ETV Bharat / bharat

ବେଙ୍ଗାଲୁରୁ ରାମେଶ୍ବରମ କାଫେ ବିସ୍ଫୋରଣ; 7 ଦିନିଆ ରିମାଣ୍ଡରେ ମୁଖ୍ୟ ଷଡ଼ଯନ୍ତ୍ରକାରୀ - Rameshwaram Cafe Blast - RAMESHWARAM CAFE BLAST

Rameshwaram Cafe Blast: ବେଙ୍ଗାଲୁରୁ ରାମେଶ୍ବରମ କାଫେ ବିସ୍ଫୋରଣ ଘଟଣାରେ ଅପଡେଟ୍ । ଗିରଫ ହୋଇଥିବା ଅନ୍ୟତମ ମୁଖ୍ୟ ଷଡଯନ୍ତ୍ରକାରୀକୁ 7 ଦିନିଆ ରିମାଣ୍ଡରେ ନେଲା NIA । ଅଧିକ ପଢନ୍ତୁ

Rameshwaram Cafe Blast
Rameshwaram Cafe Blast
author img

By ETV Bharat Odisha Team

Published : Mar 29, 2024, 5:13 PM IST

ବେଙ୍ଗାଲୁରୁ: କର୍ଣ୍ଣାଟକ ରାମେଶ୍ବରମ କାଫେ ବିସ୍ଫୋରଣ ଘଟଣାରେ କାର୍ଯ୍ୟାନୁଷ୍ଠାନ । ଜାତୀୟ ତଦନ୍ତକାରୀ ଏଜେନ୍ସି (NIA) ଏକାଧିକ ସ୍ଥାନରେ ମାରାଥନ ରେଡ କରିବା ପରେ ଗତକାଲି ଗିରଫ କରିଥିବା ମୁଖ୍ୟ ଷଡ଼ଯନ୍ତ୍ରକାରୀ ମୁଜାମିଲ ସରିଫକୁ ଆଜି ସ୍ପେସାଲ କୋର୍ଟରେ ହାଜର କରିଥିଲା । ଘଟଣା ସମ୍ପର୍କରେ ଅଧିକ ପଚରାଉଚରା ଲାଗି 7 ଦିନିଆ ରିମାଣ୍ଡରେ ନେବା ଲାଗି ଏଜେନ୍ସି ପକ୍ଷରୁ ଆବେଦନ ହୋଇଥିବା ବେଳେ କୋର୍ଟ ଅନୁମତି ପ୍ରଦାନ କରିଛନ୍ତି ।

ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଗୁରୁବାର ଗିରଫ ହୋଇଥିବା ଏହି ସନ୍ଦିଗ୍ଧ ଜଣକ ମୁଖ୍ୟ ଷଡ଼ଯନ୍ତ୍ରକାରୀଙ୍କ ମଧ୍ୟରୁ ଜଣେ । ସେ ଏହି ବିସ୍ଫୋରଣରେ ବ୍ୟବହୃତ ବିସ୍ଫୋରକ ତିଆରି କରିବା ଲାଗି ମାଷ୍ଟରମାଇଣ୍ଡକୁ କଞ୍ଚାମାଲ ଯୋଗାଉଥିଲା । ମୁଜାମିଲ ସରିଫ ହେଉଛି ଚିକ୍କାମାଗାଲୁରୁର ମୁଦିଗିରିର ଅଧିବାସୀ । ସେ 6 ମାସ ପୂର୍ବରୁ ବେଙ୍ଗାଲୁରୁ ଛାଡି ମୁଦିଗିରି ଠାରେ ଏକ ଚିକେନ୍‌ ଦୋକାନ ଖୋଲିଥିଲା । ଅହି ବିସ୍ଫୋରଣ ଘଟଣାର ମୋଷ୍ଟ ୱାଣ୍ଟେଡ ଥିବା ଅବଦୁଲ ମାଟିନ ତାହା ସହିତ ଗିରଫ ସନ୍ଦିଗ୍ଧ ମୁଜାମିଲ ପୁରୁଣା ବନ୍ଧୁ । ଉଭୟ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଏକାଠି ପଢୁଥିଲେ ।

ଏହା ବି ପଢନ୍ତୁ- ବେଙ୍ଗାଲୁରୁ କାଫେ ବିସ୍ଫୋରଣ ମାମଲା, ଆଉ ଜଣେ ମୁଖ୍ୟ ଅଭିଯୁକ୍ତକୁ ଧରିଲା NIA

ସୂଚନା ଥାଉ କି ମାର୍ଚ୍ଚ ମାସ ପହିଲାରେ କର୍ଣ୍ଣାଟକ ହ୍ବାଇଟଫିଲ୍ଡ କୁନ୍ଦାଲାହାଲି ନିକଟରେ ଥିବା ରାମେଶ୍ବରମ ନାମକ ଏକ କାଫେରେ ଭୟଙ୍କର ବିସ୍ଫୋରଣ ହୋଇଥିଲା । ଏହି ଅଘଟଣରେ 9 ଜଣ ଆହତ ହୋଇଥିବାବେଳେ ସୌଭାଗ୍ୟବଶତଃ କେହି ପ୍ରାଣ ହରାଇନଥିଲେ । ବିସ୍ଫୋରଣ ସମ୍ପର୍କରେ ସୂଚନା ପାଇବା ପରେ ପୋଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚିଥିଲେ । ଏହି ଘଟଣାର ଅଭିଯପୁକ୍ତ କାଫେରେ ଟିଫିନ ଖାଇବା ପରେ ସାଙ୍ଗରେ ଆଣିଥିବା ବ୍ୟାଗ ଛାଡି ପଳାଇଥିଲା । ଯାହାର ଭିଡିଓ ସିସିଟିଭିରେ କଏଦ ହୋଇଥିଲା । ଏହି ବ୍ୟାଗରେ ହିଁ ବିସ୍ଫୋରକ ଥିଲା । ଯାହା କିଛି ସମୟ ବ୍ୟବଧାନରେ ବିସ୍ଫୋରଣ ହୋଇଥିଲା ।

ଏହା ବି ପଢନ୍ତୁ- ବେଙ୍ଗାଲୁରୁ ରାମେଶ୍ବରମ କାଫେରେ ବିସ୍ଫୋରଣ; 9 ଆହତ, ସନ୍ଦିଗ୍ଧ ବ୍ୟକ୍ତି ବ୍ୟାଗ ରଖିଥିବା ସିସିଟିଭିରେ ରେକର୍ଡ

ବିସ୍ଫୋରଣର ଭିଡିଓ ସିସିଟିଭିରେ କଏଦ ହୋଇଥିଲା । ପରେ ସିସିଟିଭିରେ ଅଭିଯୁକ୍ତକୁ ମଧ୍ୟ ଚିହ୍ନଟ କରାଯାଇଥିଲା । ଏକାଧିକ ଅଭିଯୁକ୍ତ ଗିରଫ ହୋଇସାରିଥିଲେ ସୁଦ୍ଧା ଏପର୍ଯ୍ୟନ୍ତ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରାଯାଇ ପାରିନି । ରାଜ୍ୟ ପୋଲିସ ସହ କେନ୍ଦ୍ରୀୟ ସଂସ୍ଥା ଏହି ତଦନ୍ତ ଜାରି ରଖିଛି । ଖୁବଶୀଘ୍ର ମାଷ୍ଟର ମାଇଣ୍ଡ ସହ ତାର ସହଯୋଗୀଙ୍କୁ ଗିରଫ କରିବାକୁ ଏନଆଇଏ ପକ୍ଷରୁ ଖୋଳତାଡ ଜାରି ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.