ETV Bharat / bharat

ବୋରୱେଲରେ ଫସିଛି ଦୁଇ ବର୍ଷର ଶିଶୁ, ଉଦ୍ଧାର କାର୍ଯ୍ୟ ଜାରି - Boy falls into borewell - BOY FALLS INTO BOREWELL

Baby boy trapped in borewell: ୨୦ ଫୁଟ ଗଭୀର ବୋରୱେଲ ଭିତରେ ଫସିଛି ଦୁଇ ବର୍ଷର ଶିଶୁ । ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଜାରି । ଅଧିକ ପଢନ୍ତୁ

Etv Bharat
Etv Bharat
author img

By ETV Bharat Odisha Team

Published : Apr 4, 2024, 9:38 AM IST

ବେଙ୍ଗାଲୁରୁ: ପୁଣି ବୋରୱେଲ ଭିତରେ ଫସିଲା ଶିଶୁ । କର୍ଣ୍ଣାଟକର ବିଜୟପୁରା ଜିଲ୍ଲାରେ ୨ ବର୍ଷର ଶିଶୁପୁତ୍ର ୨୦ ଫୁଟ ଗଭୀର ବୋରୱେଲ ଭିତରେ ଖସି ପଡିଛି । ୧୨ ଘଣ୍ଟାରୁ ଅଧିକ ସମୟ ହେଲାଣି ଶିଶୁଟି ଫସି ରହିଥିବା ବେଳେ ତାକୁ ଉଦ୍ଧାର କରାଯାଇ ପାରିନାହିଁ । ଅଗ୍ନିଶମ ବାହିନୀ, ଏସଡିଆରଏଫ ଟିମ୍ ସହ ଜେସିବି ଓ ଟ୍ରାକ୍ଟର ଉଦ୍ଧାର କାର୍ଯ୍ୟରେ ନିୟୋଜିତ କରାଯାଇଛି । କଅଁଳ ପିଲାଟିକୁ ବୋରୱେଲ ଭିତରୁ ସୁରକ୍ଷିତ ବାହାର କରିବାରୁ ରେସ୍କ୍ୟୁ ଅପରେସନ ଜୋରଦାର ଚାଲିଛି । ବୁଧବାର ସନ୍ଧ୍ୟାରେ ଏହି ଅଘଟଣ ଘଟିଥିଲା ।

ସୂଚନା ଅନୁଯାୟୀ, ଏହି ୨ ବର୍ଷୀୟ ଶିଶୁପୁତ୍ରର ନାମ ସାତଭିକ ଏବଂ ସେ ବିଜୟପୁରା ଲଚ୍ୟାନା ଗାଁର ସତୀଶ ମୁଜାଗୋଣ୍ଡା ଏବଂ ପୂଜା ମୁଜଗୋଣ୍ଡାଙ୍କ ପୁଅ । ଦମ୍ପତି ନିଜ ଘର ପାଖରେ ଥିବା ୪ ଏକର ଚାଷ ଜମିରେ ଲେମ୍ବୁ ଓ ଆଖୁ ଚାଷ ପାଇଁ ୨୦ ଫୁଟର ବୋରୱେଲ ଖୋଳିଥିଲେ । ଗତକାଲି (ବୁଧବାର) ସନ୍ଧ୍ୟା ପ୍ରାୟ ୬ଟା ବେଳେ ତାଙ୍କର ଶିଶୁପୁତ୍ର ସାତଭିକ ଘର ବାହାରେ ଖେଳୁଥିବା ବେଳେ ଏହି ଗଭୀର ବୋରୱେଲ ଭିତରେ ଖସି ପଡିଥିଲା । ଖବର ପାଇ ସ୍ଥାନୀୟ ପ୍ରଶାସନ ଓ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ହେଲେ କାଲିଠୁ ୧୨ ଘଣ୍ଟାରୁ ଅଧିକ ସମୟ ବିତି ଯାଇଥିଲେ ବି ସାତଭିକକୁ ଉଦ୍ଧାର କରାଯାଇ ପାରିନାହିଁ ।

ଏହା ମଧ୍ୟ ପଢନ୍ତୁ: ଫେଲ୍‌ ମାରିଲା 12 ଘଣ୍ଟାର ପରିଶ୍ରମ, ଜୀବନ ଯୁଦ୍ଧରେ ହାରିଗଲେ ବୋରୱେଲରେ ଖସି ପଡିଥିବା ଯୁବକ

ଏସଡିଆରଏଫ ଓ ଅଗ୍ନିଶମ ଟିମ୍ ଉଦ୍ଧାର କାର୍ଯ୍ୟରେ ଲାଗି ପଡିଛନ୍ତି । ଶିଶୁପୁତ୍ରକୁ ବାହାର କରିବାରୁ ବୋରୱେଲ ପାର୍ଶ୍ବରେ ଏକ ୫ ଫୁଟର ସୁଡଙ୍ଗ ଖୋଳା ଯାଉଛି । ଏ ଯାଏଁ ୩ ଫୁଟ ପର୍ଯ୍ୟନ୍ତ ଖୋଳା ସରିଥିବା ବେଳେ କଠିନ ପଥର ରହିଥିବା ଯୋଗୁଁ ସୁଡଙ୍ଗ ଖୋଳାରେ ବିଳମ୍ବ ହେଉଛି । ବର୍ତ୍ତମାନ ପଥର ଭାଙ୍ଗିବାକୁ ଉଦ୍ୟମ କରାଯାଉଛି । ଘଟଣାସ୍ଥଳରେ ଆମ୍ବୁଲାନ୍ସ ତୟାର ରଖାଯାଇଛି । ପାଇପ୍ ଯୋଗେ ସାତଭିକ ନିକଟକୁ ଖାଦ୍ୟ ଓ ଅକ୍ସିଜେନ ପଠାଯାଉଛି । ଏକ ଡାକ୍ତରୀ ଟିମ୍ ମଧ୍ୟ ଉପସ୍ଥିତ ରହି କ୍ୟାମେରା ଜରିଆରେ ବୋରୱେଲ ଭିତରେ ତା'ର ସ୍ବାସ୍ଥ୍ୟବସ୍ଥା ନିରୀକ୍ଷଣ କରୁଛନ୍ତି । ସେପଟେ ଶିଶୁକୁ ସୁରକ୍ଷିତ ଉଦ୍ଧାର ପାଇଁ ଗାଁ ମନ୍ଦିରରେ ସ୍ବତନ୍ତ୍ର ପୂଜାର୍ଚ୍ଚନା କରାଯାଉଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.