ETV Bharat / bharat

ରାମୋଜୀ ରାଓ: ସାଧାରଣ ଚାଷୀ ପରିବାରରୁ ଅସାଧାରଣ ଜୀବନଯାତ୍ରା, ଅବିସ୍ମରଣୀୟ ସଫଳତା; ଗରିବଙ୍କ ‘ଅନ୍ନଦାତା’ - Ramoji Rao - RAMOJI RAO

Ramoji Rao, A visionary of Indian media and entertainment passes away: ରାମୋଜୀ ରାଓ, ଏକାଧାରରେ ଜଣେ ସଫଳ ଉଦ୍ୟୋଗୀ, ସ୍ତମ୍ଭକାର, ସାହିତ୍ୟିକ, ଫିଲ୍ମ ପ୍ରଯୋଜକ, ଶିକ୍ଷାବିତ୍ ଏବଂ ସମାଜସେବୀ । ଲକ୍ଷ ଲକ୍ଷ ଲୋକଙ୍କ ‘ଅନ୍ନଦାତା’ । ରାମୋଜୀ ସାମ୍ରାଜ୍ୟର ମୁକୁଟ ବିହୀନ ସମ୍ରାଟ ଥିଲେ ରାମୋଜୀ ରାଓ । ଏକ ସାଧାରଣ ଚାଷୀ ପରିବାରରେ ଜନ୍ମ ହୋଇ ଇର୍ଷଣୀୟ ସଫଳତାର ଅଧିକାରୀ ହୋଇପାରିଥିଲେ । ଏମିତି ଥିଲା ସାଧାରଣରୁ ତାଙ୍କର ଅସାଧାରଣ ଜୀବନଯାତ୍ରା...

ଚାଷୀ ପରିବାରରୁ ଅସାଧାରଣ ସଫଳତାରୀ ଅଧିକାରୀ, ଗରିବଙ୍କ ଅନ୍ନଦାତା
ଚାଷୀ ପରିବାରରୁ ଅସାଧାରଣ ସଫଳତାରୀ ଅଧିକାରୀ, ଗରିବଙ୍କ ଅନ୍ନଦାତା (ETV Bharat Odisha)
author img

By ETV Bharat Odisha Team

Published : Jun 8, 2024, 3:12 PM IST

ହାଇଦ୍ରାବାଦ: ରାମୋଜୀ ରାଓ...କେବଳ ନାଁ ନୁହେଁ ଏକ ସାମ୍ରାଜ୍ୟ । ମିଡିଆ ଜଗତର ଭୀଷ୍ମପିତାମହ । କେବଳ ସାମ୍ବାଦିକତା କାହିଁକି, ସାହିତ୍ୟ, ସମାଜ, ଫିଲ୍ମଜଗତ ପ୍ରତି ତାଙ୍କର ଅବଦାନ ଅବିସ୍ମରଣୀୟ । ସେ ଥିଲେ ରାମୋଜୀ ସାମ୍ରାଜ୍ୟର ମୁକୁଟ ବିହୀନ ସମ୍ରାଟ । ଏକାଧାରରେ ଜଣେ ଉଦ୍ୟୋଗୀ, ସ୍ତମ୍ଭକାର, ସାହିତ୍ୟିକ, ଫିଲ୍ମ ପ୍ରଯୋଜକ, ଶିକ୍ଷାବିତ୍ ଏବଂ ସମାଜସେବୀ । ଏକ ସାଧାରଣ ପରିବାରରେ ଜନ୍ମ ହୋଇ ଥିଲେ ଅସାଧାରଣ ସଫଳତାର ଅଧିକାରୀ । ଗଣମାଧ୍ୟମ, ସାହିତ୍ୟ, ସାମ୍ବାଦିକତା, ଶିକ୍ଷା, ଫିଲ୍ମଜଗତରେ ଅତୁଳନୀୟ ଅବଦାନ ପାଇଁ ଦ୍ବିତୀୟ ସର୍ବୋଚ୍ଚ ସମ୍ମାନ ପଦ୍ମବିଭୂଷଣ, ଜାତୀୟ ଫିଲ୍ମଫେୟାର ଆୱାର୍ଡ, ନନ୍ଦି ଆୱାର୍ଡ ପ୍ରଭୃତି ସମ୍ମାନରେ ସମ୍ମାନିତ ହୋଇଥିଲେ ।

ରାମୋଜୀ ରାଓଙ୍କ ଜୀବନଯାତ୍ରା
ରାମୋଜୀ ରାଓଙ୍କ ଜୀବନଯାତ୍ରା (ETV Bharat Odisha)

ସାଧାରଣ ପରିବାରରୁ ଅସାଧାରଣ ଯାତ୍ରା:

ରାମୋଜୀ ରାଓଙ୍କ ପୁରା ନାମ ଚେରିକୁରୀ ରାମୋଜୀ ରାଓ । ମାଡ୍ରାସ ପ୍ରେସିଡେନ୍ସି ସମୟରେ ଆନ୍ଧ୍ରପ୍ରଦେଶ କ୍ରିଷ୍ଣା ଜିଲ୍ଲାର ପେଡାପାରୁପୁଡିଠାରେ ୧୯୩୬ ମସିହା ନଭେମ୍ବର ୧୬ରେ ତାଙ୍କର ଜନ୍ମ । ତାଙ୍କର ଦୁଇ ଭଉଣୀ ଥିଲେ । ୧୯୬୧ ମସିହାରେ ସେ ରମା ଦେବୀଙ୍କୁ ବିବାହ କରିଥିଲେ । ତାଙ୍କର ଦୁଇ ପୁଅ କିରଣ ପ୍ରଭାକର ଓ ସୁମନ ପ୍ରଭାକର । ବିବାହ ପରେ ରାମୋଜୀ ରାଓ ଦିଲ୍ଲୀ ଚାଲିଯାଇଥିଲେ । ସେଠାରେ ସେ କଳାକାର ଭାବେ କ୍ୟାରିଅର ଆରମ୍ଭ କରିଥିଲେ । ମାତ୍ର କିଛି ଦିନ ପରେ ଚାକିରି ଛାଡି ବ୍ୟବସାୟିକ ଦୁନିଆରେ ପାଦ ଦେଇଥିଲେ । ୧୯୬୨ରେ ରାମୋଜୀ ରାଓ 'ମାର୍ଗଦର୍ଶୀ ଚିଟଫଣ୍ଡ' ଆରମ୍ଭ କରିଥିଲେ । ଏହିଠୁ ତାଙ୍କ ବ୍ୟବସାୟିକ ସଫଳତାର ମୁଳଦୂଆ ପଡିଥିଲା । ଏହାପରେ ସେ ରାମୋଜୀ ଫିଲ୍ମସିଟି, ପ୍ରିୟା ଫୁଡ, ଇନାଡୁ ଇତ୍ୟାତି ପ୍ରତିଷ୍ଠାନ ପ୍ରତିଷ୍ଠା କରି ବିଜନେସ ଟାଇକୁନର ଟ୍ୟାଗ ପାଇଥିଲେ ।

ସାଧାରଣ ଚାଷୀ ପରିବାରରୁ ଆସିଥିବାରୁ ସେ ସଦାସର୍ବଦା ଚାଷୀଙ୍କ ଉନ୍ନତି ପାଇଁ ଚେଷ୍ଟିତ ଥିଲେ । ଏହି ପରିପ୍ରେକ୍ଷୀରେ ୧୯୬୯ରେ ସେ ଅନ୍ନଦାତା ମାଗାଜିନ ଆରମ୍ଭ କରିଥିଲେ, ଯାହାକି କୃଷି ବିଜ୍ଞାନ କେନ୍ଦ୍ର ଓ କୃଷକଙ୍କ ମଧ୍ୟରେ ଦୂରତା କମ୍ କରିଥିଲା ।

ଏହି ମହାନାୟକଙ୍କ ଜୀବନଯାତ୍ରା ସମସ୍ତଙ୍କ ପାଇଁ ପ୍ରେରଣାଯୋଗ୍ୟ । ଏକ ସାଧାରଣ ଚାଷୀ ପରିବାରରେ ଜନ୍ମଗ୍ରହଣ କରିଥିଲେ ରାମୋଜୀ ରାଓ । ମାତ୍ର କଠିନ ପରିଶ୍ରମ, ଅଧ୍ୟବସାୟ, ଦୂରଦୃଷ୍ଟି ଏବଂ ପ୍ରଭାବଶାଳୀ ବ୍ୟକ୍ତିତ୍ବ ବଳରେ ଇର୍ଷଣୀୟ ସଫଳତାର ଅଧିକାରୀ ହୋଇପାରିଥିଲେ । ସେ ୧୯୯୬ ମସିହାରେ ବିଶ୍ବର ସର୍ବବହୃତ ଫିଲ୍ମ ଷ୍ଟୁଡିଓ ରାମୋଜୀ ଫିଲ୍ମ ସିଟି ଆରମ୍ଭ କରିଥିଲେ, ଯାହାକି ହଜାର ହଜାର ଲୋକଙ୍କୁ ରୋଜଗାର ଦେଇଥିଲା ।

ମିଡିଆ ଜଗତ ପ୍ରତି ଅତୁଳନୀୟ ଅବଦାନ:

ରାମୋଜୀ ରାଓଙ୍କୁ ମିଡିଆ ଜଗତର ଭୀଷ୍ମପିତାମହ କୁହାଯାଏ । ତାଙ୍କର ଏହି ଅସାଧାରଣ ଜୀବନଯାତ୍ରାରେ ଇଟିଭି ଚ୍ୟାନେଲ ଥିଲା ଏକ ମାଇଲଷ୍ଟୋନ । ମନୋରଞ୍ଜନ ଏବଂ ଖବର ପରିବେଷଣ କ୍ଷେତ୍ରରେ ବୈପ୍ଲବିକ ପରିବର୍ତ୍ତନ ଆଣିଥିଲା ଇଟିଭି । ହଜାର ହଜାର ସାମ୍ବାଦିକ ଗଢିଥିଲା । ଦେଶର ସବୁଠୁ ଲୋକପ୍ରିୟ ଟିଭି ଚ୍ୟାନେଲ ରହିଥିଲା । ରାମୋଜୀ ରାଓ 1995ରେ ଇଟିଭି ନେଟୱାର୍କ ଅଧିନରେ ୧୨ଟି ଚ୍ୟାନେଲ ଆରମ୍ଭ କରିଥିଲେ, ଏହା ବିଭିନ୍ନ ଭାଷାରେ ଖବର ଏବଂ ମନୋରଞ୍ଜନ ଭିତ୍ତିକ କାର୍ଯ୍ୟକ୍ରମ ପ୍ରସାରଣ କରୁଥିଲା । ଇଟିଭି ଚ୍ୟାନେଲରେ ତେଲୁଗୁ, ହିନ୍ଦି, ବଙ୍ଗଳା, ମରାଠୀ, କନ୍ନଡ, ଓଡିଆ, ଗୁଜୁରାଟୀ ଏବଂ ଊର୍ଦ୍ଧୁରେ ଦୈନିକ ଟିଭି ସିରିଜ, ଟିଭି ସୋ' ପ୍ରସାରଣ ହେଉଥିଲା ।

ଇଟିଭି ଚ୍ୟାନେଲରେ ପ୍ରତିଦିନ 'ଅନ୍ନଦାତା' ନାମରେ ଏକ ମର୍ଣ୍ଣିଂ ସୋ' ଚାଲୁଥିଲା, ଏଥିରେ ଚାଷୀଙ୍କ ଜୀବନ, ଚାଷ ପଦ୍ଧତି ଇତ୍ୟାଦି ଦେଖାଯାଉଥିଲା । ଚାଷୀ କଲ୍ୟାଣ କ୍ଷେତ୍ରରେ ଏହା ଦେଶର ପ୍ରଥମ ଟିଭି ସୋ' ଥିଲା, ଯାହାକି ସେହି ସମୟରେ ସର୍ବାଧିକ ଟିଆରପି ହାସଲ କରିଥିଲା । ତାଙ୍କ ଦ୍ବାରା ପ୍ରତିଷ୍ଠିତ ଇନାଡୁ ତେଲୁଗୁ ସାମ୍ବାଦିକତା ଦୁନିଆରେ ବିପ୍ଲବ ଆଣିଥିଲା । ଇନାଡୁ ଖବରକାଗଜ ଆଜି ବି ଆନ୍ଧ୍ରପ୍ରଦେଶ ଏବଂ ତେଲେଙ୍ଗାନାରେ ଏକ ଅଗ୍ରଣୀ ଖବରକାଗଜ ଭାବେ ଜନଆଦୃତି ଲାଭ କରୁଛି ।

ବ୍ୟବସାୟିକ ପ୍ରତିଷ୍ଠାନ:

ରାମୋଜୀ ରାଓ ବିଶ୍ବର ସର୍ବବୃହତ ରାମୋଜୀ ଫିଲ୍ମସିଟିର ପ୍ରତିଷ୍ଠାତା । ଏଥିସହ ଅଗ୍ରଣୀ ଇନାଡୁ ଖବରକାଗଜ, ଇଟିଭି ନେଟୱାର୍କ, ଫିଲ୍ମ ପ୍ରଡକ୍ସନ କମ୍ପାନୀ ଉଷା କିରନ ମୁଭିଜ, ମାର୍ଗଦର୍ଶୀ ଚିଟଫଣ୍ଡ, ପ୍ରିୟା ଫୁଡସ୍‌, କଳାଞ୍ଜଳି ସପିଂ ମଲ୍‌ର ମାଲିକ ଥିଲେ । ୨୦୦୨ ମସିହାରେ ସେ ନିଜ ପତ୍ନୀ ରମା ଦେବୀଙ୍କ ନାମରେ ରମାଦେବୀ ପବ୍ଲିକ ସ୍କୁଲ ପ୍ରତିଷ୍ଠା କରିଥିଲେ । ଏହାବ୍ୟତୀତ ସେ ଆନ୍ଧ୍ରପ୍ରଦେଶର ଡଲଫିନ୍ ଗ୍ରୁପ ଅଫ୍ ହୋଟେଲର ମଧ୍ୟ ଚେୟାରମ୍ୟାନ ରହିଥିଲେ ।

ମହାନାୟକଙ୍କୁ ସମ୍ମାନ:

ପଦ୍ମ ବିଭୂଷଣ (୨୦୧୬): ଗଣମାଧ୍ୟମ, ସାହିତ୍ୟ, ସାମ୍ବାଦିକତା, ଶିକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ଅବାଦନ ପାଇଁ ଭାରତ ସରକାର ରାମୋଜୀ ରାଓଙ୍କୁ ୨୦୧୬ରେ ଦ୍ବିତୀୟ ସର୍ବୋଚ୍ଚ ସମ୍ମାନ ପଦ୍ମବିଭୂଷଣରେ ସମ୍ମାନିତ କରିଥିଲେ ।

ନ୍ୟାସନାଲ ଫିଲ୍ମ ଆୱାର୍ଡ (୨୦୦୦): ଶ୍ରେଷ୍ଠ ତେଲୁଗୁ ଫିଚର ସିନେମା ପ୍ରଯୋଜନା ପାଇଁ ତାଙ୍କୁ ୨୦୦୦ ମସିହାରେ ନ୍ୟାସନାଲ ଫିଲ୍ମ ଆୱାର୍ଡ ମିଳିଥିଲା ।

ଫିଲ୍ମଫେୟାର ଆୱାର୍ଡ: ଦକ୍ଷିଣ ଭାରତୀ ସିନେମା ପାଇଁ ସେ ୪ଟି ଫିଲ୍ମଫେୟାର ଆୱାର୍ଡ ପାଇଥିଲେ । ପ୍ରଥମେ ୧୯୮୫ରେ ଫିଲ୍ମଫେୟାର ଶ୍ରେଷ୍ଠ ଫିଲ୍ମ ଆୱାର୍ଡ, ୧୯୯୮ରେ ଭାରତୀୟ ସିନେମା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଲାଗି ଫିଲ୍ମଫେୟାର ସ୍ପେଶାଲ ଆୱାର୍ଡ, ୨୦୦୦ରେ ଫିଲ୍ମଫେୟାର ଶ୍ରେଷ୍ଠ ଫିଲ୍ମ ଆୱାର୍ଡ, ୨୦୦୦୪ରେ ଫିଲ୍ମଫେୟାର ଲାଇଫ୍ ଟାଇମ ଆଚିଭମେଣ୍ଟଆୱାର୍ଡରେ ସମ୍ମାନିତ ହୋଇଥିଲେ ।

ନନ୍ଦି ଆୱାର୍ଡ: ତେଲୁଗୁ ସିନେମା ପାଇଁ ରାମୋଜୀ ରାଓଙ୍କୁ ୫ଟି ନନ୍ଦି ଆୱାର୍ଡ ମିଳିଥିଲା ।

ଏହା ମଧ୍ୟ ପଢନ୍ତୁ: ମିଡିଆ ଟାଇକୁନ ରାମୋଜୀ ରାଓଙ୍କ ପରଲୋକ; ବିଶିଷ୍ଟ ବ୍ୟକ୍ତିଙ୍କ ଶୋକବ୍ୟକ୍ତ, ଫିଲ୍ମସିଟି ମୁଖ୍ୟାଳୟରେ ଚାଲିଛି ଅନ୍ତିମ ଦର୍ଶନ, ଦେଖନ୍ତୁ LIVE - ETV Network Head Ramoji Rao passes away

ଆଜି ଏହି ମହାନ ବ୍ୟକ୍ତିତ୍ବ ବିଜେନସ ଟାଇକୁନ ଦୁନିଆ ଛାଡି ଆରପାରିକୁ ଚାଲିଯାଇଛନ୍ତି । ତାଙ୍କର ବିୟୋଗରେ ମିଡିଆ ଏବଂ ଫିଲ୍ମ ଇଣ୍ଡଷ୍ଟ୍ରୀରୁ ଆରମ୍ଭ କରି ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.