ETV Bharat / bharat

ଛତିଶଗଡରେ ବଡ଼ଧରଣର ମାଓ ଅପରେସନ, 36 ନକ୍ସଲ ନିପାତ - Naxal Killed

ଛତିଶଗଡର ଦନ୍ତେୱାଡା ସୀମାରେ ବଡଧରଣର ଆଣ୍ଟିନକ୍ସଲ ଅପରେସନ । ଟଳିଲେ 36 ନକ୍ସଲ । ସୁରକ୍ଷାକର୍ମୀଙ୍କୁ ମିଳିଲା ବଡସଫଳତା ।

author img

By ETV Bharat Odisha Team

Published : 3 hours ago

Updated : 20 minutes ago

Naxal encounter
Naxal encounter (ETV Bharat)

ରାୟପୁର: ସାରା ଦେଶ ନବରାତ୍ରୀ ପୂଜାରେ ମସଗୁଲ ଥିବା ବେଳେ ଛତିଶଗଡରେ ସୁରକ୍ଷାକର୍ମୀଙ୍କୁ ମିଳିଛି ବଡ ସଫଳତା । ସୁରକ୍ଷାକର୍ମୀ -ନକ୍ସଲ ମଧ୍ୟରେ ଗୁଳି ବିନିମୟରେ ଟଳିଲେ 36 ନକ୍ସଲ । ଆଜି ଦିନ 1ଟା ସମୟରେ ନାରାୟଣପୁର ଓ ଦନ୍ତେୱାଡା ସୀମାର ଅବୁଝାମାଡର ଥୁଲଥୁଲି ଓ ତେନ୍ଦୁର ଗାଁ ମଝିରେ ଏହି ଏନକାଉଣ୍ଟର ହୋଇଛି । ଏନେଇ ସୂଚନା ଦେଇଛନ୍ତି ଦନ୍ତେୱାଡା ଏସପି ଗୌରବ ରାୟ । ସମସ୍ତ ମୃତଦେହକୁ ଜବତ କରିଛି ପୋଲିସ । ଏନକାଉଣ୍ଟରରେ ଟଳିଥିବା 36 ନକ୍ସଲଙ୍କ ମଧ୍ୟରୁ ମୋଷ୍ଟୱାଣ୍ଟେଡ କମଳେଶ ବି ଅଛି । ଯାହା ଉପରେ ସରକାର 8 ଲକ୍ଷର ପୁରସ୍କାର ରାଶି ଘୋଷଣା କରିଥିଲେ ।

ନାରାୟଣପୁର ଓ ଦନ୍ତେୱାଡା ସୀମାରେ ଏନକାଉଣ୍ଟର:

ଦନ୍ତେୱାଡା ଏସପି ଗୌରବ ରାୟଙ୍କ ସୂଚନା ଅନୁସାରେ, ଆଜି ଦିନ 1ଟା ବେଳକୁ ଗୁଳି ବିନିମୟ ଆରମ୍ଭ ହୋଇଥିଲା । ଉଭୟ ପଟୁ ଗୁଳିମାଡ ହୋଇଥିଲା । ଏଥିରେ ବର୍ତ୍ତମାନ ସୁଦ୍ଧା 36 ନକ୍ସଲଙ୍କ ମୃତ୍ୟୁ ନେଇ ସୂଚନା ଦେଇଛନ୍ତି ବସ୍ତର ଆଇଜିପି ସୁନ୍ଦରରାଜ ପି ।

ଟଳିଲା ମୋଷ୍ଟୱାଣ୍ଟେଡ କମଳେଶ:

ସୁରକ୍ଷାକର୍ମୀଙ୍କ ଏହି ଏନକାଉଣ୍ଟରରେ ବଡ ସଫଳତା ମିଳିଛି । ସୁରକ୍ଷାକର୍ମୀଙ୍କ ନିଜ ହଜାଇ ଦେଇଥିଲା କମଳେଶଙ୍କୁ ମଧ୍ୟ ଏନକାଉଣ୍ଟର କରିଛନ୍ତି ସୁରକ୍ଷାକର୍ମୀ । କମଳେଶ ଉପରେ 8 ଲକ୍ଷର ପୁରସ୍କାର ରାଶି ଘୋଷଣା କରିଥିଲେ ସରକାର ।

ଜବତ ହେଲା AK-47:

ଏନକାଉଣ୍ଟର ପରେ ଘଟଣାସ୍ଥଳରୁ ବିପୁଳ ପରିମାଣରେ ଅସ୍ତ୍ରଶସ୍ତ୍ର ଜବତ ହୋଇଛି । ସେଥିରେ ଘାତକ ବନ୍ଧୁକ AK-47 ସହ SLR ମଧ୍ୟ ଜବତ କରିଛନ୍ତି ସୁରକ୍ଷାକର୍ମୀ । ଏବେବି ଜଙ୍ଗଲରେ ସର୍ଚ୍ଚ ଅପରେସନ ଜାରି ରହିଛି । ଏନେଇ ସୂଚନା ଦେଇଛନ୍ତି ଏସପି । ତେବେ ଜଙ୍ଗଲରେ ନକ୍ସଲ ଛପି ରହିଥିବା ଖବର ପାଇଥିଲେ ସୁରକ୍ଷାକର୍ମୀ । ଏହାପରେ ଆରମ୍ଭ ହୋଇଥିଲା ସର୍ଚ୍ଚ ଅପରେସନ ।

ଗୁଳି ବର୍ଷା କଲେ ନକ୍ସଲ ଜବାବ ଦେଲେ ସୁରକ୍ଷାକର୍ମୀ:

ସର୍ଚ୍ଚ ଅପରେସନ ଚାଲିଥିବା ବେଳେ ସୁରକ୍ଷାକର୍ମୀଙ୍କ ଉପରେ ଗୁଳି ଚଳାଇଥିଲେ ନକ୍ସଲ । ଏହାର ପାଲଟା ଜବାବ ଦେଇଥିଲେ ସୁରକ୍ଷାକର୍ମୀ । ପରେ ନାରାୟଣପୁର ଓ ଦନ୍ତାୱାଡା ମିଳିତ ଭାବେ ଆକ୍ରମଣ କରିଥିଲେ । ଉଭୟ ପକ୍ଷରୁ ଗୁଳି ବିନିୟମ ହୋଇଥିଲା । ଏଥିରେ ରିଜର୍ଭ ଗାର୍ଡ, ଏସଟିଏଫ ମଧ୍ୟ ସାମିଲ ଥିଲେ । ଏନକାଉଣ୍ଟର ସଫଳତା ନେଇ ସୁରକ୍ଷାକର୍ମୀଙ୍କୁ ପ୍ରଶଂସା କରିଛନ୍ତି ଗୃହମନ୍ତ୍ରୀ ବିଜୟ ଶର୍ମା ।

ଅଧିକ ଖବର ପଢନ୍ତୁ

Dantewada Encounter: ଲାଲବାହିନୀକୁ ଶକ୍ତ ଧକ୍କା, ଦନ୍ତେୱାଡ଼ା ପୋଲିସ ଏନକାଉଣ୍ଟରରେ 9 ନକ୍ସଲ ନିପାତ

JK Encounter: କୁପୱାରାରେ ୩ ଆତଙ୍କୀ ନିପାତ, ରଜୌରୀରେ ସୁରକ୍ଷାକର୍ମୀ-ଆତଙ୍କୀ ମୁହାଁମୁହିଁ

ସେନାକୁ ବଡ ସଫଳତା, ଏନକାଉଣ୍ଟରରେ ୩ ଆତଙ୍କୀ ନିପାତ -

ମହାରାଷ୍ଟ୍ରରେ ମାଓ ଦମନ ଜୋରଦାର, ୧୨ ମାଓବାଦୀ ସଫା

Last Updated : 20 minutes ago
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.