ETV Bharat / bharat

ଚେନ୍ନାଇରେ ୨୪ତମ ପର୍ଯ୍ୟଟନ ମେଳା, ଆକର୍ଷଣ ସାଜିଲା 'ରାମୋଜୀ ଫିଲ୍ମ ସିଟି' - Tourism Fair In Chennai

Ramoji Film City Arena Setup In Tourism Fair: ୨୪ତମ ପର୍ଯ୍ୟଟନ ମେଳାରେ ଆକର୍ଷଣ ସାଜିଛି ରାମୋଜୀ ଫିଲ୍ମ ସିଟି । ଦର୍ଶକମାନେ ଖୁବ ଉତ୍ସାହର ସହ ରାମୋଜୀ ଫିଲ୍ମ ସିଟି ବିଷୟରେ ପଚାରି ବୁଝିଛନ୍ତି । ଅଧିକ ପଢନ୍ତୁ

Ramoji Film City
Ramoji Film City
author img

By ETV Bharat Odisha Team

Published : Mar 15, 2024, 10:03 PM IST

ଚେନ୍ନାଇ: ତାମିଲନାଡୁର ନନ୍ଦମ୍ବକ୍କମଠାରେ ଆୟୋଜିତ ହୋଇଛି ୨୪ତମ ପର୍ଯ୍ୟଟନ ମେଳା (Tourism Fair) । ନିକଟରେ ଆରମ୍ଭ ହୋଇଥିବା ଏହି ମେଳା ଦକ୍ଷିଣ ଭାରତର ସବୁଠୁ ବଡ଼ ଟ୍ରାଭେଲ ଟ୍ରେଡ୍ ଫେୟାର ଭାବେ ଉଭା ହୋଇଛି । ଏହି ପ୍ରଦର୍ଶନୀରେ ଆକର୍ଷଣ ପାଲଟିଛି ରାମୋଜୀ ଫିଲ୍ମ ସିଟିର ଷ୍ଟଲ । ବିଭିନ୍ନ ରାଜ୍ୟର ପର୍ଯ୍ୟଟନ ବୋର୍ଡ ଏଥିରେ ଅଂଶ ଗ୍ରହଣ କରିଛନ୍ତି । ବିହାର, ଓଡ଼ିଶା, ଉତ୍ତରାଖଣ୍ଡ, କେରଳ, ମହାରାଷ୍ଟ୍ର, କର୍ଣ୍ଣାଟକ, ଦିଲ୍ଲୀ, ଗୁଜୁରାଟ, ଝାଡ଼ଖଣ୍ଡ ଏବଂ ତେଲେଙ୍ଗାନା ଏହି ମେଳାରେ ଅଂଶଗ୍ରହଣ କରିଛନ୍ତି । ବିଭିନ୍ନ ବେସରକାରୀ ହୋଟେଲ, ଟୁର୍ ଅପରେଟରସ ମାନେ ଏହି ପ୍ରଦର୍ଶନୀରେ ସାମିଲ ହୋଇଛନ୍ତି ।

Ramoji Film City
Ramoji Film City

ସେହିପରି ନେପାଳ ଓ ଥାଇଲ୍ୟାଣ୍ଡ ଭଳି ଦେଶ ମଧ୍ୟ ଏହି ପ୍ରଦର୍ଶନୀରେ ଅଂଶ ଗ୍ରହଣ କରିଥିବା ଜଣାପଡ଼ିଛି । ଏହାସହ ଭାରତ ସରକାରଙ୍କ ପର୍ଯ୍ୟଟନ ମନ୍ତ୍ରାଳୟ ପକ୍ଷରୁ ନିଆଯାଉଥିବା ପଦକ୍ଷେପ ଗୁଡିକ ଏହି ମେଳାରେ ପ୍ରଦର୍ଶିତ ହୋଇଛି । ୩ଟି ଦେଶ ଓ ଭାରତର ୧୬ ରାଜ୍ୟର ୧୬୦ ଷ୍ଟଲ ଏହି ହଲରେ ଦେଖିବାକୁ ମିଳିଛି । ସେଗୁଡ଼ିକ ମଧ୍ୟରେ ଆକର୍ଷଣର କେନ୍ଦ୍ର ପାଲଟିଛି ରାମୋଜୀ ଫିଲ୍ମ ସିଟିର ଷ୍ଟଲ । ଏଠାକୁ ଆସୁଥିବା ଦର୍ଶକମାନେ ଖୁବ ଉତ୍ସାହର ସହ ରାମୋଜୀ ଫିଲ୍ମ ସିଟି ବିଷୟରେ ପଚାରି ବୁଝିଛନ୍ତି ।

ଏହି ବିଷୟରେ ରାମୋଜୀ ଫିଲ୍ମ ସିଟି ଟ୍ରେଡ୍ ୟୁନିଟର ସଦସ୍ୟ ହରି କ୍ରିଷ୍ଣନ କହିଛନ୍ତି, "ଖୁବଶୀଘ୍ର ରାମୋଜୀ ଫିଲ୍ମ ସିଟି ଏକ ନୂଆ ଘୋଷଣା କରିବାକୁ ଯାଉଛି । ଗ୍ରୀଷ୍ମ ଋତୁକୁ ନଜରରେ ରଖି ଫିଲ୍ମ ସିଟିକୁ ବୁଲି ଆସୁଥିବା ପର୍ଯ୍ୟଟକଙ୍କ ପାଇଁ ଭେଟି ଦିଆଯିବ । ଆକର୍ଷଣୀୟ ଅଫର ସହ ଏଠାରେ ବୁଲିବାର ମଜା ନେବେ ପର୍ଯ୍ୟଟକ । ଏଠାରେ ଫିଲ୍ମ ବାବଦରେ ତାଲିମ ମଧ୍ୟ ଦିଆଯାଉଛି । ତାଲିମନାଡୁରୁ ସିଧାସଳଖ ଫିଲ୍ମ ସିଟିକୁ ଆସିବା ପାଇଁ ସମସ୍ତ ସୁବିଧା ମଧ୍ୟ ଉପଲବ୍ଧ ରହିଛି ।"

ଅପରପକ୍ଷେ, ଫେୟାରଫେଷ୍ଟ ମିଡିଆ ଲିଃ ତଥା TTFର ଆୟୋଜକ ମହେଶ କହିଛନ୍ତି, "୨୪ତମ ପର୍ଯ୍ୟଟନ ମେଳାରେ ୧୬୦ଟି ବୁଥ୍ ରହିଛି । ରାମୋଜୀ ଫିଲ୍ମ ସିଟି ହେଉଛି ବିଶ୍ବର ଦ୍ବିତୀୟ ବୃହତ୍ତମ ଫିଲ୍ମ ସିଟି ଭାବେ ପରିଚିତ । ଏହି ମେଳାରେ ରାମୋଜୀ ଫିଲ୍ମସିଟି ଆମ ମେଳାରେ ସ୍ଥାନିତ ହୋଇଥିବାରୁ ଆମେ ବେଶ ଖୁସି । ସମସ୍ତେ ଅତି କମରେ ଥରେ ରାମୋଜୀ ଫିଲ୍ମ ସିଟି ଭଳି ଚମତ୍କାର ସ୍ଥାନକୁ ବୁଲିଯିବା ନିହାତି ଦରକାର । ଏହା ପର୍ଯ୍ୟଟକଙ୍କ ପାଇଁ ବେଶ ଆକର୍ଷଣୀୟ ସ୍ଥାନ ।"

ସେହିପରି ତାମିଲନାଡୁ ଟୁରିଜିମ ଫେୟାରର ଆଉ ଜଣେ ଆୟୋଜକ କାଲାଇମାମଣି ଭିକେଟି ବାଲାନ କହିଛନ୍ତି, "କୋରୋନା ମହାମାରୀ ପରେ ପର୍ଯ୍ୟଟନ କ୍ଷେତ୍ର ଭୁଶୁଡି ପଡିଥିଲା । ଏହାଦ୍ବାରା ସେମାନଙ୍କର 50 ପ୍ରତିଶତ ପୁଞ୍ଜି ନଷ୍ଟ ହୋଇଗଲା । ବିଶେଷ ଭାବେ ଏଠାରେ ଥିବା ହୋଟେଲ ଗୁଡିକୁ ବହୁ ପରିମାଣର କ୍ଷତି ସହିବାକୁ ପଡ଼ିଥିଲା । ଧୀରେ ଧୀରେ କୋରୋନାର ପ୍ରକୋପ କମିବା ପରେ ପର୍ଯ୍ୟଟକଙ୍କ ଆଗମନ ହେବାକୁ ଲାଗିଲା । ଆଉ ଏବେ ଏହାକୁ ପୁଣି ଥରେ ପୂର୍ବ ସ୍ଥିତି ଫେରାଇ ଆଣିବା ଦିଗରେ ପ୍ରୟାସ ଶେଷ ହୋଇଛି ।"

ଏହା ମଧ୍ୟ ପଢନ୍ତୁ...ରାମୋଜୀ ରାଓଙ୍କୁ ସାକ୍ଷାତ କଲେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ, ରାଜ୍ୟର ବିକାଶ ନେଇ ଆଲୋଚନା

ସେପଟେ ହିନ୍ଦୁସ୍ତାନ ବିଶ୍ବବିଦ୍ୟାଳୟର ପ୍ରଫେସର ଶ୍ରୀନିବାସନ କହିଛନ୍ତି, ପ୍ରତିବର୍ଷ ଆମେ ଚେନ୍ନାଇରୁ ଛାତ୍ରଛାତ୍ରୀଙ୍କୁ ଧରି ଏଜୁକେସନାଲ ଟୁରରେ ଯାଇଥାଉ । ସେଠାରେ ଛାତ୍ରଛାତ୍ରୀମାନେ ସିନେମା ସୁଟିଂ ଦେଖିପାରିବେ । ଏହାସହ ସେମାନେ ଛାତ୍ରମାନଙ୍କୁ ରିହାତି ମୂଲ୍ୟ ମଧ୍ୟ ପ୍ରଦାନ କରନ୍ତି । ସେମାନେ କମ୍ ମୂଲ୍ୟରେ ଗୁଣାତ୍ମକ ଖାଦ୍ୟ ଯୋଗାନ୍ତି । ରାମୋଜୀ ଫିଲ୍ମସିଟି ପରିବାର ସହ ପରିଦର୍ଶନ କରିବା ପାଇଁ ମଧ୍ୟ ଏକ ଉପଯୁକ୍ତ ସ୍ଥାନ ଅଟେ ।"

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.