ETV Bharat / bharat

ଅଧା ରହିଗଲା ବାଗେଶ୍ବର ବାବାଙ୍କ ଦର୍ଶନ: ଧକ୍କା ଦେଲା ଟ୍ରକ, ଚାଲିଗଲା ୭ ଶ୍ରଦ୍ଧାଳୁଙ୍କ ଜୀବନ - Major road accident

author img

By ETV Bharat Odisha Team

Published : Aug 20, 2024, 11:54 AM IST

Major Road Accident: ଅଟୋକୁ ମୁହାଁମୁହିଁ ଧକ୍କା ଦେଲା ଟ୍ରକ । ଆଖି ବୁଜିଲେ ୭ଜଣ ଶ୍ରଦ୍ଧାଳୁ, ୬ ଗୁରୁତର । ସମସ୍ତେ ଅଟୋରେ ବସି ବାଗେଶ୍ବର ଧାମ ଦର୍ଶନ ପାଇଁ ଯାଉଥିଲେ । ଅଧିକ ପଢନ୍ତୁ

ବାବାଙ୍କ ଦର୍ଶନ ପାଇଁ ଯାଉଥିଲେ, ଧକ୍କା ଦେଲା ଟ୍ରକ; ଚାଲିଗଲା ୭ ଶ୍ରଦ୍ଧାଳୁଙ୍କ ଜୀବନ
ବାବାଙ୍କ ଦର୍ଶନ ପାଇଁ ଯାଉଥିଲେ, ଧକ୍କା ଦେଲା ଟ୍ରକ; ଚାଲିଗଲା ୭ ଶ୍ରଦ୍ଧାଳୁଙ୍କ ଜୀବନ (ETV Bharat Odisha)

ଭୋପାଳ: ହସଖୁସିରେ ଅଟୋରେ ବସି ବାଗେଶ୍ବର ଧାମ ଦର୍ଶନ ପାଇଁ ଯାଉଥିଲେ ଶ୍ରଦ୍ଧାଳୁ । ହେଲେ କିଏ ଜାଣିଥିଲା, ବାଟରେ ସେମାନଙ୍କୁ ଅପେକ୍ଷା କରିବସିଛି ମୃତ୍ୟୁ । ହଠାତ୍ ଏକ ଟ୍ରକ ସହିତ ଅଟୋର ମୁହାଁମୁହିଁ ଧକ୍କା ହେଲା । ଆଉ ଦୁର୍ଘଟଣାରେ ଆଖି ପିଛୁଳାକେ ଚାଲିଗଲା ୭ ଶ୍ରଦ୍ଧାଳୁଙ୍କ ଜୀବନ । ଏଥିରେ ୬ ଜଣ ଗୁରୁତର ଆହତ ମଧ୍ୟ ହୋଇଛନ୍ତି । ଆଜି ସକାଳୁ ମଧ୍ୟ ପ୍ରଦେଶର ଛତ୍ରପୁରରେ ଏହି ଦୁର୍ଘଟଣା ଘଟିଛି । ଆହତମାନଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ସକାଳ ପ୍ରାୟ ସାଢେ ୫ଟା ବେଳେ ଶ୍ରଦ୍ଧାଳୁଙ୍କୁ ନେଇ ଯାଉଥିବା ଏହି ଅଟୋ ଦୁର୍ଘଟଣାଗ୍ରସ୍ତ ହୋଇଛି । ଅଟୋରେ ପ୍ରାୟ ୧୩ଜଣ ଶ୍ରଦ୍ଧାଳୁ ଯାତ୍ରା କରୁଥିଲେ । ସମସ୍ତେ ମହୋବା ଷ୍ଟେସନରୁ ଅଟୋରେ ବସି ଛତ୍ରପୁର ସ୍ଥିତ ବାଗେଶ୍ବର ଧାମକୁ ଯାଉଥିଲେ । ହେଲେ ବାଟରେ ଦ୍ରୁତଗତିରେ ଆସୁଥିବା ଏକ ଟ୍ରକ, ଅଟୋକୁ ମୁହାଁମୁହିଁ ଧକ୍କା ଦେଇଥିଲା ।

ଏହା ମଧ୍ୟ ପଢନ୍ତୁ: ଭୟଙ୍କର ଦୁର୍ଘଟଣା: ବସ୍ ସହ ମୁହାଁମୁହିଁ ଧକ୍କା ହେଲା ପିକଅପ୍ ଭ୍ୟାନ, ଚାଲିଗଲା ୧୦ ଜୀବନ - UP BUS ACCIDENT

ଏନେଇ ଛତ୍ରପୁର ଏସପି ଆଗମ ଜୈନ କହିଛନ୍ତି,‘‘ଆଜି (ମଙ୍ଗଳବାର) ସକାଳେ ଝାନ୍ସି-ଖଜୁରାହୋ ହାଇୱେରେ ଗୋଟିଏ ଅଟୋ ଓ ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି । ଏଥିରେ ୭ଜଣଙ୍କ ମୃତ୍ୟୁ ଘଟିଛି ଏବଂ ୬ଜଣ ଆହତ ହୋଇଛନ୍ତି ।'' ମୃତକଙ୍କ ମଧ୍ୟରେ ଜଣେ ବୃଦ୍ଧ ଅଛନ୍ତି । ପୋଲିସ ଦୁର୍ଘଟଣାସ୍ଥଳରେ ପହଞ୍ଚି ମୃତାହତମାନଙ୍କୁ ଉଦ୍ଧାର କରି ନିକଟସ୍ଥ ହସ୍ପିଟାଲ ପଠାଇଛି । ଏବେ ଆହତ ଶ୍ରଦ୍ଧାଳୁମାନେ ଚିକିତ୍ସାଧୀନ ଥିବାବେଳେ ସମସ୍ତଙ୍କୁ ଆବଶ୍ୟକୀୟ ସହାୟତା ପ୍ରଦାନ କରାଯାଉଛି । ତେବେ କେଉଁ ପରିସ୍ଥିତିରେ ଦୁର୍ଘଟଣା ଘଟିଲା,କିଏ ଦାୟୀ, ତାହା ଏ ଯାଏଁ ସ୍ପଷ୍ଟ ହୋଇନି । ପୋଲିସ ଘଟଣାରେ ଛାନ୍‌ଭିନ୍ ଆରମ୍ଭ କରିଛି । ମୃତକମାନଙ୍କ ପରିଚୟ ମିଳିପାରି ନାହିଁ ।

ଏହା ମଧ୍ୟ ପଢନ୍ତୁ: ପୁଣି ଟ୍ରେନ ଦୁର୍ଘଟଣା: ଉତ୍ତର ପ୍ରଦେଶରେ ଟ୍ରାକରୁ ଖସିଲା ‘ସାବରମତି ଏକ୍ସପ୍ରେସ୍‌’, 22ଟି ବଗି ଲାଇନଚ୍ୟୁତ, ବଡ ଷଡଯନ୍ତ୍ର ସୂଚନା ଦେଲେ ରେଳମନ୍ତ୍ରୀ - Sabarmati Express derailed

ବର୍ତ୍ତମାନ ଦେଶରେ ସଡକ ଦୁର୍ଘଟଣାଜନିତ ମୃତ୍ୟୁ ଘଟଣା ବଢିବାରେ ଲାଗିଛି । ପ୍ରତି ସେକେଣ୍ଡରେ କେଉଁଠି ନା କେଉଁଠି ଦୁର୍ଘଟଣାରେ କେହି ଆଖି ବୁଜୁଛନ୍ତି । ତଦନ୍ତରେ ଏଥିପାଇଁ ମୁଖ୍ୟତଃ ଡ୍ରାଇଭରମାନଙ୍କ ବେପରୁଆ ଗାଡି ଚାଳନା, ମାତ୍ରାଧିକ ଯାନବାହନର ଚଳାଚଳ, ଆବଶ୍ୟକ କ୍ଷମତାଠାରୁ କୌଣସି ଯାନରେ ମାତ୍ରାଧିକ ଯାତ୍ରୀ ଯାତ୍ରା କରିବା ଓ ନିଶା ସେବନ କରି ଗାଡି ଚଳାଇବା ପରି କାରଣମାନ ସମ୍ନାକୁ ଆସୁଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.