ନୂଆଦିଲ୍ଲୀ: ଉପସ୍ଥାପିତ ହେଲା ମୋଦି ସରକାରର ତୃତୀୟ ପାଳିର ପ୍ରଥମ ତଥା ଆର୍ଥିକ ବର୍ଷ 2024-25ର ସାଧାରଣ ବଜେଟ । ମୋଟ 48 ଲକ୍ଷ କୋଟିର ବଜେଟ ଆଜି ସଂସଦରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ୍ ଉପସ୍ଥାପନ କରିଛନ୍ତି । ବିକଶିତ ଭାରତ ମିଶନକୁ ଦୃଷ୍ଟିରେ ରଖି ଚଳିତ ବଜେଟ ପ୍ରସ୍ତୁତ କରାଯାଇଥିବା ଅର୍ଥମନ୍ତ୍ରୀ କହିଛନ୍ତି । ଭିତ୍ତିଭୂମି, ଶିଳ୍ପ, ବାଣିଜ୍ୟ, ଯୋଗାଯୋଗ, ନିଯୁକ୍ତି, ଦକ୍ଷତା ବିକାଶ, ରେଳ, ପ୍ରତିରକ୍ଷା ସମେତ ବିଭିନ୍ନ କ୍ଷେତ୍ର ପାଇଁ ବ୍ୟୟବରାଦ ହୋଇଛି ।
ଦକ୍ଷତା ବିକାଶ କାର୍ଯ୍ୟକ୍ରମ:-
5ବର୍ଷରେ 20ଲକ୍ଷ ଯୁବକ ଯୁବତୀଙ୍କୁ କୁଶଳୀ କରିବା
1ହଜାର ଇଣ୍ଟ୍ରଷ୍ଟିଆଲ ସଂସ୍ଥାନ ପ୍ରତିଷ୍ଠା କରିବା
ଆଧିନିକ ଶିଳ୍ପ ଆବଶ୍ୟକ କରୁଥିବା ପରି ଦକ୍ଷତା ବିକାଶ ପାଇଁ ଧନ୍ଦାମୂଳକ ପାଠ୍ୟକ୍ରମ
ପୂର୍ବୋଦୟ:-
ପୂର୍ବ-ଭାରତକୁ ସ୍ବତନ୍ତ୍ର ଫୋକସ ମିଳିଛି । ବିହାର, ଝାଡଖଣ୍ଡ, ପଶ୍ଚିମବଙ୍ଗ, ଓଡିଶା ଓ ଆନ୍ଧ୍ର ପ୍ରଦେଶକୁ ଏହି ମିଶନରେ ସ୍ବତନ୍ତ୍ର ଫୋକସ ଦିଆଯିବ । ଅର୍ଥନୈତିକ ସୁଯୋଗ ସୃଷ୍ଟି କରିବା ପାଇଁ ଏକାଧିକ ଇନିସିଏଟିଭ ଗ୍ରହଣ କରାଯାଇଛି । ଅମୃତସହ-କୋଲକାତା ଇଣ୍ଡଷ୍ଟ୍ରିଆଲ କରିଡର ଓ ବିହାର ଗୟାରେ ଇଣ୍ଡଷ୍ଟ୍ରିଆଲ ହବ ପ୍ରତିଷ୍ଠା କରିବା ଏହି ମିଶନରେ ମୁଖ୍ୟ ପ୍ରକଳ୍ପ ହେବ ।
ନାରୀ ସଶକ୍ତିକରଣ:-
ବିଭିନ୍ନ ମହିଳା ସଶକ୍ତିକରଣ ଯୋଜନା ପାଇଁ ଚଳିତ ବଜେଟରେ ମୋଟ 3 ଲକ୍ଷ କୋଟିର ବ୍ୟୟବରାଦ ହୋଇଛି । ପ୍ରଧାନମନ୍ତ୍ରୀ ଜନଜାତୀୟ ଉନ୍ନତ ଗ୍ରାମ ଅଭିଯାନରେ ଆଦିବାସୀବହୁଳ କ୍ଷେତ୍ରର ସାମାଜିକ ଓ ଅର୍ଥନୈତିକ ଉତ୍ଥାନ ପାଇଁ 63 ହଜାର ଗ୍ରାମରେ ବିଭିନ୍ନ କାର୍ଯ୍ୟକ୍ରମ ଗ୍ରହଣ କରାଯିବ । ଏଥିରେ 5 କୋଟି ଆଦିବାସୀଙ୍କ ଉନ୍ନତି ହେବ ବୋଲି ସରକାର ବଜେଟରେ ଦାବି କରିଛନ୍ତି ।
ଉତ୍ତର-ପୂର୍ବ ଭାରତରେ ଇଣ୍ଡିଆ ପୋଷ୍ଟ ପେମେଣ୍ଟ ବ୍ୟାଙ୍କର 100 ଶାଖା ପ୍ରତିଷ୍ଠା
ଆନ୍ଧ୍ର ପ୍ରଦେଶ ପୁନର୍ଗଠନ ଅଧିନିୟମକୁ ସମର୍ଥନ:-
ବଜେଟର ଚର୍ଚ୍ଚିତ ବ୍ୟୟବରାଦ ହେଉଛି, ଅମରାବତିକୁ କ୍ୟାପିଟାଲ ସିଟି କରିବାକୁ 15 ହଜାର କୋଟିର ଆର୍ଥିକ ସହାୟତା । ପୋଲାଭରମ ପ୍ରକଳ୍ପ ସମୂର୍ଣ୍ଣ କରିବାକୁ ଅର୍ଥରାଶି । ଜଳ ଶକ୍ତି, ରେଳବାଇ, ସଡକ ଆଦି ଯେତ୍ରରେ ଭିତ୍ତିଭୂମି ସୁଦୃଢୀକରଣ । ବିଶାଖାପାଟନମ-ଚେନ୍ନାଇ ଇଣ୍ଡଷ୍ଟ୍ରିଆଲ କରିଡର ଓ ହାଇଦ୍ରାବାଦ-ବେଙ୍ଗାଲୁରୁ ଇକୋନୋମିକ କରିଡର ପ୍ରତିଷ୍ଠା ।
ଇଣ୍ଟର୍ନସିପ ଅପରଚ୍ୟୁନିଟି:-
ଦେଶର 5ଶହ ପ୍ରତିଷ୍ଠିତ କମ୍ପାନୀରେ ଯୁବଗୋଷ୍ଠୀ ପାଇଁ ସୁଯୋଗ ସୃଷ୍ଟି କରିବା । ଆସନ୍ତା 5ବର୍ଷ ମଧ୍ୟରେ ପ୍ରାୟ 1କୋଟି ଯୁବକ ଯୁବତୀଙ୍କ ଇଣ୍ଟର୍ଣ୍ଣସିପ ଶେଷ କରିବା । ସେମାନଙ୍କୁ ଇଣ୍ଟର୍ଣ୍ଣସିପ ସମୟରେ ମାସିକ 5 ହଜାର ଭତ୍ତା ଓ ସିଏସଆର ଫଣ୍ଡ ମାଧ୍ୟମରେ ଏକକାଳୀନ 6000 ଟଙ୍କାର ସହାୟତା ରାଶି ପ୍ରଦାନ କରାଯିବା ପାଇଁ ବ୍ୟୟବରାଦ ହୋଇଛି ।
ଅର୍ବାନ ଡେଭଲପମେଣ୍ଟ:-
ସହରାଞ୍ଚଳରେ ଥିବା ଏକ କୋଟି ଗରିବ ଓ ମଧ୍ୟବିତ ପରିବାର ପାଇଁ ପକ୍କା ଘର ନିର୍ମାଣ କରାଯିବ । ଏଥିପାଇଁ 10 ଲକ୍ଷ କୋଟି ବ୍ୟୟବରାଦ ହୋଇଛି । ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ଯୋଜନାରେ ଏକ କୋଟି ଲୋକଙ୍କୁ ମାସିକ 3ଶହ ୟୁନିଟ ପର୍ଯ୍ୟନ୍ତ ଦେୟମୁକ୍ତ ବିଜୁଳି । ନବୀକରଣଯୋଗ୍ୟ ଶକ୍ତିର ବିକାଶ କରିବା ପାଇଁ ଏହି ଯୋଜନାରେ ବ୍ୟୟବରାଦ ବୃଦ୍ଧି କରାଯାଇଛି ।
ପ୍ରମୁଖ ମନ୍ତ୍ରଣାଳୟକୁ କେତେ ବ୍ୟୟବରାଦ:-
ସଡକ ପରିବହନ ଏବଂ ରାଜପଥ ଶକ୍ତି ମନ୍ତ୍ରଣାଳୟ 2,65,808 କୋଟି
କୃଷି- 1,51,851 କୋଟି
ଗୃହ ମନ୍ତ୍ରଣାଳୟ- 1,50,983 କୋଟି
ଶିକ୍ଷା-1,25,638 କୋଟି
ଆଇଟି ଏବଂ ଟେଲିକମ- 1,16,342 କୋଟି
ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ- 89,287 68,769 କୋଟି
ସାମାଜିକ କଲ୍ୟାଣ- 56,501
ଗ୍ରାମୀଣ ବିକାଶ ପ୍ରତିରକ୍ଷା - 4,54,773 କୋଟି
ବାଣିଜ୍ୟ ଏବଂ ଶିଳ୍ପ- 47,559 କୋଟି
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ