ETV Bharat / bharat

ସନ୍ଦେଶଖାଲି ଭିଲେନ ଶାହାଜାହନ; ଦୀର୍ଘ ବର୍ଷ ଧରି ଚଳାଇଥିଲା ଗୁଣ୍ଡାରାଜ, ଡରୁଥିଲା ପୋଲିସ !

author img

By ETV Bharat Odisha Team

Published : Feb 29, 2024, 11:30 AM IST

TMC leader Sheikh Shahjahan Crime History: ବର୍ଷ ବର୍ଷ ଧରି ସନ୍ଦେଶଖାଲିରେ ଆତଙ୍କରାଜ ଚଳାଇଥିଲା ଟିଏମସି ନେତା ଶେଖ ଶାହାଜାହନ । ପୋଲିସ ବି ମାମଲା ରୁଜୁ କରିବାକୁ ଡରୁଥିଲା ! ଅଧିକ ପଢନ୍ତୁ

ସନ୍ଦେଶଖାଲି ଭିଲେନ ଶାହାଜାହନ; ଦୀର୍ଘ ବର୍ଷ ଧରି ଚଳାଇଥିଲା ଗୁଣ୍ଡାରାଜ, ଡରୁଥିଲା ପୋଲିସ

କୋଲକାତା: ୫୫ ଦିନ ଧରି ଫେରାର୍ ପରେ ଆଜି ସନ୍ଦେଶଖାଲି ମୁଖ୍ୟ ଅଭିଯୁକ୍ତ ଶେଖ ଶାହାଜାହନକୁ ପଶ୍ଚିମବଙ୍ଗ ପୋଲିସ ଗିରଫ କରିଛି । ଏହାରି ସହିତ ପଶ୍ଚିମବଙ୍ଗରେ ଦୀର୍ଘ ଦିନ ଧରି ଚାଲିଥିବା ମହିଳାଙ୍କ ଆନ୍ଦୋଳନରେ ବ୍ରେକ ଲାଗିଛି । କୁହାଯାଉଛି, ଏବେ ଅଭିଯୁକ୍ତ ଶାହାଜାହନକୁ ଇଡି କିମ୍ବା ଅନ୍ୟ କେନ୍ଦ୍ରୀୟ ଏଜେନ୍ସି ହେପାଜତକୁ ନେଇପାରେ । ତେବେ ଏହି ମାମଲାରେ ପଶ୍ଚିମବଙ୍ଗ ସରକାରଙ୍କ ପରବର୍ତ୍ତୀ ପଦକ୍ଷେପ କ'ଣ ରହିବ, ସେନେଇ ସମସ୍ତଙ୍କର ନଜର ରହିଛି । ବିଗତ ୫୫ ଦିନ ହେଲା ସନ୍ଦେଶଖାଲି ମାମଲା କେନ୍ଦ୍ର ସରକାର, କେନ୍ଦ୍ରୀୟ ଏଜେନ୍ସି, କୋଲକାତା ହାଇକୋର୍ଟ ଏବଂ ପଶ୍ଚିମବଙ୍ଗ ସରକାରଙ୍କ ମଧ୍ୟରେ ବିବାଦର ପ୍ରମୁଖ କାରଣ ହୋଇରହିଥିଲା । ଏମିତିରେ ଏଠି ପ୍ରଶ୍ନ ଉଠିବା ସ୍ବାଭାବିକ ଯେ, ଜଣେ ଜିଲ୍ଲା ପରିଷଦ ମୁଖ୍ୟ (ଶାହାଜାହନ) କେମିତି ଗୋଟିଏ ରାଜ୍ୟ ସରକାରଙ୍କ ପାଇଁ ମୁଣ୍ଡବିନ୍ଧା ପାଲଟିଲା ଏବଂ ଏଥିପାଇଁ ହାଇକୋର୍ଟଙ୍କୁ ହସ୍ତକ୍ଷେପ କରିବାକୁ ପଡିଲା ।

ଜଣେ ପୋଲିସ ଅଧିକାରୀଙ୍କ କହିବା ଅନୁସାରେ, ୪୨ ବର୍ଷୀୟ ଟିଏମସି ନେତା ଶାହାଜାହନ ଗତ ୨୦ ବର୍ଷ ହେଲା କ୍ଷମତା ସହ ଜଡ଼ିତ ରହିଛି । ୨୦୦୬ରେ ସେ ପ୍ରଥମ ଥର ଆଇନ ଫାଶରେ ଛନ୍ଦି ହୋଇଥିଲା । ପ୍ରଥମ ଥର ଯେତେବେଳେ ତାକୁ ଥାନାକୁ ଡାକରା ଯାଇଥିଲା, ସେତେବେଳେ ତା'ର ବୟସ ମାତ୍ର ୨୦ ବର୍ଷ ଥିଲା ଏବଂ ସେ ସନ୍ଦେଶଖାଲି ମାଛ ମାର୍କେଟରେ ଜଣେ ଏଜେଣ୍ଟ ଭାବେ କାମ କରୁଥିଲା । ତଥାପି ଥାନାରେ ପହଞ୍ଚିବା ପରେ ତା' ମୁହଁରେ ତିଳେ ମାତ୍ର ଭୟ ନଥିଲା । ତତ୍କାଳୀନ ସତ୍ତାସୀନ ଭାରତୀୟ କମ୍ୟୁନିଷ୍ଟ ପାର୍ଟିର ଜଣେ ସ୍ଥାନୀୟ ପ୍ରଭାବଶାଳୀ ପଦାଧିକାରୀ ସହ ଶାହାଜାହନର ଭଲ ସମ୍ପର୍କ ଥିବାରୁ ମାତ୍ର ଅଧ ଘଣ୍ଟା ପରେ ତାକୁ ପୋଲିସ ଛାଡି ଦେଇଥିଲା । ଏହାର କିଛି ଦିନ ପରେ ଉକ୍ତ ଥାନାର ପ୍ରଭାରୀଙ୍କ ବଦଳି ହୋଇଯାଇଥିଲା ।

ଏହାପରେ ଶାହାଜାହନର କ୍ରାଇମ ରେକର୍ଡ ବଢି ବଢି ଚାଲିଥିଲା । ୨୦୧୧ରେ ପ୍ରଥମ ଥର ଟିଏମସି କ୍ଷମତାରେ ଆସିବାର ଗୋଟିଏ ବର୍ଷ ପୂର୍ବରୁ ଶାହାଜାହନ ଦଳରେ ସାମିଲ ହୋଇଥିଲା । ଇଡି ସୂତ୍ର ଓ ମିଡିଆ ରିପୋର୍ଟ ମୁତାବକ, ଗତ କିଛି ବର୍ଷ ଭିତରେ ଅଭିଯୁକ୍ତ ୨ କୋଟିରୁ ଅଧିକ ବ୍ୟାଙ୍କ ଜମା ରାଶି, ୧୭ଟି କାର ଏବଂ ୪୦ ବିଘେରୁ ଅଧିକ ଜମିର ମାଲିକ ହୋଇଛି ।

ଏହା ମଧ୍ୟ ପଢନ୍ତୁ: ସରିଲା ଲୁଚକାଳି ଖେଳ, ସନ୍ଦେଶଖାଲି ହିଂସା ମାଷ୍ଟରମାଇଣ୍ଡ ଶାହାଜାହାନ ଶେଖ ଗିରଫ

୨୦୦୪ରୁ ୨୦୧୦ ମଧ୍ୟରେ ସିପିଆଇଏମର ସବୁଠୁ ପ୍ରଭାବଶାଳୀ କର୍ମକର୍ତ୍ତାଙ୍କ ମଧ୍ୟରେ ଗଣା ହେଉଥିଲା ଶାହାଜାହନ । ୨୦୧୦ରେ ସେ ଦଳ ଛାଡି ଟିଏମସିରେ ମିଶିଥିଲା । ଏହାର କିଛି ବର୍ଷ ପରେ ସେ ସନ୍ଦେଶଖାଲି, ଉତ୍ତର ୨୪ ପ୍ରାଗଣାର ଟିଏମସି ସଂଯୋଜକ ହୋଇଥିଲା । ଶାହାଜାହନ ବିରୋଧରେ ବାରମ୍ବାର ବିକ୍ଷୋଭ ପ୍ରଦର୍ଶନ ତାକୁ ସବୁବେଳେ ଚର୍ଚ୍ଚାରେ ରଖୁଥିଲା । ଏବେ ସେ ସନ୍ଦେଶଖାଲିରେ ମହିଳାଙ୍କୁ ଯୌନ ନିର୍ଯାତନା ଓ ସେମାନଙ୍କ ଜମି ହଡ଼ପ ମାମଲା ନେଇ ବିବାଦକୁ ଆସିଥିଲା ।

ସନ୍ଦେଶଖାଲି ଅଞ୍ଚଳରେ ଶାହାଜାହନର ଆତଙ୍କରାଜ ଏତେ ଥିଲା ଯେ, ପୋଲିସ ତା' ବିରୋଧରେ ମାମଲା ରୁଜୁ କରିବାକୁ ଡରୁଥିଲା । ମିଡିଆ ରିପୋର୍ଟ ମୁତାବକ, ୨୦୨୦ରୁ ୨୦୨୩ ମଧ୍ୟରେ ବିଭିନ୍ନ ଥାନାରେ ଏହି ଟିଏମସି ନେତା ବିରୋଧରେ ୧୬ ଜମି ହଡପ, ୧୩ ହତ୍ୟା ଉଦ୍ୟମ, ୫ ଦୁଷ୍କର୍ମ ଓ ୧୭ ଅପରାଧିକ ଷଡଯନ୍ତ୍ର ଅଭିଯୋଗ ହୋଇଥିଲା । ହେଲେ ଏଥିରୁ ଗୋଟିଏ ବି ଅଭିଯୋଗ ନେଇ ଏଫଆଇଆର ରୁଜୁ ହୋଇନଥିଲା ।

କେନ୍ଦ୍ରୀୟ ଏଜେନ୍ସି ଜାନୁଆରୀ ୫ରେ ଇଡି ଟିମ ଉପରେ ଆକ୍ରମଣ ଘଟଣାରେ ଶାହାଜାହନ ବିରୋଧରେ ଅଭିଯୋଗ କରିବା ପରେ ଭାରତୀୟ ଦଣ୍ଡ ସଂହିତାର ଧାରା ୩୦୭ (ହତ୍ୟା ଉଦ୍ୟମ) ୩୩୩(ମରଣାନ୍ତକ ଆକ୍ରମଣ), ୩୨୬ (ସ୍ୱଇଚ୍ଛାରେ ମାରଣାସ୍ତ୍ରରେ ଗମ୍ଭୀର ଆଘାତ ଦେବା), ୩୫୩ (ସରକାରୀ କର୍ମଚାରୀଙ୍କୁ ଧମକ ଦେବା) ଧାରାରେ ମାମଲା ରୁଜୁ ହୋଇଥିଲା । ଏହାବ୍ୟତୀତ ଇଡି ୩୯୨ (ଡକାୟତି), ୩୯୭ (ହତ୍ୟା ଉଦ୍ୟମ ସହିତ ଲୁଟ୍), ୧୪୮(ଦଙ୍ଗା ସୃଷ୍ଟି) ଇତ୍ୟାଦି ସଙ୍ଗୀନ ଧାରାରେ ଏତଲା ଦେବାକୁ ଚାହୁଁଥିଲା । ଏହି ସବୁ ମାମଲାରେ ଶାହାଜାହନକୁ ଆଜୀବନ ଜେଲ୍ ଦଣ୍ଡ ହୋଇପାରିଥାନ୍ତା । ହେଲେ ପୋଲିସ କେବଳ ୧୪୭, ୧୪୮, ୧୪୯, ୩୪୧, ୧୮୬, ୩୫୩, ୩୨୩, ୪୨୭,୩୭୯, ୫୦୪ ଧାରାରେ ଏଫଆଇଆର ରୁଜୁ କରିଥିଲା ବୋଲି ଜଣେ ଇଡି ଅଧିକାରୀ କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.