ନୂଆଦିଲ୍ଲୀ: ସଂସଦରେ ସପ୍ତମ ଥର ପାଇଁ ବଜେଟ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ବଜେଟରେ ଯୁବ ବର୍ଗଙ୍କୁ ଫୋକସ୍ । ଚାକିରି କ୍ଷେତ୍ରରେ ନବ ନିଯୁକ୍ତଙ୍କ ପାଇଁ ବଜେଟରେ ବଡ ଘୋଷଣା । ଇପିଏଫଓରେ ସାମିଲ ହେଲେ ମିଳିବ ଏକ ମାସର ଦରମା । 3ଟି କିସ୍ତିରେ ପ୍ରଦାନ କରାଯିବ ଏହି ଟଙ୍କା । ଡାଇରେକ୍ଟ ବେନିଫିଟ୍ ଟ୍ରାନ୍ସଫର (DBT) ମାଧ୍ୟମରେ ଟଙ୍କା ପଠାଯିବ । 15 ହଜାରରୁ ଏକ ଲକ୍ଷ ଟଙ୍କା ଦରମା ପାଉଥିବା ନବ ନିଯୁକ୍ତ ଏହି ସୁବିଧା ପାଇ ପାରିବେ । ଏହି ସ୍କିମରେ ଲାଭବାନ ହେବେ 2 କୋଟି 10 ଲକ୍ଷ ଯୁବକ । ପ୍ରଥମ ଥର ପାଇଁ ବଜେଟରେ ଏପରି ନିଷ୍ପତ୍ତି ନିଆୟାଇଛି । ନବ ନିଯୁକ୍ତଙ୍କ ଉପରେ ଫୋକସ କରାଯାଇଛି ।
ଇଣ୍ଟର୍ନସିପ୍ କଲେ ମାସକୁ ମିଳିବ 5 ହଜାର: ବଜେଟରେ ଯୁବ ବର୍ଗଙ୍କୁ ଅଧିକ ଫୋକସ କରାଯାଇଛି । ବଡ କମ୍ପାନୀରେ ଇଣ୍ଟର୍ନସିପ୍ କଲେ ମାସକୁ ମିଳିବ 5 ହଜାର ଟଙ୍କା । ଏକ କୋଟି ଯୁବକଙ୍କୁ ମିଳିବ 5 ହଜାର । 500 ବଡ କମ୍ପାନୀରେ ଇଣ୍ଟର୍ନସିପ କଲେ ଏହି ସୁବିଧା ପାଇ ପାରିବେ ଯୁବ ବର୍ଗ ।
ବଜେଟରେ ଚାକିରିଆ ମହିଳାଙ୍କୁ ଫୋକସ: ବଜେଟରେ ମହିଳାଙ୍କୁ ଗରୁତ୍ବ ଦିଆୟାଇଛି । ଚାକିରିଆ ମହିଳାଙ୍କ ପାଇଁ ବଡ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ । ଚାକିରିଆଙ୍କ ପାଇଁ ତିଆରି ହେବ ଲେଡିଜ ହଷ୍ଟେଲ ।
ଅର୍ଥମନ୍ତ୍ରୀ ନିଜର ବଜେଟ ଭାଷଣ ଆରମ୍ଭରେ ଦେଶବାସୀ ପୁନର୍ବାର ମୋଦି ସରକାରଙ୍କ ଉପରେ ବିଶ୍ବାସ ପ୍ରକଟ କରିଥିବାରୁ ଧନ୍ୟବାଦ ଜଣାଇଥିଲେ । ବଜେଟରେ ବିଶେଷକରି ଗରିବ, ମହିଳା, ଯୁବବର୍ଗ, କୃଷକଙ୍କ ବିକାଶ ଉପରେ ଫୋକସ୍ କରାଯାଇଛି । କୃଷି କ୍ଷେତ୍ରରେ ଉତ୍ପାଦନ ବଢାଇବାକୁ ଗୁରୁତ୍ବ । ନିଯୁକ୍ତି ଓ ଦକ୍ଷତା ବିକାଶ ଉପରେ ବିଶେଷ ଗୁରୁତ୍ବ ଦିଆଯାଇଛି । ସରକାର ସବୁ ବର୍ଗର ବିକାଶ ପାଇଁ ପ୍ରତିଶ୍ରୁତିବଦ୍ଧ ବୋଲି କହିଲେ ଅର୍ଥମନ୍ତ୍ରୀ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ