ETV Bharat / bharat

ବଢୁଛି ଟ୍ରେନି IAS ପୂଜା ହେଡକରଙ୍କ ଅଡୁଆ, ହାତରୁ ଯାଇପାରେ ଚାକିରି - Trainee IAS Officer Pooja Khedkar

author img

By ETV Bharat Odisha Team

Published : Jul 13, 2024, 3:59 PM IST

Trainee IAS Officer Pooja Khedkar: ଚାକିରିରୁ ବିଦା ହୋଇପାରନ୍ତି ମୁମ୍ବାଇର ବହୁଚର୍ଚ୍ଚିତ IAS ପୂଜା ହେଡକର । ଦାମି ଡିମାଣ୍ଡ ସାଙ୍ଗକୁ ନକଲି ସାର୍ଟିଫିକେଟ ଦାଖଲ ପଡ଼ିପାରେ ମହଙ୍ଗା । ଅଧିକ ପଢନ୍ତୁ

Trainee IAS Officer Pooja Khedkar
Trainee IAS Officer Pooja Khedkar (ETV Bharat)

ନୂଆଦିଲ୍ଲୀ: ପ୍ରୋବେସନ ପିରିୟଡରୁ ଚାକିରିରୁ ବିଦା ହୋଇପାରନ୍ତି ମୁମ୍ବାଇର ବହୁଚର୍ଚ୍ଚିତ ଆଇଏଏସ ଅଫିସର ପୂଜା ଖେଡ଼କର । ତାଲିମ ସମୟରେ ଦାମି ଡିମାଣ୍ଡ ପାଇଁ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆସରିଛି । ଏହାବାଦ ସେ କିଛି ନକଲି ସାର୍ଟିଫିକେଟ ଦେଇଥିବା ମଧ୍ୟ ତାଙ୍କ ବିରୋଧରେ ଅଭିଯୋଗ ରହିଛି । ଯଦି ଉକ୍ତ ସାର୍ଟିଫିକେଟ ଗୁଡ଼ିକ ନକଲି ବୋଲି ପ୍ରମାଣିତ ହୁଏ ତେବେ ସେ ଚାକିରିରୁ ବିଦା ହୋଇପାରନ୍ତି । ଯାହାକୁ ନେଇ ପୂଜାଙ୍କ ମୁସ୍କିଲ ବଢିବାରେ ଲାଗିଛି ।

ୟୁପିଏସସି ସିଭିଲ ସେବା ପରୀକ୍ଷା ଚୟନ ବେଳେ ସେ ପଛୁଆ ବର୍ଗ (OBC) ଓ ବିକଳାଙ୍ଗ ସମ୍ବନ୍ଧିତ କୋଟା ପାଇବା ଲାଗି କିଛି ନକଲି ସାର୍ଟିଫିକେଟ ପ୍ରସ୍ତୁତ କରିଥିଲେ । ଆଇଏଏସ ଭାବେ ତାଙ୍କ ଚୟନ ହେବା ପରେ ତାଙ୍କ ବିରୋଧରେ ଏପରି ଅଭିଯୋଗ ରହିଛି । ସେ ଦାଖଲ କରିଥିବା ସମସ୍ତ ସାର୍ଟଫିକେଟର ପୁନଃ ଯାଞ୍ଚ କରାଯାଉଛି । ଯାଞ୍ଚ ବେଳେ ଯଦି ଏହା ସତ ବୋଲି ଜଣାପଡ଼େ, ତେବେ ତାଙ୍କୁ ଚାକିରିରୁ ବିଦା କରାଯାଇପାରେ । ଟ୍ରେନି IAS ପୂଜା ବିବାଦ ଘେରକୁ ଆସିବା ପରେ ଏହି ଘଟଣା ସମ୍ପର୍କରେ ଯାଞ୍ଚ ପାଇଁ କେନ୍ଦ୍ର ପକ୍ଷରୁ ଗୁରୁବାର ଏକ ପ୍ୟାନେଲ ଗଠନ କରାଯାଇଛି ।

ପୂଜାଙ୍କ ବିରୋଧରେ କଣ ରହିଛି ଅଭିଯୋଗ ?

ମହାରାଷ୍ଟ୍ରର ପୁଣେରେ ପୂଜା ଖେଡ଼କରଙ୍କୁ ଅତିରିକ୍ତ ଜିଲ୍ଲାପାଳ ଭାବେ ନିଯୁକ୍ତି ମିଳିଥିଲା । ସେ ଚର୍ଚ୍ଚାର ପରିସରକୁ ସେତେବେଳେ ଆସିଥିଲେ, ଯେତେବେଳେ ତାଙ୍କର ଦାମି ଡିମାଣ୍ଡ ସମ୍ପର୍କରେ ଜଣାପଡ଼ିଥିଲା । 2022 ବ୍ୟାଚ୍ ଆଇଏଏସ୍ ଅଧିକାରୀ ପୂଜା ଖେଡକର ଆସିଷ୍ଟାଣ୍ଟ କଲେକ୍ଟର ଭାବରେ ଦାୟିତ୍ବ ଗ୍ରହଣ କରିବା ପୂର୍ବରୁ ଅଲଗା କ୍ୟାବିନ, କାର ଏବଂ କର୍ମଚାରୀଙ୍କ ଦାବି କରିଥିଲେ । ଜିଲ୍ଲାପାଳ ଆଇଏଏସ ସୁହାସ ଦିବାସେଙ୍କ ନିକଟରେ ସେ ଅନେକ ଥର ସ୍ବତନ୍ତ୍ର ସୁବିଧା ଦାବି କରିଥିଲେ । ମାତ୍ର ଟ୍ରେନି ପିରିୟଡ (ତାଲିମ ନେବା ସମୟ)ରେ ଥିବାରୁ ତାଙ୍କୁ ଏପରି ସୁବିଧା ପ୍ରଦାନ କରାଯାଇପାରିବ ନାହିଁ । ଏହା ପରେ ଜିଲ୍ଲାପାଳ ପୂଜାଙ୍କ ଏହି ଦାବି ଗୁଡିକ ସମ୍ପର୍କରେ ମହାରାଷ୍ଟ୍ରର ମୁଖ୍ୟ ସଚିବଙ୍କୁ ଅବଗତ କରାଇଥିଲେ । ଏହାପରେ ପୂଜାଙ୍କ ବଦଳି କରାଯାଇଥିଲା ।

ନକଲି ସାର୍ଟିଫିକେଟ ଦେଇ ସିଟ୍‌ ପାଇଥିବା ଅଭିଯୋଗ:-

ନ୍ୟୁଜ ଏଜେନ୍ସି ପିଟିଆଇ ରିପୋର୍ଟ ଅନୁସାରେ ପୂଜା ଖେଡକର ପଛୁଆ ବର୍ଗ (OBC) ପ୍ରମାଣ ପତ୍ର ପ୍ରସ୍ତୁତ କରିଥିବା ଅଭିଯୋଗ ରହିଛି । ଏପରିକି ସେ ମାନସିକ ରୋଗରେ ପୀଡ଼ିତ ଥିବା ନେଇ ମଧ୍ୟ ଏକ ନକଲି ସାର୍ଟିଫିକେଟ ଜମା କରିଛନ୍ତି । ଏହି ପ୍ରମାଣପତ୍ରର ଭେରିଫିକେସନ ପାଇଁ ତାଙ୍କୁ 2022 ଏପ୍ରିଲରେ ଦିଲ୍ଲୀ ଏମ୍ସ ଯିବାକୁ କୁହାଯାଇଥିଲା । ମାତ୍ର ସେ କୋରୋନା ମହାମାରୀର ବାହାନା ଦେଖାଇ ଯାଞ୍ଚ ଲାଗି ଏମ୍ସରେ ପହଞ୍ଚି ନଥିଲେ । ଏବେ ଏନେଇ ଅଭିଯୋଗ ହେବା ପରେ ଯାଞ୍ଚ ପ୍ରକ୍ରିୟାକୁ ତ୍ବରାନ୍ବିତ କରାଯାଇଛି । ଯଦି ସାର୍ଟିଫିକେଟ ଗୁଡ଼ିକ ନକଲି ବାହାରେ ତେବେ ସେ ଚାକିରିରୁ ବିଦା ହୋଇପାରନ୍ତି ।

ଏହା ବି ପଢନ୍ତୁ- ଘର, ଷ୍ଟାଫ, ଗାଡ଼ି; କାର୍ଯ୍ୟଭାର ସମ୍ଭାଳିବା ପୂର୍ବରୁ ଟ୍ରେନି IAS ଅଫିସରଙ୍କ ଡିମାଣ୍ଡ, ଏପଟେ ପିତା କୋଟିପତି

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.