ETV Bharat / bharat

ଘର, ଷ୍ଟାଫ, ଗାଡ଼ି; କାର୍ଯ୍ୟଭାର ସମ୍ଭାଳିବା ପୂର୍ବରୁ ଟ୍ରେନି IAS ଅଫିସରଙ୍କ ଡିମାଣ୍ଡ, ଏପଟେ ପିତା କୋଟିପତି - IAS Puja Khedkar Controversy

author img

By ETV Bharat Odisha Team

Published : Jul 11, 2024, 9:44 PM IST

IAS PUJA KHEDKAR CONTROVERSY: ଚର୍ଚ୍ଚାରେ ମହାରାଷ୍ଟ୍ରର ଚର୍ଚ୍ଚିତ ଆଇଏଏସ ଅଫିସର ପୂଜା ଖେଡ଼କର । କାର୍ଯ୍ୟଭାର ସମ୍ଭାଳିବା ପୂର୍ବରୁ କରିଥିଲେ ଏପରି ଦାବି । ଏପଟେ ତାଙ୍କ ପିତା ଜଣେ କୋଟିପତି ବୋଲି ଜଣାପଡ଼ିଛି । ଅଧିକ ପଢନ୍ତୁ

IAS PUJA KHEDKAR CONTROVERSY
IAS PUJA KHEDKAR CONTROVERSY (ETV Bharat)

ମୁମ୍ବାଇ: ବଢିବାରେ ଲାଗିଛି ମହାରାଷ୍ଟ୍ରର ଚର୍ଚ୍ଚିତ ଟ୍ରେନି ଆଇଏଏସ ଅଫିସର ପୂଜା ଖେଡ଼କରଙ୍କ ମୁସ୍କିଲ । ବିବାଦ ତାଙ୍କ ପିଛା ଛାଡ଼ିବାର ନାଁ ନେଉନି । ତାଙ୍କର ବାକିଥିବା ପ୍ରୋବେସନ ପିରିୟଡ ପୁଣେ ପରିବର୍ତ୍ତେ ଏବେ ୱାଶିମରେ କଟିବାକୁ ଯାଉଛି । ନିଯୁକ୍ତି ପୂର୍ବରୁ ସେ ଘର, ବ୍ୟକ୍ତିଗତ ଷ୍ଟାଫ ଓ ଗାଡ଼ି ଦାବି କରିଥିଲେ । ତାଙ୍କ ହ୍ବାଟ୍ସଆପ ଚାଟ୍‌ ଭାଇରାଲ ହେବା ପରେ ସେ ଚର୍ଚ୍ଚାକୁ ଆସିଛନ୍ତି । ସେପଟେ ତାଙ୍କ ପିତା ଜଣେ କୋଟିପତି ବୋଲି ମଧ୍ୟ ଜଣାପଡ଼ିଛି । କେନ୍ଦ୍ର ସରକାର ଏହି ଘଟଣାର ତଦନ୍ତ କରିବା ଲାଗି ଏକ ପ୍ୟାନେଲ ଗୁରୁବାର ଗଠନ କରିଛନ୍ତି ।

IAS PUJA KHEDKAR
IAS PUJA KHEDKAR (ETV Bharat)

କଣ ଘଟଣା ?

ମଙ୍ଗଳବାର ମହାରାଷ୍ଟ୍ରର ପୁଣେରୁ ୱାଶିମ୍‌କୁ ସ୍ଥାନାନ୍ତରିତ ହୋଇଥିବା ଆଇଏଏସ୍ ଟ୍ରେନିଂ ଅଫିସର ପୂଜା ଖେଡକରଙ୍କ ହ୍ବାଟ୍ସଆପ୍ ଚାଟ୍‌ରୁ ଅନେକ ନୂତନ ସୂଚନା ପ୍ରକାଶ ପାଇଛି । କ୍ଷମତାର ଅପବ୍ୟବହାର ଅଭିଯୋଗରେ ତାଙ୍କୁ ସ୍ଥାନାନ୍ତର କରାଯାଇଥିଲା । ପୂଜା ଖେଡକରଙ୍କ ହ୍ବାଟ୍ସଆପ୍ ଚାଟ୍ ପ୍ରକାଶ କରିଛି ଯେ 2022 ବ୍ୟାଚ୍ ଆଇଏଏସ୍ ଅଧିକାରୀ ପୂଜା ଖେଡକର ଆସିଷ୍ଟାଣ୍ଟ କଲେକ୍ଟର ଭାବରେ ଦାୟିତ୍ବ ଗ୍ରହଣ କରିବା ପୂର୍ବରୁ ଅଲଗା କ୍ୟାବିନ, ଘର, କାର ଏବଂ କର୍ମଚାରୀଙ୍କ ଦାବି କରିଥିଲେ ।

ଜିଲ୍ଲାପାଳଙ୍କ ନିକଟରେ ବିଶେଷ ସୁବିଧା ପାଇଁ ଦାବି:-

ହ୍ବାଟ୍ସଆପ୍‌ ଚାଟ୍‌ରୁ ଜଣାପଡିଛି ଯେ ପୂଜା ଖେଡକର ଅନେକ ଥର ଜିଲ୍ଲାପାଳ ଆଇଏଏସ ସୁହାସ ଦିବାସେଙ୍କ ଠାରୁ ସ୍ବତନ୍ତ୍ର ସୁବିଧା ଦାବି କରିଥିଲେ । ଜୁନ 3, 2024ରେ ଯୋଗଦେବା ପୂର୍ବରୁ ପୂଜା କଲେକ୍ଟରଙ୍କଠାରୁ ଏକ ଅଲଗା କ୍ୟାବିନ ଏବଂ ଗାଡି ମାଗିଥିଲେ । ତେବେ ଟ୍ରେନି ପିରିୟଡ (ତାଲିମ ନେବା ସମୟ)ରେ ଥିବାରୁ ତାଙ୍କୁ ଏପରି ସୁବିଧା ପ୍ରଦାନ କରାଯାଇପପାରିବ ନାହିଁ । ଏହା ପରେ ଜିଲ୍ଲା କଲେକ୍ଟର ପୂଜାଙ୍କ ଏହି ଦାବି ଗୁଡିକ ସମ୍ପର୍କରେ ମହାରାଷ୍ଟ୍ରର ମୁଖ୍ୟ ସଚିବଙ୍କୁ ଅବଗତ କରାଇଥିଲେ । ଏହାପରେ ପୂଜାଙ୍କ ବଦଳି କରାଯାଇଥିଲା । ଏବେ ପୂଜାଙ୍କୁ ଜୁଲାଇ 30, 2025 ପର୍ଯ୍ୟନ୍ତ ୱାସିମରେ ଅତିରିକ୍ତ ସହକାରୀ କଲେକ୍ଟର ଭାବରେ କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ନକଲି ସାର୍ଟିଫିକେଟ ଜମା କରିଥିବା ଅଭିଯୋଗ:-

ନ୍ୟୁଜ ଏଜେନ୍ସି ପିଟିଆଇ ରିପୋର୍ଟ ଅନୁସାରେ ପୂଜା ଖେଡକର ପଛୁଆ ବର୍ଗ (OBC) ପ୍ରମାଣ ପତ୍ର ପ୍ରସ୍ତୁତ କରିଥିବା ଅଭିଯୋଗ ରହିଛି । ଏପରିକି ସେ ମାନସିକ ରୋଗରେ ପୀଡ଼ିତ ଥିବା ନେଇ ମଧ୍ୟ ଏକ ନକଲି ସାର୍ଟିଫିକେଟ ଜମା କରିଛନ୍ତି । ଏହି ପ୍ରମାଣପତ୍ରର ଭେରିଫିକେସନ ପାଇଁ ତାଙ୍କୁ 2022 ଏପ୍ରିଲରେ ଦିଲ୍ଲୀ ଏମ୍ସ ଯିବାକୁ କୁହାଯାଇଥିଲା । ମାତ୍ର ସେ କରୋନା ମହାମାରୀର ବାହାନା ଦେଖାଇ ଯାଞ୍ଚ ଲାଗି ଏମମ୍ସରେ ପହଞ୍ଚିନଥିଲେ ।

ରାଜ୍ୟ ସରକାରଙ୍କ ପୂର୍ବ ଅଧିକାରୀ ପୂଜାଙ୍କ ପିତା:-

ପୂଜାଙ୍କ ପିତା ଦିଲୀପ ଖେଡକର ରାଜ୍ୟ ସରକାରଙ୍କ ଜଣେ ପୂର୍ବତନ ଅଧିକାରୀ । ନିକଟରେ ସେ ଲୋକସଭା ନିର୍ବାଚନରେ ​​ପ୍ରତିଦ୍ବନ୍ଦ୍ବିତା କରିଥିଲେ । ଏହି ଅବଧି ମଧ୍ୟରେ ସେ ତାଙ୍କ ସମ୍ପତ୍ତିର ମୂଲ୍ୟ 40କୋଟି ଟଙ୍କା ବୋଲି ଘୋଷଣା କରିଥିଲେ । ତେବେ ପୂଜା ଖେଡକର ଓବିସି ବର୍ଗ ଅଧୀନରେ ସିଭିଲ ସର୍ଭିସ ପରୀକ୍ଷା ଦେଇଥିବା ବେଳେ କ୍ରିମି ଲେୟାର ସାର୍ଟିଫିକେଟ୍ ପାଇଁ ସୀମା ବାର୍ଷିକ ପିତାମାତାଙ୍କ ଆୟ 8 ଲକ୍ଷ ଟଙ୍କା ଉଲ୍ଲେଖ କରିଥିଲେ ।

ଏହା ବି ପଢନ୍ତୁ- କିଏ ଏହି IRS ଅଧିକାରୀ ? ମିସ୍‌ରୁ ପାଲଟିଲେ ମିଷ୍ଟର

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.