ମେଷ: ମୀନ ରାଶିରେ ରବିଙ୍କର ଚଳନ ହେବା କାରଣରୁ ଆପଣ ବହୁତ ଖର୍ଚ୍ଚାନ୍ତ ହେବେ । ଏହି ସମୟରେ ଆପଣ ସାମାନ୍ୟ ଆସୁସ୍ଥ ହେବାର ସମ୍ଭାବନା ଅଛି । ଅନ୍ୟ ଦେଶ ସମ୍ବନ୍ଧିତ କାମରେ ଆପଣ ସଫଳତା ପାଇବାର ସମ୍ଭାବନା ଅଛି । ଶତୃମାନେ ଦୁର୍ବଳ ରହିବେ ।
ଉପଚାର-ପ୍ରତିଦିନ ଗାୟତ୍ରୀ ମନ୍ତ୍ର ଜପ କରନ୍ତୁ
ବୃଷ: ମୀନ ସଂକ୍ରାନ୍ତି ପର ଠାରୁ ଗୋଟିଏ ମାସ ସମୟ ଆପଣଙ୍କ ପାଇଁ ଅତ୍ୟନ୍ତ ଶୁଭ ହେବାର ସମ୍ଭାବନା ଅଛି । ଆପଣଙ୍କ ଆୟ ବୃଦ୍ଧି ହୋଇପାରେ । ଏହି ସମୟରେ ଆପଣ ସମାଜିକ କାମ ପ୍ରତି ମଧ୍ୟ ଆଗ୍ରହ ଦେଖାଇବେ । ଆପଣଙ୍କୁ ବହୁତ ଲୋକ ସାହାଯ୍ୟ କରିବେ ।
ଉପଚାର - ଆଦିତ୍ୟ ହୃଦୟ ସ୍ତୋତ୍ର ଜପ କରନ୍ତୁ
ମିଥୁନ: ମୀନ ରାଶିରେ ରବିଙ୍କର ଚଳନ ସମୟ ଆପଣଙ୍କ ପାଇଁ ଲାଭଦାୟକ ହେବ । ଏହି ସମୟରେ ଆପଣଙ୍କର ଉନ୍ନତି ହେବାର ସମ୍ଭାବନା ଅଛି । ଆପଣ ଆପଣଙ୍କ ମାତାପିତାଙ୍କର ଆଶିର୍ବାଦ ଲାଭ କରିବେ । ବ୍ୟବସାୟ କରିବା ପାଇଁ ଇଚ୍ଛା କରୁଥିବା ଲୋକମାନେ ଆଗକୁ ବଢ଼ିବା ସହିତ କିଛି କାମ କରିପାରନ୍ତି ।
ଉପଚାର - କୁଙ୍କୁମ ମିଶ୍ରିତ ଜଳରେ ସୂର୍ଯ୍ୟ ଦେବତାଙ୍କୁ ଅର୍ଘ୍ୟ ଅର୍ପଣ କରନ୍ତୁ
କର୍କଟ: ମୀନ ରାଶିରେ ରବିଙ୍କର ଚଳନ ହେବା ପରର ଗୋଟିଏ ମାସ ସମୟ ଆପଣଙ୍କ ପାଇଁ ଅତ୍ୟନ୍ତ ଲାଭଦାୟକ ହେବ । ଏହି ସମୟରେ ଆପଣନିଜ ପରିବାର ଲୋକମାନଙ୍କ ସହିତ ଭ୍ରମଣରେ ମଧ୍ୟ ଯିବାର ସମ୍ଭାବନା ଅଛି । ଆପଣ ଅତ୍ମବିଶ୍ୱାସୀ ହେବେ । ଏହି ସମୟ ବିଦ୍ୟାର୍ଥୀମାନଙ୍କ ପାଇଁ ମଧ୍ୟ ବହୁତ ଭଲ ହେବ ।
ଉପଚାର - ପ୍ରତିଦିନ ସୂର୍ଯ୍ୟାଷ୍ଟକ ଜପ କରନ୍ତୁ
ସିଂହ: ମୀନ ରାଶିକୁ ରବିଙ୍କର ଆଗମନ ହେବା ସହିତ ସେ ତୁରନ୍ତ ଆପଣଙ୍କ ରାଶି ଠାରୁ ଅଷ୍ଟମ ଗୃହରେ ରହିବେ । ଏହି ସମୟରେ ଆପଣ ପୂର୍ବ ଭଳି ସାମାନ୍ୟ ଚିନ୍ତିତ ରହିପାରନ୍ତି । ଗାଡ଼ି ଚଲାଇବା ସମୟରେ ଆପଣଙ୍କୁ ସତର୍କ ରହିବାକୁ ପଡ଼ିବ । କିଛି ଲୋକଙ୍କର ପରିବାର କିମ୍ବା ଶ୍ୱଶୁର ଘର ଲୋକଙ୍କ ସହିତ ଯୁକ୍ତିତର୍କ ମଧ୍ୟ ହୋଇପାରେ ।
ଉପଚାର - ପ୍ରତିଦିନ ଶିବ ଭଗବାନଙ୍କର ପଞ୍ଚାକ୍ଷର ମନ୍ତ୍ର ଜପ କରନ୍ତୁ
କନ୍ୟା: ମୀନ ସଂକ୍ରାନ୍ତି ପରଠାରୁ ଗୋଟିଏ ମାସ ସମୟ ଆପଣଙ୍କ ପାଇଁ ସାମାନ୍ୟ କଷ୍ଟଦାୟକ ହୋଇପାରେ । ଏହି ସମୟରେ ଆପଣଙ୍କ ଚିନ୍ତାଧାରା ଅହଂପୂର୍ଣ୍ଣ ହୋଇପାରେ ଏବଂ ନିଜର ଜୀବନସାଥୀ ଏବଂ ବ୍ୟବସାୟ ସହଭାଗୀଙ୍କ ସହିତ ମଧ୍ୟ ଆପଣଙ୍କର ସମ୍ପର୍କ ଖରାପ ହୋଇପାରେ । ଏହି ସମୟରେ ନିଜର ଗୁରୁଜନମାନଙ୍କୁ ସମ୍ମାନ ଦିଅନ୍ତୁ ।
ଉପଚାର - ବାପାଙ୍କର ଆଶିର୍ବାଦ ନେଇ କାମ ଆରମ୍ଭ କରନ୍ତୁ
ତୁଳା: ବର୍ତ୍ତମାନ ରବି ମୀନ ରାଶିକୁ ଗତି କରିବେ । ଏହି ମାସଟି ଆପଣଙ୍କ ପାଇଁ ଶୁଭ ହେବ । ଶତୃ ଦୁର୍ବଳ ହେବ କିନ୍ତୁ ଆପଣ ଚାକିରୀ ବଦଳାଇବା ପାଇଁ ଇଚ୍ଛା କରିପାରନ୍ତି କିମ୍ବା ବ୍ୟବସାୟରେ କିଛି ନୂଆ କରିବା ପାଇଁ ଚେଷ୍ଟା କରିପାରନ୍ତି । ଏହି ସମୟରେ ସମସ୍ତ କାରବାର ଭାବିଚିନ୍ତି କରନ୍ତୁ ।
ଉପଚାର - ଗାୟତ୍ରୀ ମନ୍ତ୍ର ଜପ କରନ୍ତୁ
ବିଛା: ମୀନ ରାଶିରେ ରବିଙ୍କର ଚଳନ ହେଉଥିବା କାରଣରୁ ଆପଣ ଅନୁବିଧାର ସମ୍ମୁଖୀନ ହେବାର ସମ୍ଭାବନା ଅଛି । ଏହି ସମୟ ଆପଣଙ୍କପ୍ରେମ ଜୀବନରେ ବାଧା ସୃଷ୍ଟି କରିପାରେ । ଆପଣ ପିଲାମାନଙ୍କୁ ନେଇ ମଧ୍ୟ ଚିନ୍ତିତ ରହିପାରନ୍ତି । ଏହି ସମୟରେ ଆପଣ କିଛି ସାମାଜିକ କାମରେ ଭାଗ ନେବାର ସମ୍ଭାବନା ଅଛି ।
ଉପଚାର - ଶିବ ଭଗବାନଙ୍କର ଜଳାଭିଷେକ କରନ୍ତୁ
ଧନୁ: ମୀନ ରାଶିରେ ରବିଙ୍କର ଚଳନ ହେଉଥିବାରୁ ଧନୁ ରାଶିର ଲୋକଙ୍କ ପାଇଁ ସମୟ ସାମାନ୍ୟ ଚିନ୍ତାଜନକ ହେବ । ଜାଗାବାଡି ସମ୍ବନ୍ଧିତ କାମରେ ଆପଣଙ୍କୁ ଅତ୍ୟନ୍ତ ସତର୍କତା ଅବଲମ୍ବନ କରିବାକୁ ପଡ଼ିବ । ମା’ଙ୍କ ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ ।
ଉପଚାର - ପ୍ରତିଦିନ ଗୋଟିଏ ମାଳା ଗାୟତ୍ରୀ ମନ୍ତ୍ର ଜପ କରନ୍ତୁ
ମକର: ମୀନ ରାଶିରେ ରବିଙ୍କର ଚଳନ ଆପଣଙ୍କ ଆତ୍ମବିଶ୍ୱାସକୁ ପ୍ରୋତ୍ସାହିତ କରିବ । ଆପଣ ନୂଆ କାମ କରିବାର ରିସ୍କ ନେବେ । ଏହି ସମୟରେ ଆପଣଙ୍କ ଭାଗ୍ୟ ଅନୁକୂଲ ରହିବ । ସାନ ଭାଇଭଉଣୀମାନଙ୍କ ସହିତ ଆପଣଙ୍କର ସମ୍ପର୍କ ବହୁତ ଭଲ ହେବ ।
ଉପଚାର -ଗରିବ ଲୋକମାନଙ୍କୁ ଗହମ ଦାନ କରନ୍ତୁ
କୁମ୍ଭ: ସଂକ୍ରାନ୍ତି ପର ଠାରୁ ଗୋଟିଏ ମାସ ସମୟରେ କୁମ୍ଭ ରାଶିର ଲୋକମାନେ ମଧ୍ୟମ ଫଳ ପାଇବେ । ଏହି ସମୟରେ ନିଜ ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ ଏବଂ ନିଜର ପରିବାର ସଦସ୍ୟମାନଙ୍କ ସହିତ ଯୁକ୍ତିତର୍କ କରନ୍ତୁ ନାହିଁ । ହେଲେ ଏହି ସମୟରେ ଆପଣ ନିରନ୍ତର ଅର୍ଥ ସଞ୍ଚୟ କରିବା ପାଇଁ ଚେଷ୍ଟା କରିବେ ।
ଉପଚାର - ପ୍ରତିଦିନ ସୂର୍ଯ୍ୟାଷ୍ଟକ ଜପ କରନ୍ତୁ
ମୀନ: ବର୍ତ୍ତମାନ ଆପଣଙ୍କ ରାଶିରେ ରବି ଅବସ୍ଥାନ କରିବେ । ଏହି ସମୟରେ ଆପଣ ଅହଂକାରୀ ହେବାର ସମ୍ଭାବନା ଅଛି କିନ୍ତୁ ଆପଣଙ୍କ ଉର୍ଜା ପୂର୍ବ ଭଳି ଉଚ୍ଚରେ ରହିପାରେ । ଏହି ସମୟରେ ପ୍ରତ୍ୟେକ କଥାରେ କ୍ରୋଧ ପ୍ରକାଶ କରି ଆପଣ ଅନ୍ୟମାନଙ୍କୁ ନିୟନ୍ତ୍ରଣ କରିବା ପାଇଁ ଚେଷ୍ଟା କରିବେ ।
ଉପଚାର - ପ୍ରତିଦିନ ଗୋଟିଏ ମାଳ ଗାୟତ୍ରୀ ମନ୍ତ୍ର ଜପ କରନ୍ତୁ