍ରମାଣପତ୍ର ଓ ଶାରିରୀକ ଭିନ୍ନକ୍ଷମତା ସମ୍ପର୍କରେ ମିଥ୍ୟା ମେଡିକାଲ ପ୍ରମାଣପତ୍ର ଦେଇ ଚୟନ ହେଇଥିବା ଅଭିଯୋଗ ହୋଇଥିଲା । ଏପରିକି ଚୟନ ସମୟରେ ରହିଥିବା ନିର୍ଦ୍ଦେଶାବଳି ଉଲ୍ଲଂଘନ କରିବା ସହ ଆୟୋଗ ପୂଜାଙ୍କ ପ୍ରତି ଅହେତୁକ ସହାନୁଭତି ଦେଖାଯାଇଥିବା ଅଭିଯୋଗ ହେବା ପରେ ‘ୟୁପିଏସସି’ର ସ୍ବଚ୍ଛ୍ବତା ଉପରେ ପ୍ରଶ୍ନବାଚୀ ଉଠିଥିଲା ।

ଏହା ମଧ୍ୟ ପଢନ୍ତୁ :- IAS ପୂଜାଙ୍କ ଫର୍ଜରୀର ବଡ଼ ପର୍ଦ୍ଦାଫାସ୍, ମାମଲା ରୁଜୁ କଲା UPSC, ଚାକିରି ଯିବା ଥୟ ! - Case filed against IAS Puja Khedkar

ଦେଶର ସର୍ବୋଚ୍ଚ ପ୍ରତିଷ୍ଠିତ ପରୀକ୍ଷା ପରିଚାଳନା କରାଯାଉଥିବା ‘ୟୁପିଏସି’ର ଭୂମିକାକୁ ନେଇ ଲକ୍ଷ ଲକ୍ଷ ଛାତ୍ରଛାତ୍ରୀ ପ୍ରଶ୍ନ କରିଥିଲେ । ସୋସିଆଲ ମିଡିଆରେ ଉଦବେଗ ପ୍ରକାଶ ପାଇଥିଲା । ପୂଜା ଖେଡକରଙ୍କ ମାମଲାରେ ତଦନ୍ତ ଜାରି ରହିଥିବା ବେଳେ ଦୀର୍ଘ 5 ବର୍ଷ ପୂର୍ବରୁ ଆୟୋଗର ଅଧ୍ୟକ୍ଷ ମନୋଜ ସୋନି ଇସ୍ଥଫା ଦେବା ମଧ୍ୟ ଭିନ୍ନ ଚର୍ଚ୍ଚା ସୃଷ୍ଟି କଲାଣି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.