ETV Bharat / bharat

ସନ୍ଦେଶଖାଲି ମାମଲା: ମହିଳା ନିର୍ଯାତନା ଓ ଜମି ଜବରଦଖଲ ମାମଲାର ନ୍ୟାୟିକ ତତ୍ତ୍ବାବଧାନରେ ହେବ CBI ତଦନ୍ତ - Sandeshkhali Case

author img

By ETV Bharat Odisha Team

Published : Apr 10, 2024, 10:41 PM IST

Sandeshkhali Case:ନ୍ୟାୟିକ ତତ୍ତ୍ବାବଧାନରେ ହେବ CBI ତଦନ୍ତ । ନିର୍ଦ୍ଦେଶ ଦେଲେ କୋଲକାତା ହାଇକୋର୍ଟ । ଏବେ ଗିରଫ ହୋଇ ଜେଲରେ ଅଛି ମୁଖ୍ୟ ଅଭିଯୁକ୍ତ ଶାହାଜାହନ ଶେଖ । ଅଧିକ ପଢନ୍ତୁ

ସନ୍ଦେଶଖାଲି ମାମଲା: ମହିଳା ନିର୍ଯାତନା ଓ ଜମି ଜବରଦଖଲ ମାମଲାର ନ୍ୟାୟିକ ତତ୍ତ୍ବାବଧାନରେ ହେବ CBI ତଦନ୍ତ

କୋଲକାତା: ପଶ୍ଚିମବଙ୍ଗର ବହୁଚର୍ଚ୍ଚିତ ସନ୍ଦେଶଖାଲିରେ ମହିଳାଙ୍କ ବିରୋଧରେ ହୋଇଥିବା ଗଣ ନିର୍ଯାତନା ତଥା ଜମି ଜବରଦଖଲ ମାମଲାରେ କୋଲକାତା ହାଇକୋର୍ଟ ଆଜି (ବୁଧବାର) ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । କେନ୍ଦ୍ରୀୟ ସଂସ୍ଥା ଏହି ଉଭୟ ମାମଲାରେ ତଦନ୍ତ କରିବା ନ୍ୟାୟାଳୟ ସିଧା ଏହି ତଦନ୍ତର ତତ୍ତ୍ବାବଧାନ ମଧ୍ୟ କରିବେ । ଏକ ଜୁଡିସିଆଲ ମନିଟରିଂ କମିଟି ମଧ୍ୟ ଗଠନ କରିବାକୁ ଆଜି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ଫେବୃଆରୀ 29 ତାରିଖରେ ଧରାପଡିଥିଲା ସନ୍ଦେଶଖାଲି ବିବାଦର ମାଷ୍ଟରମାଇଣ୍ଡ ଶେଖ ଶାହାଜାହନ।ଗତ ଜାନୁଆରୀ ୫ରୁ ଫେରାର୍ ଥିଲା ଶାହାଜାହାନ । ୫୫ ଦିନର ଲୁଚକାଳି ଖେଳ ପରେ ତୃଣମୂଳ କଂଗ୍ରେସ ନେତା ଶେଖ ଶାହାଜାହାନ ଗିରଫ ହୋଇଥିଲା ।29 ତାରିଖ ସକାଳେ ତାକୁ ଉତ୍ତର ୨୪ ପ୍ରଗଣା ଜିଲ୍ଲାର ମିନାଖାନ ଅଞ୍ଚଳରୁ ପୋଲିସ ଗିରଫ କରିଥିବା ସୂଚନା ମିଳିଛି । ଅଭିଯୁକ୍ତକୁ ଆଜି କୋର୍ଟରେ ହାଜର କରାଯିବ । ଏହି ଟିଏମସି ନେତାଙ୍କ ବିରୋଧରେ ମହିଳା ବିରୋଧୀ ହିଂସା ମାମଲା ରହିଛି । ଶାହାଜାହାନ ଓ ତା'ର କିଛି ସହଯୋଗୀ ସନ୍ଦେଶଖାଲିରେ ଶତାଧିକ ମହିଳାଙ୍କୁ ଯୌନ ନିର୍ଯାତନା ଦେବା ଏବଂ ସେମାନଙ୍କ ଜମି ହଡ଼ପ କରିବା ଅଭିଯୋଗ ହୋଇଥିଲା ।

ଏହା ମଧ୍ୟ ପଢନ୍ତୁ :- ସାଧାରଣ ନିର୍ବାଚନ ୨୦୨୪: ଗିର୍ ଜଙ୍ଗଲରେ ଜଣେ ଭୋଟରଙ୍କ ପାଇଁ ପୋଲିଙ୍ଗ ବୁଥ, ଦ୍ବୀପାଞ୍ଚଳରେ ରହିବ ସ୍ବତନ୍ତ୍ର ବୁଥ୍ - POLLING BOOTH IN REMOTE AREAS

ଏଠାରେ ସୂଚନାଯୋଗ୍ୟ ଯେ, ପଶ୍ଚିମବଙ୍ଗ ଉତ୍ତର-24 ପ୍ରଗଣା ଜିଲ୍ଲାରେ ତୃଣମୂଳ କଂଗ୍ରେସର କିଛି ସ୍ଥାନୀୟ ନେତାଙ୍କ ଦ୍ବାରା ମହିଳାମାନେ ନିର୍ଯାତନାର ଶିକାର ହେଉଥିବା ଅଭିଯୋଗ ହୋଇଥିଲା । ପୀଡିତାମାନେ ପ୍ରତିବାଦ କରିବା ପରେ ଏହାକୁ ନେଇ ଶାସକ ଦଳ ଟିଏମସିକୁ ବିରୋଧୀ ବିଜେପି ଘେରିଥିଲା । ବିଜେପି ସାଂସଦ ତଥା ଦଳର ରାଜ୍ୟ ସଭାପତି ସୁକାନ୍ତ ମଜୁମଦାରଙ୍କ ନେତୃତ୍ବରେ ବିଜେପି ଟିମ୍‌ ସନ୍ଦେସଖାଲି ଅଭିମୁଖେ ଯାତ୍ରା କରିବା ବେଳେ ବସିରହାଟରେ ପୋଲିସ ସେମାନଙ୍କୁ ବାଧା ଦେଇଥିଲା । ପୋଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନରେ ସାଂସଦ ସୁକାନ୍ତ ଆହତ ହୋଇଥିବା ଅଭିଯୋଗ ହୋଇଥିଲା ।

ପରେ ଏକାଧିକ ଘଟଣାକ୍ରମରେ ଏହି ମାମଲା ପୁରା ଦେଶରେ ଚର୍ଚ୍ଚାରେ ରହିଥିଲା । ଏବେ ଅଭିଯୁକ୍ତ ଗିରଫ ହୋଇସାରିଛି । ମାମଲାର ତଦନ୍ତ ଜାରି ରହିଥିବା ବେଳେ କୋଲକାତା ହାଇକୋର୍ଟ ମଧ୍ୟ ଏହି ପ୍ରସଙ୍ଗରେ ନିୟମିତ ଶୁଣାଣି କରୁଛନ୍ତି । ଆଜି କୋର୍ଟ ନ୍ୟାୟିକ ତତ୍ତ୍ବାବଧାନରେ ଏକ କମିଟି ଗଠନ କରି କେନ୍ଦ୍ରୀୟ ସଂସ୍ଥା ଦ୍ବାରା ତଦନ୍ତ କରିବାର ନିର୍ଦ୍ଦେଶ ଦେଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.