ETV Bharat / bharat

ଚଳନ୍ତା ବସରେ ଲାଗିଲା ନିଆଁ; ୯ ଜୀବନ୍ତ ଦଗ୍ଧ, ୨୪ରୁ ଉର୍ଦ୍ଧ୍ୱ ଗୁରୁତର - Haryana Bus Accident - HARYANA BUS ACCIDENT

Fire In Bus in Haryana: ହରିୟାଣାରେ ଭୟଙ୍କର ଦୁର୍ଘଟଣା । ଚଳନ୍ତା ବସରେ ଲାଗିଲା ନିଆଁ । ଏହି ଅଘଟଣରେ ୯ ଜଣ ଜୀବନ୍ତ ଦଗ୍ଧ ଯାଇଥିବା ବେଳେ ୨୪ରୁ ଅଧିକ ନିଆଁରେ ପୋଡି ହୋଇ ଗୁରୁତର ଆହତ ହୋଇଛନ୍ତି । ଅଧିକ ପଢନ୍ତୁ

Fire In Bus in Haryana
Fire In Bus in Haryana (ETV Bharat)
author img

By ETV Bharat Odisha Team

Published : May 18, 2024, 7:09 AM IST

Updated : May 18, 2024, 2:27 PM IST

ଚଣ୍ଡିଗଡ: ହରିୟାଣା ନୁହ ଜିଲ୍ଲାରେ ହୃଦୟ ବିଦାରକ ଅଘଟଣ । ଚଳନ୍ତା ବସରେ ଲାଗିଲା ନିଆଁ । ଏହି ଅଘଟଣରେ ୯ ଜଣ ଜୀବନ୍ତ ଦଗ୍ଧ ଯାଇଥିବା ବେଳେ ୨୪ରୁ ଅଧିକ ନିଆଁରେ ପୋଡି ହୋଇ ଗୁରୁତର ଆହତ ହୋଇଛନ୍ତି । ତେବେ ବସଟି ଟୁରିଷ୍ଟ ବସ ହୋଇଥିବା ଜଣାପଡିଛି । ମଥୁରା ଓ ବୃନ୍ଦାବନରେ ଦର୍ଶନ ସାରି ଫେରୁଥିବା ବେଳେ ଏହି ଅଘଟଣ ଘଟିଥିବା ସୂଚନା ରହିଛି । ସମସ୍ତ ଆହତ ଓ ମୃତକ ଚଣ୍ଡିଗଡ ଓ ପଞ୍ଜାବର ହୋଇଥିବା ଜଣାପଡିଛି ।

ସୂଚନା ଅନୁଯାୟୀ, ଗତକାଲି (ଶୁକ୍ରବାର) ବିଳମ୍ବିତ ରାତିରେ ହରିୟାଣାର ନୁହ ଜିଲ୍ଲାରେ କୁଣ୍ଡଲୀ ମାନେସର ପଲଓ୍ବଲ ଏକ୍ସପ୍ରେସ ଓ୍ବେରେ ଏକ ଚଳନ୍ତା ଟୁରିଷ୍ଟ ବସରେ ଅଚାନକ ନିଆଁ ଲାଗିଯାଇଥିଲା । ନିଆଁ ଏତେ ଭୟଙ୍କର ଥିଲା ଯେ ଦେଖୁ ଦେଖୁ ସମ୍ପୂର୍ଣ୍ଣ ବସଟି ନିଆଁର କବଳରେ ଆସି ଜଳି ପୋଡି ପାଉଁଶ ହୋଇଯାଇଥିଲା । ଏଥିରେ ୮ ଜଣ ଶ୍ରଦ୍ଧାଳୁ ନିଆଁର କବଳରେ ଆସି ଜୀବନ୍ତ ଦଗ୍ଧ ହୋଇଥିବା ବେଳେ ୨୪ ଜଣ ପୋଡି ଗୁରୁତର ଆହତ ହୋଇଛନ୍ତି । ଆହତମାନଙ୍କୁ ବିଭିନ୍ନ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ଚଳନ୍ତା ଟୁରିଷ୍ଟ ବସରେ ଲାଗିଲା ନିଆଁ: ଏହି ଅଘଟଣରେ ଶିକାର ହୋଇଥିବା ସମସ୍ତ ଆହତ ଓ ମୃତକ ଚଣ୍ଡିଗଡ ଓ ପଞ୍ଜାବ ଅଞ୍ଚଳର ହୋଇଥିବା ଜଣାପଡିଛି । ଶ୍ରଦ୍ଧାଳୁମାନେ ମଥୁରା ଓ ବୃନ୍ଦାବନ ଯାଇ ଫେରୁଥିବା ସମୟରେ ଏହି ଅଘଟଣ ଘଟିଥିବା କୁହାଯାଉଛି । ତେବେ ଏହି ସମୟରେ ବସରେ ପାଖାପାଖି ୬୦ ଜଣ ଯାତ୍ରୀ ରହିଥିଲେ । ସେମାନଙ୍କ ମଧ୍ୟରେ ଶିଶୁ ଓ ମହିଳା ମଧ୍ୟ ରହିଥିଲେ । ହରିୟାଣାର ନୁହ ଜିଲ୍ଲାର କୁଣ୍ଡଲୀ ମାନେସର ପଲଓ୍ବଲ ଏକ୍ସପ୍ରେସ ଓ୍ବେ ଚାଲୁଥିବା ସମୟରେ ହଠାତ ବସରେ ନିଆଁ ଲାଗିଯାଇଥିଲା ।

ମଥୁରା ବୃନ୍ଦାବନ ଦର୍ଶନ ସାରି ଫେରୁଥିବା ବେଳେ ଅଘଟଣ: ବସରେ ଥିବା ଜଣେ ଯାତ୍ରୀଙ୍କ କହିବାନୁଯାୟୀ, ଟୁରିଷ୍ଟ ବସକୁ ନେଇ ଭଡାରେ ଆଣି ବନାରସ, ମଥୁରା ଓ ବୃନ୍ଦାବନ ଦର୍ଶନ ସାରି ଫେରୁଥିବା ବେଳେ ଏହି ଅଘଟଣ ଘଟିଛି । ବସରେ ୬୦ ଜଣ ଯାତ୍ରୀ ଥିବା ବେଳେ ସମସ୍ତେ ସମସ୍ତଙ୍କ ସମ୍ପର୍କୀୟ ଅଟନ୍ତି । ସମସ୍ତଙ୍କ ଘର ପଞ୍ଜାବର ଲୁଧିୟାନା, ହୋଶିୟାରପୁର ଓ ଚଣ୍ଡିଗଡ ହୋଇଥିବା ଯାତ୍ରୀଜଣକ କହିଛନ୍ତି ।

ଏହାମଧ୍ୟ ପଢନ୍ତୁ.. ଟ୍ରକ ସହ ମୁହାଁମୁହିଁ ଧକ୍କା ପରେ ଜଳିଗଲା ବସ୍; ୬ ଯାତ୍ରୀ ଜୀବନ୍ତ ଦଗ୍ଧ - Road Accident In Andhra

ସ୍ଥାନୀୟ ଲୋକଙ୍କ କହିବାନୁଯାୟୀ, ସେମାନେ ବିଲରେ କାମ କରୁଥିବା ବେଳେ ବିଳମ୍ବିତ ରାତିର ପାଖାପାଖି ୧.୩୦ ସୁଦ୍ଧା ରାସ୍ତାରେ ଏକ ଚଳନ୍ତା ବସର ପଛପଟେ ନିଆଁ ଲାଗିଯାଇଥିବା ଦେଖିଥିଲେ । ସେମାନେ ଡ୍ରାଇଭରକୁ ହାତ ହଲାଇ ବସ ରୋକିବାକୁ କହିଥିଲେ ହେଲେ ବସ ଡ୍ରାଇଭର ତାଙ୍କ କଥା ଶୁଣିପାରିନଥିଲେ । ପରେ ଜଣେ ଜଣେ ବାଇକ ଚାଳକ ବସକୁ ଅଟକାଇ ବସରେ ନିଆଁ ଲାଗିଥିବା କଥା କହିଥିଲେ । ତେବେ ସ୍ଥାନୀୟ ଲୋକେ ଏନେଇ ଅଗ୍ନିଶମ ବିଭାଗକୁ ଖବର ଦେବା ସହ ନିଆଁ ଲିଭାଇବାକୁ ଉଦ୍ୟମ କରିଥିଲେ । ହେଲେ ନିଆଁର ମାତ୍ରା ଅଧିକ ଥିବା ବେଳେ ଦମକଳ ବାହିନୀ ପହଞ୍ଚିବା ପରେ ନିଆଁକୁ ଆୟତ୍ତ କରିଥିଲା । ତେବେ ସେତେବେଳକୁ ବସ ମଧ୍ୟରେ ନିଆଁର ଆଁରେ ୮ ଜଣଙ୍କର ମୃତ୍ୟୁ ହୋଇସାରିଥିଲା । ଅନ୍ୟପଟେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ବର୍ତ୍ତମାନ ସୁଦ୍ଧା ମୃତକଙ୍କ ପରିଚୟ ମିଳିପାରିନାହିଁ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : May 18, 2024, 2:27 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.