ETV Bharat / bharat

ସୁପ୍ରିମକୋର୍ଟରେ ଶରଦ ପାୱାର, ଅଜିତ ପାୱାରଙ୍କୁ ଅସଲି NCP ମାନ୍ୟତା ପ୍ରଦାନକୁ କଲେ ଚ୍ୟାଲେଞ୍ଜ - Ajit Pawar

Sharad Pawar: ନିର୍ବାଚନ କମିଶନଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟରେ ଦ୍ୱାରସ୍ଥ ହେଲେ ଶରଦ ପାଓ୍ବାରଙ୍କ ଗୋଷ୍ଠୀ । ଅଜିତ ପାଓ୍ୱାରଙ୍କ ଗୋଷ୍ଠୀକୁ ଦଳୀୟ ନାମ ଓ ସଙ୍କେତ ପ୍ରଦାନ ପରେ ଏହାକୁ ବିରୋଧ କରି ସର୍ବୋଚ୍ଚ ନ୍ୟାୟାଳୟରେ ପହଞ୍ଚିଛନ୍ତି ଶରଦ ପାଓ୍ୱାର । ଅଧିକ ପଢନ୍ତୁ

Sharad Pawar
ସୁପ୍ରିମକୋର୍ଟରେ NCP Vs NCP ଲଢେଇ
author img

By ETV Bharat Odisha Team

Published : Feb 13, 2024, 2:28 PM IST

ନୂଆଦିଲ୍ଲୀ: ସୁପ୍ରିମକୋର୍ଟରେ ପହଞ୍ଚିଲା ଏନସିପି ବନାମ ଏନସିପି ଲଢେଇ । ନିର୍ବାଚନ କମିଶନଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟରେ ଦ୍ୱାରସ୍ଥ ହେଲେ ନ୍ୟାସନାଲ କଂଗ୍ରେସ ପାର୍ଟି(NCP) ପ୍ରତିଷ୍ଠାତା ଶରଦ ପାଓ୍ବାର । ନିର୍ବାଚନ କମିଶନ ଅଜିତ ପାଓ୍ୱାରଙ୍କ ଗୋଷ୍ଠୀକୁ ପ୍ରକୃତ ନ୍ୟାସନାଲ କଂଗ୍ରେସ ପାର୍ଟିର ମାନ୍ୟତା ଦେବା ସହ ଦଳୀୟ ସଙ୍କେତ ପ୍ରଦାନ କରିବା ପରେ ଏହି ନିଷ୍ପତ୍ତି ବିରୋଧରେ ସର୍ବୋଚ୍ଚ ନ୍ୟାୟାଳୟଙ୍କ ଦ୍ୱାରସ୍ଥ ହୋଇଛନ୍ତି ଶରଦ ପାଓ୍ବାର ।

ଫେବ୍ରୁଆରୀ 6 ତାରିଖ ଦିନ 'ପାଓ୍ୱାର ପାର୍ଟି' ଲଢେଇରେ ଦାଦା ଶରଦ ପାଓ୍ବାରଙ୍କୁ ହରାଇ ବଡ଼ ବିଜୟ ହାସଲ କରିଥିଲେ ପୁତୁରା ଅଜିତ ପାଓ୍ବାର । ଏନସିପିରୁ ଅଲଗା ହୋଇ ବିଜେପି ଓ ସିନ୍ଦେ ଗୋଷ୍ଠୀ ସହ ମିଶିଥିବା ଅଜିତ ପାଓ୍ବାରଙ୍କ ନେତୃତ୍ବାଧୀନ ଗୋଷ୍ଠୀକୁ ପ୍ରକୃତ ‘ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି’ (ଏନସିପି) ବୋଲି ମାନ୍ୟତା ଦେଇଥିଲେ ନିର୍ବାଚନ କମିଶନ । ଏଥିସହ ଏନସିପିର ଦଳୀୟ ଚିହ୍ନ ‘କାନ୍ଥ ଘଣ୍ଟା’ ମଧ୍ୟ ଅଜିତଙ୍କ ଗୋଷ୍ଠୀକୁ ପ୍ରଦାନ କରିଥିଲେ । ଗତ 6 ମାସ ମଧ୍ୟରେ 10 ଥର ଶୁଣାଣି ପରେ ନିର୍ବାଚନ କମିଶନଙ୍କ ଦ୍ବାରା ରାୟ ପ୍ରକାଶ ପାଇଥିଲା ବେଳେ ଏହାକୁ ନେଇ ଅସନ୍ତୋଷ ପ୍ରକାଶ କରିଥିଲେ ଶରଦ ପାୱାର । ନିର୍ବାଚନ କମିଶନଙ୍କ ନିଷ୍ପତ୍ତି ବିରୋଧରେ ସର୍ବୋଚ୍ଚ ଅଦାଲତଙ୍କ ଦ୍ୱାରସ୍ଥ ହୋଇଛନ୍ତି ଶରଦ ପାଓ୍ୱାର ।

ଏହାମଧ୍ୟ ପଢନ୍ତୁ.. ଅଜିତ ପାଓ୍ବାର ଗୋଷ୍ଠୀକୁ ପ୍ରକୃତ NCP ଘୋଷଣା କଲେ ନିର୍ବାଚନ ଆୟୋଗ

ଏହାମଧ୍ୟ ପଢନ୍ତୁ.. ଶରଦ ଗୋଷ୍ଠୀକୁ ନୂଆ ନାମ, ‘ଏନସିପି-ଶରଦଚନ୍ଦ୍ର ପାଓ୍ବାର’

ଶରଦ ପାୱାରଙ୍କ ଦ୍ବାରା ପ୍ରତିଷ୍ଠା ହୋଇଥିବା ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି (ଏନସିପି) ମହାରାଷ୍ଟ୍ରରେ ମହାବିକାଶ ଅଗାଡି ମେଣ୍ଟର ସହଯୋଗୀ ଦଳ ରହିଛି । ହେଲେ ଶରଦଙ୍କ ପୁତୁରା ଅଜିତ ପାଓ୍ବାର ନିଜର କିଛି ସମର୍ଥିତ ବିଧାୟକ ମାନଙ୍କ ସହ ସିନ୍ଦେ ଗୋଷ୍ଠୀ ନେତୃତ୍ବାଧୀନ ମେଣ୍ଟରେ ସାମିଲ ହୋଇଥିଲେ । ଅଜିତ ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ମଧ୍ୟ ହୋଇଥିଲେ । ତାଙ୍କର କିଛି ସମର୍ଥିତ ବିଧାୟକଙ୍କୁ ମନ୍ତ୍ରୀ ପଦ ମଧ୍ୟ ମିଳିଥିଲା । ଏହା ବିରୋଧରେ ଶରଦଙ୍କ ଗୋଷ୍ଠୀ ନିର୍ବାଚନ ଆୟୋଗରେ ଅଭିଯୋଗ କରିଥିଲା । ଅଜିତ ଗୋଷ୍ଠୀ ମଧ୍ୟ ନିଜକୁ ମୁଖ୍ୟ ‘ଏନସିପି’ ବୋଲି ଦାବି କରି ନିର୍ବାଚନ ଆୟୋଗଙ୍କ ଦ୍ବାରସ୍ଥ ହୋଇଥିଲା । ଏହି ମାମଲାରେ ଅଜିତ ପାୱାରଙ୍କୁ ବଡ଼ ବିଜୟ ମିଳିଥିଲା । ଯାହାକୁ ବିରୋଧ କରି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ଶରଦ ପାଓ୍ୱାର ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.