ETV Bharat / bharat

ସୁପ୍ରିମକୋର୍ଟଙ୍କ ବଡ ରାୟ: ଖଣିଜ ସମ୍ପଦ ଉପରେ ଟିକସ୍‌ ଆଦାୟ କରିପାରିବେ ରାଜ୍ୟ ସରକାର, ନିଷ୍ପତ୍ତିରେ ଓଡିଶାକୁ ମିଳିବ ଲାଭ, ପୂର୍ବରୁ କୋଇଲା ରୟାଲ୍ଟି ଦାବି ହୋଇଥିଲା - Mineral Royalty case in SC

Supreme Court Big Relief To Mineral Rich States: ପ୍ରାକୃତିକ ସମ୍ପଦ ଉପରେ ଟିକସ୍‌ ରାଜ୍ୟ ସରକାରର ଅଧିକାର କ୍ଷେତ୍ର । ରାଜସ୍ବ କୌଣସି ଟିକସ ନୁହେଁ ବୋଲି କହିଲେ ସୁପ୍ରିମକୋର୍ଟ । ପଢନ୍ତୁ ସୁମିତ ସକ୍ସେନାଙ୍କ ରିପୋର୍ଟ...

author img

By ETV Bharat Odisha Team

Published : Jul 25, 2024, 12:18 PM IST

Updated : Jul 25, 2024, 1:41 PM IST

ସୁପ୍ରିମକୋର୍ଟଙ୍କ ବଡ ରାୟ: ପ୍ରାକୃତିକ ସମ୍ପଦ ଉପରେ ଟିକସ୍‌ ରାଜ୍ୟ ସରକାରର ଅଧିକାର
ସୁପ୍ରିମକୋର୍ଟଙ୍କ ବଡ ରାୟ: ପ୍ରାକୃତିକ ସମ୍ପଦ ଉପରେ ଟିକସ୍‌ ରାଜ୍ୟ ସରକାରର ଅଧିକାର (ETV Bharat)

ନୂଆଦିଲ୍ଲୀ: ଖଣିଜ ସମ୍ପଦ ସମୃଦ୍ଧ ରାଜ୍ୟଗୁଡିକୁ ସର୍ବୋଚ୍ଚ କୋର୍ଟରୁ ମିଳିଲା ବଡ ଅଧିକାର । ରାଜ୍ୟରେ ଥିବା ପ୍ରାକୃତିକ ସମ୍ପଦ ଉପରେ ଟିକସ୍ ଆଦାୟ କରିବା ରାଜ୍ୟ ସରକାରଙ୍କ ଅଧିକାର କ୍ଷେତ୍ର । ଏହିକ୍ଷେତ୍ରରେ ରାଜ୍ୟ ସରକାରଙ୍କ କ୍ଷମତା ସଂସଦର ଖଣିଜ-ଖଣିଜ ସମ୍ପଦ ବିକାଶ ନିୟାମକ (MMDR) ଅଧିନିୟମ ଦ୍ୱାରା ସୀମିତ ନୁହେଁ ବୋଲି ସର୍ବୋଚ୍ଚ କୋର୍ଟ କହିଛନ୍ତି । ରାଜ୍ୟର କ୍ଷମତା ପରିସରରୁ ଏହି ଅଧିକାରକୁ ସଂସଦ ବା କେନ୍ଦ୍ର ସରକାର ସୀମିତ କରିପାରିବେ ନାହିଁ । କୋର୍ଟ ଆହୁରି ମଧ୍ୟ ସ୍ପଷ୍ଟ କରିଛନ୍ତି ରୟାଲିଟି ବା ରାଜସ୍ବ କୌଣସି ଟିକସ୍‌ ନୁହେଁ । ଉଭୟଙ୍କ ମଧ୍ୟରେ କିଛି ପ୍ରକୃତିଗତ ପାର୍ଥକ୍ୟ ରହିଛି ।ସୁପ୍ରିମକୋର୍ଟର ନଅଜଣିଆ ବିଚାରପତିଙ୍କ ସାମ୍ବିଧାନିକ ଖଣ୍ଡପୀଠ ଆଜି ଏହି ସମ୍ପର୍କିତ ମାମଲାର ଶୁଣାଣି କରି ଏହି ରାଜ୍ୟମାନଙ୍କ ସପକ୍ଷରେ ଏହି ରାୟ ପ୍ରକାଶ କରିଛନ୍ତି । ଏପଟେ ପୂର୍ବରୁ ଓଡିଶାର ପୂର୍ବ ସରକାର କେନ୍ଦ୍ର ଆଗରେ ବହୁ ବାର କୋଇଲା ରୟାଲ୍ଟି ଦାବି କରିଆସୁଛନ୍ତି ।

ଆଜି ଏହି ମାମଲାର ଶୁଣାଣି ପ୍ରଧାନ ବିଚାରପତି ଜଷ୍ଟିସ ଡି.ଓ୍ବାଇ ଚନ୍ଦ୍ରଚୂଡଙ୍କ ଅଧ୍ୟକ୍ଷତାରେ 9ଜଣିଆ ଖଣ୍ଡପୀଠରେ ହୋଇଥିଲା । ରୟାଲଟି ସଂଗ୍ରହ କରିବା ଖଣି ଲିଜର ଚୁକ୍ତିଭିତ୍ତିକ ସର୍ତ୍ତରୁ ଆସିଥାଏ । ଖଣି ଓ ପ୍ରାକୃତିକ ସମ୍ପଦ ଗଚ୍ଛିତ ଥିବା ଲାଣ୍ଡରୁ ସରକାରଙ୍କୁ ଦିଆଯାଉଥିବା ଦେୟ କେବଳ ‘ଟ୍ୟାକ୍ସ’ ବୋଲି ବିବେଚନା କରାଯାଇପାରିବ ନାହିଁ । 8-1 ଅନୁପାତରେ ଏହି ରାୟରେ ପ୍ରକାଶ ପାଇଥିବା ବେଳେ ଜଷ୍ଟିସ ବି.ଭି ନାଗରତ୍ନା ଏକମାତ୍ର ନ୍ୟାୟାଧିଶ ଭାବେ ଭିନ୍ନ ମତ ପୋଷଣ କରିଥିଲେ । ସୁପ୍ରିମକୋର୍ଟଙ୍କ ଏହି ନିଷ୍ପତ୍ତିରେ ଝାଡଖଣ୍ଡ, ଓଡିଶା, ଆନ୍ଧ୍ର ପ୍ରଦେଶ, ଆସାମ, ଛତିଶଗଡ, ମଧ୍ୟ ପ୍ରଦେଶ ଏବଂ ଉତ୍ତର-ପୂର୍ବର ଖଣିଜ ସମ୍ପଦ ରାଜ୍ୟ ଉପକୃତ ହେବେ । ପୂର୍ବରୁ ଏହି ବିବାଦ ସମ୍ପର୍କିତ ଏକାଧିକ ମାମଲା ସର୍ବୋଚ୍ଚ କୋର୍ଟରେ ବିଚାରାଧୀନ ଥିଲା ।

ଏହା ମଧ୍ୟ ପଢନ୍ତୁ :-ମୋହନ ସରକାରର ପ୍ରଥମ ବଜେଟ୍; ବଢିବ କି ବଜେଟ ପରିମାଣ, କଣ ହେବ ‘କାଳିଆ’ ଭାଗ୍ୟ, ଆସିବ କେଉଁ ନୂଆ ସ୍କିମ ? ଅପେକ୍ଷାରେ ରାଜ୍ୟବାସୀ - Odisha state budget 2024

ପୂର୍ବ ଭାରତୀୟ ରାଜ୍ୟମାନଙ୍କରେ ଖଣିଜ ସମ୍ପଦର ପରିମାଣ ଅଧିକ ରହିଛି । ଏହିରାଜ୍ୟମାନେ ପ୍ରାକୃତିକ ସମ୍ପଦ ଦୃଷ୍ଟିରୁ ବେଶ ସମୃଦ୍ଧ । ଏମାନଙ୍କ ମଧ୍ୟରେ ଓଡିଶା ଅନ୍ୟତମ ପ୍ରାକୃତିକ ସମ୍ପଦରେ ସମୃଦ୍ଧ ରାଜ୍ୟ। ଓଡିଶାରେ ବକ୍ସାଇଟ, ମଙ୍ଗାନିଜ, କୋଇଲା ଓ ଲୁହାପଥର ପ୍ରଚୁର ପରିମାଣରେ ଗଚ୍ଛିତ ରହିଛି । ଆଜି ସର୍ବୋଚ୍ଚକୋର୍ଟଙ୍କ ସାମ୍ବିଧାନିକ ଖଣ୍ଡପୀଠର ଐତିହାସିକ ରାୟରେ ଓଡିଶା ମଧ୍ୟ ବିଶେଷ ଭାବେ ଲାଭାନ୍ବିତ ହେବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jul 25, 2024, 1:41 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.