ETV Bharat / bharat

କ୍ଷୁଦ୍ରଚାଷୀଙ୍କ ଗୁରୁତ୍ବପୂର୍ଣ୍ଣ ଭୂମିକା: ଦେଶରେ ଉତ୍ପାଦିତ ଚା'ରେ 53% ଅବଦାନ, ଖୁବଶୀଘ୍ର MSP ଘୋଷଣା !

author img

By ETV Bharat Odisha Team

Published : Mar 11, 2024, 8:19 PM IST

Role Of Small Tea Growers: କ୍ଷୁଦ୍ର ଚା' ଉତ୍ପାଦନକାରୀଙ୍କ ରହିଛି ଗୁରୁତ୍ବପୂର୍ଣ୍ଣ ଭୂମିକା । ଦେଶରେ ଉତ୍ପାଦିତ 1 ହଜାର 367 କିଲୋଗ୍ରାମର ଚା'ର 53 ପ୍ରତିଶତ କ୍ଷୁଦ୍ର ଚାଷୀମାନେ ପ୍ରସ୍ତୁତ କରୁଛନ୍ତି । ଅଧିକ ପଢନ୍ତୁ

Small Tea Growers
Small Tea Growers

ହାଇଦ୍ରାବାଦ: ଦେଶରେ ଚା' ଉତ୍ପାଦନ କ୍ଷେତ୍ରରେ କ୍ଷୁଦ୍ର ଉତ୍ପାଦନକାରୀଙ୍କ ରହିଛି ଗୁରୁତ୍ବପୂର୍ଣ୍ଣ ଭୂମିକା । 2023 ମସିହାରେ ଆସାମ, ପଶ୍ଚିମବଙ୍ଗ ଏବଂ ଦକ୍ଷିଣ ଭାରତରେ ଚା' ଉତ୍ପାଦନ ଦିଗରେ କ୍ଷୁଦ୍ର ଉତ୍ପାଦକଙ୍କ ଅବଦାନ 53 ପ୍ରତିଶତ ରହିଥିଲା । ମୋଟ୍ ଉତ୍ପାଦିତ ଚା'ର ପରିମାଣ 1ହଜାର 367କିଲୋ ରହିଥିଲା । ଭାରତୀୟ କ୍ଷୁଦ୍ର ଚା' ଉତ୍ପାଦକ ସଂଘ (Confederation of Indian Small Tea Growers Association )ର ସଭାପତି ବିଜୟ ଗୋପାଳ ଚକ୍ରବର୍ତ୍ତୀ କହିଛନ୍ତି, "ଆମେ ଆଶା ରଖିଛୁ ଯେ ସରକାର ଖୁବଶୀଘ୍ର ସବୁଜ ପତ୍ର ଉପରେ ଏମଏସପି ଘୋଷଣା କରିବେ । ଝୋଟ ଚାଷୀଙ୍କୁ ସାହାଯ୍ୟ କରିବା ଲକ୍ଷ୍ୟରେ କଞ୍ଚା ଝୋଟ ପାଇଁ ଏମଏସପି ଘୋଷଣା କରିଛନ୍ତି ସରକାର । ତେଣୁ, ସବୁଜ ପତ୍ର ପାଇଁ MSP ଖୁବ୍ ଶୀଘ୍ର ଆସିପାରେ ବୋଲି ଆଶା ରହିଛି ।"

କ୍ଷୁଦ୍ର ଚା' ଉତ୍ପାଦନରେ ବୃଦ୍ଧି ଅର୍ଥନୈତିକ ଅଭିବୃଦ୍ଧିରେ ସହାୟକ ହୋଇଛି । ଏହାଦ୍ବାରା ଆସାମ ଏବଂ ପଶ୍ଚିମବଙ୍ଗରେ ଉଦ୍ୟୋଗ ମଧ୍ୟ ବୃଦ୍ଧି ହୋଇଛି । ଆସାମର ଟିନସୁକିଆ ଜିଲ୍ଲାର 25 ବର୍ଷୀୟ ବିମଲ ଗୋଗୋଇ କହିଛନ୍ତି, “ମୁଁ 1 ଏକର ଜମିରେ ଚା' ଚାଷ କରିବା ଆରମ୍ଭ କରିଛି । ଏହା ରୋଜଗାର ଯୋଗାଇବା ସହ ପରିବାର ପ୍ରତିପୋଷଣ ଦିଗରେ ସହାୟକ ହୋଇଛି ।"ସରକାର ଚା’ ବିକାଶ ଏବଂ ପ୍ରୋତ୍ସାହନ ଯୋଜନା (Tea Development & Promotion Scheme) ଅଧୀନରେ ଚା’ କ୍ଷେତ୍ରକୁ ଆର୍ଥିକ ସହାୟତା ଯୋଗାଇ ଦେଇଛନ୍ତି। ଫଳରେ କ୍ଷୁଦ୍ର ଚା ’ ଉତ୍ପାଦନକାରୀଙ୍କ ସଂଖ୍ୟାରେ ବୃଦ୍ଧି ହୋଇଛି। ପରବର୍ତ୍ତୀ ଦୁଇ ଆର୍ଥିକ ବର୍ଷ (2024-25 ଏବଂ 2025-26) ପାଇଁ ପ୍ରୋତ୍ସାହନ ରାଶିରେ 290.81 କୋଟିରୁ 528.97 କୋଟି ଟଙ୍କା ଅର୍ଥାତ 82 ପ୍ରତିଶତ ବୃଦ୍ଧି ଘଟିବ ବୋଲି ଲକ୍ଷ୍ୟ ରଖାଯାଇଛି । ଏହି ଯୋଜନା ଅଧୀନରେ କ୍ଷୁଦ୍ର ଉତ୍ପାଦକମାନଙ୍କୁ ବିଭିନ୍ନ ପ୍ରକାରର ପ୍ରୋତ୍ସାହନ ଯୋଗାଇ ଦିଆଯିବ । ଏହାସହ ସେମାନଙ୍କୁ ସ୍ବୟଂ ସହାୟକ ଗୋଷ୍ଠୀ (SHG) ଏବଂ କୃଷକ ଉତ୍ପାଦକ ସଂଗଠନ (FPO)ରେ ଅନ୍ତର୍ଭୁକ୍ତ କରାଯିବ ।

ଏହା ମଧ୍ୟ ପଢନ୍ତୁ...ସଙ୍କଟରେ ଦାର୍ଜିଲିଂ ଚା' ଉଦ୍ୟୋଗ; ଗତ 50 ବର୍ଷରେ ସବୁଠୁ କମ୍ ଉତ୍ପାଦନ ରେକର୍ଡ

ଆସନ୍ତା ଦୁଇ ଆର୍ଥିକ ବର୍ଷ ମଧ୍ୟରେ 8ଶହ SHG ଏବଂ 330 FPO ପ୍ରତିଷ୍ଠା ପାଇଁ ଲକ୍ଷ୍ୟ ରଖିଛନ୍ତି ସରକାର । ସେହିପରି ଆର୍ଥିକ ସହାୟତା ମଧ୍ୟ 105.5କୋଟି ଟଙ୍କାକୁ ବୃଦ୍ଧି କରାଯିବ । ପୂର୍ବରୁ 40 SHG ଏବଂ 8 FPO ପାଇଁ ଆର୍ଥିକ ସହାୟତା 2.7କୋଟି ଟଙ୍କା ରହିଥିଲା। ଏହି ଯୋଜନା ଦ୍ବାରା ଆସନ୍ତା 2 ବର୍ଷ ଭିତରେ କ୍ଷୁଦ୍ର ଚା' ଚାଷୀଙ୍କ ସଂଖ୍ୟା 1 ହଜାରରୁ 30 ହଜାରକୁ ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି । ଉତ୍ପାଦନରେ ବୃଦ୍ଧି, ଉନ୍ନତ ଗୁଣବତ୍ତା, ମୂଲ୍ୟ ବୃଦ୍ଧି ଦ୍ବାରା କ୍ଷୁଦ୍ର ଚାଷୀମାନେ ଉପକୃତ ହୋଇପାରିବେ । ଏହା ବ୍ୟତୀତ ଉନ୍ନତମାନର ଯନ୍ତ୍ରପାତି, ପତ୍ର ପରିବହନ ପାଇଁ ଗାଡ଼ି ଓ ଏହାକୁ ଗଚ୍ଛିତ କରି ରଖିବା ପାଇଁ ଗୋଦାମ ଗୃହର ମଧ୍ୟ ବ୍ୟବସ୍ଥା କରାଯିବ । ସେହିପରି ଚାଷୀଙ୍କୁ ଉତ୍ତମ ଶିକ୍ଷା ପ୍ରଦାନ କରାଯିବା ସହ ମୃତ୍ତିକା ପରୀକ୍ଷଣ ଦିଗରେ ମଧ୍ୟରେ ସମସ୍ତ ବ୍ୟବସ୍ଥା କରାଯିବା ନେଇ ଲକ୍ଷ୍ୟ ରହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.