ETV Bharat / bharat

14 ରାଜ୍ୟସଭା ସାଂସଦଙ୍କ ଶପଥ ଗ୍ରହଣ; ରାଜସ୍ଥାନରୁ ସୋନିଆ, ଓଡିଶାରୁ ଅଶ୍ବିନୀ ଦେବାଶିଷ ଓ ଶୁଭାଶିଷ - Rajya Sabha MPs Takes Oath

author img

By ETV Bharat Odisha Team

Published : Apr 4, 2024, 1:04 PM IST

Updated : Apr 4, 2024, 1:14 PM IST

Rajya Sabha MPs Takes Oath: ଶପଥ ନେଲେ 14ଜଣ ରାଜ୍ୟସଭା ସାସଂଦ । ରାଜସ୍ଥାନରୁ ସୋନିଆଙ୍କ ସହ ଓଡିଶାରୁ ଅଶ୍ବିନୀ ଦେବାଶିଷ ଓ ଶୁଭାଶିଷ ଶପଥ ନେଇଛନ୍ତି ।

Sonia Gandhi Takes Oath
Sonia Gandhi Takes Oath

ନୂଆଦିଲ୍ଲୀ: ରାଜ୍ୟସଭା ସାସଂଦ ଭାବେ ଶପଥ ନେଲେ କଂଗ୍ରେସ ଭେଟେରାନ ତଥା ଦଳର ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧୀ । ରାଜସ୍ଥାନରୁ ରାଜ୍ୟସଭା ସଂସଦ ଭାବେ ଶପଥ ନେଇଛନ୍ତି । ଏହି ସମୟରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ, ମଲ୍ଲିକାର୍ଜୁନ ଖଡଗେ, ପ୍ରିୟଙ୍କା ଗାନ୍ଧୀ ଏବଂ ରବର୍ଟ ଭଦ୍ରା ତାଙ୍କ ସହ ରହିଥିଲେ । ତେବେ ସୋନିଆ ଗାନ୍ଧୀଙ୍କ ବ୍ୟତୀତ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏବଂ ଅନ୍ୟ 14 ନେତା ରାଜ୍ୟସଭା ସାଂସଦ ଭାବରେ ଶପଥ ଗ୍ରହଣ କରିଛନ୍ତି । ଉପରାଷ୍ଟ୍ରପତି ଜଗଦୀପ ଧନଖଡ ନୂତନ ସଂସଦ ଗୃହରେ ଏହି ସମସ୍ତ ନେତାଙ୍କୁ ଶପଥ ପାଠ କରାଇଛନ୍ତି । ଗୋଟିଏ ପଟେ ସୋନିଆ ଗାନ୍ଧୀ ରାଜସ୍ଥାନରୁ ରାଜ୍ୟସଭା ସାଂସଦ ଭାବେ ଶପଥ ଗ୍ରହଣ କରିଥିବା ବେଳେ ଅନ୍ୟପଟେ ଅଶ୍ବିନୀ ବୈଷ୍ଣବ ଓଡିଶାରୁ ରାଜ୍ୟସଭା ସାଂସଦ ଭାବେ ଶପଥ ଗ୍ରହଣ କରିଛନ୍ତି ।

କର୍ଣ୍ଣାଟକରୁ କଂଗ୍ରେସ ନେତା ଅଜୟ ମାକେନ୍, ଉତ୍ତରପ୍ରଦେଶରୁ ବିଜେପି ନେତା ଆରପିଏନ୍ ସିଂ, ପଶ୍ଚିମବଙ୍ଗର ବିଜେପି ସଦସ୍ୟ ସମିକ ଭଟ୍ଟାଚାର୍ଯ୍ୟ ରାଜ୍ୟସଭା ସାଂସଦ ଭାବରେ ଶପଥ ଗ୍ରହଣ କରିଛନ୍ତି । YSRCPର ଗୋଲା ବାବୁ, ମେଧା ରଘୁନାଥ ରେଡ୍ଡୀ, ୟେରମ୍ ଭେଙ୍କଟା ସୁବା ରେଡ୍ଡୀ ଆନ୍ଧ୍ରପ୍ରଦେଶର ପ୍ରତିନିଧିତ୍ୱ କରୁଥିବା ସଦସ୍ୟ ଭାବରେ ଶପଥ ଗ୍ରହଣ କରିଛନ୍ତି । ଶପଥ ଗ୍ରହଣ ସମାରୋହ ପରେ ସମସ୍ତେ ମଧ୍ୟ ରାଜ୍ୟସଭା ଅଧ୍ୟକ୍ଷଙ୍କ ସହ ଫଟୋ ଉଠାଇଥିବା ନଜର ଆସିଛନ୍ତି । ଯଦି ଓଡିଶା କଥା ଦେଖିବା 3 ଆସନରେ ପ୍ରାର୍ଥୀମାନେ ନିର୍ଦ୍ବନ୍ଦ୍ବରେ ବିଜୟୀ ହୋଇଥିଲେ । 3 ପ୍ରାର୍ଥୀଙ୍କ ମଧ୍ୟରେ ବିଜେପି ପ୍ରାର୍ଥୀ ତଥା ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ମଧ୍ୟ ଥିଲେ । ରାଜ୍ୟରେ ଚଳିତ ପର୍ଯ୍ୟାୟରେ ମୋଟ 3 ଆସନ ଖାଲି ହେଉଥିବା ବେଳେ ଶାସକ ବିଜୁ ଜନତା ଦଳ (ବିଜେଡି) 2 ଆସନରେ ପ୍ରାର୍ଥୀ ଦେଇଥିଲା । ତୃତୀୟ ଆସନରେ ବିଜେପି ପ୍ରାର୍ଥୀ ବୈଷ୍ଣବଙ୍କୁ ବିଜେଡି ସମର୍ଥନ ଘୋଷଣା କରିଥିଲା ।

ଏହା ମଧ୍ୟ ପଢନ୍ତୁ: ରାଜ୍ୟସଭା ନିର୍ବାଚନ: ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହେଲେ ନଡ୍ଡା ଓ ସୋନିଆ

ପ୍ରଥମ ଥର ପାଇଁ ରାଜ୍ୟସଭା ସାଂସଦ ହେଲେ ସୋନିଆ: ସୋନିଆ ଗାନ୍ଧୀ ପ୍ରଥମ ଥର ପାଇଁ ରାଜ୍ୟସଭା ସାଂସଦ ଭାବରେ ଶପଥ ଗ୍ରହଣ କରିଛନ୍ତି । ଲୋକସଭାକୁ 6ଥର ନିର୍ବାଚିତ ହୋଇଥିବା ସୋନିଆ ଚଳିତଥର ପ୍ରଥମ କରି ଉଚ୍ଚସଦନ ରାଜ୍ୟସଭାକୁ ନିର୍ବାଚିତ ହୋଇଛନ୍ତି । 1999 ମସିହାରୁ ସୋନିଆ କ୍ରମାଗତ ଲୋକସଭା ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରି ବିଜୟୀ ଲାଭ କରୁଛନ୍ତି । ବିଜୟୀ ଯାତ୍ରା ଜାରି ରହିଛି । 1999ରେ ସୋନିଆ ଉତ୍ତରପ୍ରଦେଶର ଆମେଠୀ ଆସନରୁ ଜିତି ଲୋକସଭାରେ ପହଞ୍ଚିଥିଲେ । ଏହା ପରେ 2004ରେ ତାଙ୍କ ପୁଅ ପୂର୍ବତନ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ ନିର୍ବାଚନ ରାଜନୀତିରେ ପ୍ରବେଶ କରିଥିଲେ । ରାହୁଲ ଆମେଠୀ ଆସନରୁ ଏବଂ ସୋନିଆ ରାୟବରେଲି ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ । ପ୍ରକାଶଥାଉକି, ରାୟବରେଲିରୁ ସୋନିଆଙ୍କ ଶାଶୁ ଇନ୍ଦିରା ଗାନ୍ଧୀ ଏକଦା ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିଥିଲେ । ସୋନିଆ 2004, 2009, 2014 ଏବଂ 2019 ରେ କ୍ରମାଗତ ଚାରିଥର ରା ବରେଲି ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ ଏବଂ ବିଜୟୀ ହୋଇଥିଲେ । 2024 ଲୋକସଭା ନିର୍ବାଚନ ପୂର୍ବରୁ ସୋନିଆ ରାଜ୍ୟସଭାକୁ ଯାଉଛନ୍ତି । 57 ବର୍ଷ ପରେ ନେହେରୁ-ଗାନ୍ଧୀ ପରିବାରର ଜଣେ ସଦସ୍ୟ ରାଜ୍ୟସଭା ଯିବେ ।

Last Updated : Apr 4, 2024, 1:14 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.