ETV Bharat / bharat

ଭିଦିସାରୁ ଲୋକସଭା ନିର୍ବାଚନ ଲଢିବେ ଶିବରାଜ !

author img

By ETV Bharat Odisha Team

Published : Feb 20, 2024, 10:37 PM IST

Shivraj Singh Chouhan may fight LS POLL: ଭିଦିସା ସଂସଦୀୟ ଆସନରୁ ଲୋକସଭା ନିର୍ବାଚନ ଲଢିପାରନ୍ତି ପୂର୍ବତନ ମଧ୍ୟ ପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ । ଅଧିକ ପଢନ୍ତୁ

ଲୋକସଭା ନିର୍ବାଚନ ଲଢିବେ ଶିବରାଜ !
ଲୋକସଭା ନିର୍ବାଚନ ଲଢିବେ ଶିବରାଜ !

ଭୋପାଳ: ଲୋକସଭା ନିର୍ବାଚନରେ ଭାରତୀୟ ଜନତା ପାର୍ଟି ନେତୃତ୍ବାଧୀନ ‘ଇଣ୍ଡିଆ’ ମେଣ୍ଟର 400 ପାର କରିବାକୁ ଲକ୍ଷ୍ୟ ନେଇ ଆଗକୁ ବଢୁଛି । ବିଜେପି ଏକାକୀ 370 ରୁ ଅଧିକ ଆସନରେ ବିଜୟଲାଭ କରିବାର ଲକ୍ଷ୍ୟ ରଖିଛି । ତେଣୁ ବହୁ ବରିଷ୍ଠ ନେତା ମଧ୍ୟ ନିର୍ବାଚନ ଲଢିବେ । ମଧ୍ୟ ପ୍ରଦେଶ ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ମଧ୍ୟ ଲୋକସଭା ନିର୍ବାଚନ ଲଢିପାରନ୍ତି । ପୂର୍ବଥର ସେ ମଧ୍ୟ ପ୍ରଦେଶରେ ମୁଖ୍ୟମନ୍ତ୍ରୀ ଥିଲେ । ହେଲେ ଦଳ ତାଙ୍କୁ ଏଥର ମୁଖ୍ୟମନ୍ତ୍ରୀ ପଦରୁ ଅବ୍ୟାହତି ଦେଇ ମୋହନ ଯାଦବଙ୍କୁ ମୁଖ୍ୟମନ୍ତ୍ରୀ କରିଛି । ତେବେ ଶିବରାଜ ମୁଖ୍ୟମନ୍ତ୍ରୀ ପଦ ପାଇଁ ଆଶାୟୀ ଓ ବଳିଷ୍ଠ ଦାବିଦାର ଥିଲେ । ହେଲେ ଦଳୀୟ ନିଷ୍ପତ୍ତିକୁ ସେ ନୀରବରେ ଗ୍ରହଣ କରି ଶୃଙ୍ଖଳାର ପରିଚୟ ଦେଇଥିଲେ । ଏବେ ସେ ବୁଧନୀ ବିଧାନସଭା କ୍ଷେତ୍ରରୁ ବିଧାୟକ ରହିଛନ୍ତି । ହେଲେ ଚଳିତ ସାଧାରଣ ନିର୍ବାଚନରେ ସେ ଭିଦିସା ସଂସଦୀୟ କ୍ଷେତ୍ରରୁ ଲୋକସଭା ନିର୍ବାଚନ ଲଢିପାରନ୍ତି ।

ଭିଦିସା ଶିବରାଜଙ୍କ ଗୃହ ଜିଲ୍ଲା । ସେ ପୂର୍ବରୁ ମଧ୍ୟ ଏହି ଆସନରୁ ଏକାଧିକ ଥର ସାଂସଦ ଭାବେ ନିର୍ବାଚିତ ହୋଇସାରିଛନ୍ତି । ହେଲେ ଏବେ ଏହି ଆସନରେ ଅନ୍ୟତମ ବିଜେପି ନେତା ରମାକାନ୍ତ ଭାର୍ଗବ ସାଂସଦ ରହିଛନ୍ତି । ଦଳ ରମାକାନ୍ତଙ୍କୁ ବୋଧହୁଏ ଏହିଥର ଟିକେଟ ଦେଇନପାରେ । 2019 ରେ ରମାକାନ୍ତ ଭାର୍ଗବ କଂଗ୍ରେସ ପ୍ରାର୍ଥୀ ଶୈଳେନ୍ଦ୍ର ରମେଶ ଚନ୍ଦ୍ର ପଟେଲଙ୍କୁ 3 ଲକ୍ଷ 50 ହଜାରରୁ ଅଧିକ ଭୋଟ ବ୍ୟବଧାନରେ ପରାଜିତ କରିଥିଲେ । ହେଲେ ଏଥର ଏହି ଆସନରୁ ରମାକାନ୍ତଙ୍କୁ ଟିକେଟ ମିଳିନପାରେ । ଭିଦିସାରୁ ଶିବରାଜ ନିଜ ରାଜନୈତିକ ଜୀବନ ଆରମ୍ଭ କରିଥିଲେ । ଏଠାରୁ ସେ 5 ଥର ସାଂସଦ ନିର୍ବାଚିତ ହୋଇସାରିଛନ୍ତି । ତେଣୁ ଏଥର ସେ ଲଢିବାକୁ ଯାଉଥିବା ପାର୍ଟି ସୂତ୍ରରୁ ସୂଚନା ମିଳିଛି ।

ଏହା ମଧ୍ୟ ପଢନ୍ତୁ :- ଲୋକସଭା ନିର୍ବାଚନ: ତୃତୀୟ ପର୍ଯ୍ୟାୟରେ ଆଉ 9 ପ୍ରାର୍ଥୀ ଘୋଷଣା କଲା ସମାଜବାଦୀ ପାର୍ଟି

ଚଳିତ ବିଧାନସଭା ନିର୍ବାଚନରେ ରାଜ୍ୟରେ ବିଜେପି କ୍ଷମତା ବଜାୟ ରଖିବାରେ ସଫଳ ହୋଇଥିଲେ ସୁଦ୍ଧା ମୁଖ୍ୟମନ୍ତ୍ରୀ ପରିବର୍ତ୍ତନ କରିଛି । ଅନୁଭବୀ ଶିବରାଜଙ୍କୁ ବାଦ ଦେଇ ଦଳ ମୋହନ ଯାଦବଙ୍କୁ ମୁଖ୍ୟମନ୍ତ୍ରୀ କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲା । ମୁଖ୍ୟମନ୍ତ୍ରୀ ଘୋଷଣା ହେବାର ଶେଷ ପର୍ଯ୍ୟନ୍ତ ଶିବରାଜ ପ୍ରଚ୍ଛନ୍ନ ଦାବିଦାରି ଜାରି ରଖିଥିବା ଚର୍ଚ୍ଚା ହୋଇଥିଲା । ପୂର୍ବତନ କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର, ପ୍ରହ୍ଲାଦ ସିଂ ପଟେଲ ପ୍ରମୁଖ ନେତା ମଧ୍ୟ ବିଧାନସଭା ନିର୍ବାଚନ ଲଢି ବିଜୟୀ ହୋଇଥିଲେ । ପରବର୍ତ୍ତୀ ସମୟରେ ଏମାନେ କେନ୍ଦ୍ରମନ୍ତ୍ରୀ ଓ ସାଂସଦ ପଦରୁ ଇସ୍ତଫା ଦେଇଥିଲେ । ଏମାନଙ୍କ ମଧ୍ୟରୁ କେହି ମଧ୍ୟ ବିଧାୟକ ପଦରୁ ଇସ୍ତଫା ଦେଇ ପୁଣି ଲୋକସଭା ନିର୍ବାଚନ ଲଢିପାରନ୍ତି, ଏ ସମ୍ଭାବନାକୁ ମଧ୍ୟ ଏଡାଯାଇପାରୁନି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.