ETV Bharat / bharat

ରାଜ୍ୟସଭା ନିର୍ବାଚନ: ରାଜସ୍ଥାନରୁ ନାମାଙ୍କନ ଭରିଲେ ସୋନିଆ ଗାନ୍ଧୀ

Rajya Sabha Election: ରାଜସ୍ଥାନ ବିଧାନସଭା ପରିସରରେ ରାଜ୍ୟସଭା ନିର୍ବାଚନ ପାଇଁ ନାମାଙ୍କନ ଭରିଲେ କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀ । ଅଧିକ ପଢନ୍ତୁ

ନାମାଙ୍କନ ଭରିଲେ ସୋନିଆ ଗାନ୍ଧୀ
ନାମାଙ୍କନ ଭରିଲେ ସୋନିଆ ଗାନ୍ଧୀ
author img

By ETV Bharat Odisha Team

Published : Feb 14, 2024, 12:22 PM IST

Updated : Feb 14, 2024, 3:14 PM IST

ନୂଆଦିଲ୍ଲୀ: ରାଜ୍ୟସଭା ନିର୍ବାଚନ ପାଇଁ ଆଜି ନାମାଙ୍କନ ଭରିଲେ ଦଳର ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧୀ । ରାଜସ୍ଥାନ ବିଧାନସଭା ପରିସରରେ ରିଟର୍ଣ୍ଣିଂ ଅଧିକାରୀଙ୍କ ନିକଟରେ ନାମାଙ୍କନ ଦାଖଲ କଲେ ମାଡାମ ସୋନିଆ । ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ସ୍ଥାନରେ କଂଗ୍ରେସରୁ ସୋନିଆ ଗାନ୍ଧୀ ରାଜସ୍ଥାନରୁ ରାଜ୍ୟସଭା ସାଂସଦ ହେବେ । ସୋନିଆ ଗାନ୍ଧୀ ନାମାଙ୍କନ ଦାଖଲ କରିବା ସମୟରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ ଭଦ୍ରା, ରାଜସ୍ଥାନର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଏବଂ ରାଜ୍ୟ କଂଗ୍ରେସ ସଭାପତି ଗୋବିନ୍ଦ ସିଂ ଦୋତାସରା ଉପସ୍ଥିତ ରହିଥିଲେ ।

ସୋନିଆଙ୍କ ନାମାଙ୍କନ ଦାଖଲକୁ ନେଇ ରାଜ୍ୟ କଂଗ୍ରେସ ସଭାପତି ଗୋବିନ୍ଦ ସିଂ ଦୋତାସରା କହିଛନ୍ତି, "ଏହି ନିଷ୍ପତ୍ତି ଆମକୁ ଶକ୍ତି ପ୍ରଦାନ କରିବ । ମଲ୍ଲିକାର୍ଜୁନ ଖଡଗେଙ୍କ ନେତୃତ୍ବରେ ଆମେ ନିର୍ବାଚନ ଲଢିବୁ ଏବଂ ବିଜୟ ହାସଲ କରିବୁ । ଆମେ ନିର୍ବାଚନରେ ଭଲ ପ୍ରଦର୍ଶନ କରିବୁ । ରାହୁଲ ଗାନ୍ଧୀଙ୍କୁ ଆମ ଦେଶର ମୁଖ୍ୟମନ୍ତ୍ରୀ କରାଇବା ଆମର ଲକ୍ଷ୍ୟ ।" ରାଜସ୍ଥାନ, ମହାରାଷ୍ଟ୍ର, ବିହାର, ହିମାଚଳ ପ୍ରଦେଶର ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ପ୍ରାର୍ଥୀ ଘୋଷଣା କରିଛି । ରାଜସ୍ଥାନରୁ ସୋନିଆ ଗାନ୍ଧୀ, ବିହାରରୁ ଅଖିଳେଶ ପ୍ରତାପ ସିଂ, ହିମାଚଳରୁ ଅଭିଷେକ ମନୁ ସିଂହଭି ଏବଂ ମହାରାଷ୍ଟ୍ରରୁ ଚନ୍ଦ୍ରକାନ୍ତ ହଣ୍ଡୋରଙ୍କୁ ପ୍ରାର୍ଥୀ କରିଛି କଂଗ୍ରେସ ।

ଏହା ମଧ୍ୟ ପଢନ୍ତୁ: ରାଜ୍ୟସଭା ନିର୍ବାଚନ: ନାମାଙ୍କନ ଭରିବା ପାଇଁ ଜୟପୁରରେ ସୋନିଆ ଗାନ୍ଧୀ, ସାଥିରେ ଅଛନ୍ତି ରାହୁଲ

ରାଜନୀତିରେ ସୋନିଆ ଗାନ୍ଧୀ:

1946 ମସିହା ଡିସେମ୍ବର 9 ତାରିଖରେ ଜନ୍ମ ଗ୍ରହଣ କରିଥିଲେ ସୋନିଆ ଗାନ୍ଧୀ । ଦୀର୍ଘ 22 ବର୍ଷ ଧରି ସେ ଜାତୀୟ କଂଗ୍ରେସର ଅଧ୍ୟକ୍ଷ ରହି ଆସିଛନ୍ତି । ସୋନିଆ ନିଜ ପାରମ୍ପରିକ ଆସନ ରାୟବରେଲୀରୁ ପାଞ୍ଚଥର ଲୋକସଭା ସାଂସଦ ରହିଛନ୍ତି । 2019 ସାଧାରଣ ନିର୍ବାଚନରେ ଉତ୍ତର ପ୍ରଦେଶର ରାୟବରେଲୀ ଆସନରୁ ଲଢ଼ି ବିଜୟୀ ହୋଇଥିଲେ ସୋନିଆ ଗାନ୍ଧୀ । ତେବେ ମାଡାମ ସୋନିଆ ଆଉ ଲୋକସଭା ନିର୍ବାଚନ ନଲଢ଼ି ଏଥର ରାଜ୍ୟସଭାକୁ ନିର୍ବାଚିତ ହେବାକୁ ଯାଉଛନ୍ତି । ସୋନିଆ ନିଜ ପାରମ୍ପରିକ ଆସନ ରାୟବରେଲୀ ସିଟ୍କୁ ନିଜ ଝିଅ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କୁ ଦେଇ ପାରନ୍ତି । ପୂର୍ବରୁ ଚର୍ଚ୍ଚା ହେଉଥିଲା ୨୦୨୪ରେ ରାୟବରେଲୀରୁ ଲଢ଼ିପାରନ୍ତି ପ୍ରୟଙ୍କା । ଯାହା ଧିରେ ଧିରେ ସ୍ପଷ୍ଟ ହେବାରେ ଲାଗିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Feb 14, 2024, 3:14 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.