ETV Bharat / bharat

କାଲି ରାଜ୍ୟସଭା ପାଇଁ ନାମାଙ୍କନ ଭରିବେ ସୋନିଆ, ଆଜି ରାତି ସୁଦ୍ଧା ସ୍ଥିର ହେବ ରାଜ୍ୟ

Sonia Gandhi: ଆସନ୍ତାକାଲି ରାଜ୍ୟସଭା ନିର୍ବାଚନ ପାଇଁ ନାମାଙ୍କନ ଭେରିପାରନ୍ତି ସୋନିଆ ଗାନ୍ଧୀ । ବଢିଲା ପ୍ରୟଙ୍କାଙ୍କ ନିର୍ବାଚନୀ ଡେବ୍ୟୁ ଚର୍ଚ୍ଚା । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Feb 13, 2024, 6:45 PM IST

କାଲି ରାଜ୍ୟସଭା ପାଇଁ ନାମାଙ୍କନ ଭରିବେ ସୋନିଆ, ଆଜି ରାତି ସୁଦ୍ଧା ସ୍ଥିର ହେବ ରାଜ୍ୟ
କାଲି ରାଜ୍ୟସଭା ପାଇଁ ନାମାଙ୍କନ ଭରିବେ ସୋନିଆ, ଆଜି ରାତି ସୁଦ୍ଧା ସ୍ଥିର ହେବ ରାଜ୍ୟ

ନୂଆଦିଲ୍ଲୀ: କଂଗ୍ରେସ ଭେଟେରାନ ତଥା ଦଳର ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଚଳିତ ଲୋକସଭା ନିର୍ବାଚନ ଲଢିବେନାହିଁ । ସେ ରାଜ୍ୟସଭା ଯିବା ନେଇ ଯେଉଁ ଚର୍ଚ୍ଚା ଗତ କିଛି ଦିନ ହେବ ଲାଗି ରହିଥିଲା, ତାହା କ୍ରମଶଃ ଘନୀଭୂତ ହୋଇଛି । ଏହରି ମଧ୍ୟରେ ବିଶେଷ ସୂତ୍ରରୁ ଏକ ବଡ ସୂଚନା ମଧ୍ୟ ପହଞ୍ଚିଛି । ସୋନିଆ ଆସନ୍ତାକାଲି (ବୁଧବାର) ରାଜ୍ୟସଭା ନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଦାଖଲ କରିବେ । ତାଙ୍କ ସହ ପାର୍ଟି ହାଇକମାଣ୍ଡ ମଲ୍ଲିକାର୍ଜୁନ ଖଡଗେ ଓ ପୁଅ ରାହୁଲ ଗାନ୍ଧୀ ମଧ୍ୟ ଉପସ୍ଥିତ ରହିବେ । କିନ୍ତୁ ସେ କେଉଁ ରାଜ୍ୟରୁ ନାମାଙ୍କନ ଭେରିବେ, ସେ ନେଇ ଏପର୍ଯ୍ୟନ୍ତ କିଛି ସ୍ପଷ୍ଟ ହୋଇନି । ଆଜି ରାତି ସୁଦ୍ଧା ଦଳ ରାଜ୍ୟ ଚୟନ କରିବା ନେଇ ଚୂଡାନ୍ତ ନିଷ୍ପତ୍ତି ନେବ । ହେଲେ ଚର୍ଚ୍ଚା ଅନୁସାରେ, ସେ ରାଜସ୍ଥାନରୁ ରାଜ୍ୟସଭା ଯିବା ନେଇ ସର୍ବାଧିକ ସମ୍ଭାବନା ରହିଛି ।

ଦଳ ଏ ସମ୍ପର୍କରେ କିଛି ଘୋଷଣା କରିନି । ହେଲେ ଆସନ୍ତାକାଲି ସୁଦ୍ଧା କଂଗ୍ରେସ ଔପଚାରିକ ଭାବେ ଏହି ତଥ୍ୟ ସାମ୍ନାକୁ ଆଣିପାରେ । ଗତ କିଛି ଦିନ ଧରି ହେଉଥିବା ଚର୍ଚ୍ଚା ଅନୁସାରେ, ସୋନିଆଙ୍କ ପାରମ୍ପରିକ ଲୋକସଭା ଆସନ ଉତ୍ତର ପ୍ରଦେଶର ରାୟ ବରେଲୀରୁ ଝିଅ ତଥା ଦଳର ଜାତୀୟ ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧୀ ଲଢିବାକୁ ଯାଉଛନ୍ତି । ସୋନିଆ ଅନ୍ୟ କେଉଁ ଆସନରୁ ଲଢିବା ପରିବର୍ତ୍ତେ ଲୋକସଭା ନିର୍ବାଚନରୁ ବିରାମ ନେଇ ଉଚ୍ଚସଦନ ରାଜ୍ୟସଭା ଯାଇପାରନ୍ତି ବୋଲି ଚର୍ଚ୍ଚା ହେଉଥିଲା । ଯଦି ପ୍ରିୟଙ୍କା ଏଥର ନିର୍ବାଚନ ଲଢନ୍ତି, ଏହା ତାଙ୍କର ନିର୍ବାଚନୀ ଡେବ୍ୟୁ ହେବ ।

ଏହା ମଧ୍ୟ ପଢନ୍ତୁ :- ‘ଇଣ୍ଡିଆ’ ମେଣ୍ଟ କ୍ଷମତାକୁ ଆସିଲେ କାର୍ଯ୍ୟକାରୀ ହେବ ଏମଏସପି ଲ’

ସୂଚନାଯୋଗ୍ୟ ଯେ, 2019 ସାଧାରଣ ନିର୍ବାଚନରେ ଉତ୍ତର ପ୍ରଦେଶରୁ ଉଭୟ ସୋନିଆ ଓ ରାହୁଲ ଗାନ୍ଧୀ ଲଢିଥିଲେ । ସୋନିଆ ନିଜ ପାରମ୍ପରିକ ଆସନ ରାୟବରେଲୀରୁ କଡା ଟକ୍କର ମଧ୍ୟରେ ବିଜୟୀ ହୋଇଥିଲେ । ହେଲେ ରାହୁଲଙ୍କୁ ପରାଜିତ ହେବାକୁ ପଡିଥିଲା । କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ଆମେଠୀ ଆସନରେ ରାହୁଲ ଗାନ୍ଧୀଙ୍କୁ ପରାସ୍ତ କରଥିଲେ । ରାହୁଲ ଗତଥର ଦୁଇଟି ଆସନରେ ନିର୍ବାଚନ ଲଢିଥିଲେ । କେରଳର ଓ୍ବାଇନାଡ ସଂସଦୀୟ କ୍ଷେତ୍ରରୁ ନିର୍ବାଚନ ଜିତି ରାହୁଲ ଲୋକସଭାରେ ପହଞ୍ଚିଥିଲେ । ଚଳିତ ନିର୍ବାଚନରେ ରାହୁଲ ପୁଣି ଦକ୍ଷିଣରୁ ଲଢିବେ ନା ଆମେଠିରେ ଶକ୍ତି ପରୀକ୍ଷା ଦେବେ, ସେ ନେଇ କୌଣସି ସ୍ପଷ୍ଟ ସଙ୍କେତ ମିଳୁନି । ହେଲେ ମା’ ସୋନିଆ ଯଦି କାଲି ରାଜ୍ୟସଭା ପାଇଁ ନାମାଙ୍କନ ଭରନ୍ତି, ତେବେ ଝିଅ ପ୍ରିୟଙ୍କାଙ୍କ ନିର୍ବାଚନୀ ଏଣ୍ଟ୍ରିଂ ଏକପ୍ରକାର ସ୍ପଷ୍ଟ ହୋଇଯିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.