ETV Bharat / bharat

ଆତ୍ମହତ୍ୟା କରିପାରିବ କି ରୋବୋଟ ? ଏନେଇ ତଦନ୍ତ ଆରମ୍ଭ - Robot suicide - ROBOT SUICIDE

Robot Suicide In South Korea: ଦକ୍ଷିଣ କୋରିଆରେ ରୋବୋଟ୍‌ ଆତ୍ମହତ୍ୟା କରିବା ଘଟଣା । କାହିଁକି ଏପରି ପଦକ୍ଷେପ ନେଲା ରୋବୋଟ ସେନେଇ ତଦନ୍ତ ଆରମ୍ଭ । ଅଧିକ ପଢନ୍ତୁ

Robot suicide
Robot suicide (ETV Bharat Odisha)
author img

By ETV Bharat Odisha Team

Published : Jul 16, 2024, 2:02 PM IST

ନୂଆଦିଲ୍ଲୀ: ଦିନେ ଯାହା କଳ୍ପନା କରାଯାଉଥିଲା, ତାହାକୁ ବର୍ତ୍ତମାନ ବିଜ୍ଞାନ ସମ୍ଭବ କରି ଦେଖାଇଛି । ମଣିଷ କରୁଥିବା କାମକୁ ରୋବୋଟ୍‌ କରିପାରୁଛି । ଖାଲି ଏତିକି ନୁହଁ, ବିନା କୌଣସି ବିରତିରେ ଅନେକ ସମୟ ପର୍ଯ୍ୟନ୍ତ ରୋବୋଟ କାମ କରିପାରୁଛି । କାହିଁକିନା ରୋବୋଟ୍‌ ଏକ ମେସିନ ହୋଇଥିବାରୁ ନା ସେ ଯନ୍ତ୍ରଣା ଅନୁଭବ କରେ ନା ଥକି ପଡେ । ନିକଟରେ ଦକ୍ଷିଣ କୋରିଆର ଗୁମି ସହରରେ ନଗର ନିଗମ ଅଧିକାରୀ ଭାବେ ନିଯୁକ୍ତ ଥିବା ରୋବଟ୍‌ଟି ଆତ୍ମହତ୍ୟା କରିଥିବା ଖବର ସାମ୍ନାକୁ ଆସିଥିଲା । ଘଟଣା ଜୁନ 27 ତାରିଖ ଅପରାହ୍ନ 4ଟାରେ ଘଟିଥିଲା । ଏହି ରୋବୋଟ୍‌ର ନାମ 'ସାଇବର୍ଗ' ଥିଲା । ସିଡୁରୁ ଡେଇଁ ରୋବୋଟ ଜୀବନ ହାରିଥିବା କୁହାଯାଉଥିଲା । ଏକ ରିପୋର୍ଟ ଅନୁଯାୟୀ, ଏହି ରୋବଟ୍ ଏକ ବର୍ଷ ହେଲା କ୍ରମାଗତ ଭାବରେ କାମ କରୁଥିବା ଜଣାପଡିଛି ।

ଆତ୍ମହତ୍ୟାର କାରଣ ଖୋଜୁଛି ତଦନ୍ତକାରୀ ଟିମ୍‌: ରୋବଟ୍‌ଟି କାହିଁ ଆତ୍ମହତ୍ୟା କଲା ସେନେଇ ଏକ ଟିମ୍‌ ଅନୁସନ୍ଧାନ ଜାରି ରଖିଛି । ଏହି ରୋବଟ୍ ସୁପରଭାଇଜର ଭାବେ କାମ କରୁଥିଲା । ପ୍ରତ୍ୟେକ ଦିନ ସକାଳ 9ଟାରୁ ସନ୍ଧ୍ୟା ପାଞ୍ଚଟା ପର୍ଯ୍ୟନ୍ତ ସିଫ୍ଟରେ କାର୍ଯ୍ୟ ପରିଚାଳନା କରୁଥିଲା । କେବଳ ଏତିକି ନୁହେଁ, ତାର ନିଜର ସିଭିଲ ସର୍ଭିସ ଆଇଡି କାର୍ଡ ମଧ୍ୟ ଥିଲା । ସୂଚନା ଅନୁଯାୟୀ, ରୋବଟ୍‌ ଆତ୍ମହତ୍ୟା ପଛର କାରଣ ଜାଣିବା ପାଇଁ ତାର କିଛି ପାର୍ଟ ସଂଗ୍ରହ କରାଯାଇଛି ।

ଏହା ମଧ୍ୟ ପଢନ୍ତୁ-ଅଫିସ ଚାପରେ ଚେପା ରୋବୋଟ, ଚିନ୍ତାରେ ପଡି ହାରିଲା ଜୀବନ - ROBOT SUICIDE

ରୋବୋଟ ଆତ୍ମହତ୍ୟା କରିପାରିବ କି ?: ଏବେ ପ୍ରଶ୍ନ ଉଠୁଛି କଣ ଗୋଟିଏ ରୋବୋଟ ପ୍ରକୃତରେ ଆତ୍ମହତ୍ୟା କରିପାରିବ କି ? ଯଦି ଟେକ୍ନୋଲୋଜି ଦୃଷ୍ଟିକୋଣରୁ ଦେଖାଯାଏ, ତେବେ ରୋବୋଟ କେବେ ବି ଆତ୍ମହତ୍ୟା କରିବ ନାହିଁ । କାରଣ ରୋବୋଟର ମନୁଷ୍ୟ ପରି ଅନୁଭବ କରିବାର ଶକ୍ତି ନାହିଁ ।

ରୋବୋଟର ଚିନ୍ତା କରିବାର କ୍ଷମତା ନାହିଁ: ରୋବୋଟଗୁଡିକର ଚିନ୍ତା କରିବାର ଶକ୍ତି ନାହିଁ । ନିଜ ଇଚ୍ଛାରେ ରୋବୋଟ କୌଣସି କାର୍ଯ୍ୟ କରିବାକୁ ସମର୍ଥ ନୁହେଁ । କେବଳ ପ୍ରୋଗ୍ରାମ ଅନୁଯାୟୀ ସେମାନେ କାର୍ଯ୍ୟ କରିଥାନ୍ତି । ଏଭଳି ପରିସ୍ଥିତିରେ ପ୍ରଶ୍ନ ଉଠୁଛି ଯେତେବେଳେ ରୋବେଟର ଅନୁଭବ କରିବାର ଶକ୍ତି ନାହିଁ, ତେବେ କିପରି ଆତ୍ମହତ୍ୟା ଭଳି ପଦକ୍ଷେପ ନେଇପାରିବେ ।

ରୋବୋଟ କ୍ଲାନ୍ତ ଅନୁଭବ କରେ କି ?: ଯଦି ମନୁଷ୍ୟ ବା ପଶୁ ବିନା ବିଶ୍ରାମରେ କୌଣସି କାମ କରନ୍ତି ତେବେ କ୍ଲାନ୍ତ ଅନୁଭବ କରନ୍ତି । କିନ୍ତୁ ରୋବୋଟ ଭାବନା ନଥିବାରୁ ସେ କ୍ଲାନ୍ତ ଅନୁଭବ କରେ ନାହିଁ । ଏହା ରୋବୋଟର ପ୍ରୋଗ୍ରାମରେ ନଥାଏ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.