ହାଇଦ୍ରାବାଦ: ତେଲେଙ୍ଗାନାର କୁବେର ସରକାରୀ ବାବୁ । ଘରେ ରଖିଥିଲେ ଟଙ୍କା ଗଣିବା ମେସିନ । ରେଡ ବେଳେ ବାହାରିଲା 100 କୋଟିର ସମ୍ପତ୍ତି । ପୁଳାପୁଳା ଟଙ୍କା ଏବଂ ଗହଣା ଦେଖି ତାଜୁବ ଆଣ୍ଟି କରପସନ ବ୍ୟୁରୋ ଅଧିକାରୀ । ତେଲେଙ୍ଗାନାରେ ରେବନ୍ତ ସରକାର ଆସିବା ପରଠାରୁ ଦୁର୍ନୀତି ବିରୋଧରେ କାର୍ଯ୍ୟାନୁଷ୍ଠାନ ଜାରି ରହିଛି । ଏହି କ୍ରମରେ ଆଣ୍ଟି କରପସନ ବ୍ୟୁରୋ(ACB) ଏକ ସରକାରୀ ଉଚ୍ଚପଦସ୍ଥ ଅଧିକାରୀଙ୍କ ଘରେ ରେଡ କରିଥିବା ବେଳେ ବାହାରିଲା ଅମାପ ଧନସମ୍ପତି । 100 କୋଟିର ସମ୍ପତି ଦେଖି ତାଜୁବ ଏସିବି ଅଧିକାରୀ । ଘରେ ଟଙ୍କା ଗଣିବା ମେସିନ ରଖିଥିଲେ ସରକାରୀ ବାବୁ ।
ସୂଚନା ଅନୁସାରେ, ଗତକାଲି(ବୁଧବାର) ତେଲେଙ୍ଗାନା ରିଅଲ ଇଷ୍ଟେଟ ନିୟାମକ ପ୍ରାଧିକରଣ ବିଭାଗର ସଚିବ(TSRERA) ଏବଂ ମେଟ୍ରୋ ରେଳ ଯୋଜନାର ଅଧିକାରୀ ଏସ ବାଲକ୍ରିଷ୍ଣାଙ୍କ ଘର ସହିତ ବିଭିନ୍ନ ସ୍ଥାନରେ ଆଣ୍ଟି କରପସନ ବ୍ୟୁରୋ ପକ୍ଷରୁ ରେଡ କରାଯାଇଥିଲା । ପୂର୍ବରୁ ସେ ହାଇଦ୍ରାବାଦର ମେଟ୍ରୋପଲିଆଲ ଅଥରିଟି ଟାଉନ ପ୍ଲାନିଂ ନିର୍ଦ୍ଦେଶକ(HMDA) ଭାବେ କାର୍ଯ୍ୟ କରୁଥିଲେ ।
ଏହା ମଧ୍ୟ ପଢନ୍ତୁ :ଚାକିରି ଦୁର୍ନୀତି ମାମଲାରେ ପଶ୍ଚିମବଙ୍ଗ ମନ୍ତ୍ରୀଙ୍କ ଘରେ ଇଡି ରେଡ୍
ବୁଧବାର 14 ଟିମ ବାଲକ୍ରିଷ୍ଣାଙ୍କ ବିଭିନ୍ନ ଠିକଣାରେ ରେଡ୍ କରିଥିଲେ । ବାସଭବନ, କାର୍ଯ୍ୟାଳୟ ଏବଂ ତାଙ୍କ ସମ୍ପର୍କୀୟଙ୍କ ଘରେ ଚଢାଉ କରିଥିଲା ଆଣ୍ଟି କରପସନ ବ୍ୟୁରୋ ଟିମ୍ । ତେବେ ରେଡ ସମୟରେ ବାହିରିଲା ପୁଳାପୁଳା ଟଙ୍କା ଏବଂ ସୁନା ଅଳଙ୍କାର । 100 କୋଟି ଟଙ୍କାର ସମ୍ପତ୍ତି ଠାବ ହୋଇଥିବା ନେଇ ଏସିବି ପକ୍ଷରୁ ସୂଚନା ଦିଆଯାଇଛି ।
ଏହା ମଧ୍ୟ ପଢନ୍ତୁ: ଟିଏମସି ନେତାଙ୍କ ଘରେ ଇଡି ରେଡ୍: 29ରେ ହାଜର ହେବାକୁ ନିର୍ଦ୍ଦେଶ
ତେବେ ବର୍ତ୍ତମାନ ସୁଦ୍ଧା 40 ଲକ୍ଷ ନଗଦ ଟଙ୍କା, 2କେଜି ସୁନା, ଦରକାରୀ ଦସ୍ତାବିଜ, 60ଟି ଦାମୀ ଘଣ୍ଟା, 14ଟି ମୋବାଇଲ ଫୋନ ଏବଂ 10ଟି ଲାପଟପ ସିଜ୍ କରାଯାଇଛି । ତେବେ ବର୍ତ୍ତମାନ ସୁଦ୍ଧା ବାଲକ୍ରିଷ୍ଣାଙ୍କର ଲକର ଖୋଲା ଯାଇନଥିବା ବେଳେ ଏକ ଟଙ୍କା ଗଣିବା ମେସିନ ମିଳିଥିବା ନେଇ ସରକାରୀ ସୁତ୍ରରୁ ପ୍ରକାଶିତ ହୋଇଛି । ଆଜି ବି ଚଢାଉ ଜାରି ରହିଥିବା ବେଳେ ସମ୍ପତ୍ତିର ମୂଲ୍ୟ ବୃଦ୍ଧି ପାଇବା ନେଇ ଆଶା କରାଯାଉଛି । ତେବେ ଜଣେ ସରକାରୀ ଅଧିକାରୀଙ୍କ ନିକଟରେ ଏତେ ପରିମାଣର ସମ୍ପତ୍ତି ନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ