ETV Bharat / bharat

22ରେ ବିଦ୍ୟୁତ କାଟ୍‌ କରିବାକୁ ଯାଉଛି ମମତା ସରକାର: ଶୁଭେନ୍ଦୁ ଅଧିକାରୀ - Mamata Govt

Power cut off in West Bengal on January 22: ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବିରୋଧରେ ଶୁଭେନ୍ଦୁ ଅଧିକାରୀଙ୍କ ସଙ୍ଗୀନ ଅଭିଯୋଗ । ଜାନୁଆରୀ 22ରେ ରାଜ୍ୟବାସୀ ଯେପରି ପ୍ରାଣ ପ୍ରତିଷ୍ଠା ଉତ୍ସବ ଦେଖିପାରିବେ ନାହିଁ ସେଥିଲାଗି ବିଦ୍ୟୁତ କାଟ୍‌ କରିବା ଯୋଜନା କରିଛି ମମତା ସରକାର । ଅଧିକ ପଢନ୍ତୁ

Power cut off in West Bengal on January 22

author img

By ETV Bharat Odisha Team

Published : Jan 19, 2024, 11:13 PM IST

କୋଲକାତା: ଅଯୋଧ୍ୟା ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ପାଇଁ ସାରା ଦେଶରେ ଉତ୍ସବର ମାହୋଲ । ଏହି ଭବ୍ୟ ମୁହୂର୍ତ୍ତର ସାକ୍ଷୀ ରହିବା ଲାଗି ପ୍ରତିଟି ରାମଭକ୍ତ ହୃଦୟରେ ଉତ୍ସାହ ଭରି ରହିଛି । ଏହାରି ମଧ୍ୟରେ ମମତା ସରକାରଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି ବିରୋଧୀ । ଜାନୁଆରୀ 22 ତାରିଖ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଉତ୍ସବର ଐତିହାସିକ ମୁହୂର୍ତ୍ତ ଯେପରି ରାଜ୍ୟବାସୀ ଦେଖିପାରିବେ ନାହିଁ ସେଥିଲାଗି ଏହି ଦିନ ବିଦ୍ୟୁତ କାଟ୍‌ ଲାଗି ମମତା ସରକାର ଯୋଜନା କରିଥିବା ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀ ଅଭିଯୋଗ କରିଛନ୍ତି ।

ରାମ ପ୍ରାଣ ପ୍ରତିଷ୍ଠା ଉତ୍ସବ ତଥା ଜାନୁଆରୀ 22 ତାରିଖ ଦିନ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ 'ସନହତି ମିଛିଲ' ରାଲି କରିବେ । ଏହି ରାଲିକୁ ଅନ୍ୟ ତାରିଖକୁ ଘୁଞ୍ଚାଇବା ଲାଗି କୋଲକାତା ହାଇକୋର୍ଟରେ ଅଧିକାରୀ ଏକ ଆବେଦନ କରିଥିଲେ । ମାତ୍ର ହାଇକୋର୍ଟ ଅଧିକାରୀଙ୍କ ଆବେଦନକୁ ଖାରଜ କରିଛନ୍ତି । ଏ ନେଇ ଅଧିକାରୀ ସୋସିଆଲ ମିଡିଆ 'X'ରେ ଏକ ପୋଷ୍ଟ କରି କହିଛନ୍ତି ଯେ ଜାନୁଆରୀ 22 ତାରିଖ ଦିନ ବିଦ୍ୟୁତ କାଟ ସମୟକୁ ସ୍ବଳ୍ପ କରିବା ପାଇଁ ରାଜ୍ୟ ବିଦ୍ୟୁତ ସରବରାହ କମ୍ପାନୀକୁ କହିବା ଲାଗି ତାଙ୍କୁ ଅନେକ ବିଜେପି କର୍ମୀ ଅନୁରୋଧ କରିଛନ୍ତି ।

ଏହାପରେ ଅଧିକାରୀ ପୁଣି ଏକ ପୋଷ୍ଟ କରି କହିଛନ୍ତି, "ମମତା ବାନାର୍ଜୀ ଆପଣଙ୍କୁ ଯାହା କରିବା କଥା କରନ୍ତୁ, ହେଲେ ଜାନୁଆରୀ 22 ତାରିଖ କିମ୍ବା ଆଗାମୀ ଦିନମାନଙ୍କରେ ରାଜ୍ୟର ରାମ ଭକ୍ତଙ୍କୁ ଭକ୍ତିର ସାଗରରେ ସ୍ନାନ କରିବା ଲାଗି ଆପଣ ରୋକି ପାରିବେ ନାହିଁ ।" ସେପଟେ ଜାନୁଆରୀ 22 ତାରିଖ ଦିନ ମୁଖ୍ୟମନ୍ତ୍ରୀ ମମତା ସର୍ବ ଧର୍ମ ରାଲି କରିବାକୁ ଯାଉଛନ୍ତି । କାଲିଘାଟ ମନ୍ଦିରରେ ପୂଜା କରିବା ପରେ ସେ ଏହି ରାଲିର ଶୁଭାରମ୍ଭ କରିବେ । ଏହି ରାଲିରେ ସମସ୍ତ ଧର୍ମାବଲମ୍ବୀ ସାମିଲ ହେବାକୁ ଦିଦି ଆହ୍ବାନ କରିଛନ୍ତି ।

ଅନ୍ୟପଟେ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଲାଗି ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଏହି ଐତିହାସିକ ମୁହୂର୍ତ୍ତର ସାକ୍ଷୀ ରହିବା ଲାଗି ସାରା ଦେଶରେ ଉତ୍ସବର ମାହୋଲ । ଏହାରି ମଧ୍ୟରେ ରାମ ମନ୍ଦିର ଗର୍ଭଗୃହରେ ରାମଲାଲାଙ୍କ ଶ୍ରୀବିଗ୍ରହ ସ୍ଥାପିତ ହୋଇଥିବା ବେଳେ ପ୍ରଭୁଙ୍କ ଶ୍ରୀମୁଖର ଦର୍ଶନ ମଧ୍ୟ ମିଳିଛି । ଗର୍ଭଗୃହରେ ରାମଲାଲାଙ୍କ ଶୈଶବ ଅବସ୍ଥାର ପ୍ରତିମୂର୍ତ୍ତିକୁ ସ୍ଥାପିତ କରାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.