ETV Bharat / bharat

ଏମିତି ଆମ ଶିକ୍ଷା ବ୍ୟବସ୍ଥା ! ଗୋଟିଏ ଶ୍ରେଣୀ ଗୃହରେ ଚାଲିଛି ୨ ସ୍କୁଲର ପାଠପଢା - One Classroom of Two Schools

author img

By ETV Bharat Odisha Team

Published : Jul 9, 2024, 7:48 PM IST

One Classroom of Two Schools: ତେଲେଙ୍ଗାନାର ମଞ୍ଚିରୟାଲା ଜିଲ୍ଲାରେ ଗୋଟିଏ ଶ୍ରେଣୀ ଗୃହ ଭରସାରେ ଚାଲିଛି ୨ଟି ସ୍କୁଲର ପାଠପଢା । ଦୁଇଟି ସ୍କୁଲର ୭୦ ଜଣ ଛାତ୍ରଛାତ୍ରୀ ମାନଙ୍କୁ ଏକ ସଂକୀର୍ଣ୍ଣ କୋଠରୀ ପାଠପଢା ଯାଉଛି । ଅଧିକ ପଢନ୍ତୁ

One Classroom of Two Schools
One Classroom of Two Schools (Etv Bharat)

ହାଇଦ୍ରାବାଦ: ଦେଶବ୍ୟାପୀ ଶିକ୍ଷାକୁ ଗୁରୁତ୍ବ ଦେବା ସକାଶେ ସର୍ବଶିକ୍ଷା ଅଭିଯାନ ଚାଲିଛି । ସ୍କୁଲଗୁଡିକର ଭିତ୍ତିଭୂମି ବିକାଶ ଭଳି ପ୍ରମୁଖ ମୁଦ୍ଦା ଉପରେ ସରକାର ଯୋଜନା ଉପରେ ଯୋଜନା କରିଚାଲିଛନ୍ତି । ଏହା ସତ୍ତ୍ବେ ଏମିତି ଅନେକ ସ୍କୁଲ ଅଛି ଯେଉଁଠି କେବଳ ଗୋଟିଏ ଶ୍ରେଣୀ ଗୃହରେ ପାଠପଢା ଚାଲିଛି । କିନ୍ତୁ ଗୋଟିଏ ଶ୍ରେଣୀ ଗୃହରେ ଗୋଟିଏ ନୁହଁ ବରଂ ୨ଟି ସ୍କୁଲର ପାଠପଢା ଚାଲିବା ଭଳି ଘଟଣା ସାମନାକୁ ଆସିଛି । ତେଲେଙ୍ଗାନାରେ ମଞ୍ଚିରୟାଲା ଜିଲ୍ଲାର ଭିମିନୀ ମଣ୍ଡଳର କେସଲାପୁରର ଉପ ଗାଁ ଗଟ୍ଟୁପଲ୍ଲୀରେ ଏଭଳି ଘଟଣା ସାମନାକୁ ଆସିଛି ।

ସୂଚନା ଅନୁଯାୟୀ କେସଲାପୁର ପ୍ରାଥମିକ ବିଦ୍ୟାଳୟର ଗୃହ ଜର୍ଜରିତ ଅବସ୍ଥାରେ ଥିବାରୁ ତାହାକୁ ଧ୍ବସ୍ତ କରାଯାଇଥିଲା । ଫଳତଃ ଛାତ୍ରମାନଙ୍କୁ ସେହି ପଞ୍ଚାୟତର ଗଟ୍ଟୁପଲ୍ଲୀ ସ୍କୁଲକୁ ସ୍ଥାନାନ୍ତରିତ କରାଯାଇତିଲା । ଏହି ବିଦ୍ୟାଳୟରେ କେବଳ ଗୋଟିଏ ଶ୍ରେଣୀ ଗୃହ ଓ ବାରଣ୍ଡା ରହିଛି । ବର୍ତ୍ତମାନ ଦୁଇଟି ସ୍କୁଲର ୭୦ ଜଣ ଛାତ୍ରଛାତ୍ରୀଙ୍କୁ ଏକ ସଂକୀର୍ଣ୍ଣ କୋଠରୀ ପାଠପଢା ଯାଉଛି ଯାହା ଫଳରେ ସେମାନଙ୍କୁ କଠିନ ସମସ୍ୟାର ସାମ୍ନା କରିବାକୁ ପଡୁଛି ।

ଏହା ମଧ୍ୟ ପଢନ୍ତୁ... ଗରମରୁ ରକ୍ଷା ପାଇଁ ନିଆରା ତରିକା, କ୍ଲାସରୁମକୁ କରିଦେଲେ ସୁଇମିଂ ପୁଲ - Classroom Turns Swimming Pool

ଏହା ସହିତ ଏଠାରେ ପ୍ରଥମଠାରୁ ଆରମ୍ଭ କରି ପଞ୍ଚମ ଶ୍ରେଣୀ ଯାଏଁ ସମସ୍ତ ଛାତ୍ରଛାତ୍ରୀଙ୍କୁ ଏକାଠି ପାଠ ପଢାଯାଉଛି । ଏହି ଦୁଇଟି ସ୍କୁଲର ନିଯୁକ୍ତ ହୋଇଥିବା ୪ ଜଣ ଶିକ୍ଷକମାନଙ୍କ ମଧ୍ୟରୁ ଜଣେ ଡେପୁଟେସନରେ ଥିବା ବେଳେ ଅନ୍ୟ ୩ ଜଣ କାର୍ଯ୍ୟରତ ଅଛନ୍ତି । କେସଲାପୁର ସ୍କୁଲ ପାଇଁ ମନା ଉରୁ-ମନା ବାଡି ଅଭିଯାନ ଅନ୍ତର୍ଗତ ୧୨ଲକ୍ଷ ଟଙ୍କାର ଅନୁଦାନ ରାଶି ଆସିଛି । ଗଟ୍ଟୁପଲ୍ଲୀ ସ୍କୁଲ ପାର୍ଶ୍ବରେ କଣ୍ଟ୍ରାକ୍ଟର ସ୍ତମ୍ଭ ନିର୍ମାଣ କାମ ଆରମ୍ଭ କରିଥିଲେ । କିନ୍ତୁ ବିଲର ପେମେଣ୍ଟ ନ ହେବା କାରଣରୁ ସେମାନେ ଅଧାରୁ କାମ ବନ୍ଦ କରିଦେଇଛନ୍ତି ।

ଏସମ୍ପର୍କରେ ପଚାରିବାରୁ ଏମଇଓ ମହେଶ୍ବର ରେଡ୍ଡୀ କହିଛନ୍ତି ଯେ ଯେଉଁଠାରେ ପୁରୁଣା ବିଲ୍ଡିଂ ଭଙ୍ଗା ଯାଇଛି, ସେଠାରେ ନୂଆ ବିଲ୍ଡିଂ ନିର୍ମାଣ ହେଲେ କୌଣସି ଅସୁବିଧା ନାହିଁ । ଗଟ୍ଟୁପଲ୍ଲୀରେ ନିର୍ମାଣ କାମକୁ ନେଇ ବୈଷୟିକ ସମସ୍ୟା ସୃଷ୍ଟି ହୋଇଛି । ସେ ଆହୁରି ମଧ୍ୟ କହିଛନ୍ତି ଯେ ସମ୍ପତ୍ତିର ମାଲିକଙ୍କୁ ପ୍ରାପ୍ୟ ମିଳିପାରିନାହିଁ କାରଣ ବିଲ୍ଡିଂର ଫଟୋ ଅନଲାଇନରେ ରେଜିଷ୍ଟର୍ଡ ହୋଇନାହିଁ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.