ETV Bharat / bharat

'ଜାତୀୟ ସଙ୍ଗୀତ ପ୍ରତି ସମ୍ମାନ ନାହିଁ', DMK ସରକାରଙ୍କୁ ଟାର୍ଗେଟ କରି 2 ମିନିଟରେ ଅଭିଭାଷଣ ଶେଷ କଲେ ତାମିଲନାଡୁ ରାଜ୍ୟପାଳ

TN Governor Ravi Flays DMK Regime: ତାମିଲନାଡୁ ସରକାରଙ୍କ ପତ୍ରକୁ ପଢିଲେ ନାହିଁ ରାଜ୍ୟପାଳ ଆର ଏନ ରବି । ଜାତୀୟ ସଙ୍ଗୀତ ପାଇଁ ସମ୍ମାନ ନାହିଁ କହି 2 ମିନିଟରେ ଅଭିଭାଷଣ ଶେଷ କଲେ ରାଜ୍ୟପାଳ । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Feb 12, 2024, 1:39 PM IST

Updated : Feb 12, 2024, 1:50 PM IST

ତାମିଲନାଡୁ ରାଜ୍ୟପାଳ ଆର ଏନ ରବି
ତାମିଲନାଡୁ ରାଜ୍ୟପାଳ ଆର ଏନ ରବି

ଚେନ୍ନାଇ: ତାମିଲନାଡୁ ଇତିହାସରେ ପ୍ରଥମେ । ପ୍ରଥମ ଥର ପାଇଁ 2 ମିନିଟରେ ଅଭିଭାଷଣ ଶେଷ କଲେ ରାଜ୍ୟପାଳ ଆର ଏନ ରବି । ତାମିଲନାଡୁ ରାଜ୍ୟପାଳ ଆର ଏନ ରବି ଏବଂ ଡିଏମକେ ସରକାରଙ୍କ ମଧ୍ୟରେ ବିବାଦ ପୁଣି ଥରେ ସାମ୍ନାକୁ ଆସିଛି । ବିଧାନସଭା ଅଧିବେଶନରେ ଜାତୀୟ ସଙ୍ଗୀତକୁ ସମ୍ମାନ ଦିଆନଯିବା ପ୍ରସଙ୍ଗରେ ଡିଏମକେ ସରକାରଙ୍କୁ ସମାଲୋଚନା କରିଛନ୍ତି । ମାତ୍ର 2 ମିନିଟରେ ବକ୍ତବ୍ୟ ଶେଷ କରି ମୁଁ ସରକାରଙ୍କ ସହ ସହମତ ନୁହେଁ ବୋଲି କହିଛନ୍ତି ଆର୍. ଏନ୍. ରବି । ତେବେ ରାଜ୍ୟପାଳଙ୍କ ଏଭଳି ମନ୍ତବ୍ୟ ପରେ ବର୍ତ୍ତମାନ ଚର୍ଚ୍ଚା ଜୋର ଧରିଛି ।

ଏନେଇ ତାମିଲନାଡୁ ରାଜ୍ୟପାଳ ଆର୍. ଏନ୍. ରବି କହିଛନ୍ତି, "ମୋର ବାରମ୍ବାର ଅନୁରୋଧ ଏବଂ ପରାମର୍ଶ ସତ୍ତ୍ବେ ଜାତୀୟ ସଙ୍ଗୀତକୁ ଉପଯୁକ୍ତ ସମ୍ମାନ ପ୍ରଦର୍ଶନ କରାଯାଉ ନାହିଁ । ଅଭିଭାଷଣର ଆରମ୍ଭ ଏବଂ ଶେଷରେ ଜାତୀୟ ସଙ୍ଗୀତ ବଜାଇବାକୁ ରହିଥିବା ମୋର ଅନୁରୋଧକୁ ମଧ୍ୟ ଅଣଦେଖା କରାଯାଉଛି ।" ପ୍ରକାଶଥାଉକି, ବିଧାନସଭାରେ ସରକାରଙ୍କ ପକ୍ଷରୁ ଆଜି ଅର୍ଥାତ ଫେବୃଆରୀ 12 ତାରିଖରେ ଅଧିବେଶନ ଡକାଇଥିଲେ । ସରକାରଙ୍କ ଦ୍ବାରା ଲିଖିତ ଅଭିଭାଷଣକୁ ନପଢ଼ି ମାତ୍ର ୨ ମିନିଟରେ ବକ୍ତବ୍ୟ ଶେଷ କରି ଗୃହରୁ ପ୍ରସ୍ଥାନ କରିଥିଲେ ରାଜ୍ୟପାଳ।

ସେ ଆହୁରି ମଧ୍ୟ କହିଛନ୍ତି, "ଏହି ଅଭିଭାଷଣରେ ଏପରି ଅନେକ ଅଂଶ ଅଛି ଯାହା ସହିତ ମୁଁ ତଥ୍ୟାତ୍ମକ ଏବଂ ନୈତିକ ଆଧାରରେ ସହମତ ନୁହେଁ । ଏହାକୁ ପଢିବା ମୋର ସମ୍ବିଧାନକୁ ଉପହାସ କରିବା ସହିତ ସମାନ ହେବ । ତେଣୁ ଗୃହକୁ ସମ୍ମାନ ଦେଇ ମୁଁ ମୋର ଅଭିଭାଷଣ ଶେଷ କରୁଛି । ଲଙ୍ଗ୍ ଲାଇଭ ତାମିଲନାଡୁ, ଲଙ୍ଗ ଲାଇଭ ଭାରତ ।"

ଏହା ମଧ୍ୟ ପଢନ୍ତୁ: ତାମିଲନାଡୁ ବିଧାନସଭା ସ୍ବତନ୍ତ୍ର ଅଧିବେଶନରେ 10 ବିଲ୍‌ ପୁନଃ ପାରିତ, ଗୁରୁବାର ଫେରାଇ ଦେଇଥିଲେ ରାଜ୍ୟପାଳ

ତାମିଲନାଡୁରେ ବିଧାନସଭା ବାଚସ୍ପତି ଏମ ଆପାବୁ, ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନ ଏବଂ ବିଧାୟକଙ୍କୁ ତାମିଲରେ ଶୁଭେଚ୍ଛା ଜଣାଇବା ପରେ ମାତ୍ର ଦୁଇ ମିନିଟରେ ନିଜର ଅଭିଭାଷଣ ଶେଷ କଲେ ରାଜ୍ୟପାଳ । ତେବେ ନିକଟରେ କେରଳ ରାଜ୍ୟପାଳ ଆରିଫ ମହମ୍ମଦ ଖାନ ମଧ୍ୟ ପାରମ୍ପରିକ ସମ୍ବୋଧନକୁ କିଛି ମିନିଟରେ ଶେଷ କରିଥିଲେ ।

ତାମିଲନାଡୁ ବିଧାନସଭାରେ ରାଜ୍ୟପାଳ ଆର.ଏନ୍ ରବି ଅଭିଭାଷଣ ପତ୍ର ପଢ଼ିବାକୁ ମନା କରିଦେବାକୁ ନେଇ ବାଚସ୍ପତି କହିଛନ୍ତି, " ରାଜ୍ୟପାଳ ଅଭିଭାଷଣ ଦେଲେ ନାହିଁ । କିନ୍ତୁ ମୁଁ ତାଙ୍କୁ ଦୋଷ ଦେବାକୁ ଚାହୁଁ ନାହିଁ । ଜାତୀୟ ସଙ୍ଗୀତ ବାଜିବା ଉଚିତ ଥିଲା । ସମସ୍ତଙ୍କର ମତ ଅଛି, ଯଦି ଆମେ କିଛି କହିବା ଏହା ନୈତିକ ହେବ ନାହିଁ । ଏହି ସରକାରରେ ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ ଏବଂ ସମସ୍ତ ବିଧାୟକଙ୍କ ଭିନ୍ନ ଭିନ୍ନ ମତ ସତ୍ତ୍ବେ ରାଜ୍ୟପାଳଙ୍କୁ ସମ୍ମାନର ସହ ବ୍ୟବହାର କରାଯାଇଥାଏ ।"

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Feb 12, 2024, 1:50 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.