ETV Bharat / bharat

ସନାତନ ଧର୍ମ ବିରୋଧୀ ମନ୍ତବ୍ୟ: ଉଦୟାନିଧି ଓ ଅନ୍ୟ ମନ୍ତ୍ରୀଙ୍କ ବିରୋଧରେ ମାମଲା ଖାରଜ କଲେ ମାଡ୍ରାସ ହାଇକୋର୍ଟ

Sanatana Dharma row: ସନାତନ ଧର୍ମକୁ ନେଇ ବିବାଦୀୟ ମନ୍ତବ୍ୟ ମାମଲାରେ ଉଦୟାନିଧି ଓ ଅନ୍ୟମନ୍ତ୍ରୀଙ୍କ ବିରୋଧରେ ମାମଲା ଖାରଜ କଲେ ମାଡ୍ରାସ ହାଇକୋର୍ଟ । ଦୁଇଦିନ ତଳେ ଉଦୟାନିଧିଙ୍କୁ ଭର୍ତ୍ସନା କରିଥିଲେ ସର୍ବୋଚ୍ଚ କୋର୍ଟ । ଅଧିକ ପଢନ୍ତୁ

ସନାତନ ଧର୍ମ ବିବାଦ ମାମଲା:
ସନାତନ ଧର୍ମ ବିବାଦ ମାମଲା:
author img

By ETV Bharat Odisha Team

Published : Mar 6, 2024, 5:02 PM IST

ଚେନ୍ନାଇ: ସନାତମ ଧର୍ମ ବିରୋଧୀ ମନ୍ତବ୍ୟ ମାମଲାରେ ତାମିଲନାଡୁ ମନ୍ତ୍ରୀ ଉଦୟାନିଧି ଷ୍ଟାଲିନ ଓ ଅନ୍ୟ ମନ୍ତ୍ରୀଙ୍କୁ ବଡ ଆଶ୍ବସ୍ତି ମିଳିଛି । ଏହି ମାମଲାକୁ ମାଡ୍ରାସ ହାଇକୋର୍ଟ ଖାରଜ କରିଦେଇଛନ୍ତି । ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନଙ୍କ ପୁଅ ତଥା ରାଜ୍ୟ କ୍ରୀଡାମନ୍ତ୍ରୀ ଉଦୟାନିଧି ଷ୍ଟାଲିନ, ସେକର ବାବୁ ଓ ଦଳର ଲୋକସଭା ସାଂସଦ ଏ.ରାଜାଙ୍କ ବିରୋଧରେ ଏହି ମାମଲା ରହିଥିଲା । ଏହାକୁ ଆଜି ମାଡ୍ରାସ ହାଇକୋର୍ଟ ଖାରଜ କରିଦେଇଛନ୍ତି ।

ଆଜି ମାଡ୍ରାସ ହାଇକୋର୍ଟର ବିଚାରପତି ଜଷ୍ଟିସ ଅନୀତା ସୁମନ୍ତଙ୍କ ଖଣ୍ଡପୀଠରେ ଏହି ମାମଲାର ହୋଇଥିଲା । ଉଦୟାନିଧିଙ୍କ ସମେତ 3 ଜଣଙ୍କ ବିରୋଧରେ ଏହି ମାମଲା ଦାଏର ହୋଇଥିଲା । କୋର୍ଟ ଷ୍ଟାଲିନଙ୍କ ଦ୍ବାରା ଦିଆଯାଇଥିବା ମନ୍ତବ୍ୟକୁ ଭୁଲ ବୋଲି ସ୍ବୀକାର କରିଥିଲେ । ହେଲେ ସେ ଏ ପର୍ଯ୍ୟନ୍ତ କୌଣସି କୋର୍ଟଙ୍କ ଦ୍ବାରା ଦୋଷୀ ସାବ୍ୟସ୍ତ ହୋଇନାହାନ୍ତି ବୋଲି ମଧ୍ୟ କହିଥିଲେ । ଏହା କହିବା ସହ କୋର୍ଟ ଏହା ମାମଲାର ଶୁଣାଣିକୁ ଖାରଜ କରିଦେଇଛନ୍ତି । ତେବେ ଦୁଇଦିନ ତଳେ ଏହି ମାମଲାରେ ସର୍ବୋଚ୍ଚକୋର୍ଟ ମଧ୍ୟ ଉଦୟାନିଧିଙ୍କୁ ଭର୍ତ୍ସନା କରିଥିଲେ । ଜଣେ ମନ୍ତ୍ରୀ କୌଣସି ସାଧାରଣ ଜନତା ନୁହନ୍ତି । ତାଙ୍କ ମନ୍ତବ୍ୟ କିମ୍ବା ଟିପ୍ପଣୀର ସାମାଜ ପ୍ରତି ପ୍ରଭାବ ରହିଛି । ତେଣୁ ସେ ତାଙ୍କ ପ୍ରତିଟି ଟିପ୍ପଣୀ ପ୍ରତି ଯତ୍ନଶୀଳ ହେବାର ଉଚିତ ବୋଲି ସର୍ବୋଚ୍ଚ କୋର୍ଟ କହିଥିଲେ । ଏହା ପରେ ଆଜି ମାଡ୍ରାସ ହାଇକୋର୍ଟ ଏହି ମାମଲାକୁ ଖାରଜ କରିଦେଇଛନ୍ତି ।

ଏହା ମଧ୍ୟ ପଢନ୍ତୁ:- ମେଣ୍ଟ ଚର୍ଚ୍ଚା ଭିତରେ ନବୀନ ଡାକିଲେ ବୈଠକ, ହୋଇପାରେ ବଡ଼ ନିଷ୍ପତ୍ତି !

ଗତବର୍ଷ ସେପ୍ଟେମ୍ବରରେ ଉଦୟାନିଧି ଷ୍ଟାଲିନ ଏକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବା ଅବସରରେ ହିନ୍ଦୁ ଧର୍ମ ବିରୋଧରେ ବିହାଦୀୟ ମନ୍ତବ୍ୟ ଦେଇଥିଲେ । ହିନ୍ଦୁ ଧର୍ମ ମ୍ୟାଲିରିଆ ପରି ବ୍ୟାଧି, ଏହାକୁ ସମାଜରୁ ସମ୍ପୂର୍ଣ୍ଣ ମୂଳୋତ୍ପାଟନ କରାଯିବାର ଆବଶ୍ୟକତା ରହିଥିବା କହିଥିଲେ ଉଦୟାନିଧି । ଏହା ପରେ ଦଳୀୟ ସାଂସଦ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଏ.ରାଜା ମଧ୍ୟ ହିନ୍ଦୁ ଧର୍ମକୁ ବ୍ୟାଧି ବୋଲି କହିଥିଲେ । ଏହାକୁ ନେଇ ସାରା ଦେଶରେ ବିବାଦ ଦେଖାଯାଇଥିଲା । କୋର୍ଟରେ ମାମଲା ରୁଜୁ ହୋଇଥିଲା । ତଳକୋର୍ଟରୁ ସର୍ବୋଚ୍ଚ କୋର୍ଟ ପର୍ଯ୍ୟନ୍ତ ଏବେ ଏହି ମାମଲା ଜାରି ରହିଛି । ବିଭିନ୍ନ ରାଜ୍ୟରେ ମଧ୍ୟ ହିନ୍ଦୁ କାର୍ଯ୍ୟକର୍ତ୍ତା ଉଦୟାନିଧିଙ୍କ ବିରୋଧରେ ମାମଲା ହୋଇଥିଲା । ହେଲେ ମାଡ୍ରାସ ହାଇକୋର୍ଟ ଏହାକୁ ଖାରଜ କରିଦେଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.