ETV Bharat / bharat

ମୋଦି ଏନଡିଏ ନେତା ନିର୍ବାଚିତ, କହିଲେ-ବିକଶିତ ଭାରତର ଇଞ୍ଜିନ ହେବ ଓଡ଼ିଶା - NDA Meeting

author img

By ETV Bharat Odisha Team

Published : Jun 7, 2024, 1:10 PM IST

Updated : Jun 7, 2024, 2:27 PM IST

NDA Meeting In Parliament: ମୋଦି ୩.୦ ସରକାର ଗଠନ ପାଇଁ ସଂସଦ ଭବନରେ ଚାଲିଛି ଏନଡିଏ ସଂସଦୀୟ ଦଳ ବୈଠକ । ଏନଡିଏ ସଂସଦୀୟ ଦଳ ନେତା ଭାବେ ନିର୍ବାଚିତ ହୋଇଛନ୍ତି ନରେନ୍ଦ୍ର ମୋଦି । ଆଉ କିଛି ସମୟ ପରେ ରାଷ୍ଟ୍ରପତିଙ୍କୁ ଭେଟି ସରକାର ଗଢିବାକୁ ଦାବି ଜଣାଇବେ । ଅଧିକ ପଢନ୍ତୁ

ମୋଦି ଏନଡିଏ ନେତା ନିର୍ବାଚିତ, କହିଲେ-ବିକଶିତ ଭାରତର ଇଞ୍ଜିନ ହେବ ଓଡ଼ିଶା
ମୋଦି ଏନଡିଏ ନେତା ନିର୍ବାଚିତ, କହିଲେ-ବିକଶିତ ଭାରତର ଇଞ୍ଜିନ ହେବ ଓଡ଼ିଶା (ETV Bharat Odisha)

ନୂଆଦିଲ୍ଲୀ: ମୋଦି ୩.୦ ସରକାର ଗଠନ ନେଇ ଆରମ୍ଭ ହୋଇଛି କସରତ । ଏହି ପରିପ୍ରେକ୍ଷୀରେ ଆଜି (ଶୁକ୍ରବାର) ସଂସଦ ଭବନର ସେଣ୍ଟ୍ରାଲ ହଲରେ ଏନଡିଏ ସଂସଦୀୟ ଦଳ ବୈଠକ ବସିଛି । ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା, ଅମିତ ଶାହ, ରାଜନାଥ ସିଂ, ଚନ୍ଦ୍ରବାବୁ ନାଇଡୁ ଏବଂ ନୀତିଶ କୁମାରଙ୍କ ସହ ବହୁ ବରିଷ୍ଠ ନେତା ସାମିଲ ହୋଇଛନ୍ତି । ବୈଠକରେ ନରେନ୍ଦ୍ର ମୋଦି ଏନଡିଏ ସଂସଦୀୟ ଦଳ ନେତା ନିର୍ବାଚିତ ହୋଇଛନ୍ତି । ରାଜନାଥ ସିଂ ମୋଦିଙ୍କ ନାମ ପ୍ରସ୍ତାବ କରିଥିବାବେଳେ ଅମିତ ଶାହ, ନୀତିନ ଗଡକରୀ ଏହାକୁ ସମର୍ଥନ ଜଣାଇଛନ୍ତି । ଏହାପରେ ନୀତିଶ କୁମାର, ଚନ୍ଦ୍ରବାବୁ ନାଇଡୁ ଏବଂ ଅନ୍ୟ ନେତାମାନେ ମୋଦିଙ୍କୁ ନିଜର ନେତା ଭାବେ ବାଛିଛନ୍ତି ।

ମୋଦି ଏନଡିଏ ନେତା ନିର୍ବାଚିତ ହେବା ପରେ ସମସ୍ତଙ୍କୁ କୃତଜ୍ଞତା ଜଣାଇ କହିଛନ୍ତି ଯେ, ଏନଡିଏ ଭାରତର ଆତ୍ମାର ପ୍ରତିବିମ୍ବ ଏବଂ ଏକ ସଫଳ ମେଣ୍ଟ । ଏନଡିଏ ଭଳି ଅନ୍ୟ କୌଣସି ପ୍ରି-ପୋଲ ମେଣ୍ଟ ସଫଳ ହୋଇନି । ୩୦ ବର୍ଷ ହେଲାଣି ଏକ ସଚ୍ଚୋଟ ମେଣ୍ଟ ପାଲଟିଛି । ଏନଡିଏ ଉତ୍ତମ ଶାସନ ସହ ଆଗାମୀ ୧୦ ବର୍ଷରେ ବିକାଶର ନୂଆ ଅଧ୍ୟାୟ ଲେଖିବ । ସମସ୍ତେ ମିଶି ବିକଶିତ ଭାରତ ସ୍ବପ୍ନ ସାକାର କରିବା । ଗତ ୧୦ ବର୍ଷ କେବଳ ଟ୍ରେଲର ଥିଲା । ଆଗକୁ ଆହୁରି ତୀବ୍ର ଗତିରେ ଦେଶର ବିକାଶ ପାଇଁ କାମ କରିବୁ ।

ଓଡ଼ିଶା ଦେଶର ବିକଶିତ ଇଞ୍ଜିନ ହେବ:

ଓଡ଼ିଶାରେ ବିଜେପିର ବିଜୟକୁ ନେଇ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦି ମନ୍ତବ୍ୟ ଦେଇଛନ୍ତି । ମହାପ୍ରଭୁ ଜଗନ୍ନାଥ ହେଉଛନ୍ତି ଗରିବଙ୍କ ଦେବତା । ଓଡ଼ିଶାର ଫଳାଫଳ ବିକଶିତ ଭାରତର ସ୍ବପ୍ନକୁ ନୂଆ ଗତି ଦେବ । ଆଗାମୀ ୨୫ ବର୍ଷ ପର୍ଯ୍ୟନ୍ତ ଦେଶର ବିକାଶ ଇଞ୍ଜିନିରେ ଓଡ଼ିଶା ପ୍ରମୁଖ ସ୍ଥାନ ନେବ । ଓଡ଼ିଶା ଦେଶର ବିକାଶର ଇଞ୍ଜିନ ହେବ ।

କଂଗ୍ରେସ ଉପରେ ବର୍ଷିଲେ ମୋଦି:

ଏହି ଅବସରରେ କଂଗ୍ରେସ ଉପରେ ମଧ୍ୟ ଖୁବ୍ ବର୍ଷିଛନ୍ତି ପ୍ରଧାନମନ୍ତ୍ରୀ । ସେ କହିଛନ୍ତି, ଦୀର୍ଘ ୧୦ ବର୍ଷ ହେଲାଣି କଂଗ୍ରେସ ୧୦୦ ସିଟ୍ ଛୁଇଁପାରିନି । ଗତ ତିନୋଟି ନିର୍ବାଚନରେ କଂଗ୍ରେସ ଯେତିକି ପାଇଛି, ଆମେ ଥରକରେ ତାଠୁ ଅଧିକ ପାଇଛୁ । ଲଗାତାର ଦେଶବାସୀଙ୍କୁ ବାଣ୍ଟିବାକୁ ପ୍ରୟାସ କରାଯାଇଛି । ଲୋକଙ୍କୁ ଭିତରେ ଭେଦଭାବ ସୃଷ୍ଟି ପାଇଁ ଚେଷ୍ଟା କରାଯାଇଛି । କିନ୍ତୁ ଜନତା ଏହାକୁ ପ୍ରତ୍ୟାଖାନ କରିଛନ୍ତି । ଇଣ୍ଡିଆ ମେଣ୍ଟ ଆଗରୁ ଧିରେ ଧିରେ ବୁଡୁଥିଲା , ଏବେ ଦ୍ରୁତଗତିରେ ବୁଡିବାକୁ ଯାଉଛି ।

ଏହା ମଧ୍ୟ ପଢନ୍ତୁ: ନୀତିଶ-ନାଇଡୁଙ୍କ ବିନା ବି ସରକାର କରିପାରିବେ ମୋଦି, କରିବାକୁ ହେବ ଏହି କାମ - Bjp Can Form Govt Without Nitish Naidu

ଆଜି ଏନଡିଏ ବୈଠକରେ ଟିଡିପି ମୁଖ୍ୟ ଚନ୍ଦ୍ରବାବୁ ନାଇଡୁ କହିଛନ୍ତି, ଆମେ ନିର୍ବାଚନରେ ଭଲ ସଂଖ୍ୟାଗରିଷ୍ଠତା ହାସଲ କରିଥିବାରୁ ସମସ୍ତଙ୍କୁ ଅଭିନନ୍ଦନ । ଗତ ୩ ମାସ ଧରି ନିର୍ବାଚନୀ ପ୍ରଚାର ସମୟରେ ପ୍ରଧାନମନ୍ତ୍ରୀ ଟିକିଏ ଆରାମ କରନିଥିବାର ମୁଁ ଦେଖିଛି । ସେ ଦିନରାତି ପ୍ରଚାର କରିଛନ୍ତି । ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ସମାନ ଜୋସ୍‌ର ସହ ସେ ପ୍ରଚାର କରିଥିଲେ । ଆନ୍ଧ୍ରପ୍ରଦେଶରେ ଆମେ ୩ଟି ଜନସଭା ଏବଂ ଗୋଟିଏ ବିଶାଳ ରାଲି କରିଥିଲୁ, ଯାହାକି ଆମକୁ ନିର୍ବାଚନ ଜିତିବାରେ ବଡ ସହାୟକ ହୋଇଥିଲା । ନରେନ୍ଦ୍ର ମୋଦି ଜଣେ ଦୂରଦୃଷ୍ଟି ସମ୍ପନ୍ନ ବ୍ୟକ୍ତି । ସେ ନିଜର ସବୁ ନୀତିଗୁଡିକୁ ଉତ୍ସାହର ସହ କାର୍ଯ୍ୟକାରୀ କରନ୍ତି । ଭାରତ ପାଖରେ ମୋଦିଙ୍କ ଭଳି ଜଣେ ଶ୍ରେଷ୍ଠ ନେତା ଅଛନ୍ତି । ସେହିପରି ମୋଦିଙ୍କ ନେତୃତ୍ବରେ ଆଗକୁ ସମସ୍ତ କାର୍ଯ୍ୟ କରିବେ ବୋଲି କହିଛନ୍ତି ନୀତିଶ କୁମାର ।

ସୂଚନାଯୋଗ୍ୟ ଯେ, ସଂସଦୀୟ ବୈଠକ ପରେ ଏନଡିଏ ନେତାମାନେ ରାଷ୍ଟ୍ରପତିଙ୍କୁ ଭେଟି ସରକାର ଗଢିବାକୁ ଦାବି ଜଣାଇବେ । ଆସନ୍ତା ଜୁନ ୯ ତାରିଖ ସନ୍ଧ୍ୟାରେ ରାଷ୍ଟ୍ରପତି ଭବନରେ ମୋଦିଙ୍କ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହେବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jun 7, 2024, 2:27 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.