ETV Bharat / bharat

ଦେଶରେ ପ୍ରଥମ ! ଚର୍ଚ୍ଚିତ କେରଳ IAS ଦମ୍ପତି, ପ୍ରଶାସନିକ ଟପ୍ ପୋଷ୍ଟରେ ସ୍ବାମୀଙ୍କ ପରେ ବସିଲେ ସ୍ତ୍ରୀ, ଆଗରୁ ଜିଲ୍ଲାପାଳ ଭାବେ ବାଣ୍ଟିଥିଲେ ଆସନ - Wife Succeeds IAS Husband As CS

author img

By ETV Bharat Odisha Team

Published : Aug 31, 2024, 12:01 PM IST

Updated : Aug 31, 2024, 12:21 PM IST

Wife Succeeds IAS Husband As Chief Secretary; ଆଇଏଏସ ବେଣୁଙ୍କ ପରେ ମୁଖ୍ୟ ଶାସନ ସଚିବ, ରାଜ୍ୟର ଟପ୍ ପ୍ରଶାସନିକ ପୋଷ୍ଟରେ ବସିଲେ ତାଙ୍କ ସ୍ତ୍ରୀ ତଥା ଆଇଏଏସ ସାରଦା । ଯିଏ ବର୍ତ୍ତମାନ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅଛନ୍ତି । ଅଧିକ ପଢନ୍ତୁ

ଚର୍ଚ୍ଚିତ କେରଳ IAS ଦମ୍ପତି
ଚର୍ଚ୍ଚିତ କେରଳ IAS ଦମ୍ପତି (ETV Bharat Odisha)

ଥିରୁଅନନ୍ତପୂରମ: କେରଳ ଇତିହାସରେ ପ୍ରଥମ । ସ୍ବାମୀରେ ପଦରେ ଅବସ୍ଥାପିତ ହେଲେ ସ୍ତ୍ରୀ । ପାଓ୍ବାର କପୁଲ ଆଇଏଏସ ଦମ୍ପତି ଭି ବେଣୁ ଏବଂ ସାରଦା ମୂରଲୀଧରନ । ଶୁକ୍ରବାର ଆଇଏଏସ ସ୍ବାମୀଙ୍କ ଆସନରେ ବସିଛନ୍ତି ଆଇଏଏସ ପତ୍ନୀ । କେରଳର ଟପ୍ ପ୍ରଶାସନିକ ଅଧିକାରୀ ପୋଷ୍ଟ ତଥା ମୁଖ୍ୟ ଶାସନ ସଚିବ ପଦବୀରେ ସ୍ବାମୀଙ୍କ ପରେ ବସିଲେ ସ୍ତ୍ରୀ ।

ଶୁକ୍ରବାର ସନ୍ଧ୍ୟାରେ ବିଦାୟୀ ସମ୍ବର୍ଦ୍ଧନା ସମାରୋହ ଆୟୋଜିତ ହୋଇଥିଲା ବିଦାୟୀ ମୁଖ୍ୟ ଶାସନ ସଚିବ ଭି ବେଣୁଙ୍କ ପାଇଁ । ଯେଉଁଥିରେ ସାମିଲ ହୋଇଥିଲେ ମୁଖ୍ୟମନ୍ତ୍ରୀ ପିନାରୟୀ ବିଜୟନ । ତେବେ ଶନିବାର (ଅଗଷ୍ଟ 31 ତାରିଖ)ରେ ଅବସର ଗ୍ରହଣ କରୁଛନ୍ତି ଭି ବେଣୁ । ତେବେ ବେଣୁଙ୍କ ପରେ ଏହି ଟପ୍ ପୋଷ୍ଟରେ ବସିଲେ ତାଙ୍କ ସ୍ତ୍ରୀ ତଥା ଆଇଏଏସ ସାରଦା । ଯିଏ ବର୍ତ୍ତମାନ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅଛନ୍ତି ।

ଏହା ବି ପଢନ୍ତୁ- AP Shocker: ଲେଡିଜ୍‌ ହଷ୍ଟେଲ ବାଥ୍‌ରୁମ୍‌ରେ ଗୁପ୍ତ କ୍ୟାମେରା, B.Tech ଛାତ୍ର ଖଞ୍ଜିଥିଲା କ୍ୟାମେରା, 300 ଆପତ୍ତିଜନକ ଭିଡିଓ ଲିକ୍, ତଦନ୍ତ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ - Hidden cameras inside girls hostel

ଆୟୋଜିତ ସମ୍ବର୍ଦ୍ଧନା ସମାରୋହରେ ମୁଖ୍ୟମନ୍ତ୍ରୀ ବିଜୟନ ଆଇଏଏସ ଦମ୍ପତିଙ୍କ କାର୍ଯ୍ୟକୁ ଭୂରି ଭୂରି ପ୍ରଶଂସା କରିଥିଲେ । ଆଇଏଏସ ଦମ୍ପତି ରାଜ୍ୟର ପ୍ରଶସାନିକ ସେବାର ଶ୍ରେଷ୍ଠ ଅଧିକାରୀ ତଥା ପ୍ରେରଣାର ସ୍ରୋତ । ଏହା ସହିତ ଦୁହେଁ ମଧ୍ୟ କଲେକ୍ଟର (ଜିଲ୍ଲାପାଳ) ପଦବୀରେ ଜଣଙ୍କ ପରେ ଜଣେ ବସି ସାରିଛନ୍ତି । ଅର୍ଥାତ ଗୋଟିଏ ଜିଲ୍ଲାରୁ ଗୋଟିଏ ଜିଲ୍ଲାକୁ ବଦଳି ସମୟରେ ଦୁହେଁ ଅନ୍ୟ ଜଣଙ୍କ ସ୍ଥାନ ଗ୍ରହଣ କରିଛନ୍ତି ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ଆଇଏଏସ ଦମ୍ପତିଙ୍କ କାର୍ଯ୍ୟକୁ ପ୍ରଶଂସା କରିବା ସହିତ ଦୁହିଁଙ୍କ ଉଲ୍ଲେଖନୀୟ ସେବାକୁ ମନେ ପକାଇଥିଲେ । ଦୁହେଁ ଅନେକ ସମୟରେ ବିଭିନ୍ନ ବିଭାଗର ମଧ୍ୟ ମୁଖ୍ୟ ରହିସାରିଛନ୍ତି । ତେବେ ମୁଖ୍ୟମନ୍ତ୍ରୀ କହିଥିଲେ, "କେରଳ ଇତିହାସରେ ପ୍ରଥମ ଥର ପାଇଁ ନିଜ ପତ୍ନୀଙ୍କୁ ଟପ୍ ପ୍ରଶାସନିକ ପୋଷ୍ଟର ଗୁରୁଦାୟିତ୍ବ ହେଲେ ସ୍ବାମୀ ।"

ଏପଟେ ରାଜ୍ୟର ପ୍ରଶାସନିକ ଇତିହାସରେ ପ୍ରଥମ ଥର ପାଇଁ ଏପରି ଘଟଣା ହୋଇଥିଲା ଯେତେବେଳେ ପତ୍ନୀ ନିଜେ ଏକ ବଡ ପୋଷ୍ଟର ଦାୟିତ୍ବ ନେଉଛନ୍ତି କିନ୍ତୁ ସ୍ବାମୀ ଅବସର ନେଉଛନ୍ତି । ଏହି ସମୟରେ ସାରାଦା କହିଛନ୍ତି, ଆମେ ଦୁଇ ଜଣ ଦୀର୍ଘ 34 ବର୍ଷ ଧରି ପ୍ରଶାସନିକ ସେବାରେ କାର୍ଯ୍ୟ କରିଛୁ । "ସ୍ବାମୀଙ୍କ ଅବସର ପରେ ମୋତେ ପୁଣି 8 ମାସ ଧରି କାର୍ଯ୍ୟ କରିବାକୁ ପଡିବ । ମୁଁ ଭାବିଥିଲା ଦୁହେଁ ଏକା ସମୟରୁ ଅବସର ନେବୁ ।"

ବିଦାୟୀ ଭାଷଣରେ ବେଣୁ କହିଥିଲେ କି, ମୁଁ ମୁଖ୍ୟମନ୍ତ୍ରୀ ବିଜୟନଙ୍କ ଠାରୁ ଅନେକ କିଛି ଶିଖିଛି । ସେ ମୋ ଗୁରୁ । ସେ ମୋତେ ଅନେକ ସମୟରେ ସଠିକ ଦିଗଦର୍ଶନ କରିଛନ୍ତି । ଏରିକି ରାଜ୍ୟରେ ଘଟିଥିବା ଭୂସ୍ଖଳନ ସମୟରେ ମୁଖ୍ୟମନ୍ତ୍ରୀଙ୍କ ଦିଗଦର୍ଶନ ପାଇଁ ଉଦ୍ଧାର କାର୍ଯ୍ୟ ସୁରୁଖୁରୁରେ ଖୁବଶୀଘ୍ର ହୋଇଛି ବୋଲି ବେଣୁ କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Aug 31, 2024, 12:21 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.