ETV Bharat / bharat

କେଜ୍ରିୱାଲଙ୍କୁ ବଡ଼ ଆଶ୍ବସ୍ତି: ସୁପ୍ରିମକୋର୍ଟରୁ ଅନ୍ତରୀଣ ଜାମିନ, ଜେଲରୁ ବାହାରିଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ - INTERIM BAIL TO DELHI CM KEJRIWAL - INTERIM BAIL TO DELHI CM KEJRIWAL

Supreme Court Interim bail to Delhi CM Arvind Kejriwal: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ବଡ ଆଶ୍ବସ୍ତି । ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଅନ୍ତରୀଣ ଜାମିନ ପ୍ରଦାନ କଲେ ସୁପ୍ରିମକୋର୍ଟ । ତିହାର ଜେଲରୁ ବାହାରିଲେ ଅରବିନ୍ଦ । ଅଧିକ ପଢନ୍ତୁ

interim bail to Delhi CM
interim bail to Delhi CM (ETV Bharat Odisha)
author img

By ETV Bharat Odisha Team

Published : May 10, 2024, 2:26 PM IST

Updated : May 10, 2024, 7:53 PM IST

ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ଆଶ୍ବସ୍ତି । ଅନ୍ତରୀଣ ଜାମିନ ପ୍ରଦାନ କଲେ ସୁପ୍ରିମକୋର୍ଟ । 23 ଦିନର ମହଲତ ଦେଲେ ସୁପ୍ରିମକୋର୍ଟ । ଆସନ୍ତା ଜୁନ 1 ତାରିଖ ଯାଏଁ ତାଙ୍କୁ ଅନ୍ତରୀଣ ଜାମିନ ପ୍ରଦାନ କରାଯାଇଥିବା ବେଳେ ଜୁନ 2 ତାରିଖରେ କେଜ୍ରିୱାଲ ଆତ୍ମସମର୍ପଣ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ ।

ପ୍ରକାଶଥାଉକି, ମାର୍ଚ୍ଚ 21 ତାରିଖରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ କେଜ୍ରିୱାଲଙ୍କୁ ଗିରଫ କରିଥିଲା । ସେବେ ଠାରୁ ସେ ବାରମ୍ବାର ଜାମିନ ଆବେଦନ କରୁଥିଲେ ହେଁ ସର୍ବଦା ଖାରଜ କରାଯାଉଥିଲା । ରାଉଜ ଆଭେନ୍ୟୁ କୋର୍ଟରୁ ନିରାଶ ହେବା ପରେ ସେ ହାଇକୋର୍ଟ ଏବଂ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ । ଗତ ମେ 7 ତାରିଖରେ ସୁପ୍ରିମକୋର୍ଟ ରାୟ ସଂରକ୍ଷିତ ରଖିଥିବା ବେଳେ ଆଜି ଶୁଣାଣି କରାଯାଇ କେଜ୍ରିଓ୍ବାଲଙ୍କୁ ଅନ୍ତରୀଣ ଜାମିନ ପ୍ରଦାନ କରାଯାଇଛି ।

ଜଷ୍ଟିସ ସଞ୍ଜିବ ଖାନ୍ନା ଏବଂ ଦୀପଙ୍କର ଦୂତ୍ତଙ୍କ ଦ୍ବାରା ଗଠିତ ବେଞ୍ଚ କେଜ୍ରିଓ୍ବାଲଙ୍କୁ ଜାମିନ ପ୍ରଦାନ କରିଛନ୍ତି । ପୂର୍ବରୁ ମେ 7 ତାରିଖରେ ସୁପ୍ରିମକୋର୍ଟରେ ଏହାର ଶୁଣାଣି ହୋଇଥିଲା । ଇଡି ଏବଂ କେଜ୍ରିଓ୍ବାଲଙ୍କ ଓକିଲଙ୍କ ମଧ୍ୟରେ ତର୍କ ବିତର୍କ ହୋଇଥିଲା । କିନ୍ତୁ କୌଣସି ନିଷ୍ପତ୍ତି ହୋଇନଥିଲା । କିନ୍ତୁ ସେହି ସମୟରେ କୋର୍ଟ ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ଲୋକସଭା ନିର୍ବାଚନ ପାଇଁ ଜାମିନ ଦିଆଯିବ ବୋଲି କହିଥିଲେ । ଯଦି ତାଙ୍କୁ ଜାମିନ ପ୍ରଦାନ କରାଯାଏ ତେବେ ମୁଖ୍ୟମନ୍ତ୍ରୀ ଭାବେ କୌଣସି କାର୍ଯ୍ୟ କରିବାକୁ ସୁଯୋଗ ଦିଆଯିବ ନାହିଁ ବୋଲି ସେ କହିଥିଲେ । ତେବେ ସୁପ୍ରିମକୋର୍ଟ 10 ତାରିଖରେ ନିଷ୍ପତ୍ତି ନେବା ପାଇଁ ସ୍ଥିର କରାଯାଇଥିଲା । ତେବେ ରାୟ ସଂରକ୍ଷିତ କରାଯାଇଥିବା ବେଳେ ଆଜି ତାଙ୍କୁ ଅନ୍ତରୀଣ ଜାମିନ ପ୍ରଦାନ କରାଯାଇଛି ।

ଏହା ମଧ୍ୟ ପଢନ୍ତୁ: ଶୁକ୍ରବାର କେଜ୍ରିୱାଲଙ୍କ ଜାମିନ ଶୁଣାଣି ! ଜେଲରୁ ସରକାର ଚଳାଇବା ପିଟିସନ ଖାରଜ - Delhi Excise Policy Case

ସୁପ୍ରିମକୋର୍ଟରୁ ଆଶ୍ବସ୍ତି ମିଳିବା ପରେ କେଜ୍ରିଓ୍ବାଲଙ୍କ ଓକିଲ ସାଦାନ ଫରାସତ କହିଛନ୍ତି, "ଜୁନ 1 ତାରିଖ ଯାଏଁ ଅନ୍ତରୀଣ ଜାମିନ ପ୍ରଦାନ କରାଯାଇଛି । ତେବେ ପ୍ରଚାର ସମୟରେ ସେ କଣ କହିବେ କଣ ନାହିଁ ସେନେଇ କୌଣସି ପ୍ରତିବନ୍ଧକ ଲଗାଯାଇ ନାହିଁ । ଜୁନ 2 ତାରିଖରେ ତାଙ୍କୁ ଆତ୍ମସମର୍ପଣ କରିବା ପାଇଁ କୁହାଯାଇଛି । "

ଅରବିନ୍ଦ କେଜ୍ରିଓ୍ବାଲଙ୍କ ପାଇଁ ସର୍ତ୍ତ:

  • ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କୁ 50 ହଜାର ଟଙ୍କାର ବ୍ୟକ୍ତିଗତ ମୁଚଲିକାରେ ଅନ୍ତରୀଣ ଜାମିନ୍ ପ୍ରଦାନ କରାଯାଇଛି ।
  • ସୁପ୍ରିମକୋର୍ଟ ସ୍ପଷ୍ଟ ଭାବେ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ ଏବଂ ଦିଲ୍ଲୀ ସଚିବାଳୟକୁ ଯିବେ ନାହିଁ ।
  • ଦିଲ୍ଲୀର ଉପରାଜ୍ୟପାଳଙ୍କ ବିନା ଅନୁମତିରେ କୌଣସି ସରକାରୀ ଫାଇଲରେ ଦସ୍ତଖତ କରିପାରିବେ ନାହିଁ ।
  • ମଦ ଦୁର୍ନୀତି ମାମଲାକୁ ନେଇ କୌଣସି ବ୍ୟକ୍ତିଗତ ଦେବେ ନାହିଁ ।

ପ୍ରକାଶଥାଉକି ଜୁନ 4 ତାରିଖରେ ଲୋକସଭା ନିର୍ବାଚନ ଫଳଫଳ ଘୋଷଣା ହେବାକୁ ଥିବା ବେଳେ ସେ 4 ତାରିଖ ଯାଏଁ ଜାମିନ ଆବେଦନ କରିଥିଲେ । କିନ୍ତୁ କୋର୍ଟ 4 ତାରିଖ ଯାଏଁ ବେଲ ନଦେଇ ମତଦାନର ଶେଷ ପର୍ଯ୍ୟାୟ ଯାଏଁ ବେଲ୍ ଦେଇଛନ୍ତି । ଲୋକସଭା ନିର୍ବାଚନ ପାଇଁ ଜାରସୋରରେ ପ୍ରଚାର ଚାଲିଥିବା ବେଳେ ବର୍ତ୍ତମାନ ଯୋଗ ଦେବେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ । ଦିଲ୍ଲୀରେ କମ୍ପିବ ଆପ୍ ପ୍ରଚାର । ମେ 25 ରେ ହେବାକୁ ଯାଇଛି ଦିଲ୍ଲୀ ମତଦାନ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : May 10, 2024, 7:53 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.