ETV Bharat / bharat

ପୁଣି ସିସୋଦିଆଙ୍କୁ ଝଟକା, ବଢିଲା ନ୍ୟାୟିକ ହେପାଜତ ଅବଧି - Delhi Liquor Policy Case - DELHI LIQUOR POLICY CASE

Delhi Liquor Policy Case: ମନୀଷ ସିସୋଦିଆ ପୁଣି ନିରାଶ । ବଢିଲା ନ୍ୟାୟିକ ହେପାଜତ ଅବଧି, ଜେଲ୍‌ରେ ରହିବେ ସିସୋଦିଆ । ଅଧିକ ପଢନ୍ତୁ

MANISH SISODIA
MANISH SISODIA (ETV Bharat)
author img

By ETV Bharat Odisha Team

Published : May 7, 2024, 12:31 PM IST

ନୂଆଦିଲ୍ଲୀ: ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଛନ୍ଦି ହୋଇଥିବା ଦିଲ୍ଲୀ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତଥା ଆପ୍ ନେତା ମନୀଷ ସିସୋଦିଆଙ୍କୁ ପୁଣିଥରେ ଶକ୍ତ ଝଟକା । ପୁଣି ବଢିଲା ନ୍ୟାୟିକ ହେପାଜତ ଅବଧି । ଆଜି ସିବିଆଇ ନ୍ୟାୟିକ ହେପାଜତ ଅବଧିର ଶେଷ ଦିନ ରହିଥିବା ବେଳେ ଦିଲ୍ଲୀ ରାଉଜ ଆଭେନ୍ୟୁ କୋର୍ଟରେ ହାଜର ହୋଇଥିଲେ ସିସୋଦିଆ । ତେବେ ଶୁଣାଣି କରିବା ସମୟରେ ପୁଣିଥରେ ସପ୍ତାହେ ବୃଦ୍ଧି ହୋଇଛି ନ୍ଯାୟିକ ହେପାଜତ ଅବଧି । ପୁଣି ମେ 15 ତାରିଖ ଯାଏଁ ଜେଲରେ ରହିବେ ସିସୋଦିଆ ।

ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ଆପ୍ ନେତା ମନୀଷ ସିସୋଦିଆଙ୍କ ପରବର୍ତ୍ତୀ ଶୁଣାଣି ଆସନ୍ତା 15 ତାରିଖରେ ହେବ । ଦିଲ୍ଲୀ ଏକ୍ସାଇଜ୍ ପଲିସି ସହ ଜଡିତ ଅର୍ଥ ହେରଫେର ମାମଲାରେ ସିସିଦିଆଙ୍କ ଇଡି ହେପାଜତ ଅବଧି ଆସନ୍ତା 8 ତାରିଖ ପର୍ଯ୍ୟନ୍ତ ରହିଛି । 2023 ଫେବୃଆରୀ 26 ରେ ଗିରଫ ହୋଇଥିଲେ ସିସୋଦିଆ । ପ୍ରଥମେ ସିବିଆଇ ଗିରଫ କରିଥିଲା । ଏହା ପରେ ତାଙ୍କୁ ଜେଲ ଭିତରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ମଧ୍ୟ ଗିରଫ କରିଥିଲା ।

ଏହା ମଧ୍ୟ ପଢନ୍ତୁ: ମନୀଷ ସିସୋଦିଆ ପୁଣି ନିରାଶ, 7 ଯାଏଁ ବଢିଲା ନ୍ୟାୟିକ ହେପାଜତ ଅବଧି - SISODIA JUDICIAL CUSTODY

ଏହାପରେ ମାମଲାର ଅନୁସନ୍ଧାନ କରୁଥିବା ସିବିଆଇ 26 ଫେବୃଆରୀ 2023ରେ ମନୀଷ ସିସୋଦିଆଙ୍କୁ ଗିରଫ କରିଥିଲା । ସେବେ ଠାରୁ ସେ ତିହାର ଜେଲରେ ରହିଛନ୍ତି । ସିସୋଦିଆ ଫେବ୍ରୁଆରୀ 2023ରେ ଦିଲ୍ଲୀ ମନ୍ତ୍ରିମଣ୍ଡଳରୁ ଇସ୍ତଫା ଦେଇଥିଲେ । ଚଳିତ ଲୋକସଭା ନିର୍ବାଚନରେ ପ୍ରଚାର କାର୍ଯ୍ୟରେ ସାମିଲ ହେବାକୁ ନିକଟରେ ଅନ୍ତରୀଣ ଜାମିନ ପ୍ରଦାନ ପାଇଁ ଆବେଦନ କରିଥିଲେ ସିସୋଦିଆ ।

ପ୍ରକାଶଥାଉକି, ଆମ୍ ଆଦମୀ ପାର୍ଟି ନେତା ସିସୋଦିଆଙ୍କ ଜାମିନ୍ ଆବେଦନକୁ ଏପ୍ରିଲ 30 ତାରିଖରେ ରାଉଜ ଆଭେନ୍ୟୁ କୋର୍ଟ ପ୍ରତ୍ୟାଖାନ କରିଥିଲେ । ସିସୋଦିଆଙ୍କୁ ଜାମିନ୍ ପ୍ରଦାନ କରିବା ପାଇଁ ଏହା ଠିକ ସମୟରେ ନୁହେଁ ବୋଲି କହି କୋର୍ଟ ବେଲ୍ ପାଇଁ ମନା କରିଦେଇଥିଲେ । ଏହାପରେ ସିସୋଦିଆ ଦିଲ୍ଲୀ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ । ବେଲ୍ ଆବେଦନ କରି ଆଭେନ୍ୟୁ କୋର୍ଟରୁ ନିରାଶ ହେବା ପରେ ହାଇକୋର୍ଟରେ ଆବେଦନ କରିଥିଲେ । ଦିଲ୍ଲୀ ହାଇକୋର୍ଟର ଦ୍ବାରସ୍ଥ ହୋଇଥିଲେ । ବେଲ୍ ଆବେଦନ କରି ଆଭେନ୍ୟୁ କୋର୍ଟରୁ ନିରାଶ ହେବା ପରେ ହାଇକୋର୍ଟରେ ଆବେଦନ କରିଥିଲେ । ଆଜି ଏହି ମାମଲାର ଶୁଣାଣି କରିବା ସମୟରେ ହାଇକୋର୍ଟ ଇଡି ଏବଂ ସିବିଆଇଙ୍କୁ ଜବାବ ମାଗିଛନ୍ତି । ଏହାର ପରବର୍ତ୍ତୀ ଶୁଣାଣି 8 ତାରିଖକୁ ହେବା ନେଇ ତାରିଖ ଧାର୍ଯ୍ୟ କରାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.