ETV Bharat / bharat

ଗଣେଶ ପୂଜାରେ ଅଘଟଣ; ତିନି ମହଲା ବିଲ୍ଡିଂ ଭୁଶୁଡି 8 ମୃତ, 28 ଆହତ - Building Collapsed

author img

By ETV Bharat Odisha Team

Published : Sep 8, 2024, 10:16 AM IST

Updated : Sep 8, 2024, 10:23 AM IST

Building Collapsed: ଉତ୍ତର ପ୍ରଦେଶରେ ତିନି ମହଲା ବିଲ୍ଡିଂ ଭୁଶୁଡି 8 ମୃତ, 28 ଆହତ ହସ୍ପିଟାଲରେ ଭର୍ତ୍ତି । କାରଣ ଅସ୍ପଷ୍ଟ, ଉଦ୍ଧାର ଓ ତଦନ୍ତ ଜାରି । ଶୋକବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ ଓ ପ୍ରତିରକ୍ଷା ମନ୍ତ୍ରୀ । ଅଧିକ ପଢନ୍ତୁ

Etv Bharat
Etv Bharat (Etv Bharat)

ଲକ୍ଷ୍ନୌ: ଗଣେଶ ପୂଜାରେ ଅଘଟଣ । ଉତ୍ତର ପ୍ରଦେଶ ରାଜଧାନୀ ଲକ୍ଷ୍ନୌରେ ଭୁଶୁଡି ପଡିଲା 3 ମହଲା କୋଠା । କଂକ୍ରିଟ ଭଗ୍ନାବଶେଷ ତଳେ ପୋତି ହୋଇ 8 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ପ୍ରାୟ 28 ଜଣ ଆହତ ହୋଇଥିବା ସୂଚନା ମିଳିଛି । ଲକ୍ଷ୍ନୌର ସରୋଜିନି ନଗରର ଟ୍ରାନ୍ସପୋର୍ଟ ନଗରରେ ଗତକାଲି ଏପରି ଅଘଟଣ ଘଟିଛି । ଏବେବି ଏକାଧିକ ଭଙ୍ଗା କୋଠା ତଳେ ଚାପି ହୋଇ ରହିଥିବା ସନ୍ଦେହ ମଧ୍ୟରେ ବିଳମ୍ବିତ ରାତିଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ସମସ୍ତ ଆହତଙ୍କୁ ଉଦ୍ଧାର କରାଯାଇ ଚିକିତ୍ସା ନିମନ୍ତେ ହସ୍ପିଟାଲରେ ଭର୍ତ୍ତି କରାଯାଛି । ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଓ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଶୋକ ବ୍ୟକ୍ତ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ-ବର୍ଷାରେ ବେହାଲ ଦିଲ୍ଲୀ; ନିର୍ମାଣାଧୀନ କୋଠା ଭୁଶୁଡି 3 ଶିଶୁ ମୃତ, 5 ଗୁରୁତର - HOUSE COLLAPSED IN GREATER NOIDA

  • ତିନି ମହଲା କୋଠା ଅଧା ଭୁଶୁଡି ପଡିଲା:

ମିଳିଥିବା ସୂଚନା ଅନୁଯାୟୀ, ସରୋଜିନୀ ନଗର ଟ୍ରାନ୍ସପୋର୍ଟ ନଗରରେ ଆଶିୟାନାର ବାସିନ୍ଦା ରାକେଶ ସିଙ୍ଗଲଙ୍କ ତିନି ମହଲା ବିଶିଷ୍ଟ କୋଠା ରହିଥିଲା । ଏଠାରେ ମୋବାଇଲ୍, ଗିଫ୍ଟ ସାମଗ୍ରୀ ଏବଂ ଔଷଧ ଗୋଦାମ ଥିଲା । ଗତକାଲି ସନ୍ଧ୍ୟା ପ୍ରାୟ 4ଟା ବେଳେ ହଠାତ୍ କୋଠା ଅଧା ଭୁଶୁଡି ପଡିଥିଲା । ଅଘଟଣ ଘଟିବା ବେଳେ ବିଲ୍ଡିଂ ଭିତରେ କାମ ଚାଲିଥିବା ବେଳେ ଅନେକ ଲୋକ ମଧ୍ୟ ଥିଲେ । ଫଳରେ ଅନେକ ଲୋକ କଂକ୍ରିଟ ଭଗ୍ନାବଶେଷ ତଳେ ପୋତି ହୋଇଯାଇଥିଲେ ।

ଏହା ମଧ୍ୟ ପଢନ୍ତୁ-UP: ମଥୁରାରେ କୋଠା ଭୁଶୁଡି 5 ମୃତ, ଅନେକ ଆହତ

  • ଭଙ୍ଗା କୋଠା ତୋଳୁ ଖୋଜା ଚାଲିଛି ଜୀବନ:

ଅଘଟଣ ସମ୍ପର୍କରେ ଖବର ପାଇ ସ୍ଥାନୀୟ ଜିଲ୍ଲା ମାଜିଷ୍ଟ୍ରେଟ ଏବଂ ପୋଲିସ କମିଶନର ଘଟଣାସ୍ଥଳରେ ପହଞ୍ଚିଥିଲେ । NDRF ଏବଂ SDRF ଟିମ୍‌ ଡକାଯାଇ ରିଲିଫ ଏବଂ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା । ରାତି ପ୍ରାୟ 8ଟା ସୁଦ୍ଧା ବିଲ୍ଡିଂ ଭିତରେ ଫସି ରହିଥିବା 30ଜଣଙ୍କୁ ସୁରକ୍ଷିତ ଭାବରେ ଉଦ୍ଧାର କରାଯାଇଥିଲା । ଏଥିସହ 8 ଜଣଙ୍କର ମୃତଦେହ ଉଦ୍ଧାର କରାଯାଇଛି । ବର୍ତ୍ତମାନ ସୁଦ୍ଧା ସେମାନଙ୍କ ପରିଚୟ ମିଳି ପାରିନାହିଁ । ଏବେବି ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

ଏହା ମଧ୍ୟ ପଢନ୍ତୁ-Visakhapatnam Building collapsed: କୋଠା ଭୁଶୁଡି ଭାଇ-ଭଉଣୀଙ୍କ ସମେତ ୩ ମୃତ

କେଉଁ କାରଣରୁ କୋଠା ଭୁଶୁଡିଲା ?

ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ଗୋଟିଏ ଦିନ ପୂର୍ବରୁ ସାମଗ୍ରୀ ଅନଲୋଡ୍ କରୁଥିବା ସମୟରେ ଏକ ଟ୍ରକ୍ ବିଲ୍ଡିଂ‌କୁ ଧକ୍କା ଦେଇଥିଲା । ଏହା ପରେ ଶନିବାର ଦିନ ସାମଗ୍ରୀ ଅନଲୋଡ ବେଳେ ଟ୍ରକ ପୁଣି ବିଲ୍ଡିଂକୁ ଧକ୍କା ଦେଇଥିଲା । ଯାହା ଫଳରେ ବିଲ୍ଡିଂ ଭୁଶୁଡି ପଡିଥିଲା । ହେଲେ ଅଘଟଣର ନିର୍ଦ୍ଦିଷ୍ଟ କାରଣ ସମ୍ପର୍କରେ ସ୍ଥାନୀୟ ପ୍ରଶାସନ କିମ୍ବା ପୋଲିସ କୌଣସି ସ୍ପଷ୍ଟତା ଆଣିନି । ତଦନ୍ତ ପରେ କାରଣ ଜଣାପଡିବ ଓ ସେହି ଆଧାରରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରଶାସନ ସୂତ୍ରରୁ ଜଣାପଡିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Sep 8, 2024, 10:23 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.