ETV Bharat / bharat

‘କଠିନ ସମୟରେ ଗଣତନ୍ତ୍ରକୁ ବଞ୍ଚାଇଥିବାରୁ ସୁପ୍ରିମକୋର୍ଟଙ୍କୁ ଧନ୍ୟବାଦ’

author img

By ETV Bharat Odisha Team

Published : Feb 20, 2024, 8:31 PM IST

Chandigarh mayor election verdict: ସୁପ୍ରିମକୋର୍ଟଙ୍କୁ ଧନ୍ୟବାଦ ଦେଲେ କେଜ୍ରିଓ୍ବାଲ । କହିଲେ କଠିନ ସମୟରେ ଗଣତନ୍ତ୍ରକୁ ବଞ୍ଚାଇଛନ୍ତି ସୁପ୍ରିମକୋର୍ଟ । ଅଧିକ ପଢନ୍ତୁ

‘ କଠିନ ସମୟରେ ଗଣତନ୍ତ୍ରକୁ ବଞ୍ଚାଇଥିବାରୁ ସୁପ୍ରିମକୋର୍ଟଙ୍କୁ ଧନ୍ୟବାଦ ’

ନୂଆଦିଲ୍ଲୀ: ଚଣ୍ଡିଗଡ ମେୟର ନିର୍ବାଚନରେ ଟ୍ୟାମ୍ପରିଂ ମାମଲାରେ ଆଜି ସୁପ୍ରିମକୋର୍ଟ ଗୁରୁତ୍ବପୂର୍ଣ୍ଣ ରାୟ ଶୁଣାଇଛନ୍ତି । ପୂର୍ବ ନିର୍ବାଚନୀ ଫଳାଫଳକୁ ଅସିଦ୍ଧ ଘୋଷଣା କରିବା ସହ କୋର୍ଟ ଆଜି ‘ଆମ ଆଦମୀ ପାର୍ଟି’ର ପ୍ରାର୍ଥୀଙ୍କୁ ବିଜେତା ଘୋଷଣା କରିଛନ୍ତି । ଆମ ଆଦମୀ ପାର୍ଟି କାଉନସିଲର କୁଲଦୀପ କୁମାର ଚଣ୍ଡିଗଡର ନୂଆ ମେୟର ହୋଇଛନ୍ତି । ଏହି ରାୟ ପାଇଁ ସୁପ୍ରିମକୋର୍ଟଙ୍କୁ ଧନ୍ୟବାଦ ଦେଇଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ‘ଆମ ଆଦମୀ ପାର୍ଟି’ ପ୍ରତିଷ୍ଠାତା ମୁଖ୍ୟ ଅରବିନ୍ଦ କେଜ୍ରିଓ୍ବାଲ । ଏପରି କଠିନ ସମୟରେ ସର୍ବୋଚ୍ଚକୋର୍ଟଙ୍କ ରାୟ ଆସିଛି । ଏହା ଗଣତନ୍ତ୍ରକୁ ବଞ୍ଚାଇବା ପରି ରାୟ ବୋଲି କେଜ୍ରିଓ୍ବାଲ କହିଛନ୍ତି ।

ରାୟ ପ୍ରକାଶ ପାଇବା ପରେ ଆମ ଆଦମୀ ପାର୍ଟି କାର୍ଯ୍ୟକର୍ତ୍ତା ଦିଲ୍ଲୀ ଓ ପଞ୍ଜାବ ସମେତ ବିଭିନ୍ନ ସ୍ଥାନରେ ଉତ୍ସବ ପାଳନ କରିଛନ୍ତି । ଟ୍ବିଟ୍‌ କରି କେଜ୍ରିଓ୍ବାଲ ଲେଖିଛନ୍ତି, ‘‘ଏପରି କଠିନ ସମୟରେ ଗଣତନ୍ତ୍ରକୁ ବଞ୍ଚାଇଥିବାରୁ ସୁପ୍ରିମକୋର୍ଟଙ୍କୁ ଧନ୍ୟବାଦ’’ । ତେବେ ଏହି ମାମଲାରେ ନିର୍ବାଚନ ଅଧିକାରୀ ଥିବା ଅନିଲ ମିଶିଙ୍କ ବିରୋଧରେ ମାମଲା ରୁଜୁ କରିବା ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । 8 ବାଲାଟ ପେପର ନଷ୍ଟ କରି ଭୋଟିଂକୁ ଟ୍ୟାମ୍ପରିଂ କରିବା ଓ କୋର୍ଟଙ୍କ ସମ୍ମୁଖରେ ମିଛ ବୟାନ ଦେବା ମାମଲାରେ ସିଆରପିସି ଧାରା-340 ଅନୁସାରେ ଅନିଲଙ୍କ ବିରୋଧରେ ନୋଟିସ ଜାରି କରାଯାଇଛି । ଅପରାହ୍ନରେ କୋର୍ଟଙ୍କ ରାୟ ଆସିବା ପରେ ସଂଧ୍ୟାରେ ଆମ ଆଦମୀ ପାର୍ଟି କାଉନସିଲର କୁଳଦୀପ କୁମାର ଚଣ୍ଡିଗଡ ସହରର ନୂଆ ମେୟର ହୋଇଛନ୍ତି ।

ଏହା ମଧ୍ୟ ପଢନ୍ତୁ :- ଶିଖ୍‌ ପୋଲିସ ଅଧିକାରୀଙ୍କୁ ଖଲିସ୍ତାନୀ ଆକ୍ଷେପ ! ବିଜେପି ଉପରେ ବର୍ଷିଲେ ମମତା

ଏହା ମଧ୍ୟ ପଢନ୍ତୁ : - ଆପ ପ୍ରାର୍ଥୀ କୁଳଦୀପ କୁମାର ଚଣ୍ଡିଗଡର ନୂଆ ମେୟର

ଏଠାରେ ସୂଚନାଯୋଗ୍ୟ ଯେ, ଗତମାସ 30 ତାରିଖରେ ହୋଇଥିବା ଚଣ୍ଡିଗଡ ମେୟର ନିର୍ବାଚନରେ ବିଜେପିକୁ 16 ଖଣ୍ଡ ଭୋଟ ମିଳିଥିଲା । ଆପ-କଂଗ୍ରେସ ମେଣ୍ଟକୁ 20ଟି ଭୋଟ ମିଳିଥିଲା । ମେୟର ପଦବୀ ଆମ ଆଦମୀ ପାର୍ଟି ନେତୃତ୍ବାଧୀନ ମେଣ୍ଟ ଖାତାକୁ ଯିବା ଏକପ୍ରକାର ସ୍ପଷ୍ଟ ହୋଇଥିଲା । ମାତ୍ର ‘ଆପ’ ସପକ୍ଷରେ ଯାଇଥିବା 20 ଭୋଟ ମଧ୍ୟରୁ 8ଟି ନାକଚ ହୋଇଯାଇଥିବା ଜଣାପଡିଥିଲା । ଫଳରେ ବିଜେପି ନେତା ମନୋଜ କୁମାର ଶୋନକାର ମେୟର ନିର୍ବାଚିତ ହୋଇଥିଲେ । ପରେ ଏହି ମାମଲା ସର୍ବୋଚ୍ଚ କୋର୍ଟରେ ପହଞ୍ଚିଥିଲା ।

ବ୍ଯୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.