ETV Bharat / bharat

ରାଜ୍ୟସଭା ନିର୍ବାଚନ: ନାମାଙ୍କନ ଭରିବା ପାଇଁ ଜୟପୁରରେ ସୋନିଆ ଗାନ୍ଧୀ, ସାଥିରେ ଅଛନ୍ତି ରାହୁଲ - ରାଜ୍ୟସଭା ନିର୍ବାଚନ

Rajya Sabha Elections: ରାଜ୍ୟସଭା ନିର୍ବାଚନ ପାଇଁ ଆଜି ପ୍ରାର୍ଥିପତ୍ର ଦାଖଲ କରିବେ କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀ । ଏଥିପାଇଁ ଜୟପୁରରେ ପହଞ୍ଚିଛନ୍ତି ମାଡାମ ସୋନିଆ । ଅଧିକ ପଢନ୍ତୁ

Sonia Gandhi
Sonia Gandhi
author img

By ETV Bharat Odisha Team

Published : Feb 14, 2024, 9:30 AM IST

Updated : Feb 14, 2024, 9:59 AM IST

ନୂଆଦିଲ୍ଲୀ: ରାଜ୍ୟସଭା ନିର୍ବାଚନ ପାଇଁ ଆଜି ନାମାଙ୍କନ ଭରିବେ ଦଳର ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧୀ । ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ସ୍ଥାନରେ କଂଗ୍ରେସର ସୋନିଆ ଗାନ୍ଧୀ ରାଜସ୍ଥାନରୁ ରାଜ୍ୟସଭା ସାଂସଦ ହେବା ନେଇ ଚର୍ଚ୍ଚା ହେଉଛି । ଏହାରି ମଧ୍ୟରେ ଆଜି ସକାଳ 8ଟାରୁ ଦିଲ୍ଲୀରୁ ଜୟପୁର ଅଭିମୁଖେ ଯାତ୍ରା କରିଛନ୍ତି ସୋନିଆ ଗାନ୍ଧି। ସୂଚନା ଅନୁସାରେ, ପୂର୍ବାହ୍ନ 11ଟା ସମୟରେ ସୋନିଆ ଗାନ୍ଧୀ ରାଜସ୍ଥାନ ବିଧାନସଭା ପରିସରରେ ରିଟର୍ଣ୍ଣିଂ ଅଧିକାରୀଙ୍କ ନିକଟରେ ନାମାଙ୍କନ ଦାଖଲ କରିବେ । ସୋନିଆ ଗାନ୍ଧୀ ନାମାଙ୍କନ ଦାଖଲ କରିବା ସମୟରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ, କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ, ରାଜସ୍ଥାନର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଗେହେଲତ ଏବଂ ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ସଚିନ ପାଇଲଟ ଉପସ୍ଥିତ ରହିବା ନେଇ ସୂଚନା ରହିଛି ।

ନାମାଙ୍କନ ସମୟରେ ଉପସ୍ଥିତ ରହିବେ ରାହୁଲ: ନାମାଙ୍କନ ଦାଖଲ ପାଇଁ କଂଗ୍ରେସର ପୂର୍ବତନ ସଭାପତି ସୋନିଆ ଗାନ୍ଧୀ ସକାଳ 9 ଟାରେ ଜୟପୁରରେ ପହଞ୍ଚିଛନ୍ତି । ତାଙ୍କ ସହ ଅଛନ୍ତି ରାହୁଲ ଗାନ୍ଧୀ । ଜୟପୁର ବିମାନ ବନ୍ଦରରୁ ରାହୁଲ ଏବଂ ସୋନିଆ ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲତଙ୍କ ବାସଭବନକୁ ଯିବା ନେଇ ସୂଚନା ରହିଛି । ଏହାପରେ ପ୍ରାୟ 11ଟା ସମୟରେ ସେ ନାମାଙ୍କନ ଦାଖଲ କରିବା ପାଇଁ ବିଧାନସଭା ଯିବେ । ରାଜସ୍ଥାନ ସବୁଠାରୁ ସୁରକ୍ଷିତ ସ୍ଥାନ ହୋଇଥିବା ନେଇ ଚର୍ଚ୍ଚା ହେଉଛି । ସୋନିଆ ଗାନ୍ଧୀଙ୍କୁ ସ୍ବାଗତ କରିବା ପାଇଁ ମଙ୍ଗଳବାର ଦିନ ହିଁ ସମସ୍ତ ବିଧାୟକଙ୍କୁ ଡକାଇ ଦିଆଯାଇଥିଲା । ଅନ୍ୟପକ୍ଷେ ସୋନିଆ ଗାନ୍ଧୀଙ୍କୁ ରାଜ୍ୟସଭାକୁ ପଠାଇବା ପ୍ରସ୍ତାବରେ ସମସ୍ତ କଂଗ୍ରେସ ଶାସିତ ରାଜ୍ୟ ମଧ୍ୟ ସହମତି ରହିଥିବା କୁହାଯାଇଛି ।

ଏହା ମଧ୍ଯ ପଢ଼ନ୍ତୁ: କାଲି ରାଜ୍ୟସଭା ପାଇଁ ନାମାଙ୍କନ ଭରିବେ ସୋନିଆ, ଆଜି ରାତି ସୁଦ୍ଧା ସ୍ଥିର ହେବ ରାଜ୍ୟ

ରାଜ୍ୟ କଂଗ୍ରେସ ସଭାପତି ଗୋବିନ୍ଦ ସିଂ ଦୋତାସରା କହିଛନ୍ତି, "ନାମାଙ୍କନ ଦାଖଲ କରିବା ପରେ ଆଜି ହିଁ ଦିଲ୍ଲୀ ଫେରିଯିବେ ସୋନିଆ ଗାନ୍ଧୀ । ଏହାପୂର୍ବରୁ ମଙ୍ଗଳବାର ସୋନିଆ ଗାନ୍ଧୀଙ୍କ ସ୍ୱାଗତ କାର୍ଯ୍ୟକ୍ରମ ତଥା ନିର୍ବାଚନ ପ୍ରସ୍ତୁତି ସମ୍ପର୍କରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ବାସଭବନରେ କଂଗ୍ରେସ ନେତାଙ୍କ ଏକ ବୈଠକ ମଧ୍ୟ କରାଯାଇଥିଲା ।" ରାଜସ୍ଥାନର 3ଟି ରାଜ୍ୟସଭା ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ । ଏଥିପାଇଁ ନାମାଙ୍କନ ଦାଖଲ କରିବାର ଶେଷ ତାରିଖ ଫେବୃଆରୀ 15 ତାରିଖ ରହିଛି। ଯଦି ଦେଖିବା ବିଧାନସଭାର ସଂଖ୍ୟା ଗରିଷ୍ଠତା ଅନୁସାରେ, 2ଟି ଆସନ ବିଜେପି ଏବଂ ଗୋଟିଏ କଂଗ୍ରେସକୁ ମିଳିପାରେ ।

ଅନ୍ୟପଟେ ଏନେଇ ଅଶୋକ ଗେହଲଟ କହିଛନ୍ତି, "ସେ କୌଣସି ରାଜ୍ୟକୁ ଯାଇ ରାଜ୍ୟସଭା ସାଂସଦ ହୋଇପାରି ଥାଆନ୍ତେ । ତେବେ ସେ ଯଦି ରାଜସ୍ଥାନକୁ ବାଛିଛନ୍ତି, ତାହାଲେ ଏହି ଖବର ସାରା ବିଶ୍ବରେ ପ୍ରସାରିତ ହେବେ ଯେ, ସୋନିଆ ଏହି ସ୍ଥାନ ବାଛିଛନ୍ତି । ସାରା ବିଶ୍ବରେ ରାଜସ୍ଥାନ ଉପରେ ଆଲୋଚନା କରାଯିବ । ଅଭିଜ୍ଞ ବ୍ୟକ୍ତିବିଶେଷ ନାମାଙ୍କନ ଦାଖଲ କରିବାକୁ ରାଜସ୍ଥାନ ଆସୁଛନ୍ତି । ଆମେ ଏନେଇ ଅତ୍ୟନ୍ତ ଗର୍ବିତ । NDA ସରକାର ମଧ୍ୟ ଏବେଠାରୁ ସତର୍କ ରହିବ । "

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Feb 14, 2024, 9:59 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.