ETV Bharat / bharat

ଇଭିଏମ-ଭିଭିପାଟ୍ ମାମଲା: ଶୁଣାଣି କରି ରାୟ ସଂରକ୍ଷିତ ରଖିଲେ ସୁପ୍ରିମକୋର୍ଟ - EVM VVPAT Verification

author img

By ETV Bharat Odisha Team

Published : Apr 24, 2024, 4:45 PM IST

EVM-VVPAT Verification: ଇଭିଏମ-ଭିଭିପାଟ୍ ମାମଲାରେ ଶୁଣାଣି କରିଛନ୍ତି ସୁପ୍ରିମକୋର୍ଟ । ଏନେଇ ନିର୍ବାଚନ କମିଶନଙ୍କ ପକ୍ଷରୁ ସ୍ପଷ୍ଟୀକରଣ ରଖାଯାଇଛି । ଅଧିକ ପଢନ୍ତୁ

EVM-VVPAT Verification
EVM-VVPAT Verification

ନୂଆଦିଲ୍ଲୀ: ଇଭିଏମ-ଭିଭିପାଟ୍ ମାମଲାରେ ଶୁଣାଣି କରି ରାୟ ସଂରକ୍ଷିତ ରଖିଛନ୍ତି ସୁପ୍ରିମକୋର୍ଟ । ଏହି ମାମଲାର ପୁନଃ ଶୁଣାଣି କରାଯିବ ନାହିଁ ବୋଲି କୋର୍ଟ ସ୍ପଷ୍ଟ କରିଛନ୍ତି । ନିର୍ବାଚନ କମିଶନଙ୍କୁ ମାଗିଥିବା ଜବାବ ମିଳିଥିବାରୁ ସନ୍ତୋଷ ବ୍ୟକ୍ତ କରିବା ସହ ରାୟ ସଂରକ୍ଷିତ ରଖିଛନ୍ତି ସର୍ବୋଚ୍ଚ ଅଦାଲତ । ଏହି ଶୁଣାଣି ପ୍ରାୟ ୪୦ ମିନିଟ ଧରି ଚାଲିଥିଲା । ଜଷ୍ଟିସ ସଞ୍ଜୀବ ଖାନ୍ନା କହିଛନ୍ତି, "ଆମେ କିଛି ନିର୍ଦ୍ଦିଷ୍ଟ ଦିଗ ଉପରେ ପ୍ରଶ୍ନ କରିଥିଲୁ । ଯାହାର ଜବାବ ମିଳିଛି । "ସୂଚନା ଅନୁସାରେ, ଇଭିଏମର କାର୍ଯ୍ୟକାରିତା ନେଇ ଇସିଆଇକୁ ରିପୋର୍ଟ ମାଗିଥିଲେ ସର୍ବୋଚ୍ଚ ଅଦାଲତ । ଆଜି (ବୁଧବାର) ଇଲେକ୍ଟୋନିକ ଭୋଟିଂ ମେସିନର କାର୍ଯ୍ୟକାରିତାକୁ ନେଇ ନିର୍ବାଚନ କମିଶନରଙ୍କୁ ସ୍ପଷ୍ଟୀକରଣ ମାଗିଥିଲେ ସୁପ୍ରିମକୋର୍ଟ । ପୂର୍ବରୁ ଜଷ୍ଟିସ ସଞ୍ଜୀବ ଖାନ୍ନା ଏବଂ ଦିପଙ୍କର ଦତ୍ତଙ୍କ ଗଠିତ ଖଣ୍ଡପୀଠ ଏନେଇ ରିପୋର୍ଟ ତଲବ କରିଥିଲେ । କିଛି ନିର୍ଦ୍ଦିଷ୍ଟ ଦିଗ ଉପରେ ସ୍ପଷ୍ଟୀକରଣ ଆବଶ୍ୟକ ବୋଲି ସେମାନେ ରାୟ ଶୁଣାଇଥିଲେ ।

ଶୁଣାଣି ସମୟରେ, ଆବେଦନକାରୀଙ୍କ ପକ୍ଷରୁ ଓକିଲ ପ୍ରଶାନ୍ତ ଭୂଷଣ, ଗୋପାଳ ଶଙ୍କର ନାରାୟଣ ଏବଂ ସଞ୍ଜୟ ହେଗଡେ ହାଜର ହୋଇଥିଲେ । ଆସୋସିଏସନ ଅଫ୍ ଡେମୋକ୍ରାଟିକ୍ ରିଫର୍ମସ୍ (ADR) ପକ୍ଷରୁ ଆଇନଜୀବୀ ପ୍ରଶାନ୍ତ ଭୂଷଣ ଉପସ୍ଥିତ ରହିଥିଲେ । ବର୍ତ୍ତମାନ ପର୍ଯ୍ୟନ୍ତ ନିର୍ବାଚନ ଆୟୋଗଙ୍କ ତରଫରୁ ଆଇନଜୀବୀ ମନିନ୍ଦର ସିଂ ଉପସ୍ଥିତ ଥିବାବେଳେ କେନ୍ଦ୍ର ସରକାରଙ୍କ ତରଫରୁ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ଉପସ୍ଥିତ ରହିଥିଲେ ।

ନିର୍ବାଚନ କମିଶନଙ୍କ ପକ୍ଷରୁ ଆଇନଜୀବୀ ମନିନ୍ଦର ସିଂ ପକ୍ଷ ରଖିଛନ୍ତି । EVM-VVPAT ମାମଲାରେ ନିର୍ବାଚନ କମିଶନ କହିଛନ୍ତି ଯେ, ସମସ୍ତ ବାଲାଟ୍ ୟୁନିଟରେ ମେମୋରୀ ଚିପ୍ ରହିଛି । ଯାହା ମାତ୍ର ଗୋଟିଏ ଥର ହିଁ ବ୍ୟବହାର ହୋଇପାରିବ । କାରଣ ଏହା ପୂର୍ବରୁ ସୁପ୍ରିମକୋର୍ଟ ଜଷ୍ଟିସ ସଞ୍ଜୀବ ଖାନ୍ନା ୩-୪ ସ୍ପଷ୍ଟୀକରଣ ମାଗିଥିଲେ । ମାଇକ୍ରୋ କଣ୍ଟ୍ରୋଲର କଣ୍ଟ୍ରୋଲିଂ ୟୁନିଟରେ କ'ଣ ରହିଛି ଏବଂ ସିମ୍ବଲ ଲେବଲ ୟୁନିଟ୍ କେତେ ରହିଛି ? ବୋଲି ପ୍ରଶ୍ନ କରାଯାଇଥିଲା । ଏହାସହ ଇଭିଏମ (EVM) ଏବଂ ଭିଭିପାଟ୍ (VVPAT)କୁ ମତଦାନ ପରେ ସିଲ୍ କରାଯାଉଛି କି ନାହିଁ ? ବୋଲି ସର୍ବୋଚ୍ଚ ଅଦାଲତ ଜବାବ ମାଗିଥିଲେ ।

ଏହା ବି ପଢନ୍ତୁ...ଭୋଟିଂ ବେଳେ EVMରେ ତ୍ରୁଟି କିମ୍ବା ଭୁଲ୍ ବଟନ ଦବାଇଲେ କଣ କରିବେ ? ଜାଣନ୍ତୁ ବ୍ୟାକଅପ ପ୍ଲାନ୍ - Lok Sabha Election 2024

ଏହା ପୂର୍ବରୁ ଗତ ୧୮ ତାରିଖରେ ଶୁଣାଣି କରି ରାୟ ସଂରକ୍ଷିତ ରଖିଥିଲେ ସୁପ୍ରିମକୋର୍ଟ । "ନିର୍ବାଚନ ପ୍ରକ୍ରିୟା ସ୍ବଚ୍ଛ ଓ ଅବାଧ ହେବା ଉଚିତ" ବୋଲି କହିଥିଲେ ସର୍ବୋଚ୍ଚ ଅଦାଲତ । ଇଭିଏମ୍ ସିଷ୍ଟମରେ ବାଲାଟ୍ ୟୁନିଟ୍, କଣ୍ଟ୍ରୋଲ୍ ୟୁନିଟ୍ ଏବଂ ଭିଭିପାଟ୍ ଭଳି ତିନୋଟି ଉପାଦାନର ସଠିକ କାର୍ଯ୍ୟକାରିତାକୁ ନେଇ କୋର୍ଟ ଜବାବ ମାଗିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.