ETV Bharat / bharat

ରାକ୍ଷୀ ପୂର୍ଣ୍ଣିମାରେ ମହିଳା ସୁରକ୍ଷାର ବାର୍ତ୍ତା ଦେଲେ ରାଷ୍ଟ୍ରପତି; ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ-ମୁଖ୍ୟମନ୍ତ୍ରୀ - Raksha Bandhan 2024

author img

By ETV Bharat Odisha Team

Published : Aug 19, 2024, 10:12 AM IST

Updated : Aug 19, 2024, 11:11 AM IST

Raksha Bandhan 2024: ଦେଶବାସୀଙ୍କୁ ରାକ୍ଷୀ ପୂର୍ଣ୍ଣିମାର ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ । ସମାଜରେ ମହିଳାଙ୍କୁ ସୁରକ୍ଷା ଦେବାକୁ ସଙ୍କଳ୍ପ ନେବାକୁ କହିଲେ ରାଷ୍ଟ୍ରପତି । ଅଧିକ ପଢନ୍ତୁ

Etv Bharat
Etv Bharat (Etv Bharat)

ନୂଆଦିଲ୍ଲୀ: ଆଜି ପବିତ୍ର ରାକ୍ଷୀ ପୂର୍ଣ୍ଣିମା । ଭାଇ-ଭଉଣୀଙ୍କ ସ୍ନେହ, ପ୍ରେମ ଏ ଭଲ ପାଇବାର ପ୍ରତିକର ଦିନ । ଗାଁଠୁ ସହର ଉତ୍ସବମୁଖର ପରିବେଷ । ପିଠାପଣାରେ ମହକୁଛି ଗାଁଗଣ୍ଡା । ଭାଇ ହାତରେ ସେନେହର ଡୋରି ବାନ୍ଧୁଛି ଭଉଣୀ । ଏ ରାକ୍ଷୀ ସାରା ଜୀବନ ଭଉଣୀକୁ ସୁରକ୍ଷା ଦେବ । ଆଜି ଶ୍ରୀମନ୍ଦିରରେ ମଧ୍ୟ ଆଜି ରକ୍ଷାବନ୍ଧନ ପାଳନ ହେବ । ଭଉଣୀ ସୁଭଦ୍ରା ବଡଭାଇ ବଳଭଦ୍ର ଓ ସାନ ବାଇ ଜଗନ୍ନାଥଙ୍କୁ ବାସୁଙ୍ଗା ପାଟରେ ପ୍ରସ୍ତୁତ ରାକ୍ଷୀ ବାନ୍ଧିବେ । ରାକ୍ଷୀପୂର୍ଣ୍ଣିମା ଅବସରରେ ରଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ରାଜ୍ୟପାଳ ରଘୁବର ଦାସ ଶୁଭେଚ୍ଛା ଜଣାଇଛନ୍ତି ।

ରାଷ୍ଟ୍ରପତି ଟ୍ବିଟ କରି କହିଛନ୍ତି-

''ରାକ୍ଷୀ ପୂର୍ଣ୍ଣିମା ଅବସରେ ମୁଁ ସମସ୍ତ ଦେଶବାସୀଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଉଛି । ଭାଇ ଓ ଭଉଣୀଙ୍କ ମଧ୍ୟରେ ପ୍ରେମ ଏବଂ ବିଶ୍ୱାସର ଭାବନା ଉପରେ ଆଧାର କରି ଏହି ପର୍ବ ସମସ୍ତ ଭଉଣୀ ଓ ଝିଅଙ୍କ ପ୍ରତି ସ୍ନେହ ଏବଂ ସମ୍ମାନର ଭାବନା ସୃଷ୍ଟି କରେ । ଏହି ପର୍ବ ଦିନ, ମୁଁ ଚାହେଁ ଯେ ଆମ ସମାଜରେ ମହିଳାଙ୍କୁ ସୁରକ୍ଷା ଏବଂ ସମ୍ମାନ କରିବାକୁ ସମସ୍ତ ଦେଶବାସୀ ଆଜି ସଙ୍କଳ୍ପ ନିଅନ୍ତୁ ।''

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ବିଟ କରି କହିଛନ୍ତି-

''ସମସ୍ତ ଦେଶବାଶୀଙ୍କୁ ଭାଇ ଓ ଭଉଣୀଙ୍କ ମଧ୍ୟରେ ଥିବା ପ୍ରେମର ପ୍ରତିକ ରାକ୍ଷବନ୍ଧନରେ ସମସ୍ତଙ୍କୁ ଅନେକ ଶୁଭେଚ୍ଛା । ଏହି ପବିତ୍ର ପର୍ବ ଆପଣଙ୍କ ସମ୍ପର୍କରେ ସୁଖ, ସମୃଦ୍ଧତା ଏବଂ ଆପଣଙ୍କ ଜୀବନରେ ନୂତନ ମଧୁରତା ଆଣୁ ।''

ଏହା ମଧ୍ୟ ପଢନ୍ତୁ-ଆଜି ପବିତ୍ର ରାକ୍ଷୀ ପୂର୍ଣ୍ଣିମା; ଏହି ସମୟରେ ବାନ୍ଧନ୍ତୁ ରାକ୍ଷୀ, ବଦଳି ଯିବ ଭାଇର ଭାଗ୍ୟ - RAKHI 2024

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଟ୍ବିଟ କରି କହିଛନ୍ତି-

''ପବିତ୍ର ରାକ୍ଷୀ ପୂର୍ଣ୍ଣିମା ଏବଂ ବଡ଼ ଠାକୁର ପ୍ରଭୁ ବଳଭଦ୍ରଙ୍କ ଶୁଭ ଜନ୍ମ ଦିବସ ଅବସରରେ ସମସ୍ତଙ୍କୁ ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ। ସ୍ନେହ, ଶ୍ରଦ୍ଧା ଏବଂ ସୁରକ୍ଷାର ପ୍ରତୀକ ପବିତ୍ର ରକ୍ଷା ସୂତ୍ର ସମସ୍ତଙ୍କ ଜୀବନକୁ ମଙ୍ଗଳମୟ କରିବା ସହ ଭାଇ ଓ ଭଉଣୀର ପବିତ୍ର ସମ୍ପର୍କକୁ ଆହୁରି ନିବିଡ କରୁ, ମହାପ୍ରଭୁଙ୍କ ନିକଟରେ ମୋର ଏତିକି କାମନା ।''

ରାଜ୍ୟପାଳ ରଘୁବର ଦାସ ଟ୍ବିଟ କରି କହିଛନ୍ତି-

''ପବିତ୍ର ଗହ୍ମା ତଥା ରାକ୍ଷୀପୁର୍ଣ୍ଣିମା ଅବସରରେ ସମସ୍ତଙ୍କୁ ମୋର ଆନ୍ତରିକ ଶୁଭେଚ୍ଛା ଓ ଅଭିନନ୍ଦନ । ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ କୃପାରୁ ଭାଇ-ଭଉଣୀଙ୍କ ସ୍ନେହ, ଶ୍ରଦ୍ଧାର ଅତୁଟ ସମ୍ପର୍କ ଜୀବନରେ ଶାନ୍ତି ଓ ମୈତ୍ରୀ ଆଣିଦେଉ।''

Last Updated : Aug 19, 2024, 11:11 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.