ETV Bharat / bharat

ଆଜି ସୁପ୍ରିମକୋର୍ଟରେ କେଜ୍ରିଓ୍ବାଲଙ୍କ ଶୁଣାଣି, ଜେଲରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବେ ମାନ - SC to hear Kejriwal plea - SC TO HEAR KEJRIWAL PLEA

SC to hear Arvind Kejriwal's plea: ଦିଲ୍ଲୀ ହାଇକୋର୍ଟଙ୍କ ରାୟ ବିରୋଧରେ ସୁପ୍ରିମକୋର୍ଟରେ କେଜ୍ରିଓ୍ବାଲ କରିଥିବା ଆବେଦନର ଆଜି ହେବ ଶୁଣାଣି । ଜେଲରେ କେଜ୍ରିଓ୍ବାଲଙ୍କୁ ଭେଟିବେ ପଞ୍ଜାବ ମୁଖ୍ୟମନ୍ତ୍ରୀ । ଅଧିକ ପଢନ୍ତୁ

Arvind Kejriwal
Arvind Kejriwal
author img

By ETV Bharat Odisha Team

Published : Apr 15, 2024, 10:15 AM IST

ନୂଆଦିଲ୍ଲୀ: ମଦ ଦୁର୍ନୀତି ମାମଲାରେ ଗିରଫ ହେବା ପରେ ବର୍ତ୍ତମାନ ତିହାର ଜେଲରେ ରହିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ । ଇଡିର ଗିରଫଦାରୀ ବିରୋଧରେ କେଜ୍ରିଓ୍ବାଲଙ୍କ ଆବେଦନ ଉପରେ ଆଜି ସୁପ୍ରିମକୋର୍ଟରେ ଶୁଣାଣି ହେବ । ଜଷ୍ଟିସ ସଞ୍ଜୀବ ଖନ୍ନା ଓ ଜଷ୍ଟିସ ଦୀରଙ୍କର ଦତ୍ତାଙ୍କ ଖଣ୍ଡପୀଠ ଏହି ଆବେଦନର ଶୁଣାଣି କରିବେ । ଇଡିର ଗିରଫଦାରୀକୁ ନେଇ ଏପ୍ରିଲ 9 ତାରିଖରେ ଦିଲ୍ଲୀ ହାଇକୋର୍ଟରେ ଶୁଣାଣି ହୋଇଥିଲା । କୋର୍ଟ କାର୍ଯ୍ୟାନୁଷ୍ଠାନକୁ ଉଚିତ ଦର୍ଶାଇବା ସହ ଆବେଦନକୁ ଖାରଜ କରିଦେଇଥିଲେ । ଏହାକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟଚର ଦ୍ବାରସ୍ଥ ହୋଇଥିଲା ଆମ ଆଦମୀ ପାର୍ଟି । କିନ୍ତୁ ତ୍ବରିତ ଶୁଣାଣି ପାଇଁ ସୁପ୍ରିମକୋର୍ଟ କୌଣସି ସ୍ବତନ୍ତ୍ର ଖଣ୍ଡପୀଠ ଗଠନ କରିବାକୁ ଅନିଚ୍ଛା ପ୍ରକାଶ କରିଥିଲେ । ଆଜି ଏହି ଆବେଦନର ଶୁଣାଣି ହେବ ।

ଆବେଦନରେ କେଜ୍ରିଓ୍ବାଲ କହିଛନ୍ତି ଯେ, ଯଦି ମୋତେ ଲୋକସଭା ନିର୍ବାଚନ ଲଢିବା ପାଇଁ ମୁକ୍ତ କରାନଯାଏ ତେବେ ବିରୋଧୀଦଳର ନେତାଙ୍କୁ ଗିରଫ କରିବାର ଭୁଲ ପରମ୍ପରା ବଜାୟ ରହିବ । ଆମର ସମ୍ବିଧାନର ମୌଳିକ ନୀତିଗୁଡିକ ନଷ୍ଟ ହୋଇଯିବ । ଜରୁରୀକାଳୀନ ପରିସ୍ଥିତିରେ ଏହି ପିଟିସନ ଦାଖଲ କରାଯାଇଛି । ନିର୍ବାଚନ ମଧ୍ୟରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ମୋତେ ଗିରଫ କରିବା ବେଆଇନ ଅଟେ । ଇଡିର ଗିରଫଦାରୀକୁ ବେଆଇନ ଦର୍ଶାଇ ପ୍ରଥମେ ଦିଲ୍ଲୀ ହାଇକୋର୍ଟରେ ଦ୍ବାରସ୍ଥ ହୋଇଥିଲେ କେଜ୍ରିଓ୍ବାଲ । ହେଲେ ସେଠାରୁ ନିରାଶ ହେବା ପରେ ସୁପ୍ରିମକୋର୍ଟରେ ଦ୍ବାରସ୍ଥ ହୋଇଥିଲେ ସେ । ସର୍ବୋଚ୍ଚ କୋର୍ଟଙ୍କ ରାୟ ଉପରେ କେଜ୍ରିଓ୍ବାଲଙ୍କ ରାଜନୈତିକ ଭାଗ୍ୟ ନିର୍ଭର କରୁଛି । ଯଦି ସେ ସୁପ୍ରିମକୋର୍ଟରୁ ଆଶ୍ବସ୍ତି ନପାଆଇନ୍ତି, ତେବେ ସେ କେତେ ଦିନ ଜେଲ ଭିତରେ ରହି ମୁଖ୍ୟମନ୍ତ୍ରୀ ଦାୟିତ୍ବ ବଜାୟ ରଖିବେ ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ଏହା ମଧ୍ୟ ପଢନ୍ତୁ-15ରେ କେଜ୍ରିଓ୍ବାଲଙ୍କ ଆବେଦନର ଶୁଣାଣି କରିବେ ସୁପ୍ରିମକୋର୍ଟ - Arvind Kejriwal plea in sc

କେଜ୍ରିଓ୍ବାଲଙ୍କୁ ଭେଟିବେ ମାନ: ଅନ୍ୟପଟେ ଆଜି ମଧ୍ୟାହ୍ନ ପ୍ରାୟ 12ଟା ସମୟରେ ତିହାର ଜେଲରେ ଆପ ମୁଖ୍ୟ ତଥା ଦିଲ୍ଲୀ ସିଏମ ଅରବିନ୍ଦ କେଜ୍ରିୱାଲଙ୍କୁ ଭେଟିବେ ପଞ୍ଜାବ ସିଏମ ଭଗବନ୍ତ ମାନ । ଏନେଇ ପାର୍ଟି ପକ୍ଷରୁ ସୂଚନା ଦିଆଯାଇଛି । ଗତ ବୁଧବାର ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ ଓ ରାଜ୍ୟସଭା ସାଂସଦ ସଞ୍ଜୟ ସିଂହ ଅରବିନ୍ଦ କେଜ୍ରିଓ୍ୱାଲ ଭେଟିବା ନେଇ ସମୟ ନିର୍ଦ୍ଧାରିତ ହୋଇଥିଲା । କିନ୍ତୁ ଶେଷ ମୁହୂର୍ତ୍ତରେ ତିହାର ଜେଲ ପ୍ରଶାସନ ରୋକ ଲଗାଇଥିଲେ । ଜେଲରେ ସୁରକ୍ଷା ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଥିଲା । ଦ୍ବିତୀୟ ପର୍ଯ୍ୟାୟ ରିମାଣ୍ଡ ଅବଧି ଶେଷ ହେବା ପରେ 15 ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଥିଲେ ରାଉଜ ଆଭେନ୍ୟୁ କୋର୍ଟ । ଯାହା ଆଜି ଶେଷ ହେବାକୁ ଥିବା ବେଳେ ତାଙ୍କୁ ପୁଣି ଥରେ କୋର୍ଟରେ ହାଜର କରାଯିବ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.